ଭୁବନେଶ୍ବର:ସଂଗୀତ ପ୍ରେମୀଙ୍କ ପାଇଁ ଏକ ଭଲ ଖବର। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି। ଏ ନେଇ ଭୁବନେଶ୍ବର ଏମ୍ସ ତରଫରୁ ଏକ ସ୍ବାସ୍ଥ୍ୟ ବୁଲେଟିନରେ ଏହା କୁହାଯାଇଛି। ଏଥିସହିତ ଏମ୍ସ ତରଫରୁ ଅଭିଜିତଙ୍କ ଏକ ଫଟୋ ମଧ୍ୟ ପ୍ରକାଶ କରାଯାଇଛି। ଯେଉଁଥିରେ ଦେଖାଯାଇଛି ଯେ, ଅଭିଜିତ ଏକ ସାଧାରଣ ବେଡରେ ଚିକିତ୍ସିତ ହେଉଛନ୍ତି। ଅଭିଜିତ ଲିଭର ସିରୋସିସ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ପ୍ରଥମେ ଆଇସିୟୁରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ପ୍ରଥମେ ଭେଣ୍ଟିଲେଟର ବାହାର କରାଯାଇଥିଲା। ଏହାପରେ ବର୍ତ୍ତମାନ ସାଧାରଣ ରୋଗୀଙ୍କ ପରି ସାଧାରଣ ବେଡରେ ରହି ଚିକିତ୍ସିତ ହେଉଛନ୍ତି। AZORTE’s New Campaign Redefines ‘Mid’ with Khushi Kapoor & Vedang Raina
Author: Samikhsya Bureau
ଭୁବନେଶ୍ବର: ଆସନ୍ତାକାଲି ଶନିବାର ଦିନ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରାଜ୍ୟ ସରକାର ତଥା ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ଝାରସୁଗୁଡା ଆସି ସେଠାରେ ଯୁବ ସେବା ସମାବେଶରେ ଯୋଗଦେବେ। ତେବେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଝାରସୁଗୁଡାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଶନିବାର ସକାଳ 9 ଟା 20 ମିନିଟରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ବାହାରିବେ। ସେ ସିଧା ଝାରସୁଗୁଡା ବିମାନ ବନ୍ଦରରେ ଦିନ 11 ଟା 10 ମିନଟରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ବହୁମନ୍ତ୍ରୀ ଓ ଅଧିକାରୀ ସ୍ବାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ସଡକ ପଥରେ ଆସି ଆମଲିପାଲି ରେ ଦିନ…
ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମହାନ ରାଷ୍ଟ୍ରବାଦୀ, ଜନନାୟକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ମହାନ ଦାର୍ଶନିକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଆତ୍ମନିର୍ଭର ଭାରତର ପଥ ଗାଁ, ଗରିବ, ଚାଷୀ, ମହିଳା ଏବଂ ଯୁୁବକମାନଙ୍କର ଅଂଶଗ୍ରହଣ ମାଧ୍ୟମରେ ନିର୍ମାଣ ହେବ । ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ହେଉଛି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରାର ଏକ ବ୍ୟାପକ ବିସ୍ତାର, ଯାହାର ଲକ୍ଷ୍ୟ ଭାରତକୁ ସାମାଜିକ ଓ ଆର୍ଥିକ ଭାବେ ଆତ୍ମନିର୍ଭର କରିବା । ଏହି ଅଭିଯାନ…
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀମୟି ମିଶ୍ରଙ୍କ ସମର୍ଥନରେ ବାହାରିଲେ ଅନ୍ୟତମ ନାରୀ ନେତ୍ରୀ ସୁନୀତ ମୁଣ୍ଡ। ଆଜି ସୁନୀତ ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ଏକ ଦୀର୍ଘ ଲେଖା ପୋଷ୍ଟ କରିଛନ୍ତି। ସେତିକି ନୁହେଁ ସେ ଏବଂ ଶ୍ରୀମୟିଙ୍କ ସହିତ ଏକ ଫଟୋ ମଧ୍ୟ ଏଥିରେ ସଂଲଗ୍ନ କରିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚା ଜାରୀ ରହିଛି। ସୁନୀତ ଲେଖିଛନ୍ତି ଯେ, “ଦଳ ବିରୋଧୀ କାମ କଲେ ଦଳ ନିଲମ୍ବନ କରେ” କଥାଟି କାନକୁ ଭଲ ଶୁଣାଯାଉଛି ତେବେ ପ୍ରକୃତ ଦଳ ବିରୋଧ କାମ କରିବା ଲୋକ ତ ନିଲମ୍ବିତ ହେଉନାହାନ୍ତି । ଯେମିତି ମ୍ୟାଡମ୍ ଶ୍ରୀମୟୀ ମିଶ୍ର ଲେନିନ୍ ବାବୁଙ୍କ କହିବାନୁଯାୟୀ ପଦବୀରେ ଅଛନ୍ତି ମାନେ ସେ ଦଳର ସଦସ୍ୟ ତେବେ ଜଣେ ପଦବୀଧାରୀ ଦଳର ନେତ୍ରୀଙ୍କ ବିରୁଦ୍ଧରେ ମନ୍ମଥ ରାଉତରାୟ ଟିପ୍ପଣୀ କରିବା ଏପରିକି ମୁକ୍ତଭାବେ…
ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ଜଣେ ଟାଟା ପାୱାର ଇଂଜିନିୟର ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ତୁଷାରକାନ୍ତ ରାୟ। ସେ TPCODL ର କାର୍ଯ୍ୟନିର୍ବାହୀ ଇଂଜିନିୟର ଅଛନ୍ତି। ସେ ଏକ ଆପାର୍ଟମେଣ୍ଟରେ ସବଷ୍ଟେସନ ବସାଇବା ପାଇଁ ଜଣେ ଇଲେଟ୍ରିକାଲ କଣ୍ଟ୍ରାକ୍ଟଠାରୁ ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି। ଘଟଣାରୁ ଜଣାପଡିଛି ଯେ, ତୁଷାରକାନ୍ତ ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ ପାଇଁ ସବଷ୍ଟେସନ ବସାଇବା ପାଇଁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ସେହି କଣ୍ଟ୍ରାକ୍ଟର ତାଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହାପରେ ଖୋଳତାଡ କରିବାରୁ ତାଙ୍କ ପାଖରୁ ₹9,53,200 ଟଙ୍କା ଏବଂ ସୁନା ଜିନିଷ ଜବତ କରାଯାଇଛି। ଏ ନେଇ ଭିଜିଲାନ୍ସ ତରଫରୁ ଅଧିକ ଖୋଳତାଡ କରାଯାଉଛି। ( ଏଥିରେ ଥିବା ଫଟୋ ଭିଜିଲାନ୍ସ ଦ୍ବାରା ପ୍ରଦାନ କରାଯାଇଛି।) SUM Hospital: Organs of…
ଏମ୍ସ ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱର, ଆୟୁଷ ବିଭାଗ ପକ୍ଷରୁ ଆୟୁର୍ବେଦ ଦିବସ ଅବସରରେ ପତ୍ରିକା “ଆୟୁଷ୍ବାଣୀ” ଉନ୍ମୋଚିତ ହୋଇଯାଇଛି। ଆୟୁଷ ବିଭାଗ ପକ୍ଷରୁ ପ୍ରକାଶିତ ଏହି ପତ୍ରିକା ଆୟୁର୍ବେଦ ସମ୍ପର୍କରେ ବିଭିନ୍ନ ସୂଚନା ଦେବା ସହିତ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବାରେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏନେଇ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଯୋଗ ଦେଇଥିଲେ। ଡ. ବିଶ୍ବାସ ଦୈନନ୍ଦିନ ସ୍ୱାସ୍ଥ୍ୟସେବାରେ ଆୟୁର୍ବେଦର ବର୍ଦ୍ଧିତ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆଧୁନିକ ଚିକିତ୍ସା ପଦ୍ଧତି ସହିତ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିକୁ ସମନ୍ୱିତ କରିବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଏମ୍ସ ଭୁବନେଶ୍ୱରରେ ଆୟୁଷ ବିଭାଗ ଉଭୟ ଓପିଡି ଏବଂ ଆଇପିଡି ସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ପଞ୍ଚକର୍ମ, ଶିରୋଧାର, ଜାନୁବସ୍ତି, କଟି ବସ୍ତି, ଶିରୋବସ୍ତି,…
ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେବା ପରେ ଗହନ କଥା ଖୋଲିବାରେ ଲାଗିଛନ୍ତି ନେତ୍ରୀ ଶ୍ରୀମୟି ମିଶ୍ର। ନିଜ ସାମାଜିକ ଗଣମାଧ୍ୟମରେ ସେ ଖୋଦ ନବୀନ ଏବଂ ପାଣ୍ଡିଆନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି। ଆଉ ତାହାକୁ ସାମନା କରିବାରେ ଲାଗିଛନ୍ତି ବିଜେଡିର ବହୁ ନେତା ଓ ନେତ୍ରୀ। ହେଲେ ଶ୍ରୀମୟୀଙ୍କ ବିଭିନ୍ନ ପୋଷ୍ଟିଂ ଦଳକୁ ବିବାଦୀୟ କରିଦେଉଥିବାରୁ ବିଜେଡି ବଡ ଚିନ୍ତାରେ ଅଛି। ଗତକାଲି ଦଳରୁ ନିଲମ୍ବିତ ହେବା ପରେ ସେ ତାଙ୍କର ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଦେଇଥିଲେ। ହେଲେ ଆଜି ପୁଣି ସେ ନିଜ ସାମାଜିକ ଗଣମାଧ୍ୟମରେ ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି। ଏଥିରେ ସେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ସେ ସାମାଜିକ ଗଣମାଧ୍ୟମରେ ଯାହା ଲେଖିଛନ୍ତି ତାହା ହେଲା… “ଗତବର୍ଷେ ହେଲା ମୁଁ ଦଳ ଭିତରେ ଅସନ୍ତୁଷ୍ଟ ଥିଲି ଓ ପଦପଦବୀକୁ ଗ୍ରହଣ କରି ନ ଥିଲି- ଏକଥା ଆଜି ସେମାନେ ଗଣମାଧ୍ୟମରେ ସମ୍ମୁଖରେ ସ୍ବୀକାର…
ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦୁଇଟି ବନ୍ଦେ ଭାରତ ସ୍ଲିପର ଟ୍ରେନ ଖୁବ୍ ଶୀଘ୍ର ଆରମ୍ଭ ହେବ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଥମ ଟ୍ରେନଟି ସମସ୍ତ ପରୀକ୍ଷଣ ଏବଂ ପରୀକ୍ଷାମୂଳକ ପ୍ରଦର୍ଶନ ସମାପ୍ତ କରିଛି ଏବଂ ଦ୍ୱିତୀୟ ଟ୍ରେନଟି ଆସନ୍ତା ମାସର ମଧ୍ୟଭାଗ ସୁଦ୍ଧା ସମାପ୍ତ ହେବାର ସମ୍ଭାବନା ଅଛି। ସେ କହିଛନ୍ତି, ରାତ୍ରୀକାଳୀନ ଯାତ୍ରାରେ ନିୟମିତ ସେବା ସୁନିଶ୍ଚିତ କରିବା ପାଇଁ ଦୁଇଟି ଟ୍ରେନକୁ ଏକାଠି ଆରମ୍ଭ କରାଯିବ। ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ICF) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି BEML ଦ୍ୱାରା ନିର୍ମିତ, ବନ୍ଦେ ଭାରତ ସ୍ଲିପର ଟ୍ରେନରେ 16ଟି କୋଚ୍ ରହିବ, ଯାହାକୁ AC ପ୍ରଥମ ଶ୍ରେଣୀ, AC 2-ଟାୟାର ଏବଂ AC 3-ଟାୟାରରେ ବିଭକ୍ତ କରାଯିବ। ଏହା 1,128 ଯାତ୍ରୀଙ୍କୁ ନେଇପାରିବ ଏବଂ 180 କିଲୋମିଟର ଘଣ୍ଟା ବେଗରେ ଚାଲିପାରିବ। ଏହାକୁ ଦେଶର ସବୁଠାରୁ ଦ୍ରୁତତମ ରାତ୍ରୀକାଳୀନ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରିବା ପରେ ତାହାର ଜବାବ ଦେଇଛନ୍ତି। ସେ ନିଜର ସାମାଜିକ ଗଣ ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ବିଜୁ ଜନତା ଦଳର ସାଧାରଣ ସଦସ୍ୟ ଭାବେ ନବୀକରଣ କରି ନାହିଁ। ତେଣୁ ମୁଁ ଦଳରେ ନ ଥିବା ବେଳେ ମୋତେ ନିଲମ୍ବନ କରିବାର କିଛି ମାନେ ନାହିଁ। ଶ୍ରୀମୟୀ ଯାହା ଲେଖିଛନ୍ତି ତାହା ହେଲା,” ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ…
ଭୁବନେଶ୍ବର: କରୋନା ମହାମାରୀ ସମୟରେ ରାଉରକେଲାର ଜେପି ହସ୍ପିଟାଲକଭ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ୧୧୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦିଆଯାଇଛି । ଏହି ଅର୍ଥ ଡିଏମଏଫ୍ ପାଣ୍ଠିରୁ ଯୋଗାଇ ଦିଆଯାଇଥିଲା । ଏହି ଡାକ୍ତରଖାନରେ ମୋଟ୍ ୧୮୭୯ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୯୮ ଜଣ ମୃତ୍ୟୁବରଣ କରିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଦର୍ଶାଛନ୍ତି ଯେ ରାଉରକେଲାର ଜେପି ହସ୍ପିଟାଲକୁ କରୋନା ଚିକିତ୍ସା ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ୧୧୦,୪୮,୨୨,୧୫୪ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଔଷଧ ବାବଦକୁ ନିଜସ୍ୱ ପାଣ୍ଠିରୁ ସରକାର ୨୧,୯୦,୪୩୩ ଟଙ୍କା ପ୍ରଦାନ କରିଥିଲେ । ଜେପି ହସ୍ପିଟାଲରେ ମୋଟ୍ ୧୮୭୯ ଜଣ କରୋନା ରୋଗୀଙ୍କର ଚିକିତ୍ସା ହୋଇଥିବାବେଳେ ସେମାନଙ୍କ ଠାରୁ ଚିକିତ୍ସା ବାବଦରେ କୌଣସି ଅର୍ଥ…
ଭୁବନେଶ୍ୱର : ଗୁଟ୍ଖା, ତମାଖୁ, ସିଗାରେଟ, ପାନମସଲା ଆଦିରୁ ରାଜ୍ୟ ସରକାର ଗତ ୧୦ବର୍ଷ ମଧ୍ୟରେ ଭାଟ୍ ଓ ଜିଏସ୍ଟି ବାବଦରେ ୬୭୫୦ କୋଟି ଟଙ୍କାର ଅଧିକ ଅର୍ଥ ପାଇଲେଣି । ୨୦୨୪-୨୫ ବର୍ଷରେ ଏହିସବୁ ସାମଗ୍ରୀରୁ ରେକର୍ଡ ପରିମାଣର ୧୨୩୪ କୋଟି ଟଙ୍କା ଆଦାୟ ହୋଇଛି । ଗୁଟ୍ଖା, ତମାଖୁ ଆଦି ଉପରୁ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ୨୦୧୮-୧୯ରୁ ନିୟମିତ ଭାବେ ଗୁଟ୍ଖା ତମାଖୁ ଆଦିରୁ ଆଦାୟ ଟିକସ ପରିମାଣ ବଢି ବଢି ଚାଲିଛି । ୨୦୧୮-୧୯ ବର୍ଷରେ ଏହି ସାମଗ୍ରୀରୁ ୪୮୦ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବାବେଳେ ୨୦୨୩-୨୪ରେ ଏହା ୧୦୧୨ କୋଟି ଟଙ୍କାକୁ ଟପିଯାଇଥିଲା । ଗତ ଆର୍ଥିକ ବର୍ଷରେ ଏହା ୧୨୩୪.୮୮ କୋଟି ଟଙ୍କାରେ ପହଞ୍ଚିଛି…
