ନୂଆଦିଲ୍ଲୀ: ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରତନ ଲାଲ କଟାରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରତନ ଲାଲ କଟାରିଆଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଜନସେବା ଏବଂ ସାମାଜିକ ନ୍ୟାୟରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ତାଙ୍କୁ ମନେ ରଖାଯିବ । ସେ ହରିୟାଣାରେ ବିଜେପିକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।
Author: thesamikhsya
ଭୁବନେଶ୍ବର: ଦୀର୍ଘ କିଛି ଦିନ ଧରି ସାରା ରାଜ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଡହଳବିକଳ ହେବାରେ ଲାଗିଛି। ଏପରିକି ପଶ୍ଚିମ ଓଡିଶା ସବୁଠାରୁ ଉତ୍ତପ୍ତ ହୋଇଉଠିଛି। ଫଳରେ ସେଠାରେ ସକାଳୁ ସକାଳୁ ଯିବା ଆସିବା କରିବା କଷ୍ଟକର ହୋଇପଡିଛି। ତେବେ ଏହିପରି ଗରମ ଆହୁରି ପ୍ରବାହିତ ହେବ ବୋଲି ଜଣାପଡିଛି। ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ଝାରସୁଗୁଡା: ୪୦.୬ ଡ଼ିଗ୍ରୀ ସମ୍ବଲପୁର: ୪୦.୪ ଡ଼ିଗ୍ରୀ ହୀରାକୁଦ: ୩୯.୪ ଡ଼ିଗ୍ରୀ ଚାନ୍ଦବାଲି: ୩୭.୮ ଡ଼ିଗ୍ରୀ ଭୁବନେଶ୍ୱର: ୩୬.୨ ଡ଼ିଗ୍ରୀ କେନ୍ଦୁଝର: ୩୪.୮ ଡ଼ିଗ୍ରୀ ବାଲେଶ୍ୱର: ୩୪.୬ ଡ଼ିଗ୍ରୀ ପୁରୀ: ୩୪.୦ ଡ଼ିଗ୍ରୀ ଗୋପାଳପୁର: ୩୩.୪ ଡ଼ିଗ୍ରୀ ପାରାଦୀପ: ୩୩.୦ ଡ଼ିଗ୍ରୀ
ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ସାବିତ୍ରୀ ବ୍ରତ। ଏହି ଦିନ ସଧବା ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି। ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେଘରେ ପାଳନ କରାଯାଇଥାଏ। ସାବିତ୍ରୀ ଅମାବାସ୍ୟା ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ: ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ। ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: – – ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ। – କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ। – ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ…
ନୂଆଦିଲ୍ଲୀ: ଆଜି ମନ୍ତ୍ରୀ କିରଣ ରିଜିଜୁଙ୍କ ଆଇନ ବିଭାଗ ଯିବା ପରେ ସେ ନିଜର ଟୁଇଟର ପ୍ରୋଫାଇଲକୁ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ଏହି ପ୍ରୋଫାଇଲରେ ଆଇନ ଓ ବିଚାର ବିଭାଗ ମନ୍ତ୍ରୀ ଭାବେ ଉଲ୍ଲେଖ କରିଥିଲେ। ତେବେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ବାହାରିବା ପରେ ସେ ଏହାକୁ ପରିବର୍ତ୍ତନ କରି ଆର୍ଥ ସାଇନସ ମନ୍ତ୍ରୀ ବୋଲି ଉଲ୍ଲେଖ କରିଛନ୍ତି। ଆଜି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରଣ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କଠାରୁ ଆଇନ ବିଭାଗ କାଢି ନିଆଯାଇଛି। ବର୍ତ୍ତମାନ ଆଇନ ବିଭାଗକୁ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଦାନ କରାଯାଇଛି। ସେ ନିଜ ବିଭାଗ ସହିତ ଆଇନ ବିଭାଗକୁ ସ୍ବାଧୀନ ଭାବେ ତୁଲାଇବେ ବୋଲି କୁହାଯାଇଛି। ସେହିପରି କିରଣ ରିଜିଜୁଙ୍କୁ କେବଳ ଆର୍ଥ ସାଇନସ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ବିଭାଗର ଦାୟିତ୍ବରେ…
