Author: Samikhsya Bureau

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଏହି ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟ ଦଳ ଅଂଶଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଇଲିଆନା ସିତାରିଷ୍ଟ, ଗୁରୁ ରାମହରି ଦାସ, ଡ଼. ଚିତ୍ତରଞ୍ଜନ ମଲିଆ, ଗୁରୁ ଗୋବିନ୍ଦ ଗୋପାଳ, ସଙ୍ଗୀତଜ୍ଞ ଡ଼. ସଂଗୀତା ଗୋସାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। “ଗୋଟିପୁଅ ଆମ ଓଡ଼ିଆ ସଂସ୍କୃତିର…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟର ୪ର୍ଥ ବର୍ଷ ଛାତ୍ରୀମାନେ ଚାଷୀମାନଙ୍କୁ ଜୈବିକ ପ୍ରଣାଳୀରେ ଚାଷ ପଦ୍ଧତି ପ୍ରଶିକ୍ଷଣ ଦେଇଛନ୍ତି । ଆଜି ବାଲିଅନ୍ତା ବ୍ଲକ ଶିଙ୍ଗିରିଶାସନ ଗ୍ରାମଠାରେ ଧାନଚାଷ ସମେତ ଅନ୍ୟାନ୍ୟ ଫସଲ ଚାଷରେ ପୋକ, କୀଟ-ପତଙ୍ଗ ଲାଗିଲେ ଜୈବିକ ପଦ୍ଧତିରେ ଫସଲ ସୁରକ୍ଷିତ ରଖିବା କୌଶଳ ନେଇ ଚାଷୀମାନଙ୍କ ସହ ଆଲୋଚନା ହୋଇଥିଲା । ଚାଷୀମାନଙ୍କ ସହ ପ୍ରତ୍ୟକ୍ଷ ଭାବ ବିନିମୟ କାର୍ଯ୍ୟକ୍ରମ କୃଷିବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଶ୍ରୀକୁମାର ସମ୍ଭବ ଓ ଡଃ ଶୁଭଶ୍ରୀ ସରକାରଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ପୋକ ତଥା କୀଟପତଙ୍ଗ ଦାଉରୁ ଫସଲକୁ ଟ୍ରାଇକୋ କାର୍ଡ଼ ଓ ଚିତ୍ରମିରି ପୋକ ମାଧ୍ୟମରେ ରକ୍ଷା କରାଯାଇ ପାରିବାର ବୈଷୟିକ କୌଶଳ ପ୍ରଦର୍ଶନ ସହିତ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଛାତ୍ରୀମାନେ ଦେଇଥିଲେ । କ୍ଷେତ୍ର ପ୍ରଦର୍ଶନ ସହିତ ଚାଷୀମାନଙ୍କୁ ବିଭିନ୍ନ କୌଶଳ ଶିଖାଇବା ସହ ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରୀ କୁମାରୀ ସିମରନ…

Read More

ଭୁବନେଶ୍ବର: ପୁରୀ ରଥାଯାତ୍ରାରେ ବ୍ୟବହୃତ ରଥର ତିନୋଟି ଚକା ବର୍ତ୍ତମାନ ଭାରତର ସଂସଦରେ ସ୍ଥାନିତ ହେବ। ଏ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ସମ୍ମତି ପ୍ରଦାନ କରିଛନ୍ତି। ଫଳରେ ଏହା ଏକ ବଡ ଐତିହାସିକ ଘଟଣା ହେବ ବୋଲି କୁହାଯାଉଛି। ଓମ ବିର୍ଲା ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେ ଏହି ଗସ୍ତ ସମୟରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଥିଲେ। ସେଠାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ସ୍ବାଗତ କରାଯିବା ସହିତ ରଥଯାତ୍ରାରେ ବ୍ୟବହୃତ ରଥ ଚକା ସଂସଦରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ସେ ରାଜି ହୋଇଛନ୍ତି। ଖୁବ ଶିଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ପୁରୀରେ ତିନି ରଥର ଭଙ୍ଗା କାର୍ଯ୍ୟ ଚାଲିଛି। ଏହାର ବିଭିନ୍ନ ଅଂଶକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଲାମ କରାଯାଉଛି। ଯେଉଁମାନେ ଏହାକୁ ଭକ୍ତିମାର୍ଗରେ ବ୍ୟବହାର କରିବେ ତାଙ୍କୁ ଦିଆଯିବ ବୋଲି ନିୟମ ରହିଛି।…