National Ayurveda Day: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆୟୁର୍ବେଦ ହେଉଛି, ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ । ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନ ଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇ ପାରିବ । ବର୍ତ୍ତମାନ ପ୍ରାୟ ସମସ୍ତେ ଆଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରୁଥିବା ବେଳେ, ଏହାର ପାର୍ଶ୍ବ ପ୍ରତିକ୍ରିୟା ଏବଂ ବ୍ୟୟସାପେକ୍ଷ ଚିକିତ୍ସା ପ୍ରଣାଳୀ ଲୋକଙ୍କୁ ବିକଳ୍ପ ଚିକିତ୍ସା ପଦ୍ଧତି…
ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପୂର୍ବରୁ କୁହାଯାଇଥିଲା ଯେ, ସେ ଆସନ୍ତା 27 ତାରିଖରେ ବ୍ରହ୍ମପୁର ଗସ୍ତରେ ଆସିବେ। ସେଠାରେ ସେ ଯୁବ ସେବା ଉତ୍ସବରେ ଯୋଗଦେବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ବୈଠକ କରି ତାଙ୍କର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ହେଲେ ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରାଯାଇଛି। ନୂଆ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆସନ୍ତା 27 ତାରିଖରେ ବ୍ରହ୍ମପୁର ନୁହେଁ ଝାରସୁଗୁଡା ଆସିବେ। ସେଥିପାଇଁ ସେଠାରେ ବ୍ୟାପକ ଆୟୋଜନ କରାଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆସନ୍ତା 27 ତାରିଖରେ ଝାରସୁଗୁଡା ଗସ୍ତରେ ଆସିବେ। ପୂର୍ବରୁ ସେ ବ୍ରହ୍ମପୁର ଆସିବେ ବୋଲି ସ୍ଥିର ହୋଇଥିଲା। ହେଲେ ସେଥିରେ ପରିବର୍ତ୍ତନ କରାଯାଇ ଝାରସୁଗୁଡା କରାଯାଇଛି। ତେବେ ବ୍ରହ୍ମପୁର ଆସିବେ ବୋଲି ରଙ୍ଗେଇଲୁଣ୍ଡାଠାରେ ବ୍ୟାପକ ବ୍ୟବସ୍ଥା…
ନୂଆଦିଲ୍ଲୀ: ଏକ ବଡ ଘଟଣା ପଦାକୁ ଆସିଛି। ଯାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କେହି କେବେ ଭାବି ନ ଥିବ ଯେ, ଜଣେ ବାଳକ ବିମାନରେ ଲୁଚି ନୂଆଦିଲ୍ଲୀ ପର୍ଯ୍ୟନ୍ତ ଉଡି ଚାଲିଆସିବ। ହେଲେ ଏହି ପରି ଏକ ଅସମ୍ଭବ କଥା ବର୍ତ୍ତମାନ ସମ୍ଭବ ହୋଇପାରିଛି। ଜଣେ ବାଳକ ବିମାନ ଭିତରେ ଲୁଚି ନୂଆଦିଲ୍ଲୀରେ ଓହ୍ଲାଇଛି। ସୁରକ୍ଷା କର୍ମୀ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏତେ ସୁରକ୍ଷା ଭିତରେ ବାଳକଟି କିପରି ବିମାନରେ ଆସିଲା ସେ ନେଇ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଏହି ଆଶ୍ଚର୍ୟ୍ୟ ଘଟଣାଟି ଗତ ଶନିବାର ଦିନ ଘଟିଛି। ଆଫଗାନିସ୍ଥାନ କାବୁଲ ରୁ ନୂଆଦିଲ୍ଲୀକୁ ଆସିଥିଲା Kam Air Lines flight (RQ-4401) ବିମାନ। ଏହି ବିମାନରୁ ଯାତ୍ରୀ ବାହାରିଯିବା ପରେ ଏକ ବାଳକ ବିମାନ ତଳେ ବୁଲୁଥିବାର ସୁରକ୍ଷା କର୍ମି ଦେଖିବାକୁ ପାଇଲେ। ସେମାନେ ଆଶ୍ଚର୍ଯ୍ୟ ହୋଇ…
ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି: ମହିଳା ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ୨୫ ଲକ୍ଷ ଅତିରିକ୍ତ ଏଲପିଜି ସଂଯୋଗ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ଅବସରରେ ମହିଳା ହିତାଧିକାରୀମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି, “ନବରାତ୍ରିର ପବିତ୍ର ଅବସରରେ, ମୁଁ ଉଜ୍ଜ୍ୱଳା ପରିବାରରେ ଯୋଗ ଦେଉଥିବା ସମସ୍ତ ମା’ ଏବଂ ଭଉଣୀମାନଙ୍କୁ ମୋର ଶୁଭକାମନା ଜଣାଉଛି। ଏହି ପଦକ୍ଷେପ କେବଳ ଏହି ପବିତ୍ର ପର୍ବରେ ସେମାନଙ୍କୁ ଆନନ୍ଦ ପ୍ରଦାନ କରିବ ନାହିଁ ବରଂ ମହିଳା ସଶକ୍ତିକରଣ ପ୍ରତି ଆମର ସଂକଳ୍ପକୁ ମଧ୍ୟ ମଜବୁତ କରିବ।” ଆଜି ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, “ନବରାତ୍ରି ଆରମ୍ଭ ହେବା ସହିତ,…
ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ବାଚସ୍ପତି। ଆଜି ଅପରାହ୍ନ ଚାରିଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହା ବିରୋଧରେ ହଟ୍ଟଗୋଳ କରିଥିଲେ। ଅନାସ୍ଥାକୁ ଗ୍ରହଣ ନ କରିବା ଏକ ଚକ୍ରାନ୍ତ ବୋଲି ଦଳର ବିଧାୟକମାନେ କହିଛନ୍ତି। ଏଥର ମୌସୁମୀ ଅଧିବେସନ ଆରମ୍ଭ ଦିନ କଂଗ୍ରେସ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଥିଲେ। ନିୟମ ଅନୁସାରେ ଏହାକୁ ତର୍ଜମା କରି ବାଚସ୍ପତି ଗ୍ରହଣ କରିବେ କି ନାହିଁ ତାହା ନିଷ୍ପତି ନିଆଯିବ। ତେବେ ଆଜି ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ ବୋଲି ଜଣାପଡିଥିଲା। ଫଳରେ କଂଗ୍ରେସ ବିଧାୟକମାନେ ଉତକ୍ଷିପ୍ତ ହୋଇପଡିଛନ୍ତି। ଏହା ବିଜେପି ଓ ବିଜେଡିର ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି। IIM Sambalpur Inaugurates First-Ever Batch of B.S. Programme
