By Sarat Paikray ଭୁବନେଶ୍ବର: ଆଉ ଦିନକ ପରେ ହେବ ଉପରଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର ଯେଉଁ ସାତଟି ଭୋଟ ଅଛି ତା ଉପରେ ଏନଡିଏ ପ୍ରାର୍ଥୀ ଜିତିବା ନିର୍ଭର କରୁ ନାହିଁ। କାରଣ ଏନଡିଏର ଉପରାଷ୍ଟ୍ରପତିଙ୍କୁ ଜିତାଇବାର କ୍ଷମତା ବା ଭୋଟ ତାଙ୍କ ପାଖରେ ରହିଛି। ହେଲେ ପ୍ରଶ୍ନ ଉଠୁଛି ବିଜେଡିର ରାଜ୍ୟସଭାରେ ଥିବା ଏହି ସାତ ସାଂସଦଙ୍କ ଭୂମିକା ଏହି ନିର୍ବାଚନରେ କଣ ହେବ। କାରଣ ଏମାନଙ୍କର ଭୂମିକା ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି। ଏମାନଙ୍କ ନିଷ୍ପତିରେ ତଳ ସ୍ତରର କର୍ମିଙ୍କ ଉତ୍ସାହ ନିର୍ଭର କରୁଛି। ତେବେ ସବୁଠାରୁ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ତାହା ହେଲା ଏପରି ଏକ ଘଡିଷନ୍ଧି ମୂହୁର୍ତ୍ତରେ ନବୀନ ଦିଲ୍ଲୀ ଯିବାର କାରଣକୁ ନେଇ। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ନବୀନ ଦିଲ୍ଲୀରେ ବିଜେଡି ସାଂସଦଙ୍କ ସହିତ ଆଲୋଚନା କରି ନିଷ୍ପତି ନେବେ। ହେଲେ ନବୀନ ଏହି ନିଷ୍ପତି…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୁଣି ଥରେ ଦିଲ୍ଲୀ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାର ସେପ୍ଟେମ୍ବର 5 ତାରିଖରେ ଚାରି ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଫେରିଥିଲେ। ସେହିପରି ଦିଲ୍ଲୀ ସଭାପତି ମନମୋହନ ସାମଲ ଗତକାଲି, ସେପ୍ଟେମ୍ବର 6 ତାରିଖରେ ଫେରି ଆସିଥିଲେ। ଏହି ଗସ୍ତ ସଂପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏବଂ ନିଗମ ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତି ଉଭୟ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ସମସ୍ତ ବିଜେପି ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସାଂସଦମାନଙ୍କ ସହିତ ଏକକ ଆଲୋଚନା କରିବାର ମଧ୍ୟ ଜଣାପଡିଛି।
ଭୁବନେଶ୍ବର: ଆଜି ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସେ କେଉଁଥି ପାଇଁ ଯାଉଛନ୍ତି ତାହା ଜଣା ନ ଥିଲେ ମଧ୍ୟ ଓଡିଶା ରାଜନୈତିକ ମହଲରେ ବେଶ ହଲଚଲ ସୃଷ୍ଟି ହୋଇଛି। କାରଣ ହେଲା ଆଉ ଦିନକ ପରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର ଭୂମିକା କଣ ହେବ ସେ ନେଇ କୌଣସି ଘୋଷଣା ହୋଇ ନ ଥିବା ବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ସନ୍ଦେହ ଘେରକୁ ଆଣିଛି। ଗତକାଲି ନବୀନ ତାଙ୍କ ବାସଭବନରେ ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ କରିଥିଲେ। ସେଥିରେ ସେ କଣ ଆଲୋଚନା କରିଛନ୍ତି ତାହା ମଧ୍ୟ ବାହାରକୁ ଆସି ନାହିଁ। ଗତକାଲି ବୈଠକ ଶେଷ କରି ଆଜି ଦିଲ୍ଲୀ ଯିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେଣୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଦିଲ୍ଲୀ ଯିବା ନେଇ ନବୀନଙ୍କ ଉଦ୍ଦେଶ୍ୟ କଣ ବିଜେଡି ରାଜନୈତିକ ବୈଠକରେ…
ଭୁବନେଶ୍ବର: ନିକଟରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହା ଏକ ସୌଜନ୍ୟ ସାକ୍ଷାତ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ନବୀନଙ୍କ ସହିତ ଦିଲ୍ଲୀପଙ୍କ ସଂପର୍କ ଭଲ ନ ଥିବା ବେଳେ ତାଙ୍କୁ ନବୀନ କିପରି ଭେଟିଲେ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହି ଭେଟଘାଟକୁ ନେଇ ଯେଉଁ ବଡ ଚର୍ଚ୍ଚା ହେଉଛି ତାହା ହେଲା ଦିଲ୍ଲୀପ ରାଜ୍ୟସଭାକୁ ଯିବେ। ଆସନ୍ତା ରାଜ୍ୟସଭା ନିର୍ବାଚନରେ ସେ ପ୍ରାର୍ଥୀ ହେବେ। ସେଥିପାଇଁ ନବୀନଙ୍କ ସହିତ ସଂପର୍କ ରଖିବାକୁ ସେ ବାଧ୍ୟ ହୋଇ ଆସିଛନ୍ତି। ଆସନ୍ତା ବର୍ଷ ଓଡିଶାରୁ ଚାରିଟି ରାଜ୍ୟସଭା ଆସନ ଖାଲି ହେଉଛି। ସେମାନେ ହେଲେ ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଜିତ କୁମାର ଏବଂ ମମତା ମହନ୍ତ। ହେଲେ ବିଧାନସଭା ଆସନ ହିସାବରେ ବିଜେପି କେବଳ ଦୁଇଜଣଙ୍କୁ ଜିତାଇବାର କ୍ଷମତା ରହିଛି। ଅନ୍ୟ ଦୁଇ ଆସନରୁ…
The Samikhsya Desk: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ଆଜି ରାତିରେ ସଂଗଠିତ ହେବାକୁ ଯାଉଛି। ଆଜି ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ଆଜି ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟରେ ଗ୍ରହଣ ସମୟ ଆରମ୍ଭ ହେବ ଏବଂ ଆସନ୍ତାକାଲି ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟରେ ସର୍ବ ମୋକ୍ଷ ହେବ। ମୋଟ ଚନ୍ଦ୍ର ଗ୍ରହଣ ଲାଗିବା ସମୟ ହେଉଛି ୪ ଘଣ୍ଟା ୨୮ ମିନିଟ୍। ତେବେ ଆଜି ରାତିରେ ଚନ୍ଦ୍ର ପୁରା ଲାଲ ଦେଖାଯିବେ। ଆଜି ରାତି ୧୧ ଟା ଠାରୁ ରାତି ୧୨ ଟା ୨୨ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ର ଲାଲ କିଟିକିଟି ଦେଖାଯିବେ। ଏହାକୁ ଅନ୍ୟ ଭାଷାରେ ରକ୍ତ ଚନ୍ଦ୍ର ବା Blood Moon ବୋଲି କହିଥାନ୍ତି। ତେବେ…
