ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବର୍ତ୍ତମାନ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଏକ କ୍ରୀଡା ଉତ୍ସବରେ ଯୋଗଦେଇଥିଲେ। ତେବେ ସେ ହଠାତ ହାତରେ ହ୍ୟାଣ୍ଡବଲ ଟି ଧରି ପଡିଆ ଉପରକୁ ବାହାରି ପଡିଲେ। ପାଖରେ ଥିବା ପୋଲିସ ଅଧିକାରୀ ଏହା ଦେଖି ତାଜୁବ୍। ତେବେ ଖେଳିବା ପାଇଁ ନୁହେଁ ବଂର କେନ୍ଦୁଝର ଠାରେ ୭୮ତମ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟାନସିପ୍ ଓ ଦଶମ ପୋଲିସ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ଉଦ୍ଯାପନ ସମାରୋହରେ ଯୋଗ ଦେବା ଅବସରରେ ସେ ଏପରି କରଥିଲେ। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କରି କେବଳ ଓଡ଼ିଶା ପାଇଁ ଗୌରବ ନୁହେଁ ବରଂ ଭାରତର ପଦକ ତାଲିକାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ସୂଚନା ଯୋଗ୍ୟ ଯେ, କବାଡି ଚାମ୍ପିୟାନସିପ୍ ରେ ରାଉରକେଲାର ପୋଲିସ ଚତୁର୍ଥ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ‘ଏକ୍ ପେଡ୍ ମା’ କେ ନାମ୍’, ବା ‘ମା ପାଇଁ ଗଛଟିଏ’ ଅଭିଯାନ। ଏହା ଜୁନ୍ ୫ରୁ ଆରମ୍ଭ ହୋଇଛି ଯାହା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ- ସେପ୍ଟେମ୍ବର ୧୭ ତାରିଖ ପଡୁଛି। ଏହି ଦିନ ସାରା ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରାଯିବ ବୋଲି ନିଷ୍ପତି ହୋଇଛି। ଏହି ପରିପ୍ରେକ୍ଷୀପେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବାର୍ତ୍ତା ଦେଇ କହିଛନ୍ତି… ଜୟ ଜଗନ୍ନାଥ ଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହେଉଛି ମା’। ନିଜ ଜନ୍ମଦାତ୍ରୀ ମା’ ଭଳି ଧରିତ୍ରୀ ମଧ୍ୟ ଆମର ଆଉ ଏକ ମା’। ନିଜ ମା’ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ, ଧରିତ୍ରୀ ମା’ର ସୁରକ୍ଷା ଲାଗି, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ଏକ୍ ପେଡ୍ ମା’ କେ ନାମ୍’, ବା ‘ମା ପାଇଁ ଗଛଟିଏ’ ଅଭିଯାନ…
The Samikhsya Desk: ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଙ୍କ ଏକ ଫ଼ଟୋ ବେଶ ଚର୍ଚ୍ଚାକୁ ଆସିଛି। ବେଶ ଭାଇରାଲ ମଧ୍ୟ ହୋଇଛି। ସେହି ଫଟୋରେ ନିର୍ମଳା ଲୋକମାନଙ୍କୁ ଖାଦ୍ୟ ପରିବେଷଣ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଦେଶର ଅର୍ଥମନ୍ତ୍ରୀ ହେଲେ ତାଙ୍କୁ କାହିଁକି ଖାଦ୍ୟ ପରଷିବା କାମ କରିବାକୁ ପଡିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ସମସ୍ତେ ଏହାର କାରଣ କଣ ଜାଣିବାକୁ ଆଗ୍ରହୀ ହେବାରେ ଲାଗିଛନ୍ତି। ତେବେ ପ୍ରକୃତ କଥା