ଭୁବନେଶ୍ବର: ନିର୍ବାଚନ ଜିତିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଥମ ଥର ପାଇଁ ସେ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରି ଏହି ବାଜି ମାରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦିଙ୍କୁ ଅଠର ଖଣ୍ଡ ଭୋଟରେ ହରାଇ ସେ ବିଜୟ ଲାଭ କରିଛନ୍ତି। ଫଳରେ ତାଙ୍କର ପ୍ରଶଂସକ ପ୍ରଦୀପଙ୍କୁ ଟେକି ଧରି ଖୁସିରେ ନାଚି ଉଠିଥିଲେ। ଦୀର୍ଘବର୍ଷ ଧରି ଶାସନ କରିଥିବା ଅନ୍ୟତମ ମୁଖ୍ୟଶାସନ ସଚିବଙ୍କୁ ହରାଇ ସେ ଏହି ଜିତାପଟ ହାତେଇଛନ୍ତି। ଗତକାଲି ରାଜ୍ୟର ସଂଭ୍ରାନ୍ତ ଅନୁଷ୍ଠାନ ଭୁବନେଶ୍ବର କ୍ଲବରେ ସଭାପତି ପାଇଁ ନିର୍ବାଚନ ହେଉଥିଲା। ଏଥିରେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସହିତ ପ୍ରଦୀପ ଜେନାଙ୍କ ଲଢେଇ ହେଉଥିଲା। ଏଥିରେ ପ୍ରଦୀପ ଜେନାଙ୍କୁ ୮୯୧ ଭୋଟ ମିଳିଥିବାବେଳେ ଅସିତ ତ୍ରିପାଠୀ ପାଇଛନ୍ତି ୮୭୩ ଭୋଟ୍। ଅସୀତ ତ୍ରିପାଠୀ ଲଗାତର ଦୁଇଥର ସଭାପତି ଭାବେ ନିର୍ବାଚିତ ହୋଇ ଆସିଛନ୍ତି। ତେବେ ଏହି ନିର୍ବାଚନ ଜିତିବା…
ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭା ଚାଲିପାରିଲା ନାହିଁ। ବିରୋଧୀ ବିଜେଡିର ହଟ୍ଟଗୋଳ ପାଇଁ ଗୃହ ପୁଣି ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି। ବାଚସ୍ପତି ବାରମ୍ବାର ବିଜେଡି ବିଧାୟକଙ୍କୁ ଗୃହରେ ହଟ୍ଟଗୋଳ ନ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ବିଧାୟକମାନେ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ଛୁଟି ପରେ ବିଧାନସଭା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଶ୍ନକାଳ ପାଇଁ ବାଚସ୍ପତି କହିବା ପରେ ବିଧାୟକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ହେଲେ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସକୁ ବିରୋଧ କରି ହୋହାଲ୍ଲା କରିଥିଲେ। ବାଚସ୍ପତି ଯେତେ ବୁଝାଇଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଅନ୍ୟପଟେ ଅନାସ୍ଥା ନୋଟିସ ଦେଇଥିବା କଂଗ୍ରେସ ପ୍ଲାକାର୍ଡ ଧରି ନିଜନିଜ ଆସନରେ…
ଭୁବନେଶ୍ୱର : ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତିନି ଦିନିଆ ଭାରତ ପୋଏଲ୍ଟ୍ରି ଏକ୍ସପୋ ଆଜି ଉଦ୍ଯାପିତ ହୋଇଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ସଫଳତାର ସହ ଆୟୋଜିତ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର କୁକୁଡା ଚାଷୀ, କୁକୁଡା ଚାଷ ସହିତ ଜଡିତ ସଂସ୍ଥା ଅଂଶଗ୍ରହଣ କରିଥିଲେ । ବିଶେଷକରି କୁକୁଡାଖାଦ୍ୟ, ଔଷଧ, କୁକୁଡା ଫାର୍ମ ପାଇଁ ସାଜ ସରଞ୍ଜାମ ପ୍ରସ୍ତୁତ କରୁଥିବା ଶିଳ୍ପସଂସ୍ଥା ଯୋଗ ଦେଇଥିଲେ । ଆଜି ଉଦ୍ଯାପନ ଉତ୍ସବରେ ପ୍ରଫେସର ଏ ଜି ରାଓଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବିର୍ଦ୍ଧିତ ପିପିଲି ଅଞ୍ଚଳର ସଫଳ କୁକୁଡା ଚାଷୀ ନାରାୟଣ ସ୍ୱାଇଁ ଓ ଅନ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ଏହି ଏକ୍ସପୋରେ ଯୋଗ ଦେଇଥିବା ଉଦ୍ୟୋଗୀମାନଙ୍କୁ ମଧ୍ୟ ଏହି ଅବସରରେ କୁକୁଡା ଚାଷୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଜାତୀୟ ସମ୍ମିଳନୀରେ ପୋଏଲ୍ଟ୍ରି ସଂଘ, ଲେୟାର…
