ଭୁବନେଶ୍ବର: ବାତ୍ୟା ମୋଚ୍ କୁ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ଏକ ବଡ ସୂଚନା ପ୍ରଦାନ କରିଛି। ତାହା ହେଲା ଆସନ୍ତାକାଲି ଅର୍ଥାତ ୧୦ତାରିଖ ବେଳକୁ ଏକ ବାତ୍ୟା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ୧୨ ତାରିଖ ସକାଳ ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ବେଳେ ପରବର୍ତୀ ସମୟରେ ଗତିପଥ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ବଙ୍ଗଳାଦେଶ- ମିଆଁମାର ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ଆସିପାରି ନାହିଁ।
Author: thesamikhsya
ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇ ଦେବେ। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ। ତେବେ ରାଜନୈତିକ ସଂପର୍କରେ କଣ ଆଲୋଚନା ହେଲା ବୋଲି ସାମ୍ବାଦିକମାନେ ପଚାରିବା…
ଭୁବନେଶ୍ବର: ଗତ କିଛିମାସ ଧରି କଂଗ୍ରେସ ଦଳରେ ସକ୍ରିୟ ନ ଥିବା ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ବକ୍ତବ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା। ଗତକାଲି ଜୟଦେବ ଭବନରେ ଆୟୋଜିତ ‘ଜାନକୀବାବୁ ବସନ୍ତବାବୁ ଯୋଡି, ଓଡିଶା ରାଜନୀତିରେ ସୁବର୍ଣ୍ଣ ସୁଯୋଗ’ ଆଲୋଚନା ଚର୍କରେ ଏକ ବିସ୍ପୋରକ ବକ୍ତବ୍ୟ ଦେଇଛନ୍ତି ଚିରଞ୍ଜୀବ। ସେ କହିଛନ୍ତି ଯେ, କଂଗ୍ରେସ ଦଳର ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦଳରେ ନଅ ଜଣ ବିଧାୟକ ଅଛନ୍ତି, ହେଲେ ଏହି ଦଳରେ ମୁଖ୍ୟମନ୍ତ୍ରୀ ଆଶାୟୀ ସଂଖ୍ୟା କୋଡିଏ ହେବ। ଚିରଞ୍ଜୀବ ଏହା କହିବା ପରେ ପ୍ରେକ୍ଷାଳୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଫଳରେ ଦଳ ଆଗକୁ ଯେପରି ବଢିବା କଥା ତାହା ହୋଇପାରୁ ନାହିଁ ବୋଲି ଚିରଞ୍ଜୀବ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ନବୀନ ପଟ୍ଟନାୟକ 2000 ମସିହାରେ ମୁଖ୍ୟମନ୍ତ୍ରୀ ହେଲେ। ସେ ସମୟରେ ଯେଉଁ ପିଲା ଜନ୍ମଗ୍ରହଣ କରିଥିବ…
ଭୁବନେଶ୍ବର: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ବର ଆସିବେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିବେ। ଏ ନେଇ ନବୀନ ନିବାସ ତରଫରୁ ପ୍ରସ୍ତୁତି କରାଯାଇଛି। ଏହାପରେ ସେ ସଂଧ୍ୟାରେ ବିହାର ଫେରିଯିବେ। ନୀତିଶଙ୍କ ଏହି ଦିନିକିଆ ଗସ୍ତରେ ସେ କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ବ୍ୟତିତ ତାଙ୍କର ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସେ ଦିନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ସିଧା ନବୀନ ନିବାସ ଆସିବେ। ନବୀନ ନିବାସରେ ନବୀନଙ୍କ ସହିତ ସାକ୍ଷାତ କରି ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନରେ ଫେରିଯିବେ।