Read More

ଭୁବନେଶ୍ବର: ଆଜି ରାଜ୍ୟ ରାଜନୀତିରେ ଏକ ଭିନ୍ନ ପ୍ରକାରର ପରିବେଶ ଦେଖିବାକୁ ମିଳିଛି। ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଠାତ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ଏବଂ ତାଙ୍କୁ ସାକ୍ଷାତ କରିବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଉଭୟ ବିପରିତ ଦିଗରେ ଗତି କରୁଥିବା ବେଳେ ହଠାତ ଏକାଠି ହେବା ନିଶ୍ଚିତ ଭାବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ବୈଠକକୁ ଆହୁରି ରୋଚକ କରିଛି ତାଙ୍କ ସହିତ ଆଉ ତିନି ତାଙ୍କ ଖାସ ତିନି ମନ୍ତ୍ରୀ ଏଥିରେ ସାମିଲ ଥିଲେ। ସେମାନେ ହେଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥିସହିତ କିଛି ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଟିମ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ।…

Read More

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ସମୟ ବୃଦ୍ଧି କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଙ୍କେତ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚାଷୀ ଯେପରି ତାହାର ଅଧିକାରରୁ ବଞ୍ଚିତ ନ ହୁଏ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ପଂଜିକରଣ ଶେଷ ହେବା ପରେ ମଧ୍ୟ ଅନେକ ଚାଷୀ ସେଥିରେ ସାମିଲ ହୋଇପାରି ନାହାଁନ୍ତି। ସେଥିପାଇଁ ଏହି ସମୟ ବୃଦ୍ଧି କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୯ ଲକ୍ଷ୍ୟ ୬୬ ହଜାର ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ତେବେ ଯେଉଁମାନେ ସରକାରୀ ଜମି, ଶ୍ମସାନ ଜମି, ମନ୍ଦିର ଜମି ରେଜିଷ୍ଟ୍ରେସନ୍ କରିଥିବେ ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ। ଫଳରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇପାରେ।

Read More

ଭୁବନେଶ୍ବର: ଏଥର ସେପ୍ଟେମ୍ବର ମାସଟି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ଏହି ମାସରେ ବହୁ ବଡ ପର୍ବପର୍ବାଣୀ ପଡୁଛି। ମୁଖ୍ୟତଃ ଦୁର୍ଗାପୂଜା ମାହୋଲ ଏହି ମାସରେ ଆରମ୍ଭ ହୋଇଯାଉଛି। ଏଥିସହିତ ପିତୃପୁରୁଷଙ୍କ ପକ୍ଷ ଏହି ମାସରେ ଆରମ୍ଭ ହୋଇଯାଉଛି। ତେବେ ଯେଉଁ ସବୁ ବଡବଡ ପର୍ବପର୍ବାଣି ରହିଛି ତାହା ହେଲା.. ସେପ୍ଟେମ୍ବର ୧ ତାରିଖ- ତାଳ ନବମୀ, ଠାକୁର ଅନୁକୂଳଚନ୍ଦ୍ର ଜୟନ୍ତି ସେପ୍ଟେମ୍ବର ୩ ତାରିଖ- ପାର୍ଶପରିବର୍ତ୍ତନ ବଡ ଏକାଦଶୀ ସେପ୍ଟେମ୍ବର ୪ ତାରିଖ- ସୁନିଆଁ ସେପ୍ଟେମ୍ବର ୫ ତାରିଖ- ଗୁରୁଦିବସ ସେପ୍ଟେମ୍ବର ୬ ତାରିଖ- ଅନନ୍ତ ବ୍ରତ ସେପ୍ଟମ୍ବର ୭ ତାରିଖ- ଭାଦ୍ରବ ପୂର୍ଣ୍ଣିମା, ଭାଗବତ ଜନ୍ମ ସେପ୍ଟେମ୍ବର ୧୪ ତାରିଖ- ମୂଳାଷ୍ଠମୀ ସେପ୍ଟମ୍ବର ୧୭ ତାରିଖ- ସଂକ୍ରାନ୍ତି, ବିଶ୍ବକର୍ମା ପୂଜା ସେପ୍ଟେମ୍ବର ୨୧ ତାରିଖ- ମହାଳୟା ସେପ୍ଟେମ୍ବର ୨୨ ତାରିଖ- ନବଦିନାତ୍ମକ ପୂଜା ଆରମ୍ଭ ସେପ୍ଟେମ୍ବର ୨୮ ତାରିଖ- ପୀଠେ ସପ୍ତମୀ ପୂଜା ସେପ୍ଟେମ୍ବର…