ହେଲା ସୀତାରମଣ ତାଙ୍କ ପରିବାର ସହିତ ତିରୁମାଲାର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ଦର୍ଶନରେ ଯାଇଥିଲେ। ସେଠାରେ ସେ ପ୍ରାର୍ଥନା କରିଥିଲେ। ତିରୁମାଲ ତିରୁପତି ଦେବସ୍ଥାନମ (ଟିଟିଡି)ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭେନକାଇ ଚୌଧୁରୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ସହିତ ଦର୍ଶନ ପାଇଁ ଗର୍ଭଗୃହକୁ ଯାଇଥିଲେ। ଦର୍ଶନ ପରେ ବୈଦିକ ପଣ୍ଡିତମାନେ ରଙ୍ଗନାୟକକୁଲା ମଣ୍ଡପମରେ ବେଦସୀରବଚନମ୍ ପରିବେଷଣ କରିଥିଲେ। ଏହା ହେଉଛି ପଣ୍ଡିତମାନେ ତାଙ୍କୁ…
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ବ୍ୟକ୍ତି-ଠାରୁ-ବ୍ୟବସାୟୀ (P2M) କାରବାର ପାଇଁ ଏକୀକୃତ ପେମେଣ୍ଟ ଇଣ୍ଟରଫେସ୍ (UPI) ସୀମାର ଏକ ପ୍ରମୁଖ ସଂଶୋଧନ ଘୋଷଣା କରିଛି, ଯାହା ସେପ୍ଟେମ୍ବର 15 ତାରିଖରୁ କାର୍ଯ୍ୟକାରୀ ହେବ। ଗତ ମାସରେ NPCI ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁସାରେ, ନୂତନ UPI ନିୟମଗୁଡ଼ିକ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଉଚ୍ଚ-ମୂଲ୍ୟର ଡିଜିଟାଲ୍ ପେମେଣ୍ଟକୁ ସହଜ ଏବଂ ଅଧିକ ସୁରକ୍ଷିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପରିବର୍ତ୍ତନ ପରେ ବ୍ୟବହାରକାରୀମାନେ ଏବେ ଚୟନିତ ଯାଞ୍ଚ ବର୍ଗ ପାଇଁ ଗୋଟିଏ ଦିନରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI ବାଣିଜ୍ୟ କାରବାର କରିପାରିବେ। ତଥାପି, ବ୍ୟକ୍ତି-ଠାରୁ-ବ୍ୟକ୍ତି (P2P) ସ୍ଥାନାନ୍ତର ପାଇଁ UPI ସୀମା ପ୍ରତିଦିନ 1 ଲକ୍ଷ ଟଙ୍କାରେ ଅପରିବର୍ତ୍ତିତ ରହିଛି। Read More- Nykaa Launches Whipped Blush Pot: A 3-in-1 Beauty Essential
The Samikhsya Desk: କାହାର ଭାଗ୍ୟ କେତେବେଳେ କଣ ହେବ ତାହା କହି ହେବ ନାହିଁ। ସେ ଦିଲ୍ଲୀରେ କନେଷ୍ଟବଳ ଚାକିରୀ କରିଥିଲେ। ପରେ ସେ ପଦନ୍ନୋତି ପାଇ ହେଡ କନେଷ୍ଠବଳ ହେଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ପରେ ହେଲେ କଲେକ୍ଟର। କନେଷ୍ଟବଳ ରୁ କଲେକ୍ଟର ଏହି କଥାଟି ନିଶ୍ଚିତ ସମସ୍ତଙ୍କୁ ବଡ ଅଜବ ଲାଗୁଥିବା। କିନ୍ତୁ କଥାଟି ସତ। ଆସନ୍ତୁ ଜାଣିବା କନେଷ୍ଟବଳରୁ ଜଣେ କିପରି କଲେକ୍ଟର ହେଲେ। ସେ ହେଉଛନ୍ତି ରାଜସ୍ଥାନର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ରାମ ଭଜନ କୁମାର। ବାପା ଶ୍ରମିକ ଭାବେ କାମ କରନ୍ତି। ଘରେ ଦୁଇଥର ଖାଇବା ସେହି ପରିବାର ପାଇଁ ବଡ କଷ୍ଟକର। ପୁଅ ରାମ ଭାଜନଙ୍କୁ ପାଠ ପଢାଇବା ବାପାମାଙ୍କ ପାଖରେ ବଡ କଷ୍ଟ ଦାୟକ ଥିଲା। ହେଲେ ସେମାନେ ନିଷ୍ପତି କଲେ ଯେ, ଯେପରି ହେଉ ପୁଅ ପାଠ ପଢାଇବୁ। ଚାକିରୀ କରୁ କିନ୍ତୁ…
