Author: Samikhsya Bureau

ଦିଲ୍ଲୀ: ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ କୋଇଲା ଖଣି ଗୁଡିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଶୀର୍ଷ ୩୭ଟି କୋଇଲା ଖଣି ଗୁଡିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି। ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯…

Read More

ନୂଆଦିଲ୍ଲୀ: ରେଳ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 15 ଟି ଷ୍ଟେସନ ସମେତ ଦେଶର 756 ରେଲୱେ ଷ୍ଟେସନରେ ନିର୍ଭୟା ପାଣ୍ଠି ଅଧୀନରେ ଭିଡିଓ ସର୍ଭିଲାନ୍ସ ସିଷ୍ଟମ (ଭିଏସଏସ) ପ୍ରୋଜେକ୍ଟ (ସିସିଟିଭି କ୍ୟାମେରା ନେଟୱାର୍କ) କାର୍ଯ୍ୟକାରୀ କରିବାକୁ ଯାଉଛି। ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଚୂଡାନ୍ତ ହୋଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ A1, A, B, C ନମ୍ବର 756 (ଷ୍ଟେସନଗୁଡିକର ତାଲିକା ସଂଲଗ୍ନ) ର ପ୍ରମୁଖ ଷ୍ଟେସନଗୁଡିକ ଅନ୍ତର୍ଭୁକ୍ତ ହେବ ଏବଂ ଜାନୁୟାରୀ 2023 ସୁଦ୍ଧା ଶେଷ ହେବାର ସମ୍ଭାବନା ଅଛି। ଅବଶିଷ୍ଟ ଷ୍ଟେସନଗୁଡିକ ଠାରେ ଏହି ପ୍ରଣାଳୀର କାର୍ଯ୍ୟକାରୀ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବ। ଯାତ୍ରୀଙ୍କ ସୁରକ୍ଷା ରେଳ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟ କ୍ଷେତ୍ର ଅଟେ। ରେଳ ଷ୍ଟେସନ ଯାହାକି ପରିବହନର ଏକ ପ୍ରମୁଖ ହବ୍ ଅଟେ, ସେଠାରେ…

Read More

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଥଲେଟ୍ ପି.ଟି ଉଷା ଏବଂ ରଚନା, ଗୀତିକାର ତଥା ଗାୟକ ଇଲୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସାମାଜିକ କର୍ମୀ ବିରେନ୍ଦ୍ର ହେଗଡେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୪ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୮.୫୮ ପ୍ରତିଶତ ରହିଛି। ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୨୦ ଜଣ, ଏ-୨ ଗ୍ରେଡ଼ରେ ୨୨୮ ଜଣ, ବି-୧ ଗ୍ରେଡ଼ରେ ୪୩୧ ଜଣ ଏବଂ ବି-୨ ଗ୍ରେଡ଼ରେ ୪୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୧୪ ଜଣ, ଏ-୨ ଗ୍ରେଡ଼ରେ ୯୧ ଜଣ, ବି-୧ ଗ୍ରେଡ଼ରେ ୨୭୮ ଜଣ ଏବଂ…