ଭୁବନେଶ୍ଵର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ)ର ୧୧୭ତମ ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ତନ୍ମଧ୍ୟରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି। ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି। ଆଲୁମିନିୟମ ଓ ଆଲୁମିନିୟମ ଉପରେ ନିର୍ଭରଶୀଳ ସଂପୃକ୍ତ ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ୟ୍ୟଟନ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି…
ଭୁବନେଶ୍ବର: କଂଗ୍ରେସରେ ବର୍ତ୍ତମାନ ଯେଉଁ ନଅ ଜଣ ବିଧାୟକ ଅଛନ୍ତି ସେମାନେ କୁଆଡେ ସମସ୍ତେ ବିଜେଡିରେ ମିଶିବେ। ଏପରି ଏକ ଥଟ୍ଟା ପରିହାସରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, କଂଗ୍ରେସର ବିଧାୟକ ଦଳର ନେତାଙ୍କଠାରୁ ଆରମ୍ଭ କରି ତଳ ନେତା ପର୍ଯ୍ୟନ୍ତ ସମସ୍ତେ ବିଜେଡିକୁ ଡେଇଁବେ ବୋଲି ଅନେଇ ବସିଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଓଡିଶାରେ କୌଣସି ଦଳ ଜିତିପାରିବ ନାହିଁ। କାରଣ ଯେଉଁ ବିରୋଧୀ ଦଳ ଅଛନ୍ତି ସେମାନେ ଜିତିବା ପରି କାମ କଲେ ସିନା ଜିତିବେ। ସେମାନେ ହାରିବା ପରି କାମ କରି ହାରୁଛନ୍ତି। ନିର୍ବାଚନରେ ଜିତିବାକୁ ହେଲେ ଅନ୍ୟକୁ ହରାଇବାକୁ ପଡିବ। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆମ ଦଳକୁ ହରାଇବା ପରି କୌଣସି ଦଳ ନାହିଁ। ନିର୍ବାଚନ ଜିତିବାର ତରିକା ବିରୋଧୀ ଦଳ କେହି ବୁଝି ପାରୁ…
ଭୁବନେଶ୍ବର: ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ବର ଆସିବେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିବେ। ଏ ନେଇ ନବୀନ ନିବାସ ତରଫରୁ ପ୍ରସ୍ତୁତି କରାଯାଇଛି। ଏହାପରେ ସେ ସଂଧ୍ୟାରେ ବିହାର ଫେରିଯିବେ। ନୀତିଶଙ୍କ ଏହି ଦିନିକିଆ ଗସ୍ତରେ ସେ କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ବ୍ୟତିତ ତାଙ୍କର ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସେ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ସିଧା ନବୀନ ନିବାସ ଆସିବେ। ନବୀନ ନିବାସରେ ନବୀନଙ୍କ ସହିତ ସାକ୍ଷାତ କରି ମଧ୍ୟାହ୍ନ ଭୋଜନ ସାରି ସଂଧ୍ୟାରେ ଫେରିଯିବେ। ଏହି ଗସ୍ତରୁ ନିଶ୍ଚିତ ଯେ, ନୀତିଶ ବିଜେପି ବିରୋଧରେ ସେ ଯେଉଁ ଅଭିଯାନ ଜାତୀୟ ସ୍ତରରେ ଆରମ୍ଭ କରିଛନ୍ତି ସେହି କାର୍ଯ୍ୟକ୍ରମ ନେଇ ସେ ଆସୁଛନ୍ତି। ଏ ନେଇ…
ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରାଇ ଦେବା ପାଇଁ ଆଶାୟୀମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି ଏବଂ ଏଥିରେ ଓଡିଶା ବିଜେପି ନେତା ଗିରଫ ହେବାର ସମ୍ଭାବନା ରହିଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତୁମ୍ବନାଥ ପଣ୍ଡା ଏହା କହିଛନ୍ତି। ସେ ପୃଥୀରାଜ ହରିଚନ୍ଦନଙ୍କ ନାମ ନେଇ କହିଛନ୍ତି ଯେ, ସମସ୍ତେ ଜାଣନ୍ତି, ଜୀବନରେ ୱାର୍ଡ଼ମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ ନେତା ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି। ତାଙ୍କୁ ଓଡିଶା ଲୋକେ ପ୍ରତ୍ୟାଖାତ କରିବାରେ ଲାଗିଛନ୍ତି। ତେବେ ଆନ୍ଧ୍ରର ଏହି ଠକେଇ ଘଟଣା ଉପରେ ପୃଥୀରାଜ ରାଜ୍ୟବାସୀଙ୍କୁ ବିବୃତି ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।