The Samikhsya Desk: ଆମେରିକାର ଟେକ୍ ଜାଏଣ୍ଟ ଓରାକେଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଲାରି ଏଲିସନଙ୍କ ସମ୍ପତ୍ତିରେ ଏହି ବର୍ଷ ସବୁଠାରୁ ବଡ଼ ବୃଦ୍ଧି ଘଟିଛି। ସେପ୍ଟେମ୍ବର ୧୦, ବୁଧବାର ଦିନ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ବ୍ଲୁମବର୍ଗ ବିଲିୟନୟାର ଇଣ୍ଡେକ୍ସ ଅନୁଯାୟୀ, ଏଲିସନ ବର୍ତ୍ତମାନ ୩୬୩ ବିଲିୟନ ଡଲାର ଟଙ୍କା ସହିତ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ୩୯୯ ବିଲିୟନ ଡଲାର ସହିତ ମସ୍କ ପୂର୍ବପରି ପ୍ରଥମ ସ୍ଥାନରେ ରହିଛନ୍ତି। କିନ୍ତୁ ଏହି ବର୍ଷ, ତାଙ୍କ ସମ୍ପତ୍ତିରେ ୩୩.୨ ବିଲିୟନ ଡଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ, ଲାରି ଏଲିସନଙ୍କ ସମ୍ପତ୍ତିରେ ୧୭୧ ବିଲିୟନ ଡଲାର ବୃଦ୍ଧି ପାଇଛି। ୮୧ ବର୍ଷୀୟ ଏଲିସନ ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ସବୁବେଳେ ଖବରରେ ଅଛନ୍ତି। ଏଲିସନଙ୍କ ଜନ୍ମ ୧୯୪୪ ମସିହାରେ ନ୍ୟୁୟର୍କରେ ହୋଇଥିଲା। ତାଙ୍କର ବାପା ନ ଥିଲେ। ମାଆ ତାଙ୍କର ଉଭୟ…
ଭୁବନେଶ୍ବର: ରାଜ୍ୟରେ ସାର ର ଘୋର ଅଭାବ ପରିଲକ୍ଷିତ ହୋଇଛି। ଚାଷୀମାନେ ଜମିରେ ସାର ପକାଇବା ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ସରକାର କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ଏପରି କ୍ଷେତ୍ରରେ ଚାଷୀଙ୍କୁ ସାର ଯୋଗାଇ ଦେବା ଦାବୀ କରି ଆନ୍ଦୋଳନ କରିବ ବିଜେଡି। ଆଜି ଏ ନେଇ ବିଜେଡି ନେତା ସଂଜୟ ଦାସବର୍ମା ଏବଂ ବିରୋଧୀ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଆସନ୍ତା 17 ତାରିଖରେ ଦଳ ବିକ୍ଷୋଭ କରିବ। ରାଜ ଭବନ ସମ୍ମୁଖରେ ଏହି ବିକ୍ଷୋଭ କରାଯାଇ ରାଜ୍ୟପାଳକୁ ଦାବୀ ପତ୍ର ପ୍ରଦାନ କରାଯିବ।
The Samikhsya Desk: ଆଜି ନେପାଳରେ ଯେଉଁ ହିଂସା ସୃଷ୍ଟି ହୋଇଛି ତା ପଛର କାରଣ ହେଉଛି ସରକାର 26 ଟି ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦେଲେ। ସେଗୁଡିକ ମଧ୍ୟରେ ରହିଛି ହ୍ବାଟସ ଆପ, ଫେସବୁକ, ଏକ୍ସ, ମେସେଞ୍ଜର, ଇଟିୟୁବ,ସ୍ନାପଚାଟ, ଲିଙ୍କଡଇନ ପରି ବହୁ ଲୋକପ୍ରିୟ ପ୍ଲାଟଫର୍ମ। ଏହାକୁ ନେଇ ଯୁବ ଗୋଷ୍ଠୀ ଏକ ବଡ ଆନ୍ଦୋଳନ କରି ସରକାର ବଦଳାଇ ଦେଲେ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ପୂର୍ବରୁ ଅନ୍ୟ କେତେକ ଦେଶ ମଧ୍ୟ ଏହି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆକୁ ବ୍ୟାନ କରି ରଖିଛନ୍ତି। ଜାଣନ୍ତୁ ସେହି ଦେଶଗୁଡିକ କାହିଁକି ଏହାକୁ ବ୍ୟାନ କଲେ। ମିଆଁମାର- ଏହି ଦେଶରେ 2021 ମସିହାଠାରୁ ବହୁ ସୋସିଆଲ ମିଡିଆକୁ ବ୍ୟା କରିଛି। ପ୍ରଥମେ ଏହି ଦେଶ ଫେସବୁକ କୁ ବ୍ୟାନ କରିଛି। କାରଣ ହେଲା ଏହି ପ୍ଲାଟଫର୍ମ ମାଧ୍ୟମରେ ଭୁଲ ତଥ୍ୟ ପ୍ରସାରିତ ହେଉଛି। ଏହାପରେ ମିଆଁମାର…