Read More

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ଏହି ଭ୍ରମଣରେ ଦୁଇ ଦଳ ମଧ୍ୟରେ ୩ ଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ୍ ଖେଳାଯିବ। ଦିନିକିଆ ସିରିଜ ପାଇଁ ବିସିସିଆଇ ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶିଖର ଧାୱନଙ୍କୁ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବାବେଳେ ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ ହେବେ। ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ରିତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶନ (ୱି.କି), ସଞ୍ଜୁ ସାମସନ (ୱି.କି), ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ। ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ: ଦିନିକିଆ ସିରିଜ୍ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଋଷଭ ପନ୍ତ ଏବଂ ହାର୍ଦ୍ଦିକ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ କେବଳ ଜ୍ଞାନ ଆହରଣ କରି ନାହାନ୍ତି ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଯେ ଯଥେଷ୍ଟ ପାରଦର୍ଶତା ରହିଛି ତାହା ସେମାନେ ଦର୍ଶାଇ ପାରିଛନ୍ତି। ନିକଟରେ ବେଙ୍ଗାଲୁରୁ ଠାରେ ଆଗଧାଡିର ପ୍ରାୟ ୪୫ଟି ମଲ୍ଟି ନ୍ୟାସ୍‌ନାଲ କମ୍ପାନୀର ନିଯୁକ୍ତିଦାତାଙ୍କ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜର ନିପୁଣତା ପ୍ରଦର୍ଶନ କରିଛନ୍ତି ସୋଆର ଛାତ୍ରଛାତ୍ରୀ। ବେଙ୍ଗାଲୁରୁରେ ଆୟୋଜିତ “ସୋଆ ପ୍ରକ୍ସିମା-୨୦୨୨” କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୬୨ଟି ମଲ୍ଟି ନ୍ୟାସ୍‌ନାଲ୍‌  କମ୍ପାନୀର ମାନବ ସମ୍ବଳ ଏବଂ ପ୍ରତିଭା ଅଧିଗ୍ରହଣ ବିଭାଗର ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ ସହିତ କଳା ଏବଂ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ଦେଖି ବେଶ ବିମୋହିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ହେଡ୍‌, ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ଶ୍ରୀ…

Read More

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରିଛି। ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଅଧିକ ଭକ୍ତଙ୍କୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସୁନା ବେଶ ପରଦିନ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ଯୋଜନା କରିଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି। ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି। 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ…

Read More

ଭୁବନେଶ୍ବର: ପୂର୍ବ ତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ/ଲୋକସଭା/କଟକ), ମୁଜିବୁଲ୍ଲା ଖାନ (ସାଂସଦ/ରାଜ୍ୟସଭା) ଏବଂ ରାମ ମୋହନ ନାଇଡୁ କିଞ୍ଜରପ୍ପୁ (ସାଂସଦ/ ଲୋକସଭା/ଶ୍ରୀକାକୁଲମ) ଙ୍କ ସହିତ ବିଧାୟକ ରେଖାଚାନ୍ଦ ଜୈନ (ଜଗଦଲପୁର/ଛତିଶଗଡ) ଏବଂ ବିଭିନ୍ନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧୀ, ପିଏସୟୁ, ପାସେଞ୍ଜର ଆସୋସିଏସନ୍, ଗ୍ରାହକ (କଞ୍ଜୁମର) ଆସୋସିଏସନ୍ ଏବଂ ଅନ୍ୟାନ୍ୟ ରେଳ ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧୀମାନେ ଏହି ବୈଠକରେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ। ଯାତ୍ରୀ ପରିଷେବା ସହିତ ଅନ୍ୟାନ ସୁବିଧା ଏବଂ ସେବା, ଜନସାଧାରଣଙ୍କ ଦାବି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ, ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା, ​​ଟ୍ରେନର ସମ୍ପ୍ରସାରଣ ଓ ରହଣି ଇତ୍ୟାଦି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜୁନାଗଡ଼ର କାର୍ଯ୍ୟରତ ସାମ୍ବାଦିକ ଓ ବିଭିନ୍ନ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ୍ତ ଖଲାସ ଦାବିରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ବିଭିନ୍ନ ସଂଗଠନର କର୍ମକର୍ତ୍ତା ସ୍ଥାନୀୟ ଥାନା ସମ୍ମୁଖରେ ଏକତ୍ରିତ ହୋଇ ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋସ ମୂଳକ ଭାବେ ଗିରଫ କରାଯାଇ ଗଣମାଧ୍ୟମର କଣ୍ଠ ରୋଧ କରିବା ଉଦ୍ୟମକୁ ଉପସ୍ଥିତ କର୍ମକର୍ତ୍ତା ଦୃଢ଼ ନିନ୍ଦା ଓ ପ୍ରତିବାଦ କରିଥିଲେ ଏବଂ ରାଜପାଳ ଙ୍କ ଉଦ୍ଦେଶ୍ୟରେ ବିବିଓ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିପିଆଇର ଦାମ ବେହେରା, ନଗର କଂଗ୍ରେସ ସଭାପତି ଅମିତ ଅଗ୍ରୱାଲ, ଓକିଲ ସଂଘର ସଭାପତି ଦିପେନ ସାହୁ, ସିଟିଜେନ ଫରମର ସନ୍ତୋଷ ସିଂ ଦେଓ, ପୂର୍ବତନ ଜିଲାପରିଷଦ ଖଗେଶ୍ବର ଧଙ୍ଗ ଡ଼ା ମାଝୀ, ଜୁନାଗଡ଼…