Read More

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଆଜି କର୍ଣ୍ଣାଟକ ମୈସୁରୁସ୍ଥିତ ଶ୍ରୀ ସୁତ୍ତୁର ମଠରେ ଯୋଗ ଦେଇ ଜଗଦଗୁରୁ ଡ. ଶ୍ରୀ ଶିବରାତ୍ରୀ ରାଜେନ୍ଦ୍ର ମହାସ୍ୱାମୀଜୀଙ୍କ ୧୧୦ତମ ଜନ୍ମବାର୍ଷିକୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସନ୍ଥ ଏବଂ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ଦଳିତଙ୍କ ସେବା କରିବା ହେଉଛି ପ୍ରକୃତ ପୂଜା। “ରାଜନୀତି ବିଭାଜନ କରେ, କିନ୍ତୁ ଧର୍ମ ଏକତ୍ର କରେ, ଏବଂ ଆଜି ଧର୍ମ ଆମ ସମସ୍ତଙ୍କୁ ମାନବତାର ସେବା ପାଇଁ ଏକତ୍ର କରିଛି”, ବୋଲି ସେ କହିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମଠ ବହୁ ବର୍ଷ ଧରି ସମାଜ କଲ୍ୟାଣ ଏବଂ ମାନବତାର ସେବାରେ ଏକ ଅତୁଳନୀୟ ଭୂମିକା ଗ୍ରହଣ କରିଆସୁଛି। ଶିକ୍ଷା ଠାରୁ ସ୍ୱାସ୍ଥ୍ୟସେବା…

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍‌, ସ୍ତମ୍ଭକାର ତଥା ନୂଆ ଦିଲ୍ଲିସ୍ଥିତ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ୍‌’ ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ରନ ନାଥ ରାଉତ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶା ଅଭିଲେଖାଗାରର ବୈଷୟିକ ସହାୟକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା । ସମ୍ପାନର ମୁଖ୍ୟ ବକ୍ତା ପ୍ରଫେସର ଦେବେନ୍ଦ୍ର ନାଥ ରାଉତ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର’ ଶୀର୍ଷକରେ କହିଥିଲେ ଯେ ବିଶ୍ୱର ପ୍ରତ୍ୟେକ କୋଣରେ ରହୁଥିବା ଓଡ଼ିଆ ଯୁବ ଧ୍ୱଜା ଧାରକ ଓଡ଼ିଆ ଅସ୍ମିତା କଣ ବୁଝିବାକୁ ହେବ! ଓଡ଼ିଶୀ, ସମ୍ବଲପୁରୀ, ଛଉ ବା ଅନ୍ୟ ମନବିମୋହିତ କରିବାର କଳା ଓ…

Read More

ମେଷ-  ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ବୃଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ମିଥୁନ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ ଏହି ଦିନ ଆପଣଙ୍କୁ ଭଲ ଫଳାଫଳ ଦେବ। ଦିନଟି ଭଲ ହେବ। ଆଜି, ସୃଜନଶୀଳ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ଆପଣ ମଧ୍ୟ କଠିନ ପରିଶ୍ରମ କରିବେ। ବ୍ୟବସାୟ ବିସ୍ତାର ହେବ କିନ୍ତୁ ଅସୁବିଧାର ସମ୍ମୁଖୀନ…