ଭୁବନେଶ୍ବର: ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ (Mahanadi River Front Development) ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା। ଜଳ ସମ୍ପଦ ବିକାଶ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହେବ। ଯୋଜନାକୁ ମଞ୍ଜୁରୀଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମହାନଦୀ ହେଉଛି ଓଡିଶାର ଜୀବନରେଖା। ମହାନଦୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିବେଶ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ। ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ଗୁଡିକ ହେଉଛି, ନଦୀ କୂଳରେ ସହର ପାଇଁ ସାମାଜିକ, ସାଂସ୍କୃତିକ ସୁବିଧା ଯୋଗାଇଦେବା, ଘରୋଇ ସହଭାଗିତା…
Vishwakarma Puja: ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ଦେବତା। ପୁରାଣ ଶାସ୍ତ୍ର ଅନୁସାରେ ବିଶ୍ବକର୍ମା ରାବଣର ସ୍ବର୍ଣ୍ଣ ଲଙ୍କାପୁରୀ, ଶ୍ରୀକୃଷ୍ଣଙ୍କ ଦ୍ବାରିକା ନଗରୀ ନିର୍ମାଣ କରିଛନ୍ତି। ସେ ହେଉଛନ୍ତି ଦେବତା ମାନଙ୍କ ବନ୍ଧାଣୀ। ତାଙ୍କୁ ପୂଜା କଲେ ସାଧାରଣ ଲୋକେ ଏହି ନିର୍ମାଣ ଜ୍ଞାନପ୍ରାପ୍ତ ହୋଇଥାନ୍ତି। ସେଥିପାଇଁ ବିଶ୍ବକର୍ମା ପୂଜାରେ ଲୁହା ଯନ୍ତ୍ରପାତି ଏବଂ ମେସିନ ପୂଜା କରାଯାଇଥାଏ। ଶିଳ୍ପ ନଗରୀରେ ଏହି ପୂଜା ବେଶ ଧୂମଧାମରେ ପାଳନ କରାଯାଇଥାଏ। ଏଥର ବିଶ୍ବକର୍ମା ପୂଜା କେବେ ଏବଂ ଶୁଭ ମୁହୁର୍ତ୍ତ କେତେବେଳେ ଏଥର ବିଶ୍ବକର୍ମା ପୂଜା ଆସନ୍ତା ୧୭ ତାରିଖ ବୁଧବାର ଦିନ ପଡୁଛି। ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି ଏବଂ ଏକାଦଶୀ। ତେବେ ପଞ୍ଚାଙ୍ଗ ଅନୁସାରେ ୧୭ ତାରିଖ ସକାଳ ୮ ଟା ୧୨ ମିନିଟରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ। ଏହାପରେ ବିଶ୍ବକର୍ମା ପୂଜା ଆରମ୍ଭ କରାଯିବ। ଅର୍ଥାତ ବିଶ୍ବକର୍ମା ପୂଜା ସକାଳ ୮ ଟା ୧୫ ମିନିଟ ବେଳକୁ…
ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ସେହି ସାରକୁ ନିକଟସ୍ଥ PACS କିମ୍ବା LAMPCS କୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ସୂଚନା ଅନୁଯାୟୀ, ୨୦୨୫ ଖରିଫ…