The Samikhsya Desk: ବିନା ପିଆଜ ରସୁଣରେ ତରକାରୀ ସ୍ବାଦହୀନ ହୋଇଯାଏ। ହେଲେ ବେଳେବେଳେ ପୂଜା ପାର୍ବଣ ବେଳେ ବିନା ପିଆଜ ରସୁଣର ଖାଦ୍ୟ ଖାଇବାକୁ ପଡେ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏପରି ଏକ ସହର ଅଛି ଯେଉଁଠି ପିଆଜ ରସୁଣ ପୁରା ନିଷେଧ। କେବଳ ଖାଇବା ନୁହେଁ ଏପରିକି ଚାଷ କରିବାକୁ ମଧ୍ୟ ମନା କରାଯାଇଛି। ଏହି ସହରବାସୀଙ୍କର ଏକ ଧର୍ମ ବିଶ୍ବାସ ରହିଛି ଯେ, ପିଆଜ ରସୁଣ ଖାଇଲେ ଦେବତାମାନେ ରାଗି ଉଠନ୍ତି। ସାଧାରଣତଃ ହିନ୍ଦୁ ଧର୍ମରେ ପିଆଜ ରସୁଣ ଭୋଗ ଆଦି କାର୍ଯ୍ୟରେ ସଂପୂର୍ଣ୍ଣ ନିଷେଧ କରାଯାଇଥାଏ। ତାହାକୁ ଗ୍ରହଣ କରି ସେହି ଅଞ୍ଚଳବାସୀ କେବେ ବି ପିଆଜ ରସୁଣ ଖାଉ ନାହାଁନ୍ତି। ସେତିକି ନୁହେଁ ସେହି ଅଞ୍ଚଳରେ ଯେତେ ହୋଟେଲ ରହିଛି ସେଠାରେ ଆମିଷ ଦୂରେ ଥାଉ ପିଆଜ ରସୁଣ ମଧ୍ୟ ରନ୍ଧା କାର୍ଯ୍ୟରେ ବ୍ୟବହାର କରନ୍ତି। ଏ ନେଇ ସେଠାକାର…
The Samikhsya Desk: ଗୋଟିଏ ସପ୍ତାହରେ ତିନିଦିନ ଛୁଟି ଆଉ ଚାରିଦିନ କାମ। ଏହି ଘୋଷଣାକୁ ନେଇ କିଏ ବା ଖୁସି ନ ହେବ। ଏହି ପରି ଏକ ନିଷ୍ପତି କଲା ଏକ ଘରୋଇ ହସପିଟାଲ। ଉଦ୍ଦେଶ୍ୟ ହେଲା କର୍ମଚାରୀମାନେ ହସପିଟାଲ ପରି ଏକ ଜରୁୁରୀ ସେବା କାମ କରୁଛନ୍ତି। ସେମାନେ ସବୁବେଳେ ଟେନସନରେ ରହୁଛନ୍ତି। ବେଳେବେଳେ ରୋଗୀ ଉପରେ ରାଗି ଯାଉଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ହସପିଟାଲ କର୍ତ୍ତୁପକ୍ଷ ନିଷ୍ପତି କଲେ ସପ୍ତାହକୁ ତିନିଦିନ ଛୁଟି। ଏହା କାର୍ଯ୍ୟକାରୀ ହେବା ପରେ ଦେଖାଗଲା ଯେ, କର୍ମଚାରୀମାନେ ବେଶ ଭଲ କାମ କରୁଛନ୍ତି। ପୂର୍ବ ଅପେକ୍ଷା ସେମାନେ ରୋଗୀ ସେବା ଭଲରେ କରୁଛନ୍ତି। ତେବେ ହସପିଟାଲ କର୍ତ୍ତୁପକ୍ଷ କର୍ମଟାରୀଙ୍କ ଦରମା 10 ପ୍ରତିଶତ ହ୍ରାସ କରିଦେଲେ। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଲା। ଯେଉଁମାନେ ବରିଷ୍ଠ ନର୍ସ ବା ଡାକ୍ତର ସେମାନେ ଏପରି ନିଷ୍ପତିକୁ ବିରୋଧ କରି ହସପିଟାଲ…
ଭୁବନେଶ୍ବର: ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ । ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକଣାର ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ। ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ। ନୂଆଁଖାଇ ଆମକୁ ସେହି କୃଷକଙ୍କ…