Read More

ଭୁବନେଶ୍ବର: ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ରେଳ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏହି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ହଜାର ହଜାର ସ୍ୱତନ୍ତ୍ର ଟ୍ରେନ୍ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ବିହାର ଯାଉଥିବା ଯାତ୍ରୀଙ୍କ ସୁବିଧା ପାଇଁ 12000 ରୁ ଅଧିକ ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ଯେଉଁ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରାଯାଇଛି ସେଗୁଡ଼ିକର ବିଜ୍ଞପ୍ତି ମଧ୍ୟ ଏବେ ଜାରି ହେବା ଆରମ୍ଭ ହୋଇଛି। 21 ସେପ୍ଟେମ୍ବରରୁ 30 ନଭେମ୍ବର 2025 ପର୍ଯ୍ୟନ୍ତ ମୋଟ 150 ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯାହା ମାଧ୍ୟମରେ ମୋଟ 2024 ଅତିରିକ୍ତ ଯାତ୍ରା ସୁନିଶ୍ଚିତ କରାଯିବ। ପାର୍ବଣ ଋତୁ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଯାତ୍ରୀମାନଙ୍କର ସୁଗମ ପରିବହନ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହିତ ଉତ୍ସବ ପାଳନ କରିବାର…

Read More

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)  ଓ  ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମ ସରକାରଙ୍କ ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଥିଲେଯେ ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର, ଦେଶର ବାଣିଜ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ। କାରଣ GST ଦର କମ ହେଲେ ଦେଶରେ consumption ବୃଦ୍ଧି ହେବ, consumption ବୃଦ୍ଧି ହେଲେ ଅଧିକ ମାନୁଫାକ୍‌ଚରିଂ ହେବ, ଅଧିକ ରୋଜଗାର ବଢିବ। ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍…

Read More

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଗଣ ସବୁ ସମୟରେ ଦଳମତରୁ ଉର୍ଦ୍ଧ୍ୱରେ ରହି ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି। ଆଜି ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯାହା ବି ଉନ୍ନତି ହୋଇଛି, ତାହା ଏହି ସବୁ କମିଟିର ପ୍ରସ୍ତାବ, ଅନୁଶୀଳନ ଓ ତଦାରଖ ଯୋଗୁ ସମ୍ଭବ ହୋଇପାରିଛି। ଦଳମତ ନିର୍ବିଶେଷରେ ସଂସଦୀୟ ଓ ବିଭିନ୍ନ ରାଜ୍ୟର କମିଟି…

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରଧାରକଙ୍କ ପାଇଁ ଖୁସି ଖବର। ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ୍ ୨୦୨୬ ରେ ଆସିବ ଜିଓ ଆଇପିଓ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି, “ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ ଜିଓ ଏହାର ଆଇପିଓ ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଛି। ଆମର ଲକ୍ଷ୍ୟ ରହିଛି ୨୦୨୬ର ପ୍ରଥମାର୍ଦ୍ଧ ସୁଦ୍ଧା ଜିଓକୁ ସୁଚକାଙ୍କରେ ସାମିଲ କରିବା। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଜିଓ ଆମର ବିଶ୍ୱ ସ୍ତରର ସମକକ୍ଷ କମ୍ପନୀମାନଙ୍କ ପରି ସମାନ ମୂଲ୍ୟ ସୃଷ୍ଟି କରିବ। ମୋର ବିଶ୍ୱାସ ରହିଛି ଯେ ଏହା ସମସ୍ତ ନିବେଶକଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ସୁଯୋଗ ହେବ।” ରିଲାଏନ୍ସ ଜିଓ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି,…

