Author: Samikhsya Bureau

ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ପନ୍ଦର ଜଣଙ୍କ ଦସ୍ତଖତରେ ଏହି ଅନାସ୍ଥା ପ୍ରସ୍ତାବ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି। କଂଗ୍ରେସର ୧୪ ଜଣ ବିଧାୟକ ଥିବା ବେଳେ ଏକମାତ୍ର ସିପିଆଇ ବିଧାୟକ ଏହାକୁ ସମର୍ଥନ କରିଛନ୍ତି। ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ହେଲେ ୧୫ ଜଣ ବିଧାୟକଙ୍କର ଦସ୍ତଖତ ଦରକାର। ସେଥିପାଇଁ ଏହି ପ୍ରସ୍ତାବ କଂଗ୍ରେସ ସିପିଆଇର ସମର୍ଥନରେ ଆଣିଛି। ତେବେ ଏହା ଗୃହିତ ହେବ କି ନାହିଁ ତାହା ଭିନ୍ନ କଥା ହେଲେ ଓଡିଶା ରାଜନୀତିରେ ଏହାକୁ ନେଇ ବେଶ ଚର୍ଟ୍ଟା ଆରମ୍ଭ ହୋଇଯାଇଛି। କାରଣ ସଂଖ୍ୟା ଖେଳରେ କିଏ ଆଗରେ ରହିବ କିଏ ପଛରେ ସେ ନେଇ ଗଣିତ କଷା ଚାଲିଛି। କାରଣ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାରେ ସଂଖ୍ୟା ଜୁଟାଇ ଦେଲା। ହେଲେ ଅନାସ୍ଥା ପ୍ରସ୍ତାବ ପାଶ କରିବାରେ କେତେ ସମର୍ଥ ହେବ ସେ ନେଇ ରହିଛି ସନ୍ଦେହ। Read-Buy BSNL…

Read More

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ରଣନିତୀ ବୈଠକରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଊପସ୍ଥିତିରେ କଂଗ୍ରେସ ଚଳିତ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲା। ସେହି ଅନୁସାରେ ଆଜି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ କାଡାମଙ୍କ ନେତୃତ୍ବରେ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦିଆଯାଇଛି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ପନ୍ଦର ଜଣ ବିଧାୟକଙ୍କ ସମର୍ଥନ ଥିବା ସମ୍ବଳିତ ନୋଟିସ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି। ବହୁ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରାଜ୍ୟରେ ମହିଳାମାନଙ୍କ ବିରୋଧରେ ହେଊଥିବା ଅତ୍ୟାଚାର,ଗଣଧର୍ଷଣ,ହତ୍ୟା ଓ ଅନ୍ୟାନ୍ୟ ପାଶବିକ ଅତ୍ୟାଚାର ବହୁ ମାତ୍ରାରେ ବୃଦ୍ଧି ପାଊଥିଲେ ମଧ୍ୟ ସରକାର…

Read More

ଭୁବନେଶ୍ବର:- ଗତ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯ୍ୟାତନା ବୃଦ୍ଧି ସଂପର୍କରେ କଂଗ୍ରେସ ବିଧାୟକମାନେ ଏକ ବିଧାନସଭା ତଦନ୍ତ କମିଟି ଗଠନ ଦାବି କରିବାକୁ ନେଇ ବିଧାନସଭାରୁ ନିଲମ୍ବିତ ହୋଇଥିଲେ। ନିଲମ୍ବିତ ହୋଇଥିବା ବିଧାୟକମାନେ ତା ୨୬.୯.୨୫ ରିଖରେ ୨ଟା ୩୦ ମିନିଟ ସମୟରେ ପବିତ୍ର ବିଧାନସଭା ଗୃହ ମଧ୍ୟକୁ ପ୍ରବେଶ କରିବାବେଳେ ବିଧାନସଭାର ସୁରକ୍ଷା କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି ବିଧାୟକମାନଙ୍କ ଘଣ୍ଟା, ସୁନା ଚେନ ଓ ବ୍ୟାଗରେ ଥିବା କିଛି ଗୁରୁତ୍ବପୂର୍ଣ କାଗଜପତ୍ର ସହ ପ୍ୟାଣ୍ଟ ସାର୍ଟ ମଧ୍ୟ ଚୋରି କରିନେଇଥିବା ଅଭିଯୋଗ ବାଚସ୍ପତିଙ୍କ ନିକଟରେ ସେତେବେଳେ କରାଯାଇଥିଲା। ଆଜି ମୌସୁମୀ ବିଧାନସଭା ଆରମ୍ଭ ହୋଇଥିବା ବେଳେ ଗତ ବିଧାନସଭା ଅଧିବେଶନରେ ଚୋରି ହୋଇଥିବା ଜିନିଷ ପାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପୁନଶ୍ଚ ବାଚସ୍ପତିଙ୍କୁ ଆଜି ପତ୍ର ଲେଖିଛନ୍ତି। ଚିଠିରେ ସେ ଊଲ୍ଲେଖ କରିଛନ୍ତି ଯେ…