ଭୁବନେଶ୍ବର: ବିଶ୍ୱ ଶାନ୍ତି ଦିବସ ଅବସରରେ ଇନର୍ ୱିଲ୍ ୱୁମେନ୍ ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେଶନ୍, ପ୍ରେସିଡେଣ୍ଟ ମଧୁସ୍ମିତା ତ୍ରିପାଠୀଙ୍କ ନେତୃତ୍ୱରେ, ଭୁବନେଶ୍ୱରର ଧଉଳି ସ୍ତୂପ ପରିସରରେ ଏକ ଅନୁଷ୍ଠାନ ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସମଗ୍ର ବିଶ୍ୱରେ ସାମ୍ପ୍ରଦାୟିକ ସମ୍ମିଳନ, ଅହିଂସା ଓ ସାର୍ବଭୌମ ଭାଇଚାରାର ସନ୍ଦେଶ ପ୍ରସାର କରିବା ଥିଲା । ଅନେକ ସଦସ୍ୟ, ସାମାଜିକ କର୍ମୀ ଓ ଶାନ୍ତିପ୍ରିୟ ଲୋକମାନେ ଉତ୍ସାହର ସହିତ ଯୋଗଦେଇଥିଲେ । ଧୌଳି ସ୍ତୂପର ଶାନ୍ତିମୟ ପରିବେଶ ଏହି କାର୍ଯ୍ୟକ୍ରମକୁ ଅଧିକ ଅର୍ଥବାହୀ କରିଥିଲା । ବ୍ରହ୍ମା କୁମାରୀଜ୍ ଭୁବନେଶ୍ୱର ସବ୍-ଜୋନ୍ ଇନଚାର୍ଯ୍ୟ ବିକେ ଗୀତା ଦିଦି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବିଶ୍ୱ ଶାନ୍ତି ପାଇଁ ପ୍ରଥମ ପଦକ୍ଷେପ ଆନ୍ତରିକ ଶାନ୍ତି ଅଟୁଟ ରହିବା ଆବଶ୍ୟକ । ସକାରାତ୍ମକ ଚିନ୍ତା, ଧ୍ୟାନ ଓ ମୂଲ୍ୟାଧାରିତ ଜୀବନଚର୍ଯ୍ୟା ମାଧ୍ୟମରେ ସମାଜରେ ସହଯୋଗ…
ଭୁବନେଶ୍ୱର: ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସାହିତ୍ୟିକମାନଙ୍କ ସଂଖ୍ୟା କମ୍। ନାରୀ ବିଭିନ୍ନ ସାଂସାରିକ ଜଞ୍ଜାଳ ମଧ୍ୟରେ ଫସିରହି ଅନ୍ୟମାନଙ୍କୁ ସୁଖୀ କରୁଥିଲେ ମଧ୍ୟ ନିଜେ ଅବହେଳାର ଶିକାର ହୋଇଥାଏ। ପୁରୁଷମାନେ ପାଉଥିବା ସମସ୍ତ ସୁବିଧା ଯଦି ମହିଳାମାନେ ପାଆନ୍ତି, ତେବେ ସାହିତ୍ୟିକାଙ୍କ ସଂଖ୍ୟାରେ ପରିବର୍ତ୍ତନ ଘଟିପାରନ୍ତା। ବର୍ତ୍ତମାନ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ସାହିତ୍ୟିକା ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କାଙ୍କ କବିତା ସଂକଳନ ‘ଛାଇର ଛବି’ ପୁସ୍ତକର ପାଠକାର୍ପଣ ଅବସରରେ ଅତିଥିମାନେ ଏଭଳି କହିଛନ୍ତି। ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନ୍ କହିଲେ, ସାହିତ୍ୟ ସର୍ଜନା କ୍ଷେତ୍ରରେ ନାରୀମାନେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଲେ ଆମ ସାହିତ୍ୟ ସମୃଦ୍ଧ ହୋଇପାରିବ। ଏଥିପାଇଁ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ହେବ। ଏହି…

