Author: thesamikhsya

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଶୁକ୍ରବାର ଦିନ ଦାଖଲ ହେବ। ସେଥିପାଇଁ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡାରେ ପହଞ୍ଚିଛନ୍ତି। ତଦନ୍ତ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ ଝାରସୁଗୁଡା ଯାଇଥିବାର ଜଣାପଡିଛି। ଆସନ୍ତାକାଲି ଝାରସୁଗୁଡା ଜେଏମଏଫସି କୋର୍ଟରେ ଏହା ଦାଖଲ ହେବ। ୧୨୦ ଦିନ ପୂର୍ବରୁ ମାମଲାର ତଦନ୍ତ କରି ଚାର୍ଜସିଟ୍ ଚୂଡାନ୍ତ କରିସାରିଛି ତଦନ୍ତକାରୀ ସଂସ୍ଥା। ତେବେ ମାମଲାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣା ପଡିଛି। ଗତ ଜାନୁଆରୀ ୨୯ତାରିଖରେ ବ୍ରଦରାଜରାଜ ନଗର ଗାନ୍ଧୀ ଛକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଶିଥିବା ସମୟରେ ପୋଲିସ ଗୁଳିରେ ଟଳି ପଡିଥିଲେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ…

Read More

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ଭୁବନେଶ୍ୱର: ୩୯.୨ ଡ଼ିଗ୍ରୀ ସମ୍ବଲପୁର: ୩୯.୨ ଡ଼ିଗ୍ରୀ ଝାରସୁଗୁଡା: ୩୮.୪ଡ଼ିଗ୍ରୀ ହୀରାକୁଦ: ୩୭.୪ଡ଼ିଗ୍ରୀ ଚାନ୍ଦବାଲି: ୩୫.୬ ଡ଼ିଗ୍ରୀ କେନ୍ଦୁଝର: ୩୫.୦ ଡ଼ିଗ୍ରୀ ବାଲେଶ୍ୱର: ୩୫.୦ ଡ଼ିଗ୍ରୀ ପୁରୀ: ୩୩.୦ ଡ଼ିଗ୍ରୀ ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ ଗୋପାଳପୁର: ୩୩.୪ ଡ଼ିଗ୍ରୀ

Read More

ଭୁବନେଶ୍ୱର: ଚଳିତ ଖରିଫରେ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ ସହ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ଚଳିତ ଖରିଫରେ ସାରା ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ମାନର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାରା ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାଞ୍ଚ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବିଭାଗୀୟ ସଫଳତା ସମ୍ବନ୍ଧରେ ଜଣାଇଥିଲେ। ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ କୃଷି ପରେ ବୟନ, ହସ୍ତତନ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି। ସାମାଜିକ ସୁରକ୍ଷା ଯୋଜନାରେ ୧୪୪୭ ଜଣ ବୁଣାକାର ସାମିଲ ହୋଇଛନ୍ତି। ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା ହୋଇଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି…

Read More

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୪ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ସମୀକ୍ଷା କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରୀ ପ୍ରଦୀପ କୁମାର ଅମାତ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିବା ସଫଳତାର ବିବରଣୀ ଏବଂ ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ରୂପାନ୍ତରୀକରଣ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ। ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମୀଣ ବାସଗୃହ ଯୋଜନା ଅଧିନରେ ଗତ ୪ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୧୧ ଲକ୍ଷରୁ ଊଦ୍ଧ୍ୱର୍ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି। ଏତଦବ୍ୟତୀତ, ୩୫ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ଘର ମରାମତି ଏବଂ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ କାର ଯୋଗେ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଖୋର୍ଦ୍ଧା ଦେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦେଶକ୍ରମେ ଏବଂ ସଦର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ପରିଶେଷରେ ଉକ୍ତ କାରକୁ ଠାବ କରିବାରେ ସଫଳ ହୋଇଥିଲା ପୋଲିସ । କାରର ତଲାସି ନେବାରୁ ସେଥିରୁ ୨୮.୨୦୦ କେଜି ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୮୦ ହଜାର ଟଙ୍କା ହେବ । ଏହି ବାବଦରେ ଦୁଇ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼…