Read More

ଭୁବନେଶ୍ବର: ଆଜି ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ତେବେ ଶୋକ ପ୍ରସ୍ତାବ ଆଗତ ପରେ ଆଜିର ଅଧିବେସନ ଗୋଟିଏ ଦିନ ପାଇଁ ମୁଲତବି ହୋଇଛି। ତେବେ ଏହାପରେ ବିଧାନସଭା ପରିସରରେ ମାଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଧାନସଭା ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଚନ୍ଦନ ଗଛ ଲଗାଇଥିଲେ। ଏହାପରେ ସମସ୍ତ ଗଣମାଧ୍ୟମ ତାଙ୍କଠାରୁ ପ୍ରତିକ୍ରିୟା ନେବା ପାଇଁ ଅପେକ୍ଷା କରିଥିଲେ। ହେଲେ ହଠାତ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନ୍ୟୁଜ ଏଜେନ୍ସି ଏଏନଆଇ ର ବୁମ ଟି ଧରି ପ୍ରଭାତୀଙ୍କ ପ୍ରଶ୍ନ କରିଥିଲେ। ଏହା ଦେଖି ପ୍ରଭାତୀ ଜୋରରେ ହସିଥିଲେ। କନକବର୍ଦ୍ଧନ ଏହାକୁ ଖାତିରି ନ କରି ଜଣେ ସତସତିକା ସାମ୍ବାଦିକଙ୍କ ପରି ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ, ଆଜି ଆପଣ ଯେଉଁ ଚନ୍ଦନ ଗଛ ଲଗାଇଲେ ସମାଜକୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ପ୍ରଭାତୀ କିଛି ଓଡିଆରେ କହିବାକୁ ଯିବା ବେଳେ…

Read More

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ଗୃହ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହିତ ପୂର୍ବତନ ଉପ ବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ନିରଞ୍ଜନ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜ ଓ ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଗୃହର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିରୋଧୀ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପାଇଁ ମୁଲତବୀ ଘୋଷଣା କରିଥିଲେ।

Read More

ଭୁବନେଶ୍ୱର: ଓଡିଶାରେ କ୍ରମବର୍ଦ୍ଧିଷ୍ଣୁ ଲଜ୍ୟାଜନକ ଦୁଷ୍କର୍ମ ଘଟଣା ଗୁଡିକରେ ଯୋଡିହୋଇଛି ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ। ପୁରୀ ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛି। ମୁଖପାତ୍ର ସୋନାଲି ସାହୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପରେ ଦୋଷାରୋପ କରି କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିଜ ଜିଲ୍ଲା ପୁଣି ବାଲିହରଚଣ୍ଡି ଭଳି ଜନ ସମାଗମ ଲାଗି ରହିଥିବା ସ୍ଥାନରେ ମହିଳା ଆଜି ଅସୁରକ୍ଷିତ। ସରକାର ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଦୁଷ୍କର୍ମର ମଣିପୁର ପାଲଟି ଯାଇଛି ଓଡିଶା, ସେପଟେ ଗୋଷ୍ଠୀଗତ ସମସ୍ୟାରେ ମଣିପୁର ଜଳୁଥିବାବେଳେ ଏପଟେ ନାରୀ ଦୁଷ୍କର୍ମରେ ଓଡିଶା ଜଳୁଛି। ବାଲିହରଚଣ୍ଡି ପର୍ଯ୍ୟଟନ ସ୍ଥଳୀରେ ଜଣେ ଛାତ୍ରୀଙ୍କୁ ଯୁବକ ବନ୍ଧୁଙ୍କୁ ବାନ୍ଧି…

