Author: thesamikhsya

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନଶକ୍ତି ଭବନ ପରିସରରେ ସୋମବାର ଦିନ ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ କରାଯାଇଅଛି । ଭାରତ ସରକାରଙ୍କ ପିଏମ୍‌-ପୋଷଣ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ ସଂଗଠନ ଏବଂ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ୧୬ ଜିଲ୍ଲାର ପାଚିକା ତଥା ସହାୟିକା ମାଷ୍ଟର ଟ୍ରେନରମାନଙ୍କର ପ୍ରଶିକ୍ଷଣ ୪ ପର୍ଯ୍ୟାୟରେ ଶେଷ ହୋଇସାରିଛି । ଆଜିର ଏହି ପର୍ଯ୍ୟାୟକୁ ମିଶାଇ ୧୯ ଜିଲ୍ଲାର ପ୍ରଶିକ୍ଷଣ ଶେଷ ହେବ । ଏହି ଅବସରରେ ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ (ପାଚିକା ତଥା ସହାୟିକା) ଅଂଶ ଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ…

Read More

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି। ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖାପାଇଁ ବୃଦ୍ଧି ପାଇବ। ସମ୍ପ୍ରତି ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସ କୁ ଗସ୍ତରେ ଆସିଛନ୍ତି। ତାଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଅଛନ୍ତି। ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ରେ ଯୋଗଦେବାପାଇଁ ମନ୍ତ୍ରୀ ବଡ଼କୁଳ ଆସିଥିବାର ଜଣାପଡିଛି। ବିଭିନ୍ନ ନୌଯାତ୍ରୀଙ୍କୁ ଚିଲିକାରେ ଭ୍ରମଣ ସମୟରେ ବିଭିନ୍ନ ଜୀବନ ରକ୍ଷାକରି ଉପକରଣ ପ୍ରଦାନ କରିବେ ମନ୍ତ୍ରୀ ଶ୍ରୀମତୀ ସାହୁ। ତତସହିତ ନାବିକ ଏବଂ ପର୍ଯ୍ୟଟକଙ୍କୁ ସଚେତନ ମଧ୍ୟ ମନ୍ତ୍ରୀ କରିବେ ବୋଲି ଜଣାପଡିଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଅଛନ୍ତି।

Read More

ନୂଆଦିଲ୍ଲୀ: ଭାରତ ଖୁବ୍ ଶୀଘ୍ର ୟୁଏଇରୁ ରିହାତି ମୂଲ୍ୟରେ ୧୪୦୦ ନିୟୁତ ଟନ୍ ସୁନା ଆମଦାନୀ କରିପାରେ। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଏହି ଆମଦାନୀ କରାଯିବ। ବାଣିଜ୍ୟ ଭାଷାରେ ଟାରିଫ୍ ରେଟ୍ କୋଟା (TRQ) ନାମକ କୋଟା ସିଷ୍ଟମ ମାଧ୍ୟମରେ ୧୪୦ ମିଲିୟନ ଟନ୍ ସୁନା ଆମଦାନୀ ପାଇଁ ଭାରତ ଏକ ନୂତନ ୱିଣ୍ଡୋ ଖୋଲିବ ଏବଂ ଏହା ଅନୁଯାୟୀ ଆମଦାନୀକୁ ଅନୁମତି ଦିଆଯିବ। ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ ସନ୍ତୋଷ ଷଡଙ୍ଗୀ ଗୁରୁବାର ଦିନ କହିଛନ୍ତି ଯେ, ଭାରତ-ୟୁଏଇର ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) ଅନୁଯାୟୀ ସରଳୀକୃତ ଯୋଗ୍ୟତା ମାନଦଣ୍ଡ ଏବଂ ଭାରତୀୟ ଆମଦାନୀକାରୀଙ୍କ ପାଇଁ ଭାର ହ୍ରାସ କରି ପୁରୁଣା ତଥା ନୂତନ ଆବେଦନକାରୀଙ୍କୁ ସୁନା TRQ ବଣ୍ଟନ କରାଯିବ। DGFT ଅନୁଯାୟୀ, ବର୍ତ୍ତମାନର ଆବେଦନ ପ୍ରକ୍ରିୟା ଗୋଟିଏ ଗୋଷ୍ଠୀ କିମ୍ବା ଆବେଦନକାରୀଙ୍କ ବର୍ଗକୁ ଶାରୀରିକ ଭାବରେ ଲାଭ ଦେବ ନାହିଁ। କୌଣସି ରାଜସ୍ୱ କ୍ଷତି ନାହିଁ:…