ଭୁବନେଶ୍ୱର: କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ଜୟଶ୍ରୀ ପାତ୍ର ପାସ ବଣ୍ଟନ ଅବ୍ୟବସ୍ଥା ଉପରେ ଗମ୍ଭୀର ତଥ୍ୟ ଉପସ୍ଥାପନା କରିଛନ୍ତି । ମୁଖପାତ୍ର ଶ୍ରୀମତୀ ପାତ୍ର କହିଛନ୍ତି, ଗତ ୨୦୨୫ ରଥଯାତ୍ରା ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ ଆରଟିଆଇ ତଥ୍ୟ ଅନୁସାରେ କର୍ଡନ ପାସ ୨୫୦୦, ଅନ୍ୟାନ୍ୟ ୨୨,୫୦୦ ସମୁଦାୟ ୨୪,୩୫୦ ପାସ ବଣ୍ଟନ କରା ଯାଇଥିଲା ଯାହା ତା ପୂର୍ବ ବିଜେଡି ସରକାର ବାଣ୍ଟିଥିବା ୫୦୦୦ ପାସରୁ ପ୍ରାୟ ପାଞ୍ଚଗୁଣ ଅଧିକ। ଏତେ ସଂଖ୍ୟାରେ ଭିଆଇପି ପାସ ବଣ୍ଟନ କାହା ସ୍ୱାର୍ଥ ସାଧନ ପାଇଁ କରାଯାଇଥିଲା, ଯେତେବେଳେ କି ସାଧାରଣ ଜନତା ଦର୍ଶନ ପାଇଁ ହନ୍ତସନ୍ତ ହେବାକୁ ପଡିଲା ବୋଲି ଶ୍ରୀମତୀ ପାତ୍ର ଆଇନ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଯେଉଁ ଦଳ ବିରୋଧୀ ଦଳ ଥିବା ବେଳେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବିରୁଦ୍ଧରେ ଚିତ୍କାର କରୁଥିଲା ସେଇ…
Mahindra Offers GST Benefits: ଜିଏସଟି ହ୍ରାସ ପରେ ଭାରତର ଅଗ୍ରଣୀ SUV ନିର୍ମାତା ମହିନ୍ଦ୍ରା ଓ ମହିନ୍ଦ୍ରା (M&M) କଲା ବଡ ଘୋଷଣା। ଏଣିକି ଗ୍ରହାକମାନେ ଗୋଟିଏ ଗୋଟିଏ ଗାଡିରେ ପ୍ରାୟ 1.65 ଲକ୍ଷ ଟଙ୍କାର ଛାଡ ପାଇବେ। ଏହି ଘୋଷଣାରେ କୁହାଯାଇଛି ଯେ, ଭାରତ ସରକାର ଜିଏସଟି ହ୍ରାସ ପରେ ମହିନ୍ଦ୍ରାର ICE SUV ପୋର୍ଟଫୋଲିଓର ଗ୍ରାହକମାନେ ବଡ ରିହାତି ପାଇବେ। ଏହି ରିହାତି ଆଜିଠାରୁ ଅର୍ଥାତ ସେପ୍ଟେମ୍ବର 6, 2025 ରୁ ଲାଗୁ ହେଲା ବୋଲି ଘୋଷଣା କରାଯାଇଛି। ତେବେ କେଉଁ ଗାଡିର ମୂଲ୍ୟ ପୂର୍ବରୁ କେତେ ଥିଲା ବର୍ତ୍ତମାନ କେତେ ଛାଡ ହେବ ସେ ତଥ୍ୟ କଂପାନୀ ତରଫରୁ ପ୍ରଦାନ କରାଯାଇଛି। ତାହା ହେଲା ଉଲ୍ଲେଖ କରାଯାଇଥିବା ଅଫରଟି ଏକ ନିର୍ଦ୍ଦିଷ୍ଟ ମଡେଲ ଏବଂ ପ୍ରକାରର ଗାଡି ପାଇଁ ଉଦ୍ଧିଷ୍ଠ। ମନୋନୀତ ମଡେଲ ଏବଂ ପ୍ରକାର ଉପରେ ନିର୍ଭର କରି ଏହି ଛାଡ ଭିନ୍ନ ଭିନ୍ନ ଭିନ୍ନ…