Read More

ଭୁବନେଶ୍ୱର: ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଦିତ୍ୟ ବିର୍ଲା ଗ୍ରୁପ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଛି ଆଦିତ୍ୟ ବିର୍ଲା ଗ୍ରୁପ। ଓଡ଼ିଶାରେ ସର୍ବୋତ୍କୃଷ୍ଟ ନିଯୁକ୍ତି ପ୍ରଦାନ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋତ୍କୃଷ୍ଟ ନିଯୁକ୍ତିଦାତା ତଥା ତାରକା ନିଯୁକ୍ତିଦାତା ଭାବେ ଆଦିତ୍ୟ ବିର୍ଲା ଗୃପକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିସନର ଶ୍ରୀ ଅନୁ ଗର୍ଗ, ଅତିରିକ୍ତ ଶିଳ୍ପ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।…

Read More

ଭୁବନେଶ୍ବର: ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ, ଟାଙ୍ଗି ଅଂଚଳକୁ NAC ମାନ୍ୟତା ଘୋଷଣା କରିବା, ଭୁବନେଶ୍ୱର ଠାରେ National Gallery of Modern Art ର ନିର୍ମାଣ ଆରମ୍ଭ ହେବା ସୂଚନା ଓ ସହର ଉପକଣ୍ଠରେ modern fish market ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକରେ, ନୟାପଲ୍ଲୀ ଅଂଚଳରେ ଏକ କମ୍ୟୁନିଟି ପାର୍କ ନିର୍ମାଣ , ବେଗୁନିଆ-ବୋଲଗଡ ଅଂଚଳକୁ NAC ଘୋଷଣା, କଳିଙ୍ଗ ଷ୍ଟାଡିଅମ ନିକଟରେ ଥିବା ବିଶ୍ୱକର୍ମା ସମିତିର ଜମି ଅଧିଗ୍ରହଣ ଦାବୀ, ଖୋର୍ଦ୍ଧା ବସ ଷ୍ଟାଣ୍ଡର ଉନ୍ନତିକରଣ , ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ କଲେଜ ଠାରେ ନୂତନ ହଲ ନିର୍ମାଣ ତଥା ଶୁଭଉଦ୍‌ଘାଟନ ସମ୍ପର୍କରେ ଆଲୋଚନା ହୋଇଥିଲା।…

Read More

ନୂଆଦିଲ୍ଲୀ: ଆୟକର ବିଭାଗ କହିଛି ଯେ ସେପ୍ଟେମ୍ବର ୧୫ ତାରିଖ ଶେଷ ହେବା ସହିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୭ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ (ITR) ଦାଖଲ କରାଯାଇଛି। ଏକ୍ସ ରେ ଏକ ପୋଷ୍ଟରେ, ବିଭାଗ କରଦାତା ଏବଂ ଟିକସ ବୃତ୍ତିଗତମାନଙ୍କୁ ସେମାନଙ୍କର ଅବଦାନ ପାଇଁ ଧନ୍ୟବାଦ ଜଣାଇଛି। ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିନାହାଁନ୍ତି ସେମାନଙ୍କୁ ଶୀଘ୍ର ପ୍ରକ୍ରିୟା ସମାପ୍ତ କରିବାକୁ ଅନୁରୋଧ କରିଛି। ବିଭାଗ ମଧ୍ୟ କରଦାତାମାନଙ୍କୁ ରିଟର୍ଣ୍ଣ ଫାଇଲ୍ କରିବା, ଟିକସ ଦେୟ କରିବା ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ସେବା ପାଇବା ପାଇଁ ୨୪ ଘଣ୍ଟା ସହାୟତା ପ୍ରଦାନ କରିବାର ଆଶ୍ୱାସନା ଦେଇଛି। ଫଳରେ ଆଜି ଅର୍ଥାତ ୧୬ ତାରିଖରେ ମଧ୍ୟ ରିଟର୍ଣ୍ଣ ହୋଇପାରିବ। 

Read More

ଭୁବନେଶ୍ବର: ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣ, ଜଳ ସମ୍ପଦ ବିଭାଗରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ଏହିଭଳି ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ…

