Author: Samikhsya Bureau

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେବେ। ଆଜି ଅପରାହ୍ନ ପାଞ୍ଚଟା ବେଳେ ସେ ଏହି ଉଦବୋଧନ ଦେବେ ବୋଲି ଜଣାପଡିଛି। ଖୋଦ ପ୍ରଧାନମନ୍ତ୍ରୀଙ୍କ ଅଫିସ ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ଅଫିସ ଉଲ୍ଲେଖ କରିଛନ୍ତି ଯେ, ଆଜି ଅପରାହ୍ନ ପାଞ୍ଚଟା ବେଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେବେ। ତେବେ ସେ କେଉଁ ପ୍ରସଂଗରେ କହିବେ ସେ ନେଇ କିଛି ଉଲ୍ଲେଖ ନାହିଁ। ଫଳରେ ସାଧାରଣରେ ତାଙ୍କର ଅଭିଭାଷଣ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। https://twitter.com/PMOIndia/status/1969650594823749839?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1969650594823749839%7Ctwgr%5E495e6e838d580ae83208922ff54c2de62ab03448%7Ctwcon%5Es1_&ref_url=https%3A%2F%2Fthesamikhsya.com%2Fnational%2Fprime-minister-to-address-the-nation-at-5-pm Prime Minister to Address the Nation at 5 PM

Read More

Odisha Anganbadi: ରାଜ୍ୟରେ ଗତ ଦେଢ ବର୍ଷ ମଧ୍ୟରେ ୭୦ଟି ଅଙ୍ଗନବାଡି କେନ୍ଦ୍ର ବଢିଛି । ବର୍ତ୍ତମାନ ରାଜ୍ୟରେ ୭୪,୧୫୪ଟି ଅଙ୍ଗନବାଡି ଥିବାବେଳେ ଏଥିରେ ୪,୮୬,୬୮୫ ଜଣ ମହିଳା ଓ ୨୯,୧୪,୭୬୬ ଜଣ ଶିଶୁ ଉପକୃତ ହେଉଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଶ୍ରୀମତୀ ପରିଡା ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧,୦୩୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାବେଳେ ୩୧,୮୬୬ଟି କେନ୍ଦ୍ରରେ ବିଦ୍ୟୁତ୍‍ ସଂଯୋଗ ନାହିଁ । ସେହିଭଳି ୩୬,୯୯୨ କେନ୍ଦ୍ରର ପାଇଖାନା, ୨୧,୬୩୪ କେନ୍ଦ୍ରର ରୋଷଘର ନଥିବାବେଳେ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ କିନ୍ତୁ ପାନୀୟଜଳର ବ୍ୟବସ୍ଥା ରହିଥିବା ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ୱ ଗୃହ, ବିଦ୍ୟୁତ୍‍ ସଂଯୋଗ, ପାଇଖାନା ପାନୀୟଜଳ ଓ ରୋଷଘରର ସୁବିଧା ଯୋଗାଇଦେବାପାଇଁ ପର୍ଯ୍ୟାୟକ୍ରମେ ଅର୍ଥ ମଞ୍ଜୁର କରାଯାଇ…

Read More

Foreign Tourist: ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଅତିକ୍ରମ କରିଯାଇଛି । ଏହା ସର୍ବାଧିକ। ସେହିଭଳି ଅନ୍ୟ ରାଜ୍ୟରୁ ବି ଓଡିଶାକୁ ପ୍ରାୟ ୪୪ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୨ ମସିହାରୁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୨ରେ ରାଜ୍ୟକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୪୫ ହଜାରକୁ ଅତିକ୍ରମ କରିଥିଲା। ୨୦୨୪ରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୫୩,୩୦୨ ରହିଥିଲା । ସେହିଭଳି ଅନ୍ୟ ରାଜ୍ୟରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବି ଏହି ତିନି ବର୍ଷରେ ବୃଦ୍ଧି ପାଇଛି । ୨୦୨୨ରେ ଅନ୍ୟ ରାଜ୍ୟରୁ ଓଡିଶାକୁ ୩୧ଲକ୍ଷ ୪୭ହଜାର ପର୍ଯ୍ୟଟକ ଆସିଥିବାବେଳେ ୨୦୨୪ରେ ଏହି ସଂଖ୍ୟା…