Read More

ମୁମ୍ବାଇ: ଗୁଜୁରାଟର ଜାମନଗରରେ ନିର୍ମିତ ଧୀରୁଭାଇ ଅମ୍ବାନୀ ଗିଗା ଏନର୍ଜି କମ୍ପ୍ଲେକ୍ସ ଟେସଲାର ଗିଗାଫ୍ୟାକ୍ଟ୍ରି ଅପେକ୍ଷା ଚାରି ଗୁଣ ବଡ଼। ୪୪ ଲକ୍ଷ ବର୍ଗଫୁଟ ପରିବ୍ୟାପ୍ତ ଏହି ଗିଗା ଏନର୍ଜି କମ୍ପ୍ଲେକ୍ସର କାମ ରେକର୍ଡ ଗତିରେ ଚାଲିଛି। ଏପର୍ଯ୍ୟନ୍ତ ଏହାକୁ ନିର୍ମାଣ କରିବା ପାଇଁ ୩୪ ଲକ୍ଷ ଘନ ମିଟର କଂକ୍ରିଟ୍ ବ୍ୟବହାର କରାଯାଇଛି। ଏଥିରେ ୭ ଲକ୍ଷ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି, ଯାହା ପ୍ରାୟ ୧୦୦ଟି ଆଇଫେଲ୍ ଟାୱାର ନିର୍ମାଣ କରିପାରିବ। ଏକ ଲକ୍ଷ କିଲୋମିଟର କେବୁଲ୍ ବିଛାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୮ତମ ବାର୍ଷିକ ସାଧାରଣ ବୈଠକରେ ପ୍ରଥମ ଥର ପାଇଁ ସେୟାରଧାରୀମାନଙ୍କୁ ସମ୍ବୋଧିତ କରି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ନୂତନ ଶକ୍ତି ପ୍ରକଳ୍ପ ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, “ନିର୍ମାଣ ହେବା ପରେ, ଜାମନଗର କମ୍ପ୍ଲେକ୍ସ ବିଶ୍ୱର ସର୍ବବୃହତ ପାରମ୍ପରିକ ଶକ୍ତି କମ୍ପ୍ଲେକ୍ସ ତଥା ବିଶ୍ୱର ସର୍ବବୃହତ ନୂତନ ଶକ୍ତି…

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଏକ ନୂତନ ସହାୟକ କମ୍ପାନୀ, ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ୟାପକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିଭୂମି ରହିବ। ଏଥିସହିତ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ସବୁଠାରେ ଏବଂ ସଭିଙ୍କ ପାଇଁ ଏଆଇର ଦୃଷ୍ଟିକୋଣକୁ କମ୍ପାନୀ ଆଗକୁ ବଢା଼ଉଥିବା ପ୍ରକାଶ କରି ରିଲାଏନ୍ସର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେ ଏହା କହିଛନ୍ତି। ରିଲାଏନ୍ସ ଇଣ୍ଟେଲିଜେନ୍ସ ଗିଗାୱାଟ୍-ସ୍କେଲ, ଏଆଇ-ରେଡି ଡାଟା ସେଣ୍ଟର ନିର୍ମାଣ କରିବ, ଯାହା ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ ବୋଲି ଅମ୍ବାନୀ କମ୍ପାନୀର ଏଜିଏମରେ ସୂଚନା ଦେଇଛନ୍ତି। ରିଲାଏନ୍ସ ଏଜିଏମରେ ଅମ୍ବାନୀ ମଧ୍ୟ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସ୍ଥାପନ ନେଇ ଘୋଷଣା କରିଛନ୍ତି। ଏହି ସହଭାଗିତା ସମ୍ପର୍କରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଅନୁରୋଧ ପାଇଥିଲେ ଯାହା ପରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଏକ କମିଟି ଗଠନ କରିଥିଲା। ପ୍ୟାକେଜିଂ ଶୁଳ୍କର ଏକ ବ୍ୟାପକ ସମୀକ୍ଷା କରିବା ପାଇଁ ଗଠିତ ଏହି କମିଟିରେ ରାଜ୍ୟ ସରକାର, କେନ୍ଦ୍ରଶାସିତ…