Read More

ପୁରୀ: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀସ୍ଥିତ ଭୋଳାନାଥ ବିଦ୍ୟାପୀଠଠାରେ ଆୟୋଜିତ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଏଥିରେ ବ୍ରିଟିଶ ଚିତ୍ରଶିଳ୍ପୀ ଜେମ୍ସ ଫର୍ଗୁସନ୍‌ଙ୍କ ଦ୍ୱାରା ଅଙ୍କିତ ଚିତ୍ର ଏବଂ ବ୍ରିଟିଶ ଲାଇବ୍ରେରୀରେ ଉପଲବ୍ଧ ୧୮୧୮ ମସିହାରେ ଅଙ୍କିତ ଚିତ୍ର ସମେତ ସେ ସମୟର ରଥଯାତ୍ରାର ଦୁର୍ଲ୍ଲଭ ଫଟୋଚିତ୍ର, ସମୟର ପ୍ରବାହମାନ୍‌ ସ୍ରୋତରେ ଶ୍ରୀମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବିଂଶ ଶତାବ୍ଦୀ ଓ ୨୦୧୬ର ନବକଳେବର, ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ବେଶ, ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣି, ମହାପ୍ରସାଦ ଓ ଛପନଭୋଗ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ନେଇ ପ୍ରକାଶିତ ଡାକଟିକଟ ଓ ଲଫାପା, କୋଭିଡ୍‌ ସମୟର ରଥଯାତ୍ରା ଆଦି ବହୁ ଦୁର୍ଲ୍ଲଭ ଫଟୋ, ତଥ୍ୟାବଳୀ ଓ ସୂଚନା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମୂହର ଫଟୋଚିତ୍ର ସ୍ଥାନିତ ହୋଇଛି। ପ୍ରଦର୍ଶନୀ ମଣ୍ଡପର ବାହାର କାନ୍ଥରେ…

Read More

ନୂଆଦିଲ୍ଲୀ: ଆଜି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି। କିଛି ସମୟ ପୂର୍ବରୁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ନକଭି ଇସ୍ତଫା ଦେଇଛନ୍ତି। ଏହାପରେ ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ସିଂ ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କର ସଦସ୍ୟତା ସମୟ ପୁରଣ ହେଉଥିବାରୁ ସେ ଇସ୍ତଫା ଦେଇଛନ୍ତି। ଆଜି କ୍ୟାବିନେଟ ବୈଠକରେ ଉଭୟ ନକଭି ଏବଂ ସିଂ ଉପସ୍ଥିତ ଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ପ୍ରଶଂସା କରିଥିଲେ। ଏହି ବୈଠକ ପରେ ଉଭୟ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁକ୍ତାର ନକଭିଙ୍କୁ ମୋଦୀ ଏକ ବଡ ଦାୟିତ୍ବ ଦେଇପାରନ୍ତି।