ଭୁବନେଶ୍ବର: କିଛି ଦିନ ଧରି ନିରବତା ଅବଲମ୍ବନ କରୁଥିଲେ। ହେଲେ ହଠାତ ଥିଲେଥିଲେ ଏକ ବାଣ ଫୁଟାଇ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ ଯାହା କହିଲେ ତାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବଡ ଚର୍ଚ୍ଚା। ସେ ଏମିତି କାହିଁକି କହିଲେ ଆଉ କାହାକୁ ଦେଖାଇ କହିଲେ ସେ ନେଇ ଚାଲିଛି ଆଲୋଚନା। ଏକ ସଭାରେ ବିଧାୟକ ଅରୁଣ ସାହୁ କହିଲେ ଯେ, ତମେ କଣ ବାବୁ ପଣିଆ ଦେଖେଇ ହେଉଛି, ସମସ୍ତେ ବାବୁ ପଣିଆ ଦେଖି ହେବେ। ଓଡିଶାର ଦୁର୍ଗତି ପଛରେ ଯିଏ ଅଛି ତାଙ୍କର ମୁଖା ଖୋଲିଦେବି। ମୋ ମନରେ ବିଦ୍ରୋହର ନିଆଁ କୁହୁଳୁଛି। ଜାଳିପୋଡି ପାଉଁଶ କରିଦେବି ବୋଲି ଅରୁଣ କହିଛନ୍ତି। ତେବେ ଅରୁଣ କେଉଁ ବାବୁଙ୍କୁ ଏପରି କହିଛନ୍ତି ସେ କଥା ସ୍ପଷ୍ଟ କରି ନାହାଁନ୍ତି। କାହାକୁ ଏପରି ଇଙ୍ଗିତ କରିଛନ୍ତି ତାହା ମଧ୍ୟ ଉଲ୍ଲେଖ କରି ନାହାଁନ୍ତି। ହେଲେ ସେ…
ଭୁବନେଶ୍ବର: ଆସନ୍ତାକାଲି ରହିଛି ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ। ସେଥିପାଇଁ ଏହି ଗ୍ରହଣର ବିଧିବିଧାନ ଭାରତରେ ପାଳନ କରାଯିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଆସନ୍ତାକାଲି ଅପରାହ୍ନରେ ପୂଜା ନୀତିରେ ପରିବର୍ତ୍ତନ କରାଯିବ। ସୂଚନା ଅନୁସାରେ ଆସନ୍ତାକାଲି ୯ଟା ୫୭ ମିନିଟ୍ରେ ଗ୍ରହଣ ସ୍ପର୍ଶ କରିବ ଏବଂ ରାତି ୧ଟା ୨୭ ମିନିଟ୍ରେ ସର୍ବମୋକ୍ଷ ହେବ। ସେଥିପାଇଁ ହାଣ୍ଡିଛାଡ ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ କରାଯିବ। ସେହିପରି ଦେବ ନୀତି ମଧ୍ୟ ଏହି ସମୟରୁ ନିଷେଧ ରହିବ। ଗ୍ରହଣ ସର୍ବମୋକ୍ଷ ପରେ ରାତି ୨ଟାରୁ ଦ୍ବାରଫିଟା ନୀତି ଆରମ୍ଭ ହେବ। ଆସନ୍ତାକାଲି ଏହି ଗ୍ରହଣ ଭାରତର ସବୁ ଅଞ୍ଚଳରେ ଦୃଶ୍ୟମାନ ହେଉଥିବାରୁ ତାହା ସାଧାରଣରେ ଦେଖି ହେବ। ହେଲେ ଖାଲି ଆଖିରେ ତାହା ଦେଖିବାକୁ ବାରଣ କରାଯାଇଛି। ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି। ଆମେରିକା ରାଷ୍ଟ୍ରପତିଙ୍କ ବକ୍ତବ୍ୟର ଜବାବରେ, ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଯେ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଭାରତ-ଆମେରିକା ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ପ୍ରଶଂସା କରନ୍ତି। ଗତକାଲି ରାତିରେ ୱାଶିଂଟନରେ ଗଣମାଧ୍ୟମ ସହ ଆଲୋଚନା କରି ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ ଚିନ୍ତା କରିବାର କିଛି ନାହିଁ। ସେ ଶ୍ରୀ ମୋଦିଙ୍କୁ ଜଣେ ମହାନ ପ୍ରଧାନମନ୍ତ୍ରୀ ଭାବରେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ମୋର ବନ୍ଧୁ।