Read More

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା କବି ଦେବଦାସ ଛୋଟରାୟ ପାଇବେ ଚଳିତ ବର୍ଷର ସମ୍ମାନଜନକ ଶାରଳ ପୁରସ୍କାର। ପୁରସ୍କାର ସ୍ବରୂପ ତାଙ୍କୁ ସାତ ଲକ୍ଷ ଟଙ୍କା, ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ତାଙ୍କର ଗଳ୍ପ ସଙ୍କଳନ ମ୍ୟାଟିନ ସୋ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି।ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି ଟାଇମପାଶ ପ୍ରକାଶନୀ ସଂସ୍ଥା। ଏଥିସହିତ ପ୍ରଖ୍ୟାତ ଚିତ୍ରକର ବଳଦେବ ମହାରଥା ଏବଂ ପ୍ରଖ୍ୟାତ ଓଡିଶୀ ସଂଗୀତଜ୍ଞ ଗୁରୁ ରାମହରି ଦାସଙ୍କୁ ମିଳିବ ଇଲା ବଂଶୀଧର ପଣ୍ଡା କଳା ସମ୍ମାନ। ଉଭୟଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହିତ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ପ୍ରତିବର୍ଷ ଏହି ପୁରସ୍କାର ଇମ୍ପା ଚ୍ୟାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥାଏ। ଆସନ୍ତା ଅକ୍ଟୋବର 26 ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ।

Read More

The Samikhsya Desk: ଏକ ନ୍ୟୁଡ ପାର୍ଟି ବା ଲଙ୍ଗଳା ପାର୍ଟି ଆୟୋଜିତ ହେବ। ଏକ ଗୁପ୍ତ ଫାର୍ମ ହାଉସରେ ଏହା କରାଯିବ। ଯେଉଁମାନେ ଯୋଗଦେବେ ସେମାନେ ଚାଳିଶ ହଜାର ଟଙ୍କା ଦେବାକୁ ପଡିବ। ଏହିପରି ଏକ କ୍ୟାମ୍ପନ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ରେ ଚାଲିଥିଲା। ପୋଲିସକୁ ଖବର  ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏଥିରେ ପୋଲିସ ସାତ ଜଣ ଅଭିଯୁକ୍ତଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି। ଏହି ଘଟଣାଟି ଘଟିଛି ଛତିଶଗଡ ରାଜଧାନୀ ରାୟପୁରରେ। ସେଠାରେ କେତେକ ଯୁବ ଗୋଷ୍ଠୀ ଇନଷ୍ଟାଗ୍ରାମରେ ଏକ ମେସେଜ ଛାଡିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ରାୟପୁରର ଏକ ଗୁପ୍ତ ଫାର୍ମ ହାଉସରେ ନ୍ୟୁଡ ପାର୍ଟି ଆୟୋଜିତ ହେବ। ଏଥିରେ ଯିଏ ଯୋଗଦେବେ ସେମାନଙ୍କୁ ଜଣଙ୍କ ପିଛା 40 ହଜାର ଟଙ୍କା ଏବଂ କପୁଲ ଆସିଲେ ଲକ୍ଷେ ଟଙ୍କା ଦେବାକୁ ପଡିବ ବୋଲି ଉଲ୍ଲେଖ କରାଯାଇଥିଲା। ସେତିକି ନୁହେଁ ଏଥିରେ କୁହାଯାଇଥିଲା ଯେ,…

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବହୁ ବିବାଦୀୟ ୱାକଫ ଆଇନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଲେ। କିନ୍ତୁ ୱାକଫ ସଂଶୋଧନ ଆଇନ, 2025 ର କିଛି ବ୍ୟବସ୍ଥାକୁ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ୱାକଫ ଭାବରେ ସମ୍ପତ୍ତି ଉତ୍ସର୍ଗ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ପାଇଁ ଜଣେ ପ୍ରାକ୍ଟିସିଂ ମୁସଲିମ ହେବା ଆବଶ୍ୟକ କରୁଥିବା ଧାରା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ସରକାର ଏପରି ସର୍ତ୍ତାବଳୀ ନିର୍ଣ୍ଣୟ କରିବା ପାଇଁ ନିୟମ ଗଠନ ନ କରିବା ପର୍ଯ୍ୟନ୍ତ ଏହି ଧାରା ସ୍ଥଗିତ ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଘୋଷଣା କରି ମୁଖ୍ୟ ବିଚାରପତି ବି.ଆର୍. ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆଇନକୁ ସ୍ଥଗିତାଦେଶ ଦେବା ପାଇଁ କୌଣସି ପ୍ରସଂଗ ଦୃଷ୍ଟିକୁ ଆସୁ ନାହିଁ। ସରକାରୀ ଜମିରେ ୱାକଫ ସମ୍ପତ୍ତି ଜବରଦଖଲ କରିଛି…