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ମୁକ୍ତାର୍ ଅବ୍ବାସ ନାକଭି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ସେ ଏହି ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କର ଶେଷ କେନ୍ଦ୍ର କ୍ୟାବିନେଟ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା କରାଯାଉଛି ଯେ ବର୍ତ୍ତମାନ ମୁକ୍ତାର୍ ଅବ୍ବାସ ନାକଭିଙ୍କୁ ଅନେକ ବଡ ଦାୟିତ୍ବ ଦିଆଯାଇପାରେ। ବିଜେପି ତାଙ୍କୁ ଏଥର ରାଜ୍ୟସଭାକୁ ମଧ୍ୟ ପଠାଇ ନାହିଁ। ଏଭଳି ପରିସ୍ଥିତିରେ ଆଲୋଚନା ଆହୁରି ସରଗରମ ହେଉଛି। ଦୀର୍ଘ ଦିନ ଧରି ବିଜେପିରେ ରହିଆସୁଥିବା ଅଳ୍ପ କିଛି ମୁସଲମାନ ନେତାଙ୍କ ମଧ୍ୟରୁ ମୁକ୍ତାର୍ ଅବ୍ବାସ ନାକଭି ହେଉଛନ୍ତି ଅନ୍ୟତମ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାରାଣାସୀ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨ ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀର ଏଲଟି କଲେଜରେ ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇର ଉଦଘାଟନ କରିବେ, ଯେଉଁଥିରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବାର କ୍ଷମତା ରହିଛି । ଅପରାହ୍ନ ପ୍ରାୟ ୨.୪୫ ରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର-ରୁଦ୍ରାକ୍ଷ ପରିଦର୍ଶନ କରିବେ, ଯେଉଁଠାରେ ସେ ଜାତୀୟ ଶିକ୍ଷା ନୀତିର କାର‌୍ୟ୍ୟକାରିତା ଉପରେ ଅଖିଳ ଭାରତୀୟ ଶିକ୍ଷା ସାମାଗାମର ଉଦଘାଟନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୪ ଟା ସମୟରେ ପ୍ରଧାନମନ୍ତ୍ରୀ ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ ପହଞ୍ଚିବେ ଯେଉଁଠାରେ ସେ ୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଏକାଧିକ ବିକାଶମୂଳକ ପଦକ୍ଷେପଗୁଡ଼ିକର ଉଦଘାନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ଭିତ୍ତିଭୂମି ବିକାଶ ଉପରେ ଅନେକ ଧ୍ୟାନ ଦେଇଛନ୍ତି । ଏହାଦ୍ୱାରା ସହରର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିଛି । ଏହି ପ୍ରୟାସର ପ୍ରାଥମିକ ଧ୍ୟାନ ଲୋକଙ୍କ ସହଜ ଜୀବନ ଯାପନକୁ ବଢାଇଛି ।  ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ କାର‌୍ୟ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୫୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିବେ । ଏଥି ମଧ୍ୟରେ ବାରାଣାସୀ ସ୍ମାର୍ଟ…