Read More

Chai Pe Charcha: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଗଣ ଦୌଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମେ ଫେୟାର ଛକ ଠାରେ ଥିବା ଏକ ଚା ଦୋକାନ ପାଖରେ ଚା ପିଇବା ସହିତ ସେଠାରେ ଥିବା ଜନସାଧାରଣଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଚା ପିଉ ପିଉ ମୁଖ୍ୟମନ୍ତ୍ରୀ, କେତେବେଳେ ବୁଢ଼ୀ ମାଆଟିକୁ ତା’ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଥାନ୍ତି ତ, କେତେବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ବିଷୟରେ ପଚାରି ବୁଝୁଥାନ୍ତି। ପାଖରେ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଭଲ ପାଠ ପଢିବା ଏବଂ ଯୁବ ବର୍ଗଙ୍କୁ ନିଶା ସେବନର ଅପକାରିତା ବିଷୟରେ ବୁଝାଉ ଥାନ୍ତି। ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଲୋକେ ବେଶ ଖୁସି ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ପାଇ ନିଜର ଅଭାବ ଅସୁବିଧା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ସମୟରେ ତାଙ୍କ ପାଖରେ ଥିଲେ…

Read More

ନମୋ ଯୁବ ରନ୍: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପି ଜାରି ରହିଥିବା ସେବା ପର୍ବ ଅନ୍ତର୍ଗତ “ନିଶାମୁକ୍ତ ଭାରତ ଅଭିଯାନ” ରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରୁ ଏକ ବିଶାଳ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏହି ଗଣ ଦୌଡ଼ରେ ସାମିଲ ହୋଇଥିଲେ। କଳିଙ୍ଗ ଷ୍ଟାଡିଅମ ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ଆୟୋଜିତ ମାରାଥନରେ ମୁଖ୍ୟମନ୍ତ୍ରୀ ନିଜେ ସମସ୍ତ ଛାତ୍ରଛାତ୍ରୀ, ଖେଳାଳୀ, ଯୁବବର୍ଗ ଓ ଅନେକ ନେତୃବୃନ୍ଦଙ୍କ ସହ ସାମିଲ ହୋଇ ନିଶାମୁକ୍ତ ଭାରତର ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଭାରତବର୍ଷକୁ ନିଶାମୁକ୍ତ କରିବା ପାଇଁ ମୋଦୀଜୀଙ୍କ ଏହି ନୂଆ ସଂକଳ୍ପ ଯୁବବର୍ଗଙ୍କୁ ରାଷ୍ଟ୍ର ଗଠନ ଦିଗରେ ପ୍ରେରିତ କରିବ। ଯୁବବର୍ଗ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରଷା ଅଛି। ଯୁବବର୍ଗଙ୍କ ଜ୍ଞାନ,…

Read More

PM to Visit Odisha: ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରି ବ୍ରହ୍ମପୁରଠାରେ ଜାତୀୟ ସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ  ପ୍ରସ୍ତୁତି ବୈଠକ କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ଏହାପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ତିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ  କୀର୍ତ୍ତି…

Read More

Fertilizer Crisis: ରାଜ୍ୟରେ ସାର ସଙ୍କଟ ନେଇ ବିଧାନସଭା ହୁଲୁସ୍ତୁଲ। ବିରୋଧୀ ବିଜେଡି ବିଧାୟକମାନେ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ ଠିକରେ ଚାଲିପାରି ନ ଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ଏବଂ ପରେ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଆଜି ମାତ୍ର ପନ୍ଦର ମିନିଟ ପାଇଁ ଗୃହ କାର୍ଯ୍ୟ ଚାଲିଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଶ୍ନ କାଳରେ ବିରୋଧୀ ବିଜେଡି ସଦସ୍ୟ ହୋ ହାଲ୍ଲା ହୋଇ ଗୃହ ମଧ୍ୟ ଭାଗକୁ ଚାଲି ଆସିଥିଲେ। ମୁଖ୍ୟତଃ ରାଜ୍ୟରେ ସାର ସଙ୍କଟ ନେଇ ସେମାନେ ଗୃହରେ ବିକ୍ଷୋଭ କରିଥିଲେ। ବାଚସ୍ପତି ବାରମ୍ବାର ବାରଣ କରିବା ସତ୍ବେ କେହି ଶୁଣି ନ ଥିଲେ। ଫଳରେ ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ। ଅପରାହ୍ନରେ ଅଧିବେସନ ଆରମ୍ଭ ହେବା ପରେ ସେହି ହାଙ୍ଗାମା ଦେଖିବାକୁ ମିଳିଥିଲା। ସାର ସଙ୍କଟ ନେଇ ବିଜେଡି…

