ଭୁବନେଶ୍ଵର: ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଓଡିଶାର ସାମର୍ଥ ଓ ସହାୟକ ବୃଦ୍ଧି ସମ୍ପର୍କରେ ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ସହ ଏକ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ବିଶ୍ୱବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗରିବ ଏବଂ ଦୁର୍ବଳ ପରିବାରମାନଙ୍କୁ ଜଳବାୟୁର ଆକସ୍ମିକ ପ୍ରଭାବରୁ ଅର୍ଥନୈତିକ ସୁରକ୍ଷା ଦେବା ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ। ବିପର୍ଯ୍ୟୟ…
Author: thesamikhsya
ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗଦେଇଛନ୍ତି। ୫‘ଟି’ର ସମସ୍ତ ‘ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା, ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ ପିଢ଼ି ନିମନ୍ତେ ଏକ ଆଦର୍ଶ ଓଡ଼ିଶା ଗଠନ କରିବା ଦିଗରେ ସତ୍ପ୍ରୟାସ କରିବା ଏହି କର୍ମଶାଳା ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମର ଲକ୍ଷ୍ୟ। ଖାଦ୍ୟ ସୁରକ୍ଷା ବା କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଯେପରି ସମଗ୍ର ଦେଶରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି, ସେହିଭଳି ସମ୍ମିଳିତ ଉଦ୍ୟମ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ…
ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ ବିଜେପିର ଆଶାୟୀ ପ୍ରାର୍ଥୀ ସମ୍ବିତ ପାତ୍ର ଖୁବ ଜୋରରେ ଲୋକଙ୍କ ମନ ଜିଣିବାରେ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ସେହି ପରିପ୍ରେକ୍ଷୀରେ ସମ୍ବିତ ପାତ୍ର ପିପିଲିର ଏକ ଧାନ ବିଲରେ ତଳି ରୁଆଉ ଥିବାର ଦେଖିବାକୁ ମିଳିଛି। ସମ୍ବିତ ଏହାକୁ ନେଇ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ପ୍ରଚାର ମଧ୍ୟ କରିଛନ୍ତି। ତେବେ ସମ୍ବିତଙ୍କ ତଳିରୁଆରେ ତାଙ୍କର ବେଶଭୂଷା ଦେଖିଲେ କୌଣସି କଳାକାରଙ୍କଠାରୁ ବି କମ ହେବ ନାହିଁ। କାରଣ ସେ ଯେପରି ବେଶରେ କାଦୁଅ ସରସର ଧାନ ବିଲରେ କାମ କରୁଛନ୍ତି ତାହା ଏକ ପକ୍କା ଅଭିନେତା ପରି ଜଣାପଡୁଛି। ସେ ଧୋବ ଫରଫର ନୂଆ ଧୋତି ଏବଂ ଧଲା ଗଂଜି ପିନ୍ଧି ତଳି ରୁଆଉଛନ୍ତି। ତାଙ୍କ ତଳି ରୁଆ ତରିକା ଭୁଲ ହୋଇପାରେ ତାହା ବଡ କଥା ନୁହେଁ ହେଲେ ସେ ଯେଉଁ ପୋଷାକରେ କାଦୁଅ ସରସର ବିଲରେ ଅଛନ୍ତି ତାହାକୁ ନେଇ…
ଭୁବନେଶ୍ବର: ଯାହା ପାଣିପାଗ ବିଭାଗ ଆଶଙ୍କା କରୁଥିଲା ତାହା ସତ ପ୍ରମାଣିତ ହୋଇଛି। ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଛି। ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି। ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ତିନିଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ପରବର୍ତ୍ତି ସମୟରେ କଣ ହେବ ତାହା ଜଣାପଡି ନାହିଁ।
ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଆଜି ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯିବ। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ବଡଭାଇଙ୍କ ଜନ୍ମ ଉତ୍ସବ ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ। ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି। ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ…