ଭୁବନେଶ୍ୱର: ମଣିପୁରରେ ସୃଷ୍ଟି ହୋଇଥିବା ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତ୍ୱରିତ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ନିରବ। ଛାତ୍ରଛାତ୍ରୀଙ୍କ ଉଦ୍ଧାର ତ ଦୂରରକଥା ରାଜନୈତିକ ବାଧ୍ୟବାଧକତା ପାଇଁ ସେ ଏ ସଂକ୍ରାନ୍ତରେ ମୁହଁ ଖୋଲୁନଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୩,୦୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଯାନବାହନ, ଘର, ବିଦ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିଆଁ ଲଗାଯାଇଥିବାବେଳେ ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ସେନା ମୁତୟନ ହୋଇଥିବାବେଳେ ପରିସ୍ଥିତି ଅତ୍ୟନ୍ତ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ରୋଷେଇ ଶାଳରେ ପ୍ରସ୍ତୁତ ହେଉଥିବା ଗରମ ତରକାରୀ ହାଣ୍ଡିରେ ପଡି ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ଯୁବକଜଣଙ୍କ ସେହି ସମୟରେ ମଦ ପିଇ ମାତଲ ଅବସ୍ଥାରେ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ପ୍ରତାପ ମହାପାତ୍ର ସେହି ଗ୍ରାମର ଏକ ପାରିବାରିକ କାର୍ଯ୍ୟକ୍ରମରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯୋଗଦେବାକୁ ଯାଇଥିଲେ। ସେହି କାର୍ଯ୍ୟକ୍ରମରେ ଗାଁର ୫୦୦ ରୁ ଅଧିକ ଲୋକଙ୍କ ନିମନ୍ତେ ଖାଇବା ରନ୍ଧା ଯାଉଥିଲା। ଏହାର ରନ୍ଧା ଦାୟିତ୍ୱ ନେଇଥିଲେ ପ୍ରତାପଙ୍କ ଦାଦା। ତେଣୁ ପ୍ରତାପ ରୋଷେଇ ଶାଳ (ଖନ୍ଦା ଶାଳ )କୁ ଯାଇ ବିଭିନ୍ନ ବ୍ୟଂଜନ ପରଖୁ ଥିଲେ। ତେବେ ପ୍ରତାପ ଭାରସାମ୍ୟ ହରାଇ ଚୁଲିରେ ବସିଥିବା ଆମିଷ ଘାଣ୍ଟ ତରକାରୀ ହଣ୍ଡା ଭିତରେ ପଡି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ପ୍ରତାପଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।…
ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିଲା ଅସହ୍ୟ ତାତି। କିଛିଦିନର ବିରାମ ପରେ ଏବେ ସେହି ଅସହ୍ୟ ଗରମ ଆରମ୍ଭ ହୋଇଯାଇଛି। ଆଜି ସମ୍ବଲପୁରରେ ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଏହି ସମୟ ବେଳକୁ ସହରର ତାପମାତ୍ରା ୪୧.୨ ଡ଼ିଗ୍ରୀ ତାପମାତ୍ରା ଥିଲା। ଅନ୍ୟାନ୍ୟ ସହରର ଯେଉଁ ତାପମାତ୍ରା ଥିଲା ତାହା ହେଲା.. ସମ୍ବଲପୁର: ୪୧.୨ ଡ଼ିଗ୍ରୀ ଝାରସୁଗୁଡା: ୪୦.୬ ଡ଼ିଗ୍ରୀ ହୀରାକୁଦ: ୩୯.୬ ଡ଼ିଗ୍ରୀ ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ ଭୁବନେଶ୍ୱର: ୩୭.୪ ଡ଼ିଗ୍ରୀ କେନ୍ଦୁଝର: ୩୬ ଡ଼ିଗ୍ରୀ ବାଲେଶ୍ୱର: ୩୪.୬ ଡ଼ିଗ୍ରୀ ପୁରୀ : ୩୪.୪ ଡ଼ିଗ୍ରୀ ଗୋପାଳପୁର: ୩୩.୮ ଡ଼ିଗ୍ରୀ ପାରାଦୀପ: ୩୩.୪ ଡ଼ିଗ୍ରୀ
ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା ତାହା ବର୍ତ୍ତମାନ ସତ ହେଉଛି। ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଥିଲା। ସେହି ଅନୁସାରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବା ସହିତ ତାହାର ସ୍ଥିତିର ଫଟୋ ଜାରୀ କରାଯାଇଛି। ତେବେ ଆଜି ଲଘୁଚାପ ସୃଷ୍ଟି ହେବା ପରେ ଏହା ଧିରେଧିରେ ଶକ୍ତିଶାଳି ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିଥିଲା। ସେହି ଅନୁସାରେ ଏହି ଶକ୍ତିଶାଳି ହେବ ବୋଲି ଜଣାପଡିଛି ଏବଂ ପରବର୍ତ୍ତି ସମୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ପୂର୍ବରୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣବଳୟ। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ସେହି ଘୂର୍ଣିବଳୟ ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଥିଲା ଯାହା ଲଘୁଚାପ ଭାବେ ସୃଷ୍ଟି ହୋଇଛି।
ଭୁବନେଶ୍ବର: ଆଜି ରାଜଧାନୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗର ସୂଚନା ଅନୁସାରେ ଆଜି ରାଜଧାନୀ ଭୁବନେଶ୍ୱର ରେ ସକାଳ ୮.୩୦ ସୁଦ୍ଧା ୩୧ଡ଼ିଗ୍ରୀ ତାପମାତ୍ରା ଥିଲା। ସେହିପରି ୮୫ ପ୍ରତିଶତ ଆଦ୍ରତା ରହିଥିଲା। ଏହା ମଧ୍ୟାହ୍ନ ବେଳକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେପଟେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଧିରେଧିରେ ଶକ୍ତିଶାଳି ହେବାରେ ଲାଗିଛି। ଏହି ଘୂର୍ଣିବଳୟ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଆଜି ଏହା ଲଘୁଚାପ ହେବାପରେ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଧିରେଧିରେ ଶକ୍ତିଶାଳି ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଘୂର୍ଣିବଳୟ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଆଜି ଏହା ଲଘୁଚାପ ହେବାପରେ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ସୃଷ୍ଟି ହେଲେ ଉତ୍ତର ମୁହାଁ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।
ଭୁବନେଶ୍ବର: ହାତରେ ଆଉ ମାତ୍ର ଗୋଟିଏ ଦିନ ରହିଲା। ଅର୍ଥାତ ଆଜି ସଂଧ୍ୟାରେ ସରିବ ପ୍ରଚାର। ଏହାପରେ ବାହାର ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିବ। ଆସନ୍ତାକାଲି ମଙ୍ଗଳବାର ଗୋଟିଏ ଦିନ ବିଶ୍ରାମର ଦିନ। ସେଦିନ ଭୋଟରମାନେ କାହାକୁ ଭୋଟ ଦେବେ ସେ ନେଇ ଚିନ୍ତା କରିବେ। ବୁଧବାର ଦିନ ହେବ ଭୋଟଗ୍ରହଣ। ଏହି ନିର୍ବାଚନରେ ଜିତିବା ପାଇଁ ତିନିଦଳର ପ୍ରାର୍ଥୀମାନେ ଯଥେଷ୍ଠ ଚେଷ୍ଠା କରିବାରେ ଲାଗିଛନ୍ତି। ଆଜି ସେମାନେ ଶେଷ ଭିକ୍ଷା ମାଗିବେ। ଝାରସୁଗୁଡା ପ୍ରଚାର ସ୍ରୋତକୁ ଲକ୍ଷ୍ୟ କଲେ ଏହା ସୂଚିତ ହେଉଛି ଯେ, ସେଠାରେ ମୁଖ୍ୟତଃ ବିଜେଡି ସହିତ ବିଜେପିର ଲଢେଇ ହେଉଛି। କଂଗ୍ରେସର ସେପରି ଦମଦାର ପ୍ରଚାର ପରିଲକ୍ଷିତ ହେଉ ନାହିଁ।