Read More

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ , ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଏହି ଦିନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ। ଏହା ହେଉଛି ସେହି ସମାନ ସେଙ୍ଗୋଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହରୁ ୧୪ ଅଗଷ୍ଟ ୧୯୪୭ ରାତିରେ ତାଙ୍କ ବାସଭବନ ଠାରେ ଅନେକ ନେତାଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ଅବସରରେ ଘଟିଥିବା ସମଗ୍ର ଘଟଣାକୁ ସ୍ମରଣ କରି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି, “ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି , ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସେଙ୍ଗୋଲକୁ ପ୍ରଦାନ କରି ଭାରତର କ୍ଷମତା…

Read More

ଭୁବନେଶ୍ବର: ଆସନ୍ତା 28 ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ଏ ନେଇ ଆଜି ଦଳ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରମୁଖ୍ୟ ଏବଂ ସଂସଦ ହେଉଛି ଭାରତ 140 କୋଟି ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କ ଭବନ।  ବିଜେଡି ସବୁବେଳେ ଉଭୟଙ୍କୁ ସମ୍ମାନ ଦେଇ ଆସିଛି। ତେଣୁ ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ବିଜେଡି ଯୋଗଦେବ ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ସାଫଲ୍ୟ ମଣ୍ଡିତ ପ୍ରଧାନ ବୈଠକରେ ସ୍ୱାଗତ ଭାଷଣ ରଖିବା ସହ ବୈଠକ ପରିଚାଳନା ମଧ୍ୟ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ପୂର୍ବ ଏଜେଣ୍ଡା ଅନୁସାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରଥମେ ବନ୍ୟା ବାତ୍ୟାର ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜିଲ୍ଲାପାଳଙ୍କ…

Read More

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆଇଏସ ପାଇଥିବା କସ୍ତୁରୀ ପଣ୍ଡା। ସେ ତାଙ୍କ ଅଭିଭାବକଙ୍କ ସହିତ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କସ୍ତୁରୀ ସିଭିଲି ସର୍ବିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସର୍ବଭାରତୀୟ ସ୍ତରରେ 67 ସ୍ଥାନରେ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ନବୀନ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି।

Read More

ଭୁବନେଶ୍ବର: ନୂଆ ସଂସଦ ଭବନ ଉଦଘାଟନ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହି ଭବନକୁ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରାଯାଉ ବୋଲି ବିରୋଧୀ ଦାବୀ କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ନିଷ୍ପତି କରିଛନ୍ତି। ଫଳରେ ୧୯ଟି ବିରୋଧୀ ଦଳ ଏହି ଉଦଘାଟନ ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି। ଏପରି କ୍ଷେତ୍ରରେ ବିଜେଡି କଣ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। କାରଣ ଓଡିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଅପମାନ ବୋଲି ବିରୋଧୀ କହିଆସୁଛନ୍ତି। ସେଥିପାଇଁ ଓଡିଶା ମାଟିର ଦଳ ବିଜେଡି ଓଡିଶା ମାଟିର ଝିଅ ପ୍ରତି ହେଉଥିବା ଅପମାନ ଉପରେ କଣ କରିବ ତାହାକୁ ନେଇ ସମସ୍ତଙ୍କର ଅପେକ୍ଷା। ଧିରେ ଧିରେ ଏହି ଘଟଣାଟି ଏକ ଭିନ୍ନ ମୋଡ ନେବାରେ ଲାଗିଛି। ଗୋଟିଏ ପଟେ ମୋଦୀ ସରକାରଙ୍କ…