Read More

ଭୁବନେଶ୍ବର: ଭୋଟ ଚୋରିର ପର୍ଦ୍ଦାଫାସ କରି ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିହାରରେ “ ଭୋଟ ଅଧିକାର ଯାତ୍ରା ” ବର୍ତ୍ତମାନ ବିପୁଳ ଜନ ସମର୍ଥନ ହାସଲ କରୁଛି। ଏହି ପରିପ୍ରେଷୀରେ ଅସହିଷ୍ଣ୍ଣୁ ବିଜେପି ଦଳ ହୀନ ଚକ୍ରାନ୍ତ କରି ରାଜ୍ୟରେ ହିଂସାକାଣ୍ଡ ଭିଆଊଛି। ଯାହାର ଊଦାହରଣ ଆଜି ବିହାରରେ ଘଟିଥିବା ଘଟଣାରୁ ଜଣାଯାଊଛି ବୋଲି କହିଛି କଂଗ୍ରେସ। ଗତ ୨୭ ତାରିଖ ରାହୁଳ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରାକୁ ଭଣ୍ଡୁର କରିବା ପାଇଁ ବିହାରରେ ବିଜେପି ତାର ସଂଖ୍ୟାଲଘୁ ବିଭାଗର ଜଣେ କର୍ମୀଙ୍କୁ ନିୟୋଜିତ କରିଥିଲା ବୋଲି କଂଗ୍ରେସ କହିଛି। ଊକ୍ତ କର୍ମୀ ପ୍ରଧାନମନ୍ତ୍ରୀଙ୍କର ସ୍ୱର୍ଗୀୟା ମାଆଙ୍କୁ ଗାଳି ଦେଇଥିଲା। ସଦାକତ ଆଶ୍ରମ ଯାହା କି ଏବେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି ଏବଂ ଉକ୍ତ ଆଶ୍ରମ ଏକଦା ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର…

Read More

The Samikhsya Desk: ଆଜି ଛତିଶଗଡର ରାୟପୁର ଠାରେ ଲୋକାୟନ ସଭାଗୃହ ରେ ମହାନଦୀର ସଙ୍କଟ ଓ ଜଳ ବିବାଦକୁ ନେଇ ଏକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ବିରାଦରି ର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ବୈଠକରେ ଛତିଶଗଡ଼ ଓ ଓଡ଼ିଶାର ଅନେକ ନଦୀ ଆନ୍ଦୋଳନର ନେତୃତ୍ଵ ଯୋଗ ଦେଇଥିଲେ। ଜଳ ମାନବ ଡ ରାଜେନ୍ଦ୍ର ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଛି।  ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହମତିକୁ ବୈଠକ ରେ ସ୍ବାଗତ କରାଯାଇଥିଲା। କିନ୍ତୁ ଆପୋଷ ଆଲୋଚନା କୁ ଯିବା ପୂର୍ବରୁ ଅଣ ମୌସୁମୀ ସମୟରେ ଯେତିକି ପାଣି ଓଡ଼ିଶାର ଆବଶ୍ୟକତା ରହିଛି ତାକୁ ଛାଡ଼ିବାକୁ ସର୍ତ୍ତ ରହିବା ଜରୁରୀ ବୋଲି ବୈଠକ ରେ…

Read More

ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଯଦ୍ୱାରା କାରଖାନା ପ୍ରଭାବିତ ଏବଂ ସ୍ଥାନୀୟ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ରାଉଲିଘାଟି ଗାଁରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଯଦ୍ୱାରା ଗ୍ରାମବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ଉନ୍ନତି ପରିଲିକ୍ଷିତ ହୋଇଛି। ଦୀର୍ଘଦିନ ହେଲା ଉକ୍ତ ଗାଁରେ ରାସ୍ତା ନଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଗାଁକୁ ରାସ୍ତା ନଥିବାରୁ ଲୋକେ ଦୈନିକ ଯାତାୟାତ ପାଇଁ ପାହାଡ଼ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରୁଥିଲେ। ଅନେକ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାବେଳେ ଗାଁକୁ ରାସ୍ତା ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ତଥା ଗ୍ରାମବାସୀ…