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ କେବଳ ଜାତୀୟ ସ୍ୱାର୍ଥ ଦ୍ୱାରା ନିୟନ୍ତ୍ରିତ ହେବ।ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ସେ କହିଛନ୍ତି, ଏହା ରୁଷୀୟ ତେଲ ହେଉ କିମ୍ବା ଅନ୍ୟ କିଛି, ଆମେ ଦର ଏବଂ ଲଜିଷ୍ଟିକ୍ସ ଦୃଷ୍ଟିରୁ ଆମର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବୁ। ଯେଉଁଠାରୁ ସୁବିଧା ହେବ ସେହି ଦେଶରୁ ତେଲ କିଣିବୁ। ସେ କହିଛନ୍ତି ଯେ ନୂତନ GST ବ୍ୟବସ୍ଥା ନାଗରିକଙ୍କ ବ୍ୟବହାରକୁ ଉନ୍ନତ କରିବ ଏବଂ ଏହା ପୁଞ୍ଜି ଖର୍ଚ୍ଚକୁ ପ୍ରଭାବିତ କରିବ ନାହିଁ। ଶ୍ରୀମତୀ ସୀତାରମଣ କହିଛନ୍ତି, ସମସ୍ତ ସାମଗ୍ରୀ ଏବଂ ସେବାର 99 ପ୍ରତିଶତ ବର୍ତ୍ତମାନ ଶୂନ୍ୟ, ପାଞ୍ଚ କିମ୍ବା 18 ପ୍ରତିଶତ ବର୍ଗରେ ଅଛି। ମନ୍ତ୍ରୀ ସୂଚନା ଦେଇଛନ୍ତି, ସରକାର 50 ପ୍ରତିଶତ ଆମେରିକୀୟ ଶୁଳ୍କ ଦ୍ୱାରା ପ୍ରଭାବିତ ରପ୍ତାନିକାରୀଙ୍କୁ ସମର୍ଥନ କରିବା ପାଇଁ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ରପ୍ତାନିକାରୀଙ୍କ ପାଇଁ ଏକ…
NIRF Ranking-2025: ସର୍ବାଙ୍ଗୀନ ଉତ୍କର୍ଷତା ପ୍ରତି ଏହାର ପ୍ରତିବଦ୍ଧତାର ଏକ ନିଦର୍ଶନ ସ୍ୱରୂପ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଗତକାଲି ଘୋଷଣା କରାଯାଇଥିବା ଏନଆଇଆରଏଫ ୨୦୨୫ ର ଇଞ୍ଜିନିୟରିଂ ବର୍ଗରେ ୧୫ ସ୍ଥାନ ଉପରକୁ ଉଠିଛି ଏବଂ ଏହି ବର୍ଗରେ ୩୯ ତମ ସ୍ଥାନ ହାସଲ କରିଛି। ସାମଗ୍ରିକ ବର୍ଗରେ, ଏହା ୧୦୧-୧୫୦ ରାଙ୍କ୍ ବ୍ୟାଣ୍ଡ ମଧ୍ୟରୁ ୨୦ ରୁ ଅଧିକ ସ୍ଥାନ ଉପରକୁ ଉଠି ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ୮୦ ରାଙ୍କ୍ ସହିତ ସ୍ଥାନ ପାଇଛି। ଏହି ଫଳାଫଳ ଉପରେ ମତ ଦେଇ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର କହିଛନ୍ତି: “ଏନଆଇଆରଏଫ୍ ରାଙ୍କିଂରେ ଆଇଆଇଟି ଭୁବନେଶ୍ୱରର ସ୍ଥିତିରେ ଏହି ଉଚ୍ଚ ଉନ୍ନତି ଆମର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଙ୍କ ସାମୂହିକ ପ୍ରୟାସର ଏକ ଉତ୍ସାହଜନକ ସ୍ୱୀକୃତି। ଯଦିଓ ଏହା ଆମର ସ୍ଥିର ପ୍ରଗତିକୁ ପ୍ରତିଫଳିତ କରୁଛି, ଆମେ ଶିକ୍ଷାଦାନ, ଗବେଷଣା, ଶିଳ୍ପ-ଶିକ୍ଷା ସହଯୋଗ, ଉଦ୍ୟୋଗ,…