Read More

ସୁନ୍ଦରଗଡ଼: ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଆଗରୁ ଆଦିବାସୀ ବର୍ଗର ଚାଷୀମାନେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ଚାଷ କରୁଥିଲେ। ତେଣୁ ସେମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଦୀର୍ଘସ୍ଥାୟୀ ଜୀବିକା ପାଇପାରିବେ ସେଥିପାଇଁ ଏକ ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରଗଡ଼ ଆଇଟିଡିଏର ୯ଟି ବ୍ଲକରେ ଏହା ଲାଗୁ କରାଯାଇଛି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ମିଶନ ଜୀବିକା” କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। “ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମିଶନ ଜୀବିକା ମାଧ୍ୟମରେ ସେମାନେ…

Read More

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ସର୍କୁଲାର ଜାରୀ କରିଛି। ଏହି ସର୍କୁଲାର ଅନୁସାରେ ଜଣେ ବ୍ୟକ୍ତି ଏସବିଆଇର ଯେ କୌଣସି ଶାଖାରେ ସେ ସିଧା ୨୦୦୦ ଟଙ୍କିଆ ନୋଟ ପ୍ରଦାନ କରି ଅନ୍ୟ ନୋଟ ବଦଳ ନେଇପାରିବ। ଏଥିସହିତ ଗ୍ରାହକ ୨୦୦୦ ଟଙ୍କିଆ ନୋଟକୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ସ୍ଲିପରେ ପରିବର୍ତ୍ତନ କରିପାରିବ। ଲୋକମାନେ ସ୍ଲିପ୍ ପୂରଣ ନକରି ଗୋଟିଏ ଥରରେ ୧୦ ଟି ନୋଟ୍ ବଦଳ କରିବାକୁ ବ୍ୟାଙ୍କ ଅନୁମତି ଦେବ। ଏଥିସହ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ବିନିମୟ ସମୟରେ ଲୋକଙ୍କୁ ପରିଚୟ ପତ୍ର ଦାଖଲ କରିବା ଆବଶ୍ୟକ ନାହିଁ। ସର୍କୁଲାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିନିମୟ ସମୟରେ  କୈଣସି ପରିଚୟ ପ୍ରମାଣ ଦାଖଲ କରାଯିବା ଆବଶ୍ୟକ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଦେଶରୁ ୨୦୦୦ ଟଙ୍କା…

Read More

ଭୁବନେଶ୍ବର: ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଜି ତିନି ନୂଆମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ। ସେମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥପାଠ କରାଇଛନ୍ତି। ଲୋକସଭା ଭବନରେ ଥିବା କନଭେନସନ ହଲରେ ତାଙ୍କୁ ଶପଥ କରାଯାଇଛି। ଏହି ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଏବଂ ବିଧାୟକଗଣ ଉପସ୍ଥିତ ଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରେକ୍ଷାଳୟକୁ ସମସ୍ତ ଅତିଥୀ ପହଞ୍ଚିସାରିଥିଲେ। ଏହାପରେ ରାଜ୍ୟପାଳ ଆସିବା ପରେ ଶପଥପାଠ ଆରମ୍ଭ କରାଯାଇଥିଲା। ଆଉ କିଛି ସମୟ ପରେ ସେମାନଙ୍କୁ ଦାୟିତ୍ବ ବଣ୍ଟନ କରାଯିବ। ସମସ୍ତେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Read More

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ। ଏଥିରେ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରାଦା ପ୍ରସନ୍ନ ନାୟକ, ସୁଦାମ ମାରାଣ୍ଡି। ଲୋକସେବା ଭବନର କନଭେସନ ହଲରେ ସେମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥ କରାଇବେ। ଆଜି ସକାଳ ୯ ଟା ୫୦ରେ ଏମାନେ ଶପଥ ନେବେ। ପୂର୍ବରୁ ଆଶା କରାଯାଉଥିଲା ଯେ, ନବୀନ ଗଂଜାମ ଜିଲ୍ଲାର ସଂଗଠନ ପାଇଁ କାହାକୁ ମନ୍ତ୍ରୀ କରିବେ। ସେଥିପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ମନୋନିତ କରାଯାଇଛି। ସେହିପରି ପଶ୍ଚିମ ଓଡିଶା ଏବଂ ମୟୁରଭଂଜ ସଂଗଠନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାରଦା ନାୟକ ଏବଂ ସୁଦାମ ମାରାଣ୍ଡିଙ୍କୁ ମନୋନିତ କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ୭୫ ବର୍ଷ ଧରି ସେବା କରିବାର ଐତିହାସିକ ମାଇଲଖୁଣ୍ଟ ପୂରଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୧୦୦ ବର୍ଷ ସେବାରେ ପହଞ୍ଚିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆସନ୍ତା ୨୫ ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟସେବାରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ କୋଭିଡ୍-୧୯ ମହାମାରୀ ସମୟରେ ପ୍ରକାଶ ପାଇଥିବା ବିଶ୍ବ ସ୍ୱାସ୍ଥ୍ୟ ସ୍ଥାପତ୍ୟର ବ୍ୟବଧାନ ଗୁଡିକ ଉପରେ ଆଲୋକପାତ କରିଥିଲେ ଏବଂ ସ୍ଥିର ବିଶ୍ୱସ୍ତରୀୟ ବ୍ୟବସ୍ଥା ଗଠନ ତଥା ବିଶ୍ୱ ସ୍ୱାସ୍ଥ୍ୟ ସମାନତା ବୃଦ୍ଧିରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆନ୍ତର୍ଜାତୀୟ ସହଯୋଗ…