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଚାରକୁ ଯିବେ ବୋଲି ପୂର୍ବରୁ ଏକ ପୋଷ୍ଟର ନିଜ ଟୁଇଟରରେ ରିଟୁଇଟି କରି ପ୍ରକାଶ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ବିଜେଡି କହିଛି ଯେ, ଧର୍ମେନ୍ଦ୍ର ଟୁଇଟରରେ ଦେଇଥିବା ପୋଷ୍ଟରରେ ଭାରତ ସରକାରଙ୍କ ପ୍ରଦତ୍ତ ଲୋଗୋ ଲାଗିଛି। ଏଥିରେ ଜି20 ଏବଂ ଆଜାଦ କି ଅମୃତ ମହୋତ୍ସବର ଲୋଗୋ ଲାଗିଛି। ଏହି ଲୋଗ ଭାରତ ସରକାରଙ୍କର ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଦଳୀୟ ପ୍ରଚାରର କିପରି ବ୍ୟବହାର କଲେ ସେ ନେଇ ବିଜେଡି ପ୍ରଶ୍ନ ଉଠାଇଛି।
ଭୁବନେଶ୍ବର: ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ବା ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୁଡ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। କଟକ ଜୁଡିସିୟାଲ ଏକାଡେମୀରେ ଆୟୋଜିତ ପେପରଲେସ କୋର୍ଟ ସଂପର୍କିତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ତେବେ ସେହି ଆଲୋଚନା ଚକ୍ରରେ ମୁଖ୍ୟ ବିଚାରପତି ଏକ ଖୋଲାସା କରିଥିଲେ। ତାହା ହେଲା ସେ କହିଥିଲେ ଯେ, ସେ ହେଉଛନ୍ତି ଓଡିଶା ଜୋଇଁ। ଏହି କଥା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଓଡିଶା ଜୋଇଁ ବୋଲି ପ୍ରାୟ ଲୋକେ ଜାଣି ନ ଥିଲେ। ମୁଖ୍ୟ ବିଚାରପତି କହିଥିଲେ ଯେ, ସେ ଓଡିଶା ଜୋଇଁ ହିସାବରେ ଗର୍ବ ଅନୁଭବ କରନ୍ତି। ସେ ଅନେକ ଥର କଟକ ଭୁବନେଶ୍ବର ଆସିଛନ୍ତି । ମୋ ପତ୍ନୀ ଜଣେ ଓଡିଆ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରକୃତରେ ମୁଖ୍ୟ ବିଚାରପତିଙ୍କ ବର୍ତ୍ତମାନ ଧର୍ମପତ୍ନୀ ହେଉଛନ୍ତି କଟକର ଏବଂ ତାଙ୍କ ନାମ ହେଉଛି କଳ୍ପନା…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ବାଣପୁର ବାଲୁଗାଁ ରାସ୍ତା ପାଖରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମ ରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି। ସୂଚନା ମୁତାବକ ବାଣପୁର ବାଲୁଗାଁ ରାସ୍ତା ଅନ୍ତରକିଆରୀ ଛକରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଦୁର୍ବୁର୍ତ୍ତ ମାନେ ରାତ୍ରି ପାଖାପାଖି ତିନିଟାରେ ଏକ ଧଳାରଙ୍ଗର କାରରେ ଆସି ସଟର ଭାଙ୍ଗି ଭିତରେ ପଶିଥିଲେ। ନିକଟରେ ଥିବା ଜଣେ ବ୍ୟକ୍ତି ଏହା ଦେଖି ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଦୁର୍ବୁତ୍ତମାନେ ଏଟିଏମକୁ ଭାଙ୍ଗିବାକୁ ଚେଷ୍ଟାକରି ବିଫଳ ହେଲା ପରେ ପୋଲିସ ପହଂଚିବା ପୂର୍ବରୁ ପାରିନୁଆଗାଁ କେନାଲ ରାସ୍ତା ଦେଇ ଖସି ପଳାଇଥିଲେ। ପୋଲିସ ଉକ୍ତ ସ୍ଥାନରେ ପହଂଚି ଏଟିଏମକୁ ସିଜ କରି ତନାଘନା କରୁଥିବାର ଦେଖାଯାଇଛି।