ଭୁବନେଶ୍ୱର: କଲେଜ ମାନଙ୍କରେ ବର୍ତମାନ ଗଣ୍ଡଗୋଳିଆ ସ୍ଥିତି ଲାଗିରହିଛି । ଏହି ସମୟରେ ଆଗରୁ ବନ୍ଦ ହୋଇ ରହିଥିବା କଲେଜ ନିର୍ବାଚନ ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସୂଚନା ମିଳୁଛି। ହେଲେ ବର୍ତ୍ତମାନର ପରିସ୍ଥିତି ନିର୍ବାଚନ ପରିଚାଳନା ପାଇଁ ଅନୁକୂଳ ନୁହେଁ। ବାଲେଶ୍ୱରର ଏଫଏମ , ବିଜେବି କଲେଜ, ବାଣୀବିହାର ସମେତ କଲେଜଗୁଡ଼ିକରେ ଘଟିଥିବା ହିଂସା ଏବଂ ଆନ୍ଦୋଳନ ଘଟଣା ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ,ଭୟ ଏବଂ ଅନିଶ୍ଚିତତାର ଭାବନା ସୃଷ୍ଟି କରିଛି। ସେଥିପାଇଁ କଲେଜ ନିର୍ବାଚନ ବନ୍ଦ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି। ସଂଘ କହିଛି ଯେ, ପ୍ରତିଦିନ ଘଟୁଥିବା କ୍ୟାମ୍ପସ ହିଂସା, ଝିଅମାନଙ୍କ ପ୍ରତି ଅତ୍ୟାଚାର ଏବଂ ରାଜନୈତିକ ଦଳଗୁଡ଼ିକର ପ୍ରଭାବିତ ବ୍ୟୟ ସାପେକ୍ଷ କାର୍ଯ୍ୟକ୍ରମ ପ୍ରମୁଖ ଚିନ୍ତାର ବିଷୟ। ଯାହାର ସମାଧାନ କରାଯିବା ଆବଶ୍ୟକ। ରାଜନୈତିକ ଦଳ ତାଙ୍କର ଦଳୀୟ ସ୍ୱାର୍ଥ ହାସଲ ପାଇଁ ଛାତ୍ରମାନଙ୍କୁ…
ଭୁବନେଶ୍ୱର: ନିକଟରେ ଶିକ୍ଷା ମନ୍ତ୍ରାଳୟ ପ୍ରକାଶ କରିଥିବା ୟୁଡିଆଇଏସଇ ପ୍ଲସ ୨୦୨୪ – ୨୫ ରିପୋର୍ଟ ଓଡ଼ିଶାର ସ୍କୁଲ ଶିକ୍ଷାର ଦୟନୀୟ ଚିତ୍ରକୁ ସ୍ପଷ୍ଟ କରିଦେଇଛି। ଏହା ମାତ୍ର ଏକ ଶିକ୍ଷା ସଙ୍କଟ ନୁହେଁ, ଏହା ସମଗ୍ର ସମାଜ ପାଇଁ ଏକ ଗମ୍ଭୀର ସଙ୍କେତ। ଆଜି ଗୁରୁ ଦିବସ ଅବସରରେ ଓଡ଼ିଶାର ବିକଳ ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ମିଡିଆ ସେଲ୍ ଉପାଧ୍ୟକ୍ଷ ଅମିୟ ପାଣ୍ଡବ କହିଥିଲେ , ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଧସିପଡ଼ୁଛି। ମୁଖ୍ୟମନ୍ତ୍ରୀ ସମ୍ପାଦକୀୟ ଲେଖି ଭଲ ଶିକ୍ଷାର ପ୍ରୟୋଜନୀୟତାର କଥା କହୁଛନ୍ତି, କିନ୍ତୁ ସତ୍ୟ ବାସ୍ତବତା ଠାରୁ ବହୁ ଦୂରରେ। ଭାରତର ଶିକ୍ଷାମନ୍ତ୍ରୀ ଓଡ଼ିଶାର ପୁଅ ହୋଇଥିଲେ ମଧ୍ୟ ନିଜ ରାଜ୍ୟର ପିଲାମାନଙ୍କ ଶିକ୍ଷା ସଙ୍କଟକୁ ବୁଝିପାରୁନାହାନ୍ତି। ଦୁଃଖର ବିଷୟ, ଭାରତର ୧୦୦ ଶିକ୍ଷା ସଂସ୍ଥାନ ତାଲିକାରେ ଓଡ଼ିଶାର ଗୋଟିଏ ସରକାରୀ ସଂସ୍ଥା ମଧ୍ୟ ନାହିଁ। କଂଗ୍ରେସ ପ୍ରବକ୍ତା ଡ. ମନିଷା…
ଭୁବନେଶ୍ବର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି। ସଂଘ ପକ୍ଷରୁ ଗୁରୁ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କନିଷ୍ଠ ଶିକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ଏହି ନିଷ୍ପତ୍ତି ସହିତ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହେବା ସହିତ ସେମାନଙ୍କୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ । ଜୀବନରେ ଅନେକ ସମସ୍ୟା ଆସିବ, କିନ୍ତୁ ସମସ୍ତ ସମସ୍ୟାକୁ ସୁଯୋଗରେ ପରିଣତ କରି ଆଗକୁ ବଢିବା ପାଇଁ ଏବଂ ଜଣେ…