Read More

ଭୁବନେଶ୍ବର: ପୂଜା ଛୁଟି ପାଖେଲାଣି, ଆଉ ଦିନ କେଇଟା ପରେ ଆରମ୍ଭ ହେବ ଏହି ଦୀର୍ଘ ଛୁଟି। ଏହା ପୂର୍ବରୁ କଲେଜ ନିର୍ବାଚନ ହେବା କଥା। ଏହି ସମୟରେ କଲେଜ ପରିସର ଘୋ..ଘା ହେବା କଥା। ହେଲେ ପୁରା ଶୂନଶାନ। ବର୍ତ୍ତମାନ ପୂଜା ଛୁଟିକୁ ହିସାବକୁ ନେଇ କଲେଜ ନିର୍ବାଚନ ଆରମ୍ଭ ହୋଇଯିବା କଥା। ଏ ପର୍ଯ୍ୟନ୍ତ କିଛି ଘୋଷଣା ହୋଇ ନାହିଁ ଅର୍ଥାତ ଆଉ ନିର୍ବାଚନ ହେବା ନାହିଁ। ପ୍ରକୃତ କଥା ହେଲା ବର୍ତ୍ତମାନ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ମୁଖ୍ୟତଃ ସରକାରୀ ଦଳ ତରଫରୁ ଏ ନେଇ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ। ସୁତ୍ର ଅନୁସାରେ ବିଜେପି ବିଧାୟକ ତଥା ମନ୍ତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ନାହିଁ। ଏହାର କାରଣ ଜଣା ନ ପଡିଥିଲେ ମଧ୍ୟ ହାରିବା ଭୟ ରହିଛି। ଅନ୍ୟପକ୍ଷରେ କଲେଜ କର୍ତ୍ତୁପକ୍ଷ ମଧ୍ୟ କଲେଜ ନିର୍ବାଚନ ନେଇ ଆଗ୍ରହ ପ୍ରକାଶ…

Read More

Defence Procurement Manual: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେବା ପାଇଁ ରାଜସ୍ୱ ସଂଗ୍ରହକୁ ତ୍ୱରାନ୍ୱିତ କରିବା, ସରଳୀକୃତ ପ୍ରକ୍ରିୟା ମାଧ୍ୟମରେ ଘରୋଇ ଶିଳ୍ପକୁ ସକ୍ଷମ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗକୁ ସମର୍ଥନ କରିବା ପାଇଁ ପ୍ରତିରକ୍ଷା କ୍ରୟ ମାନୁଆଲ୍ ବା Defence Procurement Manual (DPM) ୨୦୨୫ କୁ ଅନୁମୋଦନ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସଂଶୋଧିତ ଡକ୍ୟୁମେଣ୍ଟ ଆଧୁନିକ ଯୁଦ୍ଧ ଯୁଗରେ ସଶସ୍ତ୍ର ବାହିନୀର ବହୁ ଆବଶ୍ୟକତା ପୂରଣ କରିବ। ଏହା ତିନି ସେନା ମଧ୍ୟରେ ସମନ୍ବୟକୁ ପ୍ରୋତ୍ସାହିତ କରିବ ଏବଂ ତ୍ୱରିତ ନିଷ୍ପତ୍ତି ଗ୍ରହଣ କରିବ। ଫଳରେ ସର୍ବୋଚ୍ଚ ସ୍ତରର ସାମରିକ ପ୍ରସ୍ତୁତି ବଜାୟ ରଖିବାରେ ସାହାଯ୍ୟ କରିବ। ମନ୍ତ୍ରଣାଳୟ ଆହୁରି କହିଛି ଯେ ଡକ୍ୟୁମେଣ୍ଟରେ ବ୍ୟବସାୟ କରିବାର ସହଜତାକୁ ଆହୁରି ସୁଦୃଢ଼ ​​କରାଯାଇଛି। ଯାହା ପ୍ରତିରକ୍ଷା ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରତାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ପ୍ରତିରକ୍ଷା…