Read More

ଭୁବନେଶ୍ବର: ସାମାଜିକ ସୁରକ୍ଷା ଭତ୍ତାକୁ ରାଜ୍ୟ ସରକାର ନଗଦ ଆକାରରେ ହିତାଧିକାରୀ ଘରେ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତିକୁ ପୁନଃବିଚାର କରିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନଗଦ ନ ଦେଇ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅନୁରୋଧ ଆଶ୍ଚର୍ଯ୍ୟ କରିଛି।ସେ ବୋଧହୁଏ ତୃଣମୂଳ ସ୍ତରରେ କଣ ଘଟୁଛି ସେ ସଂପର୍କରେ ଅବଗତ ନାହାଁନ୍ତି। ଭତ୍ତା ଟଙ୍କା ପାଇବା ପାଇଁ ହିତାଧିକାରୀମାନେ 20-30 କିଲୋମିଟର ରାସ୍ତା ଚାଲିଚାଲି ଯାଉଛନ୍ତି। ତାଙ୍କ ପ୍ରତି ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କର ସାମାନ୍ୟତମ ସମ୍ମାନବୋଧ ନାହିଁ। ଯଦି କେନ୍ଦ୍ର ସରକାର ପ୍ରତି ଗାଁରେ ବ୍ୟାଙ୍କ ବ୍ୟବସ୍ଥା କରାଇପାରନ୍ତେ ତେବେ ଏପରି ଅସୁବିଧା ହୁଅନ୍ତା ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀ ସେହି କଥା ନ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଏସୟୁଭି ଏବଂ କାର ଆଗପଛ ହୋଇ ଯାଉଥିବା ବେଳେ ଏସୟୁଭି କୁ ପଛପଟୁ ଏକ କାର ଟକ୍କର ଦେଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱର ରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଏସୟୁଭି ଏବଂ ତେଲେଙ୍ଗାନା ଅଭିମୁଖେ ଯାଉଥିବା ଏକ କାର ଆଗପଛ ହୋଇ ଯାଉଥିଲେ। ତେବେ ନାଚୁଣୀ କଉଡ଼ିଖଣି ଛକରେ ଏସୟୁଭି ର ଗତି ହଠାତ କମିଯିବାରୁ ପଛପଟୁ ଆସୁଥିବା କାର ଟି ଏସୟୁଭି କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା l ଫଳରେ କାରର ଆଗ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାର ରେ ଥିବା ତିନି ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲ କୁ ପଠାଯାଇଥିବା ବେଳେ…

Read More

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମିଳିତ ଆନୁକୂଲ୍ୟରେ ୨୦୧୯ ବ୍ୟାଚର ନୂତନ ଭାବେ ନିଯୁକ୍ତି ପାଇ ଏକାଡେମୀରେ ତାଲିମ ନେଉଥିବା ୩୧ ଜଣ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ବିସ୍ତୁତ ଭାବେ ଅବଗତ କରାଇଥିଲେ। ଏହି ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହୋଇ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ କାର୍ଯ୍ୟଗୁଡ଼ିକ ପରିଚାଳନା କରିବେ ଓ ଏହି ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଦୁଇଦିନ ଧରିଚାଲିବ ଏବଂ ଏଥିରୁ ସବିଶେଷ ଜ୍ଞାନ ଆହରଣ କରି ଯୁବ ଅଧିକାରୀମାନେ ଆଗାମୀ ଦିନରେ…

Read More

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି…

Read More

ଭୁବନେଶ୍ବର: ଆଜି ମଧ୍ୟ ଓଡିଶାର ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ତାପମାତ୍ର ୪୧ ଡ଼ିଗ୍ରୀ ଛୁଇଁଲାଣି। ଫଳରେ ଦ୍ବିପ୍ରହରରେ ତାପମାତ୍ରା କେତେ ହେବ ତାହା ସାଧାରଣରେ ଅନୁମେୟ। ଫଳରେ ଆଜି ମଧ୍ୟ ଦିନ ତମାମ ଲୋକେ ଡହଳବିକଳ ହେବେ ବୋଲି ଜଣାପଡିଲାଣି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଯାହା ତାପମାତ୍ରା ରେକର୍ଡ କରାଯାଇଛି ତାହା ହେଲା.. ସମ୍ବଲପୁର: ୪୧ ଡ଼ିଗ୍ରୀ ଝାରସୁଗୁଡା: ୩୯.୬ ଡ଼ିଗ୍ରୀ ହୀରାକୁଦ: ୩୯.୬ ଡ଼ିଗ୍ରୀ ଚାନ୍ଦବାଲି: ୩୯ ଡ଼ିଗ୍ରୀ ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ କେନ୍ଦୁଝର: ୩୮.୨ ଡ଼ିଗ୍ରୀ ବାଲେଶ୍ୱର: ୩୫.୪ ଡ଼ିଗ୍ରୀ ପୁରୀ: ୩୩.୬ ଡ଼ିଗ୍ରୀ ଗୋପାଳପୁର: ୩୩ ଡ଼ିଗ୍ରୀ ପାରାଦୀପ: ୩୨.୮ ଡ଼ିଗ୍ରୀ