ନୂଆଦିଲ୍ଲୀ: ଆଜି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରଣ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କଠାରୁ ଆଇନ ବିଭାଗ କାଢି ନିଆଯାଇଛି। ବର୍ତ୍ତମାନ ଆଇନ ବିଭାଗକୁ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଦାନ କରାଯାଇଛି। ସେ ନିଜ ବିଭାଗ ସହିତ ଆଇନ ବିଭାଗକୁ ସ୍ବାଧୀନ ଭାବେ ତୁଲାଇବେ ବୋଲି କୁହାଯାଇଛି। ସେହିପରି କିରଣ ରିଜିଜୁଙ୍କୁ କେବଳ ଆର୍ଥ ସାଇନସ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ବିଭାଗର ଦାୟିତ୍ବରେ ଥିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହଠାତ ପ୍ରଧାନମନ୍ତ୍ରୀ ମୋଦୀ ଏପରି କାହିଁକି କଲେ ସେ ନେଇ କିଛି ଜଣାପଡି ନାହିଁ।
କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁସ୍ତିକାକୁ ଉନମୋଚନ କରିଛନ୍ତି। ତାଙ୍କ ସହିତ ଗଣଶିକ୍ଷା ସଚିବ ଏବଂ ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତି ଥିଲେ। ଚଳିତ ବର୍ଷ ପାସ ହାର ରହିଛି ୯୬.୪0 ପ୍ରତିଶତ। ସେଥିରେ ଏ-୧ରେ ୪,୧୫୮ ଜଣ ପାସ କରିଥିବାବେଳେ ଏ-୨ରେ ୨୯,୮୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବି-୧ରେ ୭୭,୫୬୭ ଜଣ ପାସ କରିଥିବାବେଳେ ବି-୨ରେ୧, ୧୮,୭୫୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଏଥର ବି ପାସହାରରେ ଛାତ୍ରୀମାନେ ଆଗରେ ଅଛନ୍ତି । ଏଥର ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି । ତେବେ କଟକ…
ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଡିଶା ମାଧ୍ୟମିକ ଶିକ୍ଷା କେନ୍ଦ୍ରର ଦଶମ ବା ମାଟ୍ରିକ ପରୀକ୍ଷା ଫଳ। ଆଜି ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ। ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଆଜି ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟ www.bseodisha.ac.in ରୁ ପରୀକ୍ଷା ଫଳ ପାଇପାରିବେ। ସେହିପରି ମୋବାଇଲ୍ ଏସ୍ଏମ୍ଏସ୍ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣି ପାରିବେ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ୫୦ ବର୍ଷରେ ପାଦ ଥାପିଥିବା ବେଳେ ଅଦ୍ୟାବଧି ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇପାରୁନାହିଁ। ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏନଏସି ବାସିନ୍ଦା ସରକାରଙ୍କୁ ଟିକସ ଦେଉଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଡ୍ରେନେଜ ନିର୍ମାଣ ବ୍ୟବସ୍ଥା ଏନଏସି ଦାୟିତ୍ୱ ଥିବା ବେଳେ ମୁଖ୍ୟ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଉଛି। ଫଳରେ ଉଭୟ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ କିନ୍ତୁ ସମସ୍ୟାର ସମାଧାନ ହେଇପାରୁନାହିଁ। ଅଦିନିଆ କାଳବୈଶାଖୀ ବର୍ଷାରେ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି। ଦୁଇ ଦିନ ତଳେ ହୋଇଥିବା ସାମାନ୍ୟ କାଳବୈଶାଖୀ ବର୍ଷାରେ ବିଧାରପୁର ଛକରେ ଅଦ୍ୟାବଧି ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ତେବେ ଏଥିପାଇଁ ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଆଲୋଚନା ହେଉଛି। ଆଗକୁ ମୌସୁମୀ ଆସିବାକୁ ଥିବାବେଳେ ଅଦ୍ୟାବଧି ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଆଗକୁ ପୁନଶ୍ଚ ବାଣପୁର…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଥାନା ଅନ୍ତର୍ଗତ ଖୁଣ୍ଟପଲ୍ଲୀ ଗ୍ରାମର ଜଣେ କଲେଜ ଛାତ୍ରୀ ଆଜି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ଚଗଲା ଜେନାଙ୍କ ଝିଅ ସୁନିତା ଜେନା(୧୭) ଆଜି ସଂନ୍ଧ୍ୟାରେ କୌଣସି କାରଣବଶତଃ ଚାଉଳ ବିଷ ଖାଇ ଦେଇଥିଲେ । ସଙ୍ଗେସଙ୍ଗେ ପରିବାର ବର୍ଗ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସ କୁ ସୂଚନା ଦିଆଯିବା ପରେ ପୋଲିସ ଶବ ଜବତ କରିଛି । ମୃତ ସୁନିତା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ ବୋଲି ଜଣାପଡିଛି । ଏହି ଘଟଣାର କାରଣ କଣ ଜଣାପଡି ନାହିଁ।
ନୂଆଦିଲ୍ଲୀ: ଆଜି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ। ଝାରସୁଗୁଡା ଉପନିର୍ବାଚନର ପରାଜୟ ପରେ ମନମୋହନ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ସେ ଏହି ନିର୍ବାଚନରେ ପରାଜୟ କାରଣ ସଂପର୍କରେ ନଡ୍ଡାଙ୍କୁ ଅବଗତ କରାଇଥିବାର ଜଣାପଡିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରୀ ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ କରିବେ। ସେ ନେଇ ସେ ଆଲୋଚନା କରିଥିବାର ଜଣାପଡିଛି। ସେହିପରି ଆସନ୍ତା କୋଡିଏ ତାରିଖରେ ଓଡିଶା ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ବୈଠକ ହେବାର ଅଛି। ସେ ନେଇ ନଡ୍ଡାଙ୍କ ସହିତ ମନମୋହନ ଆଲୋଚନା କରିଛନ୍ତି। ଏଥିସହିତ ସେ ଓଡିଶା ବିଜେପିର ନୂଆ ଟିମ ତାଲିକା ସଂପର୍କରେ ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହ ମନମୋହନ ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ବି. ଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସହ ପ୍ରଭାରୀ…
ଭୁବନେଶ୍ୱର : ଭାରତର ସର୍ବବୃହତ୍ ଶିକ୍ଷା ପ୍ଲାଟ୍ଫର୍ମ ଅନଏକାଡେମି ପକ୍ଷରୁ ଓଡିଶାର ଭୁବନେଶ୍ୱରଠାରେ ଏହାର ପ୍ରଥମ ଅନଏକାଡେମି ଷ୍ଟୋରର ଉଦ୍ଘାଟନ କରାଯାଇଛି। ଅନଏକାଡେମି ଷ୍ଟୋର୍ଗୁଡିକ ହେଉଛି ବ୍ରାଣ୍ଡର ସୁବିଧା ଏବଂ ବିଶେଷଜ୍ଞମାନଙ୍କ ସହଯୋଗ ହାସଲ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଅଫଲାଇନ୍ ଏକ୍ସପେରିଏନ୍ସିଆଲ ଟଚପଏଂଟ୍। ଏଠାରେ ଶିକ୍ଷାର୍ଥୀମାନେ ଏହାର ଉନ୍ନତ ସୁବିଧାଗୁଡିକର ଅନୁଭୂତି ସହିତ ପ୍ଲାଟଫର୍ମରେ ବ୍ରାଣ୍ଡର ଅଫରିଙ୍ଗଗୁଡିକୁ ବୁଝିପାରିବେ। ଏକ ଆଧୁନିକ ଓ ସରଳ ଡିଜାଇନ୍ ଆଭିମୁଖ୍ୟ ସହ ନିର୍ମିତ ଏହି ଅନଏକାଡେମି ଷ୍ଟୋର୍ ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ଚୟନ କରିଥିବା କ୍ୟାରିୟର ମାର୍ଗ ସମ୍ପର୍କରେ ସୂଚନା ପାଇପାରିବେ ଏବଂ ସମାନ ଆଗ୍ରହ ରଖିଥିବା ଅନ୍ୟ ଶିକ୍ଷାର୍ଥୀମାନଙ୍କ ସହ ଯୋଡ଼ି ହୋଇପାରିବେ। ଏହି ଶୁଭାରମ୍ଭ ଅବସରରେ ଅନଏକାଡେମି ଷ୍ଟୋର ଫ୍ରାଂଚାଇଜ ମାଲିକ ଶ୍ରୀ ଜୟ ସଦାନୀ, ଗ୍ରୋଥ ମ୍ୟାନେଜର ଶ୍ରୀ ଅନୁରାଗ ଶର୍ମା, ୱାର୍ଡ୧୫ କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ ଏବଂ ଅନଏକାଡେମି ଆସୋସିଏଟ ଡାଇରେକ୍ଟର ଶ୍ରୀ ରାଜ…
ଭୁବନେଶ୍ବର: ଓଡିଶାର ଏକ ବଡ ଟିମ ଦୁବାଇ ଗସ୍ତରେ ଅଛନ୍ତି। ଦୁବାଇରେ ଆୟୋଜିତ ଓଡିଶା ଦିବସରେ ଯୋଗ ଦେବା ପାଇଁ ସେମାନେ ଯାଇଛନ୍ତି। ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ କେତେକ ବିଧାୟକ ଅଛନ୍ତି। ସେହିପରି ଉନ୍ନୟନ କମିଶନରଙ୍କ ସହିତ କେତେକ ଅଧିକାରୀ ମଧ୍ୟ ଯାଇଛନ୍ତି। ସେହି ଟିମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ। ଦୁବାଇର ଏକ ବଡ ପ୍ରେକ୍ଷାଳୟରେ ଭରପୁର ଓଡିଆଙ୍କୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ। ଏଥସହିତ ସେ ଓଡିଆ ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ। ସେଥିରେ ଜଣେ ପ୍ରବାସୀ ଓଡିଆ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଆପଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁବେଳେ ରହୁଛନ୍ତି, ତାଙ୍କଠାରୁ କଣ ଶିକ୍ଷା ଲାଭ କରିଛନ୍ତି କିମ୍ବା ଆପଣଙ୍କୁ ତାଙ୍କର କେଉଁ ଗୁଣ ଉଦବୋଧ କରିଛି। ଏହାର ଉତ୍ତରରେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସହିତ…
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ବୈଠକ କମିଟିର ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ୧୩ ତାରିଖ ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ହୋଇଥିବା ବିଶୃଙ୍ଖଳିତ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇଥିଲା । ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଶ୍ରୀ ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି । ସେହିପରି ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେକ୍ ସବିର ହୁସେନଙ୍କ ବିରୋଧରେ କାହିଁକି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂପର୍କରେ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଯେଉଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଫେସବୁକ…
ଭୁବନେଶ୍ବର: ଅଧାରାତି ରେ ୫୦ ବର୍ଷୀୟା ରଞ୍ଜନା ମାର୍ଥା ଙ୍କ ଶେଷକୃତ୍ୟ କାର୍ଯ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ ବଡଗଡ ଅଞ୍ଚଳରେ ବାସ କରୁଥିଲେ। ବ୍ରେନ୍ ଟ୍ୟୁମର ଭଳି ଅସାଧ୍ୟ ରୋଗ ଚିହ୍ନଟ ହେବାପରେ ମାନସିକ ସନ୍ତୁଳନ ହରାଇ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ ଓ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସନ୍ଧ୍ୟା ସମୟରେ ତାଙ୍କ ମୃତ୍ୟୁ ବିଷୟରେ ଜାଣି, ଅଞ୍ଚଳବାସୀ ମାନେ ଓଡ଼ିଶା-ମୋ ପରିବାର ର ହେଲ୍ପ ଲାଇନ୍ ନମ୍ବର ରେ ସହାୟତା ନିମନ୍ତେ ଯୋଗାଯୋଗ କରିଥିଲେ। ଏହି ଦୁଃଖଦ ଖବର ପାଇ, ଓଡ଼ିଶା-ମୋ ପରିବାର ର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ।…
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଳିଗୁଲଜ କରିବା ଏବଂ ମାଡ ମାରିବା ଏକ ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ପୂର୍ବପରି ଏହି ମାମଲା ତଳ କୋର୍ଟରେ ଚାଲିବ। ହେଲେ ଉପଯୁକ୍ତ ସମୟରେ ଆବେଦନକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ବୋଲି କୋର୍ଟ କହିଛନ୍ତି। ଗତକାଲି ମୁଖ୍ୟବିଚାରପତି ଏସ ମୁରଲିଧରନଙ୍କୁ ନେଇ ଗଠିତ ବେଞ୍ଚ ଜଗଦ୍ଦେବଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଚିଲିକାରେ ଏକ କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ଏବଂ ବିଧାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରକି ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ବିଜେପି ମଣ୍ଡଳ ସଭାପତି ବିଧାୟକଙ୍କ ବିରୋଧରେ ବାଲୁଗାଁ ଥାନାରେ ମାମଲା ଋଜୁ କରିଥିଲେ। ଏହାପରେ ବିଧାୟକ ଆଗୁଆ ଜାମିନୀ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ତାହାକୁ ଖାରଜ କରି ତଳ କୋର୍ଟରେ ଆତ୍ମସର୍ମପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ତଳ କୋର୍ଟରେ ଆତ୍ମସମର୍ପଣ କରି ଜାମିନୀ ପାଇଁ…