ଭୁବନେଶ୍ବର: ଆଜି କାଲି ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅସିମୀତ। ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରନ୍ତୁ। ପିଲା ମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ, ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ…
ଭାଇ, କାଲି ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି କି ମୋ ମୋବାଇଲରେ ଗୋଟେ SMS ଆସିଛି — ଯେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ମୋ ବ୍ୟାଙ୍କ ଏକାଉଣ୍ଟରେ ଡିପୋଜିଟ ହୋଇଛି — ମୁଁ ଖୁବ ଖୁସିରେ ଡେଇଁ ଡେ ଇଁ ବହାରକୁ ଆସିଲି – ସମସ୍ତଙ୍କୁ କହିଲି — ଦେଖ ଭାଇ ଦେଖ ଅଚ୍ଛେ ଦିନ ଆସିଗଲା ମୋ ଏକାଉଣ୍ଟକୁ ପଚାଶ ଲକ୍ଷ ଆସିଗଲା — ମୋ ଘରର ଅନ୍ୟମାନେ କହିଲେ ବେଶି ଡିଆଁ ମାରନା ଆମ ସମସ୍ତଙ୍କ ଖାତାରେ ବି ୫୦ ଲକ୍ଷ ଆସିଛି — ମୋ ରାଣ, ଭାରି ଦୁଃଖ ଲାଗିଲା ** ଭାବିଲି ଯାଏଁ ସାଙ୍ଗଙ୍କୁ କହିବି — ସାଙ୍ଗ କହିଲେ, ସେତିକି ଖୁସି ଥାଉ ଆମ ଖାତାରେ ମଧ୍ଯ ପଚାଶ ଲକ୍ଷ ଆସିଛି — ମୋର ସବୁ ଖୁସି ମାଟିରେ ମିଶିଗଲା ପୁଣି ଭାବିଲି – ଦୋକାନକୁ ଯାଇ କିଛି ଜିନିଷ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମନକୁ ପରିସ୍କାର କରିବା ପାଇଁ ଶିକ୍ଷକମାନଙ୍କର ସମର୍ପଣର ଏକ ଦୃଢ଼ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବା ମୂଳଦୁଆ। “ଆମେ ଡକ୍ଟର ଏସ୍. ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କ ଜୀବନ ଏବଂ ଚିନ୍ତାଧାରାକୁ ମଧ୍ୟ ମନେ ପକାଉଛୁ”, ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରି କହିଛନ୍ତି; “ସମସ୍ତଙ୍କୁ, ବିଶେଷକରି ସମସ୍ତ ପରିଶ୍ରମୀ ଶିକ୍ଷକଙ୍କୁ, ଶିକ୍ଷକ ଦିବସର ବହୁତ ବହୁତ ଶୁଭକାମନା! ମନକୁ ପୋଷଣ କରିବା ପାଇଁ ଶିକ୍ଷକମାନଙ୍କ ଉତ୍ସର୍ଗ ଏକ ଦୃଢ଼ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। ସେମାନଙ୍କର ପ୍ରତିବଦ୍ଧତା ଏବଂ କରୁଣା ଉଲ୍ଲେଖନୀୟ। ଆମେ ଡକ୍ଟର ଏସ୍. ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କ ଜୀବନ ଏବଂ ଚିନ୍ତାଧାରାକୁ ମଧ୍ୟ ମନେ ପକାଉଛୁ।”