Read More

ଭୁବନେଶ୍ୱର: ବିଜେପି ସରକାରଙ୍କ ଏକ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଅଣାଯାଇଛି । ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ଅମୀୟ ପାଣ୍ଡଵ ଏବଂ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି, ସରକାରୀ ଦଳର ଉପମୁଖ୍ୟ ସଚେତକଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଧରଣର ଦୁର୍ନୀତିର ପର୍ଦାଫାଶ କରିଛନ୍ତି । ମିଡ଼ିଆ ସେଲ ଉପାଧ୍ୟକ୍ଷ ଶ୍ରୀ ପାଣ୍ଡଵ ବିଜେପି ସରକାର ଦୁର୍ନୀତିର ସାହାଣ ମେଲା ମୁହାଣ ଖୋଲା ବୋଲି ବ୍ୟଙ୍ଗ କରିଛନ୍ତି। ସେ କହିଛନ୍ତି ଯେ ଦଳର ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ପ୍ରଦୀପ ଦାସ ଠିକାଦାରୀ ଲାଇସେନ୍ସ ପାଇଁ ଗତ ଜୁନ ୧୯ ତାରିଖରେ ଆବେଦନ କରିଥିଲେ । ସେ ପୁଲିସ ହାଉସିଂ କର୍ପୋରେସନ ସହିତ ଅନୁବନ୍ଧିତ ନୁହନ୍ତି କିନ୍ତୁ ଲାଇସେନ୍ସକୁ ବର୍ଷେ ମଧ୍ୟ ପୂରିନି ତାଙ୍କୁ ୧ କୋଟିରୁ ଅଧିକ ମୂଲ୍ୟର…

Read More

ଭୁବନେଶ୍ବର: ରାଜ୍ୟରେ ସରକାର ପରିବର୍ତ୍ତନରେ ଖବରକାଗଜଗୁଡିକର ଭୂମିକା ଯଥେଷ୍ଠ ଥିଲା। ସେଥିରେ ଅନ୍ୟତମ ଖବରକାଗଜ ନିର୍ଭୟ ର ଭୂମିକା ସର୍ବାଗ୍ରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ବରର ମେ ଫାୟାର ହୋଟେଲରେ ନିର୍ଭୟ ଖବରକାଗଜ ତରଫରୁ ଆୟୋଜିତ ବର୍ଷିକ ସମ୍ମିଳନୀରେ ସେ ଏହି ତଥ୍ୟ ଉପସ୍ଥାପନା କରିଛନ୍ତି। ତେବେ ସେ ଏହି ଉତ୍ସବରେ ଯୋଗଦେଇ ଯାହା କହିଲେ ତାହା ହେଲା… ଦୈନିକ ସମ୍ବାଦପତ୍ର ନିର୍ଭୟର ଦ୍ଵାଦଶ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ନିର୍ଭୟ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଏବଂ ଏହି ମନୋରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନିର୍ଭୟ ପରିବାରର ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିର୍ଭୟର ସଂପାଦକ ନବୀନ ଦାସଙ୍କୁ ମୋର ସ୍ୱତନ୍ତ୍ର ଅଭିନନ୍ଦନ ଜଣାଉଛି। ଗୋଟିଏ ଖବର କାଗଜ ଏକ ଜଡ ବସ୍ତୁ ନୁହେଁ। ଏହା ହେଉଛି ଏକ ଜୀବନ୍ତ ସତ୍ତା। ଏ ସତ୍ତା ସମାଜକୁ ପଥ ପ୍ରଦର୍ଶନ କରେ। ଜ୍ଞାନ ବିତରଣ କରେ।…

Read More

ଭୁବନେଶ୍ବର: ରାଜ୍ୟରେ କୃଷକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସାରର ଉପଲବ୍ଧତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ  କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ରାଜ୍ୟ  ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ ବି ଖୁରାନିଆ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଏବଂ ମାର୍କଫେଡ଼ କର୍ତ୍ତୃପକ୍ଷଙ୍କ  ଉପସ୍ଥିତିରେ ରାଜ୍ୟରେ ସାର ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ କହିଥିଲେ ଯେ, ରାଜ୍ୟରେ ସାର ଯୋଗାଣ ସ୍ଥିତିରେ…

