Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତେଜିଲା ନୂଆ ସଂସଦ ଭବନ ଉଦଘାଟନ ରାଜନୀତି, ଉତ୍ସବକୁ ବିରୋଧୀ ଦଳର ବର୍ଜନ ଘୋଷଣା
ଜାତୀୟ ଖବର

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ରାଜନୀତି, ଉତ୍ସବକୁ ବିରୋଧୀ ଦଳର ବର୍ଜନ ଘୋଷଣା

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସ, ବାମପନ୍ଥୀ ଏବଂ ଟିଏମସି ସମେତ ୧୯ଟି  ବିରୋଧୀ ଦଳ ଆଜି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି। ସେମାନେ ଏକ ମିଳିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି।

ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଆସନ୍ତା ୨୮ ତାରିଖରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସଦୃଶ୍ୟ। କାରଣ ଗଣତନ୍ତ୍ରର ମନ୍ଦିରକୁ ଗଣତନ୍ତ୍ରର ମୁଖ୍ୟ ରାଷ୍ଟ୍ରପତି ଉଦଘାଟନ କରିବା କଥା। ହେଲେ ତାହା ହେଉ ନାହିଁ। ମିଳିତ ବିବୃତ୍ତିରେ ସେମାନେ କହିଛନ୍ତି ଯେ ସଂସଦ ଭବନର ଉଦଘାଟନ ଏକ ମହତ୍ବପୂର୍ଣ୍ଣ ଘଟଣା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସେଥିରେ ଖାତିର ନାହିଁ।

କେଉଁ କେଉଁ ଦଳ ଏହି ଉତ୍ସବକୁ ବର୍ଜନ କରୁଛନ୍ତି

କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜନତା ଦଳ (ୟୁନାଇଟେଡ୍), ଆପ୍, ସିପିଆଇଏମ, ସିପିଆଇ,ଏସପି, ଏନସିପି, ଏସଏସ( ୟୁବିଟି), ଆରଜେଡି, ଆଇୟୁଏମଏଲ, ଜେଏମଏମ, ଏନସି, କେସିଏମ, ଆରଏସପି, ଭିସିକେ, ଏମଡିଏମକେ ଏବଂ ଆରଏଲଡି ଏହି ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ମେ ୨୮ ତାରିଖରେ ନୂତନ ସଂସଦ ଭବନ ହେବ ଉଦଘାଟନ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିମନ୍ତ୍ରଣ ପରେ ମୋଦୀ ଆସନ୍ତା ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ସେହିଦିନ ସାବରକର ଜନ୍ମ ବାର୍ଷିକୀ ମଧ୍ୟ ରହିଛି। ଫଳରେ ନୂତନ ସଂସଦ ଭବନ ଉଦଘାଟନ ଦିନକୁ ନେଇ ମଧ୍ୟ ବିରୋଧୀ ଖପ୍ପା। ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବା ପାଇଁ ବିରୋଧୀ ଅଡି ବସିଛନ୍ତି। ହେଲେ ସଂସଦ ଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବାରୁ ତାହାକୁ ନେଇ ବିରୋଧୀ ବିରୋଧ କରିବା ସହ ବର୍ଜନ ଘୋଷଣା କରିଛନ୍ତି।

ସେମାନେ କହିଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ। ଆଉ ସଂସଦ ଭବନ ମଧ୍ୟ ସେହିପରି ସମ୍ବିଧାନର ଅବିଚ୍ଛେଦ ଅଂଗ। ଏଥିରେ ପ୍ରଧାନମନ୍ତ୍ରୀ କଣ ପାଇଁ ଉଦଘାଟନ କରିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଏହାଦ୍ବାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ବିରୋଧୀ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026
Latest News

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.