Read More

The Samikhsya Desk: ଗଣେଶ ଚତୁର୍ଥୀ ଯୋଗୁଁ ବନ୍ଦ ରହିବାର ଗୋଟିଏ ଦିନ ପରେ ଆଜି ଗୁରୁବାର, ଅଗଷ୍ଟ ୨୮, ୨୦୨୫ ରେ ବେଞ୍ଚମାର୍କ ସୂଚକାଙ୍କ ନିଫ୍ଟି ଏବଂ ସେନସେକ୍ସ ସେସନକୁ ତଳ ସ୍ତରରେ ଖୋଲିଥିଲା। ପ୍ରାରମ୍ଭିକ କାରବାରରେ BSE ସେନସେକ୍ସ ପ୍ରାୟ ୬୯୩ ପଏଣ୍ଟ ବା ୦.୮୬ ପ୍ରତିଶତ ହ୍ରାସ ପାଇ ୮୦,୦୯୩.୫୨ ଛୁଇଁଥିଲା। ସେହିପରି ନିଫ୍ଟି ୫୦ ୧୩୨.୩ ପଏଣ୍ଟ ହ୍ରାସ ପାଇ ୨୪,୬୦୦ ତଳେ କାରବାର କରିଥିଲା। ନିଫ୍ଟି କ୍ଷେତ୍ରୀୟ ସୂଚକାଙ୍କ ମଧ୍ୟରେ, IT ଏବଂ ବ୍ୟାଙ୍କ ଷ୍ଟକ୍ ସବୁଠାରୁ ବଡ଼ ମାଡ ଥିଲା। ଏହି ରିପୋର୍ଟ ଲେଖାଯିବା ସମୟରେ BSE ମିଡକ୍ୟାପ୍ ୨୪୬.୬୦ ପଏଣ୍ଟ ବା ୦.୫୪ ପ୍ରତିଶତ ହ୍ରାସ ପାଇଥିଲା। BSE ସ୍ମଲକ୍ୟାପ୍ ସୂଚକାଙ୍କ ୨୦୩.୪୨ ପଏଣ୍ଟ ବା ୦.୩୯ ପ୍ରତିଶତ ହ୍ରାସ ପାଇ ୫୧,୮୯୪.୧୭ ରେ କାରବାର କରିଥିଲା। ସକାଳ ପ୍ରାୟ ୯:୫୩ ସମୟରେ ପ୍ରାୟ ୯୨୧ ସେୟାର ବୃଦ୍ଧି ପାଇଥିବା ବେଳେ…

Read More

ଭୁବନେଶ୍ବର: ଗଣେଶ ପୂଜା ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମନ୍ୱୟର ପ୍ରତୀକ ବୋଲି ବୁଧବାର ଦେବଗଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଦେବଗଡ଼ରେ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ୭୬ ତମ ସାର୍ବଜନୀନ ଗଣେଶ ମେଳାରେ ସାମିଲ ହେବା ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି। ‘ଶ୍ରୀ ଗଣେଶ ଚତୁର୍ଥୀ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣେଶ ପୂଜା ସାମାଜିକ ଐକ୍ୟ ଓ ସାମୟିକ ପ୍ରଗତିର ବିଶେଷ ଆକର୍ଷଣ । ଦେବଗଡ଼ରେ ଗଣେଶ ପୂଜାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଉତ୍ସାହ ଅଛି । ସବୁଠି ଅଧ୍ୟାତ୍ମିକ ବାତାବରଣ ତିଆରି ହୋଇଛି। ଶ୍ରୀଗଣେଶ ପୂଜାର ପରମ୍ପରାକୁ ଆକର୍ଷଣୀୟ ଭାବେ ଲମ୍ବା ସମୟ ଧରି ଆୟୋଜନ ହୋଇ ଆସୁଥିବାରୁ ଶ୍ରୀ ପ୍ରଧାନ…

Read More