Read More

ଭୁବନେଶ୍ବର: ବିଶିଷ୍ଟ ଆଦିବାସୀ ନେତା ତଥା ୪ଥରର ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି । ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ସେ ୪ଥରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ କିଛିମାସ ଧରି ସେ ସେ ଗୁରୁତର ଅସୁସ୍ଥ ଥିଲେ। ତାଙ୍କୁ ରାଉରକେଲାରେ ଚିକିତ୍ସା କରାଯାଉଥିଲା। ଏହାପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା। ଛାତ୍ରଜୀବନରୁ ଜର୍ଜ ତୀର୍କି  ଜଣେ ଲଢ଼ୁଆ ସଂଗଠକ ଓ ଜଣେ ଲଢୁଆ ଆଦିବାସୀ ନେତା ଭାବେ ପରିିଚିତ।  ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ୧୯୯୫ ଓ ୨୦୦୦ ମସିହାରେ ଲଗାତାର ୨ଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ସ୍ବାଧୀନ ଭାବେ ନିର୍ବାଚନରେ ଲଢି ଜିତିଥିଲେ। ଏହାପରେ ୨୦୧୪ ରେ ସମତା କ୍ରାନ୍ତି ଦଳ ତରଫରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର ରୋହିତ ଯୋଶେଫ ତିର୍କୀ ବୀରମିତ୍ରପୁରରୁ ବିଜେଡି ଟିକେଟରେ…

Read More

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଝାରପଡା ଜେଲରୁ ଜାମିନରେ ମୁକୁଳିଛନ୍ତି। ଜେଲରୁ ବାହାରିବା ସମୟରେ ବହୁ ଛାତ୍ର ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିବା ସହ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ସହର ପରିକ୍ରମା କରାଇଥିଲେ। ଏକ ଦୁଷ୍କର୍ମ ମାମଲାରେ ଉଦିତ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ କହିଛନ୍ତି ଯେ, କଂଗ୍ରେସରୁ ନିଲମ୍ବନ ପ୍ରତ୍ୟାହାର ହେବା ପରେ ମୁଁ କଂଗ୍ରେସ ଭବନକୁ ଯିବି, କାର୍ଯ୍ୟ କରିବି। ସେ ଆହୁରି କହିଛନ୍ତି ପୁଲିସର ଦାୟିତ୍ୱ ଥିଲା ତଦନ୍ତ କରିବା । ରେଜିଷ୍ଟର ଚେକ କରାଯାଇନାହିଁ କିମ୍ବା କଲ୍ ସିଡ଼ିଆର ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇନାହିଁ । ଚାରିମାସ ତଳର ଘଟଣା ଯଦି ସିସିଟିଭି ଚେକ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସାଙ୍ଗକୁ ବିଜେପି ସରକାର ବଳାତ୍କାରୀ ବୋଲି କହିଛନ୍ତି ଉଦିତ…

Read More

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଠାରେ ହେବାକୁଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ଉକ୍ତ ଦିନ ପୂର୍ବାହ୍ନ ୧୧ଟା ରେ ବ୍ରହ୍ମପୁର ଠାରେ ଜାତୀୟ ସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୂଚାରୁଭାବେ ସମ୍ପାଦନ କରିବା, ଏଥିନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗୀତା ପାଇଁ, ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀମାନଙ୍କୁ…

Read More

ଭୁବନେଶ୍ୱର: ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ଓ ପଛୁଆବର୍ଗ ବିକାଶ ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଭାଗ ଅଧିନରେ ଥିବା ୧୭୬୫ଟି ବିଭିନ୍ନ କିସମର ବିଦ୍ୟାଳୟରେ ଏହି ଛାତ୍ରଛାତ୍ରୀମାନେ ପଢୁଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏସ୍‍ସି ଏସ୍‍ଟି ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ବିଭାଗ ଅଧିନରେ ବର୍ତ୍ତମାନ ବିଭିନ୍ନ କିସମର ମୋଟ୍‍ ୧୭୬୫ ଶିକ୍ଷାନୁଷ୍ଠାନ ରହିଛି । ଏଥି ମଧ୍ୟରେ ୪୩୬ଟି ଆଶ୍ରମ ବିଦ୍ୟାଳୟ, ୭୬୯ଟି ସେବାଶ୍ରମ ବିଦ୍ୟାଳୟ, ୧୮୯ଟି ବାଳିକା ହାଇସ୍କୁଲ ଓ ୨୪୩ଟି ହାଇସ୍କୁଲ ରହିଛି । ଏହିସବୁ ବିଦ୍ୟାଳୟରେ ୪,୩୮,୨୩୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହିସବୁ ବିଦ୍ୟାଳୟ ପାଇଁ ମୋଟ୍‍…