Read More

ନୂଆଦିଲ୍ଲୀ: ଶେଷରେ ବାହା ହେବା ପାଇଁ ରାଜି ହେଲେ ମୁଖ୍ୟମନ୍ତ୍ରୀ। କାରଣ ତାଙ୍କର ପରିବାର ବର୍ଗ ଦୀର୍ଘବର୍ଷ ଧରି ଚାପ ପ୍ରୟୋଗ କରୁଥିଲେ ମଧ୍ୟ ସେ ସେଥିରେ ରାଜି ହୋଇ ନ ଥିଲେ। ସେ ହେଉଛନ୍ତି ପଂଜାବ ମୁଖ୍ୟମନ୍ତ୍ର ଭଗବନ୍ତ ମନ୍। ଆଜି ଏ ନେଇ ବିଧିବଧ ଭାବେ ଘୋଷଣା କରାଯାଇଛି। ମନ୍ ଯାହାକୁ ବାହା ହେଲେ ସେ ହେଉଛନ୍ତି ଡକ୍ଟର ଗୁରୁପ୍ରୀତ କୌର। ଆସନ୍ତାକାଲି ନିରାଡମ୍ବର ସହ ବାହାଘର ହେବ ବୋଲି କୁହାଯାଇଛି। ଛଅ ବର୍ଷ ତଳେ ମନଙ୍କ ପ୍ରଥମ ସ୍ତ୍ରୀଙ୍କ ସହିତ ଛାଡପତ୍ର ହୋଇଯାଇଛି। ଏବେ ତାଙ୍କର ପରିବାର ଗୁରୁପ୍ରୀତିଙ୍କୁ ବୋହୁ କରିବେ ବୋଲି ଠିକ କରିଛନ୍ତି। ସେଥିରେ ମନ୍ ରାଜି ହେବା ପରେ ଗୁରୁବାରରେ ଏହି ବାହା ଘର ହେବ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଯୋଗ ଦେବେ ବୋଲି ଜଣାପଡିଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ବାଲୁଗାଁ ପୋଲିସର ସୂଚନା ମୁତାବକ ବାଣପୁର ଥାନା ନନ୍ଦପୁର ଗ୍ରାମର ଭିକାରି ପ୍ରଧାନ (୨୯) ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହିତ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ ଯୋଗେ ନାଭାଲରୁ ବାଣପୁର ଅଭିମୁଖେ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ବାଲୁଗାଁ ପୋଲିସ ଖବର ପାଇ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଭିକାରିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଲୁଗାଁ ପୋଲିସ କେଶ ନମ୍ବର ୧୩୮/୨୨ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅପରପକ୍ଷେ ଘଟଣାର ତଦନ୍ତ ଜାରି ରହିଥିବା ବାଲୁଗାଁ ଥାନ…

Read More

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏହି ଫଳରୁ ଜଣାପଡିଛି ଯେ ଏଥର ୮ହଜାର ୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଚଳିତ ବର୍ଷ ମୋଟ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ଫେଲ ସଂଖ୍ୟା ରହିଛି ୮ହଜାର ୬୯୯ ଜଣ। ସେହିପରି ତିନୋଟି ସ୍କୁଲର ଫଳ କେହି ପାଶ କରି ନାହାଁନ୍ତି ବୋଲି ଜଣାପଡିଛି। ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ…

Read More

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ଏଥର ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ୮ହଜାର ୬୯୯ ଜଣ ଫେଲ୍ ହୋଇଛନ୍ତି । ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।।

Read More

ଭୁବନେଶ୍ୱର: ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ସୂଚନା ଅନୁସାରେ ଚଳିତ ବର୍ଷ ପାଶ ହାର ରହିଛି ୯୦.୫୫ ପ୍ରତିଶତ। ଆଜି ବୋର୍ଡ ସମ୍ମିଳନୀ କକ୍ଷରେ ଏହି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଛାତ୍ରଛାତ୍ରୀମାନେ ୱେବ ସାଇଟରୁ ଏହି ଫଳ ହାସଲ କରିପାରିବେ। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Read More

ନୂଆଦିଲ୍ଲୀ, ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଏ। ଯାହା ପରେ ଭୋଗକୁ ଅମୃତ ତୂଲ୍ୟ ବୋଲି ବିବେଚନା କରି ସମସ୍ତେ ଗ୍ରହଣ କରିଥାନ୍ତି। ଭଗବାନଙ୍କୁ ଭୋଗ ଉତ୍ସର୍ଗ କରିବାର ମହତ୍ତ୍ବ କ’ଣ: ଶ୍ରୀମଦ୍ ଭଗବଦ୍ ଗୀତାଙ୍କ ତୃତୀୟ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ଭଗବାନଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଦ୍ୟ ଗ୍ରହଣ କରେ,  ସେ ଖାଦ୍ୟ ଚୋରି କରିବାର ପାପ ବହନ କରିବାକୁ ପଡେ। ଏପରି ବ୍ୟକ୍ତି କାହାର ବସ୍ତୁ ଚୋରି କରିବା ସହିତ ସମାନ ଭାବରେ ଦଣ୍ଡ ଭୋଗନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ଇଶ୍ବରଙ୍କୁ ଖାଦ୍ୟ ଅର୍ପଣ କରେ ନାହିଁ କିମ୍ବା ଭଗବାନଙ୍କ ନୈବେଦ୍ୟକୁ ଅସମ୍ମାନ କରେ ସେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିତ ହୁଏ। ଯେଉଁମାନେ ଇଶ୍ବରଙ୍କୁ ଖାଦ୍ୟ ଉତ୍ସର୍ଗ…