ଭୁବନେଶ୍ବର: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅମାନିଆ ଗାଡି ଚାଳକ ବା କାଗଜପତ୍ର ଠିକ ନ ଥିବା ଗାଡି ଉପରେ ଯେଉଁ ଚାଲାଣ କଟାଯାଏ ସେଥିରେ ବର୍ତ୍ତମାନ କେତେ ଟଙ୍କା ବାକି ଅଛି ? ବିଶ୍ବାସ ନ ହେଲେ ମଧ୍ୟ କଥାଟି ସତ। ୨୦୨୩ ମସିହାଠାରୁ ଆଜି ପର୍ଯ୍ୟନ୍ତ ଗାଡି ଚାଳକଙ୍କ ଉପରେ ବାକିଅଛି ୧୨୬୫୦୦୦୦୦୦୦ ଟଙ୍କାର ଜରିମାନା ବା ୧୨୬୫ କୋଟି ଟଙ୍କା। ପରିବହନ ବିଭାଗ ହିସାବ ଅନୁସାରେ ବର୍ତ୍ତମାନ ସାରା ଓଡିଶାର ୩୧ ଲକ୍ଷ ଚାଲାଣର କୌଣସି ଜରିମାନା ଆଦାୟ ହୋଇପାରୁ ନାହିଁ। ବୁଧବାର ଦିନ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ଯେ, ଏହି ଜରିମାନା ଟଙ୍କା ଆଦାୟ କରିବା ପାଇଁ ୱାନ ଟାଇମ ସେଟଲମେଣ୍ଟ କରାଯିବ। ଏଥିରେ ଯେଉଁମାନଙ୍କର ଚାଲାଣ କଟିଛି ସେମାନେ ଆଧା ପଇସା ଦେଇ କ୍ଲିୟରାନ୍ସ ନେଇପାରିବେ। ଏହି ପ୍ରସ୍ତାବକୁ ଗତକାଲି କ୍ୟାବିନେଟ ଅନୁମୋଦନ…
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଉଦ୍ଯାପନୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ, “ଆମ ଭାଷା ହେଉଛି ଆମ ପରିଚୟ। ଆମ ଓଡ଼ିଆ ଭାଷା ପାଇଁ ଆମେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇପାରିଛେ। ତେଣୁ ଆମ ଭାଷାର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ସରକାରୀ କାର୍ଯ୍ୟରେ ଯେପରି ଆମେ ଓଡ଼ିଆ ଭାଷାର ପ୍ରଚଳନ କରିବା ସେଥିପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ସମସ୍ତ ସରକାରୀ ଅଧିକାରୀମାନଙ୍କ ପାଇଁ ସହାୟକ ହେବ”,…
ଭୁବନେଶ୍ବର: ବୁଧବାରରେ ବସିଥିବା ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରରେ ଗଠନ ହେବ ଏକ ନ୍ୟୁ ସିଟି। ଯାହାର ନାମ ରହିଛି ଭୁବନେଶ୍ବର ନ୍ୟୁ ସିଟି। ଏହାର ନିର୍ମାଣ ପାଇଁ ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ମଂଜୁରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନଗର ଉନ୍ନୟନ ବିଭାଗ ତରଫରୁ ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ଭୁବନେଶ୍ବରର ମଳିପଡା, ଦାସପୁର ଏବଂ ଗୋଠପାଟଣା ମୌଜାରେ ଏହି ନ୍ୟୁ ସିଟି ନିର୍ମାଣ ହେବ। ଏଥିପାଇଁ ବିଡିଏ ତରଫରୁ ପ୍ରାୟ ୮୦୦ ଏକର ପରିମିତ ସ୍ଥାନ ଚିହ୍ନଟ ହେବ। ଏହି ପ୍ରକଳ୍ପ ପାଇଁ ମୋଟ ବ୍ୟୟ ଅଟକଳ ୮୧୭୯ କୋଟି ଟଙ୍କା ରଖାଯାଇଛି। ଏ ନେଇ ଗତ ଜାନୁୟାରୀ ମାସରେ ସିଙ୍ଗାପୁର କଂପାନୀ ସହିତ ବିଡିଏର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କଂପାନୀ ଏହି ପ୍ରକଳ୍ପର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ…