Read More

ଭୁବନେଶ୍ବର: ଅକ୍ଟୋବର ମାସ ଆସିଲେ ଓଡିଶାବାସୀଙ୍କ ଚିନ୍ତା ଏଥର ବାତ୍ୟା ଆସିବ କି? ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ଅକ୍ଟୋବର ମାସ ପାଖେଇବାରେ ଲାଗିଛି। ସେଥିପାଇଁ ଓଡିଶାରେ ଏଥର ବାତ୍ୟା ହେବ କି ନାହିଁ ସେ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ଆଶଙ୍କାକୁ ଦୃଢିଭୂତ କରିଦେଇଛି କେତେକ ବିଦେଶୀ ପାଣାପାଗ ସଂସ୍ଥା। ସେମାନଙ୍କର କହିବା କଥା ଯେ, ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା ହେବ। ତଥ୍ୟ ଅନୁସାରେ ଆରବ ସାଗରରେ ଲା ନିନା ପରିସ୍ଥିତି ସୃଷ୍ଟି ହେବ। ଏହା ଲାଗି ରହିଲେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଧିକ ରହିଛି ବୋଲି ସେହି ବିଦେଶୀ ସଂସ୍ଥା କହିଛି। ଫଳରେ ଏହାକୁ ନେଇ ରାଜ୍ୟବାସୀ ଆତଙ୍କିତ ହୋଇପଡିଛନ୍ତି। ସାଧାରଣତଃ ପ୍ରତିବର୍ଷ ଆରବ ସାଗର ଏବଂ ବଙ୍ଗୋପସାଗରରେ ପାଞ୍ଚଟି ବାତ୍ୟା ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ତିନୋଟି ଅକ୍ଟୋବର ମାସରୁ ଡିସେମ୍ବର ମାସ ମଧ୍ୟରେ ହୋଇଥାଏ। ହେଲେ ଚଳିତ ବର୍ଷ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ବିଭିନ୍ନ ବିଭାଗ ପାଇଁ ୧୬୮୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏ ନେଇ ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବେ। ତେବେ କେଉଁ ବିଭାଗରେ କେତେ ନିଯୁକ୍ତି ଦିଆଯିବ ତାହା ହେଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ- ୯୮୨ ଜଳ ସଂପଦ ବିଭାଗ- ୪୧୩ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା- ୧୩୬ ଅର୍ଥ ବିଭାଗ- ୬୧ ଆଇନ ବିଭାଗ- ୩୭ କୃଷି ଓ କୃଷକ ଶସକ୍ତିକରଣ- ୩୪ ମତ୍ସ୍ୟ ଓ ପ୍ରାଣୀ ସଂପଦ- ୨୩

Read More

ଭୁବନେଶ୍ୱର:- କେହି ବଡ ନେତା, କେହି ଛୋଟ ନେତା ନୁହନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା? ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସଭାରେ ଦଳର ନେତା ଓ କର୍ମୀଙ୍କ ଭିତରେ ଏହି ମର୍ମରେ ଉତ୍ସାହ ଭରିଛନ୍ତି ଏଆଇସିସି ସାଧାରଣ ସଂପାଦକ (ସଂଗଠନ) କେସି ବେଣୁଗୋପାଳ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୌରୋହିତ୍ୟରେ ପିସିସି କାର୍ଯ୍ୟକର୍ତ୍ତା, ସମସ୍ତ ବିଭାଗ, ଛାମୁଆ ସଂଗଠନ ଓ ସେଲର ମୁଖ୍ୟ ତଥା ସଂଗଠନ ସୃଜନ ଅଭିଯାନରେ ଦାୟିତ୍ୱ ନିଭାଇଥିବା ପିସିସି ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି ସେ ଆହୁରି କହିଛନ୍ତି, କିଛି ଦିନରେ ସୃଜନ ପ୍ରକ୍ରିୟାରେ ଦେଶର ସମସ୍ତ ଜିଲ୍ଲାରେ ସଙ୍ଗଠନ ହୋଇଯାଇଥିବ। ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା ଓଡିଶାର ସମସ୍ତ ୩୫ ସାଂଗଠନିକ…