Read More

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯୨ ଜଣ କ୍ରୀଡାବିତ୍‍ ଖେଳ କୋଟାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇବାପାଇଁ ଆଉ ୯୨ଜଣ କ୍ରୀଡାବିତ୍‍ ଆବେଦନ କରି ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କ୍ରୀଡା କୋଟାରେ କ୍ରୀଡାବିତ୍‍ମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ବିଗତ ୫ବର୍ଷରେ ୧୯୨ ଜଣ କ୍ରୀଡାବିତ୍‍ଙ୍କୁ ରାଜ୍ୟ ସରକାରୀ ବିଭାଗ ଓ ଉଦ୍ୟୋଗଗୁଡିକରେ ନିଯୁକ୍ତି ପ୍ରଦାନ କରାଯାଇଛି । ନିଯୁକ୍ତି ପାଇଥିବା କ୍ରୀଡାବିତ୍‍ମାନଙ୍କ ମଧ୍ୟରେ ତୀରନ୍ଦାଜ ପୂର୍ଣ୍ଣିମା ହେମ୍ବ୍ରମ, ହକି ଖେଳାଳି ଲିଲିମା ମିଞ୍ଜ୍‍, ରଶ୍ମିତା ମିଞ୍ଜ୍‍ ଓ ନୀଲମ ସଞ୍ଜିବ ସେସ୍‍, ଜଳ କ୍ରୀଡାବିତ୍‍ ସୁମିତ୍ରା ମଲ୍ଲିକ ପ୍ରମୁଖ ରହିଛନ୍ତି । ଏମାନଙ୍କ ସହିତ ଫୁଟବଲ୍‍, କ୍ରିକେଟ,…

Read More

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଯୋଗୁଁ ୪୬ଟି ବିଦ୍ୟାଳୟକୁ ଖୋଲା ଯାଇଥିବା ବେଳେ ଆଉ ୫ଟିକୁ ଖୋଲିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଧାନସଭାରେ ମନ୍ତ୍ରୀ କହିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୨୦ ମସିହାରେ ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‍ ୪୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦହୋଇ ରହିଛି । ଏଥି ମଧ୍ୟରେ ସର୍ବାଧିକ ୩୯୩ ଟି ବିଦ୍ୟାଳୟ କଟକ ଜିଲ୍ଲାରେ ରହିଥିବାବେଳେ ଗଞ୍ଜାମରେ ୩୨୬, ମୟୁରଭଞ୍ଜରେ ୩୦୮, ଯାଜପୁରରେ ୨୮୩, କୋରାପୁଟରେ ୨୪୮, କେନ୍ଦ୍ରାପଡାରେ ୧୯୫, କଳାହାଣ୍ଡିରେ ୨୫୪ ଟି ବିଦ୍ୟାଳୟ ରହିଛି । ପୁରୀ ଜିଲ୍ଲାରେ କୌଣସି ପ୍ରାଥମିକ ବିଦ୍ୟାଳୟ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’। ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ଆଜି ମୁଖ୍ୟମନ୍ତ୍ରୀ ଏହି ଗଣଦୌଡର ଜର୍ସି ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏକ ମହତ ବାର୍ତ୍ତା ନେଇ ଆୟୋଜନ ହେଉଥିବା ଏହି ଗଣଦୌଡରେ ବିପୁଳ ସଂଖ୍ୟକ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। Read More-PM Modi Plants Kadamb Sapling Gifted by His Majesty King Charles III