The Samikhsya Team: ବିଶ୍ବରେ ସର୍ବାଧିକ ହୀରା କେଉଠି ଅଛି। ଏହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିବ। କାରଣ ହେଲା ହୀରା ଏପରି ଏକ ଧାତୁ ଯାହା ସୁନା ଠାରୁ ଅଧିକ ମୂଲ୍ୟବାନ। ଆଜିକାଲି ସୁନା ପରି ହୀରା ଅଳଙ୍କାର ମଧ୍ୟ ମହିଳାମାନେ ପିନ୍ଧୁଛନ୍ତି। ହେଲେ ଏହାର ମୂଲ୍ୟ ଏତେ ଅଧିକ ଯେ, ସାଧାରଣ ଲୋକେ ଏହାକୁ ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ। ତେବେ ଏହି ହୀରା କେଉଁଠୁ ଆସେ, କିପରି ବାହାରେ ତାହାକୁ ନେଇ ସମସ୍ତଙ୍କର ଜାଣିବାରେ ଆଗ୍ରହ ନିଶ୍ଚିତ ରହିବ। ଏଥିସହିତ ବିଶ୍ବରେ କେଉଁ ସ୍ଥାନରେ ସର୍ବାଧିକ ହୀରା ଅଛି ତାହା ମଧ୍ୟ ଜାଣିବାକୁ ଆଗ୍ରହ ରହିବ। ଏଠାରେ କହିରଖୁ ଯେ ବିଶ୍ବରେ ରୁଷ ଦେଶରେ ସର୍ବାଧିକ ହୀରା ଗଛିତ ଅଛି। ବିଶ୍ବରେ ସମସ୍ତ ଗଛିତ ହୀରା ଏକାଠି କଲେ କେବଳ ରୁଷରୁ ଭାଗ ହେଉଛି 37 ପ୍ରତି ଶତ। ଉତ୍ତର ପୂର୍ବ ରୁଷର…
The Samikhsya Desk: ଭାରତର ଅଧିକାଂଶ ଅଞ୍ଚଳରେ, ପିତୃପକ୍ଷକୁ ଏକ ପବିତ୍ର ସମୟ ଭାବରେ ପାଳନ କରାଯାଇଥାଏ। ପୂର୍ବପୁରୁଷଙ୍କୁ ମନେ ପକାଇବା ପାଇଁ ଏହି ସମୟରେ ଶ୍ରାଦ୍ଧ ଦିଆଯାଇଥାଏ। ଏଥିସହିତ ବ୍ରାହ୍ମଣମାନଙ୍କୁ ଭୋଜନ ଏବଂ ଦାନ ଦକ୍ଷିଣା ଦିଆଯାଇଥାଏ। କିନ୍ତୁ ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଏକ ଛୋଟ ଗାଁ ଭାଗତା ନାଗଲାରେ ଏହି ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। ଏଠାରେ ପିତୃପକ୍ଷର 15 ଦିନ ମଧ୍ୟରେ କୌଣସି ଶ୍ରାଦ୍ଧ କରାଯାଏ ନାହିଁ। ଏପରିକି ବ୍ରାହ୍ମଣମାନଙ୍କୁ ଗାଁ ଭିତରେ ପଶିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ। ଗ୍ରାମବାସୀମାନେ କୁହନ୍ତି ଯେ ବହୁ ପୂର୍ବରୁ ଜଣେ ମହିଳା ବ୍ରାହ୍ମଣଙ୍କ ଅଭିଶାପ ଯୋଗୁଁ ଏହି ପ୍ରଥା ପିଢ଼ି ପରେ ପିଢ଼ି ଧରି ପାଳନ ହୋଇଆସୁଛି। ଗାଁର ବୟସ୍କ ଲୋକଙ୍କ କହିବା ଅନୁସାରେ, ବହୁ ଦଶନ୍ଧି ପୂର୍ବରୁ ପାଖ ଗାଁର ଜଣେ ମହିଳା ବ୍ରାହ୍ମଣ ଭାଗଟା ନାଗଲାକୁ ଜଣଙ୍କ ଘରେ ଶ୍ରାଦ୍ଧ କରିବାକୁ ଆସିଥିଲେ। ଶ୍ରାଦ୍ଧ…
ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଲକ୍ଷ୍ୟରେ ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସର ସମସାମୟିକ ରୂପରେଖ ଏବଂ ଭବିଷ୍ୟତରେ ଥିବା ଯୋଜନା ଉପରେ ଏକ ପ୍ରେଜେନଷ୍ଟେସନ ଉପସ୍ଥାପନ କରାଯାଇଥିଲା । ସେଠାରେ ବିଦେଶରେ ପ୍ରଥମ ଥର ପାଇଁ ଏହି କ୍ୟାମ୍ପସ ପରିସରରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଥିଲେ । କ୍ୟାମ୍ପସର…
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆଜି ଏ ନେଇ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବେଳେ ସେ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରୁ ବାଦ ପଡିଛନ୍ତି ସେମାନଙ୍କ ବିଷୟରେ ଆଲୋଚନା ଚାଲିଛି। ସେମାନେ କାହିଁକି ବାଦ ପଡିଲେ ସେ ସଂପର୍କରେ ଆଲୋଚନା