Read More

ଭୁବନେଶ୍ବର: ଓଡିଶା ରାଜନୀତିରେ ଏକ କଥା ଅଛି ବିଜେପି ଡାଳରେ ଡାଳରେ ଯାଉଥିବା ବେଳେ ବିଜେଡି ପତ୍ରେ ପତ୍ରେ ଯାଉଛି। ଏହା ପୂର୍ବରୁ ବହୁଥର ପ୍ରମାଣିତ ହୋଇଛି। ଏବେ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ଅତୀତରେ ଅନେକ ଘଟଣା ଘଟିଛି ଯାହା ବିଜେପି ଭାବିବା ବେଳକୁ ବିଜେଡି ତାହାକୁ କାର୍ଯ୍ୟରେ ଲଗାଇ ସାରିଲାଣି। ସେହିପରି ଘଟଣା ବର୍ତ୍ତମାନ ଘଟିବାରେ ଲାଗିଛି। ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବାହାବ ନେବା ବେଳକୁ ତାହାକୁ ହାଇଜାକ କରିନେଲାଣି ବିଜେଡି। କହିବା କଥା ହେଲା ଆସନ୍ତା ଆଠ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ପ୍ରଚାରରେ ଆସିବେ। ସେଥିପାଇଁ ବିଜେପି ଶିବିରରେ ପ୍ରସ୍ତୁତି ଚାଲିଛି। ତାଙ୍କ ସହିତ କେଉଁମାନେ ଯିବେ, କୁଆଡେ ଯିବେ ତାହାର ତାଲିକା ଚାଲିଛି। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା ପୂର୍ବରୁ ବିଜେଡି ତାଙ୍କର ପ୍ରଚାର ଆରମ୍ଭ କରିଦେଇଛି। ମଙ୍ଗଳବାର…

Read More

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ନ୍ୟୁଜ ସୋ ‘ଡିଏନଏ’ ର ସଂଚାଳକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିଛନ୍ତି। ସେ ନିଜେ କିଛି କରିବେ ବୋଲି କହି ଇସ୍ତଫା ଦେଇଛନ୍ତି। ସେ ଜୀ ମିଡିଆ ସହିତ ଦୀର୍ଘ 12 ବର୍ଷର ସଂପର୍କକୁ ଛିନ୍ନ କରିଛନ୍ତି। ହେଲେ ଏହି ଇସ୍ତଫାକୁ ଦିଲ୍ଲୀ ଗଣମାଧ୍ୟମ ସହଜରେ ଗ୍ରହଣ କରୁ ନାହିଁ । ଏହା ପଛରେ କିଛି ବଡ କାରଣ ରହିଛି ବୋଲି ବର୍ତ୍ତମାନ ଏକ ବଡ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା ଅନୁସାରେ ସୁଧୀରଙ୍କୁ କୁଆଡେ ଦୀର୍ଘ ଦୁଇ ମାସ ଧରି କଣଠୋସା କରାଯାଉଥିଲା। ଜୀ ନ୍ୟୁଜ ର ଉପର ସ୍ତରରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇ ଥିଲା ବୋଲି ସେଠାକାର କର୍ମଚାରୀମାନେ ଅନୁଭବ କରିସାରିଥିଲେ। ଏଥିରେ କୁଆଡେ ଖୋଦ ଜୀ ମାଲିକ ସୁବାଷ ଚନ୍ଦ୍ରାଙ୍କ ଭିତିରି ସମର୍ଥନ ଥିଲା ବୋଲି କୁହାଯାଉଛି। କାରଣ ସୁଧୀରଙ୍କ ନାମରେ ଜୀ ନ୍ୟୁଜ…

Read More