Read More

ଭୁବନେଶ୍ବର: ଏଣିକି ସ୍କୁଲରେ ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ। ପିଲାମାନଙ୍କର ବୈଦ୍ଧିକ ଜ୍ଞାନ ବିକାଶ ପାଇଁ ଏହି ପଦକ୍ଷେପ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆଜି ଗୃହରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଥିଲେ ମନ୍ତ୍ରୀ। ସେ କହିଥିଲେ ଯେ, ବିଦ୍ୟାଳୟଗୁଡିକରେ ଗୀତା ଶ୍ଲୋକ ଆବୃତି କରାଯିବ। ଛାତ୍ରଛାତ୍ରୀମାନେ ତାହା ଅଭ୍ୟାସ କରିବେ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେସନର ପ୍ରଥମ ଦିନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ବିଧାନସଭା ସଚିବଙ୍କୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଦଳ ଏହି ପ୍ରସ୍ତାବ ପ୍ରଦାନ କରିଛି। ତେବେ ଏହାକୁ ବାଚସ୍ପତି ଗୃହିତ କରିବେ କି ନାହିଁ ତାହା ଭିନ୍ନ କଥା। ହେଲେ ଏହି ପ୍ରସ୍ତାବକୁ ନେଇ ଅଡୁଆରେ ପଡିଯାଇଛି ମୁଖ୍ୟ ବିରୋଧୀ ଦଳ ବିଜେଡି। କାରଣ ଦଳ ବର୍ତ୍ତମାନ ଅନାସ୍ଥାକୁ ସମର୍ଥନ କରିବ କି ନାହିଁ ସେ ନେଇ ଦ୍ବନ୍ଦରେ ରହିଛି। କଂଗ୍ରେସ ବିଧାୟକ ଅନାସ୍ଥା ନୋଟିସ ଦେବା ପରେ ବିଧାନସଭା ପରିସରରେ ଥିବା ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ଯାଇଥିଲେ। ଉଦ୍ଦେଶ୍ୟ ବିଜେଡି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରୁ। ଅବଶ୍ୟ ବିରୋଧୀ ଦଳର ନେତା ସେଠାରେ ନ ଥିବାରୁ ବିଧାୟକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ଅନାସ୍ଥାକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।ତେବେ ବିଜେଡି ବିଧାୟକ ଦଳ ବୈଠକରେ ଏହା ଉପରେ ନିଷ୍ପତି ଗ୍ରହଣ କରାଯିବ…

Read More

ଭୁବନେଶ୍ବର:- ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନିର୍ଦ୍ଦେଶ କ୍ରମେ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ପକ୍ଷରୁ ମୃତ ଶୁଭମିତ୍ରା ସାହୁଙ୍କ ଆତ୍ମାର ସଦଗତି କାମନା ସହ ନ୍ୟାୟ ଦାବିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି ରାଜ୍ୟ ମହିଳା କଂଗ୍ରେସ।ଏହି ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଥିଲା। ସେଠାରେ ଅମର ଆତ୍ମା ଉଦ୍ଦେଶ୍ୟରେ ମହିଳା କଂଗ୍ରେସ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାର ପ୍ରତିକାର ପାଇଁ ସରକାର ପାଖରେ ଦାବି କରାଯାଇଥିଲା। ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ ଦୋଷୀକୁ ପାସୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରାୟାଇଥିଲା। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପାତ୍ର,ସିଲି ସେଠୀ,ବିଶ୍ବକଲ୍ୟାଣୀ କର,ଅମିତା ବିଶ୍ବାଳ,ସୁନୀତା ବିଶ୍ବାଳ,ମଧୁମିତା ସେଠୀ,ଶ୍ରୀୟାସ୍ମୀତା ପଣ୍ଡା,ଊର୍ବଶୀ ମିତ୍ର,ରଂଜିତା ହେମ୍ବ୍ରମ ,ଅନୀମା ମୀଞ୍ଜ ,ଚୈତାଳୀ ପଟ୍ଟନାୟକ,ଗୀତା ମହାନ୍ତି,ମାଳତୀ…

Read More

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରେ ଆଜି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏମ୍ସ ଭୁବନେଶ୍ବର ସକ୍ରିୟତାର ସହିତ ସଂଶ୍ଳିଷ୍ଟ ହୋଇଛି। ଏହି ପ୍ରୟାସକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସ ଆଜି ଉଦ୍ଘାଟନ କରିଥିଲେ। ଏଥିସହିତ ଓପିଡି ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର କୁଟୀରକୁ ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି କୁଟୀର ମହିଳା ରୋଗୀ, ସେମାନଙ୍କର ସମ୍ପର୍କୀୟ, କର୍ମଚାରୀ ଏବଂ ସମସ୍ତ ଆଗ୍ରହୀ ମହିଳାମାନଙ୍କ ପାଇଁ ଏକ ସହାୟତା ଏବଂ ପଞ୍ଜିକରଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହି ସ୍ଥାନରେ ଆଜିଠାରୁ ସମସ୍ତ ମହିଳାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବିଭିନ୍ନ କର୍କଟ ଚିହ୍ନଟ…

Read More