ହୋଇଛି। ବାଦପଡିଥିବା ମହିଳାଙ୍କ ସଂପର୍କରେ ଚାରିଟି ବିଭାଗଠାରୁ ରିପୋର୍ଟ ମଗାଯାଇଛି। ମହିଳାଙ୍କର ଚାରି ଚକିଆ ଅଛି କି ନାହିଁ ସେ ନେଇ ପରିବହନ ବିଭାଗକୁ ରିପୋର୍ଟ ମଗାଯାଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ମଗାଯାଇଛି। ଅନ୍ୟପକ୍ଷରେ ଧାନ ବିକ୍ରୀ ତଥ୍ୟ ଦେବା ପାଇଁ ଯୋଗାଣ ବିଭାଗକୁ ତଥ୍ୟ ମଗାଯାଇଛି। ଏସବୁ ଆସିବା ପରେ ତାହା ଅନୁଧ୍ୟାନ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଏହି ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟା…
ଭୁବନେଶ୍ବର: ବିଧାନସଭା ଚାଲିଥିବା ବେଳେ ମନ୍ତ୍ରୀମାନଙ୍କୁ କଣ ଠିକ ତଥ୍ୟ ବିଭାଗୀୟ ସଚିବମାନେ ଯୋଗାଉ ନ ଥିଲେ କି? ଏବେ ଏହିପରି ଏକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଉଠିଛି। କାରଣ ହେଲା ଗତକାଲି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସବୁ ସଚିବଙ୍କୁ ଏକ ଚିଠି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ମନ୍ତ୍ରୀମାନଙ୍କୁ ସଠିକ ତଥ୍ୟ ଯୋଗାଇ ଦିଏ। ଏଥିରେ କୁହାଯାଇଛି ଯେ, ବିଧାନସଭାରେ ଉଠିଥିବା ପ୍ରଶ୍ନର ସଠିକ ତଥ୍ୟ ଯୋଗାଇ ଦେବା ସହିତ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବିଦେଶ ସହିତ ବାହାର ଗସ୍ତରୁ ନିବୃତ ରହିବା ପାଇଁ ମଧ୍ୟ କୁହାଯାଇଛି। ତେବେ ଏହି ଚିଠିକୁ ନେଇ ସାଧାରଣରେ ଏକ ପ୍ରଶ୍ନ ଉଠିଛି ଯେ, ପୂର୍ବରୁ କଣ ବିଭାଗୀୟ ଅଧିକାରୀ ତଥା ସବିବମାନେ କଣ ମନ୍ତ୍ରୀଙ୍କୁ ସଠିକ ଉତ୍ତର ଲେଖି ଦେଉ ନ ଥିଲେ କି? ବିଜେପି ସରକାର ଆସିବାର ଦେଢ ବର୍ଷ ହୋଇଗଲାଣି ଏହି…
ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ ନିକଟରେ ଦିଲ୍ଲୀ ଗସ୍ତ ଶେଷ କରି ଓଡିଶା ଫେରିଥିବା ବେଳେ ପୁଣି ଦିନକ ପରେ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଉପରେ ଆଲୋଚନା କରିବାକୁ ଡକାଯାଇଛି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରୁ ଓହରିବା ନେଇ ପ୍ରଶ୍ନ କରାଯାଇଥିଲା। ଏଥିରେ ସେ କହିଥିଲେ ଯେ, ତାହା ତାଙ୍କର ଦଳୀୟ ନିଷ୍ପତି ସେ ନେଇ କୌଣସି କଥା କହିବା ଠିକ ନୁହେଁ। ତେବେ ବିଜେପି ଠିକ ସମୟରେ ଠିକ ନିଷ୍ପତି ନେବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।
ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ପାଞ୍ଚଟାରେ ଲୋକସଭା ଭବନରେ ବସିବ। ଏଥିରେ ଚାରିଟି ବିଭାଗର ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ପାଶ କରାଯିବ। ଏଥିରେ ବାଣିଜ୍ୟ ଓ ପରିବହନ, ପୁର୍ତ୍ତ, ସାଧାରଣ ଓ ପ୍ରଶାସନ ବିଭାଗ, ସ୍ବାସ୍ଥ୍ୟ ବିଭାଗର ପ୍ରସଂଗ ରହିଛି।