Read More

ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍‌ ବେଶ୍‌ ପ୍ରଭାବଶାଳୀ। ଏସ୍‌ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍‌ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍‌ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି। ଏସ୍‌ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍‌ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍‌ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍‌କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ।…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ବଡ଼ି ଭୋରରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ପୋଲିସ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋସାଣି-ନୂଆଗାଁ ଥାନା ଅଞ୍ଚଳର ଦେବରାଜ ମଣ୍ଡଳଙ୍କ ପୁତ୍ର ଶିବ ମଣ୍ଡଳ ତାଙ୍କ ସହଯୋଗୀ ସମୀର ମଣ୍ଡଳଙ୍କ ସହ ଏକ ବାଇକରେ ଖୋର୍ଦ୍ଧା ରୁ ବ୍ରହ୍ମପୁର ଯାଉଥିଲେ। ତେବେ ଆଜି ବଡି ଭୋରରେ ବାଇକଟି ହରିକୁଣ୍ଡ ବରଡ଼ି ଛକରେ ଏକ ଡିଭାଇଡ଼ର କୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ବ୍ୟକ୍ତି ଆହତ ହୋଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଜରିଆରେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଥିବା ବେଳେ ସେଠାରେ ଶିବଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନାଚୁଣୀ ପୋଲିସ ବାଲୁଗାଁ ମେଡିକାଲରେ ପହଞ୍ଚି ଶବ ଜବତ କରି ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

Read More

ନୂଆଦିଲ୍ଲୀ: ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା ସହିତ ବର୍ଷ ବର୍ଷ ଧରି ଧନ ପ୍ରାପ୍ତିର ସମ୍ଭାବନା ତିଆରି oହେବ। ଆପଣ ପ୍ରତିଦିନ ଥରେ ଖାଦ୍ୟ ଦାନ କଲେ, ଆର୍ଥିକ ସଙ୍କଟ ରହିବ ନାହିଁ । ଅଶୋକା ଗଛ ଲଗାଇ ସେଥିରେ ପାଣି ଦେବା ଦ୍ୱାରା ଧନ ବୃଦ୍ଧି ପାଇଥାଏ। ଯଦି ଆପଣଙ୍କୁ ଘରେ ପୁରୁଣା ଖବରକାଗଜ ଇତ୍ୟାଦି ବାହାର କରିବାକୁ ଚାହାଁନ୍ତି ତେବେ ଆପଣ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍. ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ତୁରନ୍ତ ହଟାନ୍ତୁ .ବନ୍ଦ ଘଣ୍ଟା ଘର ଭିତରକୁ ଆସୁଥିବା ଟଙ୍କାକୁ ବନ୍ଦ କରିଦିଏ.…