ଭୁବନେଶ୍ବର: ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ତାରିଖ। କାରଣ ଆସନ୍ତା ଦଶ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ସବୁ ଦଳ ପ୍ରଚାରକୁ ଜୋରଯାର କରି ଦେଇଛନ୍ତି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନ ଆଜି ଅପରହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡା ଯାଇ ସେଠାରୁ ସଭାସ୍ଥଳକୁ ଯିବେ। ସେହିପରି ଆଜି ଦିନରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ। ସେ ପ୍ରାର୍ଥୀ ଟଙ୍କଧରଙ୍କୁ ଧରି ବିଭିନ୍ନ ସ୍ଥାନରେ ସଭାକରିବେ ବୋଲି ନିଷ୍ପତି ହୋଇଛି। ଫଳରେ ଆଜି ଝାରସୁଗୁଡା ମଇଦାନ ପୁରା ଦୁଲୁକିବ ବୋଲି ଜଣାପଡିଗଲାଣି।
ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେ ବାକିଥିଲେ ମଧ୍ୟ ବର୍ତ୍ତମାନଠାରୁ ରାଜ୍ୟ ରାଜନୀତି ବେଶ୍ ଉଷୁମ ହେବାରେ ଲାଗିଛି। ତେବେ ଏହା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଟିକିଏ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ତିନୋଟି ହେଭି ୱେଟ ନେତା ବିଜେଡି ଟିକେଟ ପାଇବେ ବୋଲି ଅନାଇ ବସିଛନ୍ତି। ଯାହାକୁ ନେଇ ସେଠାକାର ବିଜେଡି କର୍ମିମାନେ କୈଣସି ସ୍ପଷ୍ଟ ଚିତ୍ର ପାଇପାରୁ ନାହାଁନ୍ତି। ବେଗୁନିଆରେ ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ରାଜେନ୍ଦ୍ର ସାହୁ। ସେ ଖୋର୍ଦ୍ଧାରେ ଦୁଇଥର ବିଧାୟକ ହେବା ପରେ ବିଜେଡି ତାଙ୍କୁ ଗତ ନିର୍ବାଚନରେ ବେଗୁନିଆ ଠେଲି ଦେଇଥିଲା। ତାଙ୍କର ଅନିଚ୍ଛା ସତ୍ବେ ସେ ସେଠାରେ ଲଢେଇ କଲେ ଆଉ ଜିତିଲେ ମଧ୍ୟ। ହେଲେ ଗତ କିଛି ମାସ ଧରି ସେ ଆଉ ବେଗୁନିଆରୁ ପ୍ରାର୍ଥୀ ନ ହୋଇ ଖୋର୍ଦ୍ଧାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି। ଏପରି ଚର୍ଚ୍ଚା ଦେଖି ରାଜେନ୍ଦ୍ର କୁଆଡେ କର୍ମିମାନଙ୍କୁ…
ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଆସନ୍ତା 9 ତାରିଖ ଦିନ 12ଟା ବେଳେ ଏହି ସାକ୍ଷାତ ହେବ ବୋଲି ଜଣାପଡିଛି। ତେବେ ଏହାର କାରଣ ସଂପର୍କରେ ଉଭୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଜେପି ବିରୋଧରେ ନୀତିଶ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେ ନେଇ ସେ ଆଲୋଚନା କରିବେ ବୋଲି ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହା ପୂର୍ବରୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ସମସ୍ତେ ଆଶା କରିଥିଲେ ଯେ, ମହାମେଣ୍ଟ ନେଇ କିଛି ଆଲୋଚନା ହୋଇପାରେ, ହେଲେ ସେପରି କିଛି ହୋଇ ନ ଥିଲା। ସେହିପରି ନୀତିଶଙ୍କ ସାକ୍ଷାତକୁ ନେଇ ମଧ୍ୟ ସେହି ଆଲୋଚନା ହେଉଥିଲେ ମଧ୍ୟ ତାହାର ପ୍ରକୃତ କାରଣ ଜଣାପଡି ନାହିଁ। ତେବେ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ କଂଗ୍ରେସ ଏବଂ…

