Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ
ଆଜିର ଖବର

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି: ଛାତ୍ର ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ JSSC-CGL ପରୀକ୍ଷା ବାତିଲ କରାଯିବ। ଏଥିସହ ୨୦୧୪ ମସିହାରୁ ଘଟିଥିବା ବଡ଼ ଓ ଛୋଟ ସମସ୍ତ ପରୀକ୍ଷା ଅନିୟମିତତାର ବ୍ୟାପକ ତଦନ୍ତ କରାଯିବ ବୋଲି ସୋରେନ କହିଛନ୍ତି।

ରାଞ୍ଚିରେ ଛାତ୍ରମାନଙ୍କ ବିକ୍ଷୋଭ ମଧ୍ୟରେ ସରକାରଙ୍କ ଏହି ନିଷ୍ପତ୍ତି ଆସିଛି। ଛାତ୍ରମାନଙ୍କ ଦାବି ନେଇ ସେମାନଙ୍କ ସହ ଆଲୋଚନା ହୋଇଥିବା କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବପିଢ଼ିର ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ।

ପରୀକ୍ଷା ପରିଚାଳନାରେ ଥିବା SOPକୁ ଠିକ୍‌ ଭାବେ ପାଳନ କରାଯାଇଥିଲେ ଅନିୟମିତତା ହୋଇନଥାନ୍ତା ବୋଲି ସୋରେନ କହିଛନ୍ତି। ଆଗକୁ ପରୀକ୍ଷା ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର କରାଯିବ ଏବଂ IAS ଅଧିକାରୀ ଅମିତାଭ କୌଶଳଙ୍କ ନେତୃତ୍ୱରେ ଏହି ସଂସ୍କାର ପ୍ରକ୍ରିୟା ଚାଲିବ।

ଅନ୍ୟପକ୍ଷରେ TDPL ସହ ଜଡ଼ିତ ପରୀକ୍ଷା, ପ୍ରକାଶିତ ଫଳାଫଳ, ଚୟନ ଓ ଅଂଶଗ୍ରହଣକାରୀ ପ୍ରାର୍ଥୀଙ୍କ ସମେତ ସମ୍ପୃକ୍ତ ସମସ୍ତ କାର୍ଯ୍ୟକଳାପ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ତଦନ୍ତ ବେଳେ ଅନେକ ଚମକାଇଦେବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ସେଗୁଡ଼ିକ ଏବେ ପ୍ରକାଶ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହ MMDR ଆଇନରେ କେନ୍ଦ୍ର ସରକାର କରିଥିବା ପରିବର୍ତ୍ତନ ନେଇ ଖୁବ୍‌ଶୀଘ୍ର ବୈଠକ ହେବ। ଆବଶ୍ୟକ ହେଲେ ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇପାରେ ବୋଲି ହେମନ୍ତ ସୋରେନ ସୂଚନା ଦେଇଛନ୍ତି।

CM Hemant Soren JSSC CGL exam cancelled Ranchi Protest
Share. Facebook Twitter LinkedIn Email WhatsApp Copy Link

Related Posts

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026
Latest News

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.