Read More

ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ। ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି। ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି। ମିଥୁନ- ଆଜି ଆପଣଙ୍କ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଜି-7 ଶିଖର ସମ୍ମିଳନୀ ଅବସରରେ 21 ମଇ 2023ରେ ବ୍ରାଜିଲର ରାଷ୍ଟ୍ରପତି ଶ୍ରୀ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ। ଉଭୟ ରାଜନେତା ଏହା ଉଲ୍ଲେଖ କରିଥିଲେ ଯେ, ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ବନ୍ଧର 75 ବର୍ଷ ପୁର୍ତି ପାଳନ କରାଯାଉଛି। ଉଭୟ ରାଜନେତା ନିଜର ରଣନୀତିକ ଭାଗିଦାରୀର ସମୀକ୍ଷା କରିଛନ୍ତି ଏବଂ ବିଶେଷକରି ପ୍ରତିରକ୍ଷା ଉତ୍ପାଦନ, ବ୍ୟବସାୟ, ଔଷଧ, କୃଷି, ଦୁଗ୍ଧ ଓ ପଶୁପାଳନ ତଥା ଜୈବ- ଇନ୍ଧନ ଏବଂ ସ୍ୱଚ୍ଛ ଉର୍ଜ୍ଜା କ୍ଷେତ୍ରରେ ଏହାକୁ ଆହୁରି ସୁଦୃଢ କରିବାର ପଦ୍ଧତି ଉପରେ ଆଲୋଚନା କରିଥିଲେ। ଉଭୟ ରାଜନେତା ଦୁଇ ଦେଶର ବ୍ୟବସାୟ ଜଗତର ଅଗ୍ରଣୀ ବ୍ୟକ୍ତି ବିଶେଷମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।…

Read More

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ…

Read More

ଭୁବନେଶ୍ବର: ଶେଷରେ ତିନିଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବ ବୋଲି ତାଙ୍କ ନାମ ବର୍ତ୍ତମାନ ପ୍ରକାଶ ପାଇଛି। ଆସନ୍ତାକାଲି ଶପଥ ଗ୍ରହଣ ବେଳେ ଏହି ତିନିଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସନ୍ନ ନାୟକ ଏବଂ ସୁଦାମ ମାରାଣ୍ଡି। ଏହି ତିନିଜଣ ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ। ଆସନ୍ତାକାଲି ସକାଳ ୯ ଟା ୫୦ରେ ଲୋକସଭା ଭବନରେ ଥିବା ପ୍ରେକ୍ଷାଳୟରେ ଏମାନେ ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ତାଙ୍କୁ ଶପଥପାଠ କରାଇବେ। ପୂର୍ବରୁ ଆଶା କରାଯାଉଥିଲା ଯେ, ନବୀନ ଗଂଜାମ ଜିଲ୍ଲାର ସଂଗଠନ ପାଇଁ କାହାକୁ ମନ୍ତ୍ରୀ କରିବେ। ସେଥିପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ମନୋନିତ କରାଯାଇଛି। ସେହିପରି ପଶ୍ଚିମ ଓଡିଶା ଏବଂ ମୟୁରଭଂଜ ସଂଗଠନ ପାଇଁ ନବୀନ ସାରଦା ନାୟକ ଏବଂ ସୁଦାମ ମାରାଣ୍ଡିଙ୍କୁ ମନୋନିତ କରିଛନ୍ତି।

Read More

ଭୁବନେଶ୍ୱର: ମିଶନ ଶକ୍ତି ସହାୟତାରେ ଆମ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ୧୩୨୮୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦୀ ଲିଜ ସୂତ୍ରରେ ନେଇ ସଫଳତାର ସହିତ ମାଛଚାଷ କରି ରାଜ୍ୟର ମାଛ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହୋଇପାରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଆଗ୍ରହ, ଏକାଗ୍ରତା ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିପାରିଛି। ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ, ମତ୍ସ୍ୟ ନିର୍ଦ୍ଧେଶାଳୟ ଏବଂ ବିଶ୍ୱସ୍ତରୀୟ ସଂଗଠନ ୱାର୍ଲଡଫିସର ମିଳିତ ଅନୁକୁଲ୍ୟରେ ଲୋକସେବା ଭବନର କନଭେନସନ ହଲରେ ପ୍ରଥମ ପରିଚିତି ଓ ଅଭିମୁଖୀକରଣ (Inception-cum- Orientation Workshop ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୭ ଗୋଟି ଉପକୂଳବର୍ତ୍ତୀ…

Read More

ନୂଆଦିଲ୍ଲୀ: ରବିବାର ଦିନ ସର୍ବ ବୃହତ ବ୍ୟାଙ୍କ ଏସବିଆଇ ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ସର୍କୁଲାର ଜାରୀ କରିଛି। ଏହି ସର୍କୁଲାର ଅନୁସାରେ ଜଣେ ବ୍ୟକ୍ତି ଏସବିଆଇର ଯେ କୌଣସି ଶାଖାରେ ସେ ସିଧା ୨୦୦୦ ଟଙ୍କିଆ ନୋଟ ପ୍ରଦାନ କରି ଅନ୍ୟ ନୋଟ ବଦଳ ନେଇପାରିବ। ଏଥିସହିତ ଗ୍ରାହକ ୨୦୦୦ ଟଙ୍କିଆ ନୋଟକୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ସ୍ଲିପରେ ପରିବର୍ତ୍ତନ କରିପାରିବ। ଲୋକମାନେ ସ୍ଲିପ୍ ପୂରଣ ନକରି ଗୋଟିଏ ଥରରେ ୧୦ ଟି ନୋଟ୍ ବଦଳ କରିବାକୁ ବ୍ୟାଙ୍କ ଅନୁମତି ଦେବ। ଏଥିସହ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ବିନିମୟ ସମୟରେ ଲୋକଙ୍କୁ ପରିଚୟ ପତ୍ର ଦାଖଲ କରିବା ଆବଶ୍ୟକ ନାହିଁ। ସର୍କୁଲାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିନିମୟ ସମୟରେ  କୈଣସି ପରିଚୟ ପ୍ରମାଣ ଦାଖଲ କରାଯିବା ଆବଶ୍ୟକ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଦେଶରୁ ୨୦୦୦…