ଭୁବନେଶ୍ବର: ବଲାଙ୍ଗୀରର ପ୍ରତିଷ୍ଠିତ ରାଜପରିବାରରେ ବିଦ୍ରୋହ ଦେଖାଦେଇଛି। ବଲାଙ୍ଗୀର ରାଜା ରାଜା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୁ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଅନଙ୍ଗଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ସିଂଦେଓ ନିର୍ଯ୍ୟାତନା ଅଭିଯୋଗ କରି ଡେରାଡୁନ ଥାନାରେ ମାମଲା ଋଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଦୀର୍ଘ ମାସ ଧରି ଯୌତୁକ ନିର୍ଯ୍ୟାତନା ଦିଆଯାଉଛି। ଶଶୂର ଅନଙ୍ଗ ଉଦୟ ସିଂଦେଓ, ସ୍ବାମୀ ଅର୍କେଶ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ମାରଧର କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ସେହିପରି ରାଜପରିବାରର ଷ୍ଟାଫଙ୍କୁ ଲଗାଇ ମୋତେ ଅପମାନିତ ମଧ୍ୟ କରାଯାଉଥିଲା। ଅର୍କେଶଙ୍କ ସ୍ତ୍ରୀ ଅଦ୍ରିଜା ହେଉଛନ୍ତି ଡେରାଡୁନ ବାସିନ୍ଦା। ସେ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ। ୨୦୧୭ ନଭେମ୍ବର ୨୩ରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତି କଳା ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଏହି ପ୍ରଦର୍ଶନୀରେ ମନ୍ କୀ ବାତ୍ ଅଧ୍ୟାୟର କିଛି ଥିମ୍ ଆଧାରରେ କେତେକ ଚମତ୍କାର କଳା ପ୍ରଦର୍ଶିତ ହୋଇଛି । ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତିକୁ ପରିଦର୍ଶନ କରିଥିଲି । ମନ୍ କୀ ବାତ୍ ଅଧ୍ୟାୟର କିଛି ବିଷୟବସ୍ତୁ ଆଧାରରେ ଏହା ଚମତ୍କାର କଳା ପ୍ରଦର୍ଶନୀ । ନିଜ ସୃଜନଶୀଳତା ସହ ଏହି ପ୍ରଦର୍ଶନୀକୁ ସମୃଦ୍ଧ କରିଥିବା ସମସ୍ତ କଳାକାରଙ୍କୁ ମୁଁ ପ୍ରଶଂସା କରୁଛି ।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନ ସାକ୍ଷାତ କରିଛନ୍ତି। ୱାଲମାର୍ଟର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କ ସହ ବୈଠକ ଫଳପ୍ରଦ ଥିଲା । ବିଭିନ୍ନ ବିଷୟରେ ଗଭୀର ଭାବେ ଆଲୋଚନା ହୋଇଥିଲା । ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ ଦେଖିବା ଖୁସିର ବିଷୟ’ ।
ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବର ଦୁବାଇ ବିମାନ ସେବା। ସେହି ପରିପ୍ରେକ୍ଷୀରେ ଇଣ୍ଡିଗୋ ତରଫରୁ ଏହି ଅଫର ଦିଆଯାଇଛି।ଏହି ଅଫର ମାତ୍ର କିଛିଦିନ ପାଇଁ ରହିଛି। ଏହି ବିମାନଟି ଭୁବନେଶ୍ବରରୁ ସପ୍ତାହରେ ତିନିଦିନ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ଚାଲିବ। ଦୁବାଇରୁ ଏହି ବିମାନଟି ପ୍ରତ୍ୟେକ ଥର ସ୍ଥାନୀୟ ସମୟ ଅନୁସାରେ ୧୧ଟା ୨୫ ମିନିଟରେ ଛାଡିବ। ସେହିପରି ଭୁବନେଶ୍ବରରେ ଏହି ବିମାନ ଅପରାହ୍ନ ୫ ଟା ୨୦ ମିନିଟରେ ପହଞ୍ଚିବ। ଭୁବନେଶ୍ବରରୁ ଏହା ୬ ଟା ୩୦ ମିନିଟରୁ ଛାଡିବ ଏବଂ ଦୁବାଇରେ ୯ ଟା ୪୫ ମିନିଟରେ ପହଞ୍ଚିବ। ଆଜି ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି।
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ସେ ତାଙ୍କର ଭାଇଙ୍କ ସହିତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି।
ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର। ଏହାଦ୍ବାରା ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି। ଆଜି ସ୍ଥାନୀୟ ଇଉନିଟ ୧ ସ୍ଥିତ ଆଦିବାସୀ ପଡିଆ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା। ଏଥିରେ ୬୪ ଲକ୍ଷ ଲୋକ…