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୟାଗଡ ଜିଲ୍ଲା ପାଇଁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହି ଘୋଷଣା କରାଯାଇଛି। ଏଥିରେ ନୟାଗଡ ଜିଲ୍ଲା ସଭାପତି ଭାବେ ରମେଶ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୧୨ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ତାଲିକାରେ ୨୦ ଜଣ ସାଧାରଣ ସଂପାଦକ ଏବଂ ୬୦ ଜଣଙ୍କୁ ସଂପାଦକ ଭାବେ ମଧ୍ୟ ବିଜେଡି ନିଯୁକ୍ତି ଦେଇଛି। ଜିଲ୍ଲାର ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ମଧ୍ୟ ଦଳ ୧୨ ଜଣଙ୍କୁ ଏବଂ ବିଭିନ୍ନ ଏନଏସିର, ମୁନ୍ୟୁସିପାଲଟି ଏବଂ ବ୍ଲକ ସଭାପତି ଭାବେ ୧୩ ଜଣଙ୍କୁ ନିଯୁକ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: କଂଗ୍ରେସ, ବାମପନ୍ଥୀ ଏବଂ ଟିଏମସି ସମେତ ୧୯ଟି  ବିରୋଧୀ ଦଳ ଆଜି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି। ସେମାନେ ଏକ ମିଳିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଆସନ୍ତା ୨୮ ତାରିଖରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସଦୃଶ୍ୟ। କାରଣ ଗଣତନ୍ତ୍ରର ମନ୍ଦିରକୁ ଗଣତନ୍ତ୍ରର ମୁଖ୍ୟ ରାଷ୍ଟ୍ରପତି ଉଦଘାଟନ କରିବା କଥା। ହେଲେ ତାହା ହେଉ ନାହିଁ। ମିଳିତ ବିବୃତ୍ତିରେ ସେମାନେ କହିଛନ୍ତି ଯେ ସଂସଦ ଭବନର ଉଦଘାଟନ ଏକ ମହତ୍ବପୂର୍ଣ୍ଣ ଘଟଣା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସେଥିରେ ଖାତିର ନାହିଁ। କେଉଁ କେଉଁ ଦଳ ଏହି ଉତ୍ସବକୁ ବର୍ଜନ କରୁଛନ୍ତି କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜନତା ଦଳ (ୟୁନାଇଟେଡ୍), ଆପ୍, ସିପିଆଇଏମ, ସିପିଆଇ,ଏସପି, ଏନସିପି, ଏସଏସ(…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ(୨୨) କିଛି ବର୍ଷ ପୂର୍ବେ ନରେନ୍ଦ୍ରପୁର ଗ୍ରାମର କନ୍ଧ ବାରିକ ଙ୍କ ପୁତ୍ର ସମୀର ବାରିକଙ୍କୁ ବିବାହ କରିଥିଲେ। ତେବେ କାଲି ରାତିରେ ପୁଷ୍ପାଞ୍ଜଳିଙ୍କୁ ଶ୍ୱଶୁର ଘର ଲୋକ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ରେ ଭର୍ତ୍ତି କରି ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟରାତ୍ରିରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସ କୁ ସୂଚନା ଦିଆଯାଇଥିଲା। ତେବେ ପୁଷ୍ପାଞ୍ଜଳିଙ୍କ ପରିବାରବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ପୁଷ୍ପାଞ୍ଜଳି ଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏବଂ ପୁଷ୍ପାଞ୍ଜଳି ଙ୍କ ମୃତ୍ୟୁର ପଛରେ କୌଣସି ଏକ…

Read More

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି। ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକ ମଧ୍ୟ ଏଷବ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରିପାରିବେ। ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଜରିଆରେ ଆମନ୍ତ୍ରଣ କରାଯଉଛି। ଏହି ଅଂଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍ ଓ ବଜାର, ଆବାସିକ ଅଂଚଳ, ହସ୍ପିଟାଲ୍‌, ହୋଟେଲ୍ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଂଚିପାରିଛି। ଚଳିତ ଆଇପିଏଲ୍ ସିଜନ୍‌ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି…

Read More

ଭୁବନେଶ୍ୱର: ରାଜଧାନୀରେ ବାରମ୍ବାର ବିଜୁଳି କାଟ ବିରୋଧରେ ଆଜି ଭୁବନେଶ୍ବର ବିଜେପି ତରଫରୁ ଲଣ୍ଠନ ଧରି ପ୍ରତିବାଦ କରାଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ଵର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ । ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୃଦଶା ରୁ ବର୍ତୀ ନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ…

Read More