Read More

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କର ଉନ୍ନତି ଓ ପ୍ରଗତି ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ଆଇନସେବା ଯୋଗାଇଦେବା ପାଇଁ ଚଳିତ ମଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଖୋର୍ଦ୍ଧା ସମେତ ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଆଇନସେବା ପ୍ରାଧିକରଣମାନ ସାମିଲ ହେବେ। ଅଧିକାରୀମାନେ ଦିବ୍ୟାଙ୍ଗମାନଙ୍କ ଘରକୁ ଘର ଯାଇ ସେମାନଙ୍କ ସମସ୍ୟା, ସୁବିଧା-ଅସୁବିଧା ଏବଂ ଆବଶ୍ୟକତା ସଂପର୍କରେ ପଚାରି ବୁଝିବେ। ସେମାନଙ୍କ ସମସ୍ୟମାନ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ପାଖରେ ସରକାରୀ ସୁବିଧା, ସୁଯୋଗ ପହଞ୍ଚାଇବା ଓ ସେମାନଙ୍କୁ ଆଇନସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ପ୍ରାଧିକରଣଙ୍କ କର୍ମକର୍ତ୍ତା, ଗ୍ରାମୀଣ ଆଇନ ସହାୟତା କର୍ମୀ, ଆଇନଜୀବୀ, ପ୍ରାଧିକରଣର ସେ୍ୱଚ୍ଛାସେବୀମାନେ ଘରକୁ ଘର ଗସ୍ତ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ, ସରକାରୀ ଯୋଜନାର ଲାଭ ବାବଦରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ସ୍ମାରକ ସଂଗ୍ରହାଳୟ ଗସ୍ତ କରିବା ନିମନ୍ତେ ହିରୋସୀମାରେ ଜି-୭ ଶିଖର ସମ୍ମିଳନୀରେ ଅନ୍ୟ ନେତାମାନଙ୍କ ସହ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶକଙ୍କ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି। ଜି-୭ ଦେଶର ନେତାମାନେ ପରମାଣୁ ବୋମା ପୀଡ଼ିତଙ୍କ ସ୍ମାରକୀରେ ପୁଷ୍କାଞ୍ଜଳି ଅର୍ପଣ କରିଛନ୍ତି।

Read More

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍‌ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ ସମସ୍ତ ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଆଜିର ଡିଜିଟାଲ ଯୁଗରେ ବିଭିନ୍ନ ସରକାରୀ ବ୍ୟବସ୍ଥା କିଭଳି ଲୋକଙ୍କ କାର୍ଯ୍ୟରେ ଆସୁଛି ଏବଂ ସରକାରୀ ବିଭାଗର ବିଭିନ୍ନ ଡାଟା କିପରି ସୁରକ୍ଷିତ ଭାବେ ସରଂକ୍ଷିତ ହେଉଛି, ସେ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନ ୪୫ଟି ରେକ୍‌ ବିଶିଷ୍ଟ ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ସରକାରଙ୍କର ୪୬୦ରୁ ଊଦ୍ଧ୍ୱର୍ ଆପ୍ଲିକେସନର ଡାଟା ସରଂକ୍ଷିତ ହୋଇପାରୁଛି । ଆହୁରି ୮୮ ଗୋଟି ରେକ୍‌ର ପ୍ରସ୍ତୁତି ହେଉଛି, ଯାହାକି ଆଗାମୀ ଦିନରେ ଏହି ଡାଟା ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିପାରିବ । ବର୍ତ୍ତମାନ ଏହାର ଦୁଇଟି କେନ୍ଦ୍ର କୋରାପୁଟ ଏବଂ ସୁନ୍ଦରଗଡ଼ରେ ହେବା ପାଇଁ ରାଜ୍ୟ…

Read More