Read More

ଭୁବନେଶ୍ୱର :- କଂଗ୍ରେସ ଦଳର ମହାନ ଆଦର୍ଶ, ରାହୁଲ ଗାନ୍ଧୀଙ୍କ ବୈପ୍ଲବିକ ଚିନ୍ତାଧାରା ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଶକ୍ତିଶାଳୀ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିର ଟାଣୁଆ ଛାତ୍ରନେତା, ସଂଗଠକ ତଥା ରେଭେନ୍ସା କଲେଜର ପୂର୍ବତନ ଛାତ୍ର ସଭାପତି ହରିଶଙ୍କର ରାଉତ ବିଜେଡି ପରିତ୍ୟାଗ କରି ଆଜି ତାଙ୍କର ସହସ୍ରାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦାନ କଲେ । ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବ ସମାରୋହରେ ଏଆଇସିସି ସଂଗଠକ ସମ୍ପାଦକ ତଥା ସାଂସଦ କେ ସି ବେଣୁଗୋପାଳ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀଯୁକ୍ତ ହରିଶଙ୍କର ଙ୍କୁ କଂଗ୍ରେସ ଦଳକୁ ସ୍ଵାଗତ କରିବା ସହ ସାମିଲ କରିଥିଲେ। ଆଜିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ଏଆଇସିସି ଓଡ଼ିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ସଂଯୋଜନା…

Read More

ଭୁବନେଶ୍ବର: ବହୁଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚାଲିଛି ଚର୍ଚ୍ଚା। ଏ ନେଇ ବିଜେପି ସଭାପତି ବିଜେପି ପ୍ରଭାରୀ ବିଭିନ୍ନ ସମୟ କହୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। କାରଣ ହେଲା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ପଶୁଛି କେଁ। ଫଳରେ ଆଜି କାଲି ହୋଇ ସମୟ ଗଡିବାରେ ଲାଗିଛି, ହେଲେ ମନ୍ତ୍ରୀ ମଣ୍ଡଳର ଅବଦଳବଦଳ ହୋଇପାରୁ ନାହିଁ। ତେବେ ବର୍ତ୍ତମାନ ତାଜା ଘଟଣା ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ଚଳିତ ମାସରେ ହେବ ବୋଲି ଜଣାପଡିଛି। କାରଣ ବିଜେପି ପ୍ରଭାରୀ ବିଜୟ ସିଂ ତୋମାର କହିଛନ୍ତି ଯେ, ଚଳିତ ମାସ ଶେଷ ଆଡକୁ ବହୁତ କିଛି ହେବ। ଫଳରେ ଏଥିରେ ଯେଉଁ ପ୍ରମୁଖ ମନ୍ତ୍ରୀ ଅଦଳବଦଳ ଅଛି ତାହା ହେବ ବୋଲି ନିଶ୍ଚିତ ଜଣାପଡିଛି। କାରଣ ଏ ନେଇ ଦିଲ୍ଲୀରେ ବାରମ୍ବାର ଆଲୋଚନା ହେବାରେ ଲାଗିଛି। ସଭାପତି ମୁଖ୍ୟମନ୍ତ୍ର ତୁଙ୍ଗ ନେତାମାନଙ୍କୁ ଭେଟିବାରେ ଲାଗିଛନ୍ତି। ତୋମାରଙ୍କ ବକ୍ତବ୍ୟ…

Read More

ଭୁବନେଶ୍ବର: ନୂଆପଡା ବିଧାୟକ ଥିବା ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ସେହି ଆସନ ପାଇଁ ହେବ ଉପନିର୍ବାଚନ। ନିୟମ ଅନୁସାରେ ଛଅ ମାସ ମଧ୍ୟରେ ଏହି ଉପ ନିର୍ବାଚନ ହେବ। ତେବେ ତା ପୂର୍ବରୁ ସାରା ଦେଶରେ ଜାରୀ ହେବାକୁ ଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ନୂଆପଡାରେ ଆଗ ଲାଗୁ ହେବ। ସେଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ନିଷ୍ପତି ଅନୁସାରେ ଆଜି ନୂଆପଡାରେ ଭୋଟର ତାଲିକା ପ୍ରକାଶିତ ହେବ। ଏହାପରେ ଆସନ୍ତାକାଲିଠାରୁ ଏଥିରେ ସଂଶୋଧନ ପକ୍ରିୟା ଆରମ୍ଭ କରାଯିବ। ବିଭିନ୍ନ ଅଭିଯୋଗକୁ ଗ୍ରହଣ କରି ଏଥିରେ ସଂଶୋଧନ କରାଯିବ। ଏହି ପକ୍ରିୟା ସେପ୍ଟମ୍ବର 29 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅକ୍ଟୋବର 7 ତାରିଖ ସୁଦ୍ଧା ଆସିଥିବା ଅଭିଯୋଗର ସଂଶୋଧନ କରାଯାଇ ଅକ୍ଟୋବର 9 ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

Read More