ଭୁବନେଶ୍ବର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ଶ୍ରୀ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ ଆଲୋଚନା କରାଯାଇଥିଲା। ସଡ଼କ ସୁରକ୍ଷା ଦିଗରେ ଓଡ଼ିଶା ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ନେଇ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ଶ୍ରୀ ମିତ୍ତଲ ସନ୍ତୋଷ ପ୍ରକାଶ କରିଛନ୍ତି। ସଡ଼କ ସୁରକ୍ଷା ଦିଗରେ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ ରହିଛି ବୋଲି ପ୍ରକାଶ କରିଛନ୍ତି। ହେଲେ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନଏଚଏଆଇ)ର କେତେକ କ୍ଷେତ୍ରରେ ଉଦାସୀନ ମନୋଭାବକୁ ସଚିବ ଶ୍ରୀ ମିତ୍ତଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ଦିଗରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ…
ନୂଆଦିଲ୍ଲୀ: ଆଜି ଭୁବନେଶ୍ବରରୁ କଳାହାଣ୍ଡିକୁ ଉଡିବ ବିମାନ। କଳାହାଣ୍ଡିର ଉତ୍କେଳ ବିମାନବନ୍ଦରରୁ ଏହି ଉଡାଣର ଶୁଭାରମ୍ଭ ହେବ। ଏହାକୁ ନୂଆଦିଲ୍ଲୀରୁ ଭିସି ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିବେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏଥିସହିତ ଭୁବନେଶ୍ବର ବିମାନ ବନ୍ଦରରୁ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଡିଜିସିଏ ବା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ ଅନୁମତି ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ପରବର୍ତ୍ତି ସମୟରେ ଏହା ଲଘୁଚାପକୁ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 2 ତାରିଖରେ ରାଜ୍ୟରେ ବର୍ଷା ଆରମ୍ଭ ହେବ। ହେଲେ 3 ତାରିଖରୁ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ଭୁବନେଶ୍ବର: କାଈପଡା ଗୁଳିକାଣ୍ତର ଶହିଦମାନଙ୍କ ରାଜ୍ୟସ୍ତରୀୟ ୮୧ତମ ଶହିଦ ଦିବସ ଶ୍ରଦ୍ଧାଞ୍ଜଳି ସମାରୋହ ଭୁବନେଶ୍ବରର ଶହିଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପାଳିତ ହୋଇଛି। ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ ତଥା ରାକ୍ଷୀପୂର୍ଣ୍ଣିମା ତିଥିରେ ବରୀର କାଈପଡା ତଥା କଳାମାଟିଆ ଠାରେ ବ୍ରାହ୍ମଣୀ ନଦୀକୂଳରେ ସାଉଁଟି ମଲ୍ଲିକ, ସାନନ୍ଦ ସ୍ବାଇଁ, ହାଡିବନ୍ଧୁ ପଣ୍ତା ଏବଂ ମାୟାଧର ଭୂୟାଁ ଇଂରେଜ ମାନଙ୍କ ଗୁଳିରେ ଶହିଦ ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ନୀଳମଣି ସାମଲ, ଶ୍ରୀ ପଦ୍ମଚରଣ ନାୟକ ବିଶିଷ୍ଟ ଅତିଥି, ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି , ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଉଦଘାଟିକା, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି ପ୍ରମୁଖ…
ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିଶନଙ୍କ ଏକ ବଡ ଟିମ। ଏହି ଟିମ ଓଡିଶାରେ ସବୁ ଜିଲ୍ଲାପାଳଙ୍କ ସହିତ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସେ ବିସ୍ତୁତ ଆଲୋଚନା କରିବେ। ଏହିପରି ଏକ ସୂଚନା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିବା ପରେ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠିଛି ଯେ, ସତରେ କଣ ଆଗୁଆ ନିର୍ବାଚନ ହେବ କି ? ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଭାରତ ନିର୍ବାଚନ କମିଶନରଙ୍କ ଏକ ବରିଷ୍ଠ ଅଧିକାରୀ ଦଳ ଓଡିଶା ଆସିବେ। ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ଯେତେ ପରିମାଣର ଇଭିଏମର ଆବଶ୍ୟକ ତାହା ପହଞ୍ଚି ସାରିଛି। ସେହିପରି ଭିଭିପାଟ ମଧ୍ୟ ମହଜୁଦ ରହିଛି। କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା ବନ୍ଧନ ଉତ୍ସବ ନିଜ ବାସଭବନରେ ପାଳନ କରିଛନ୍ତି। 7 ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ସେ ସ୍କୁଲ ଛାତ୍ରୀମାନଙ୍କ ସହିତ ଏହି ଉତ୍ସବ ପାଳନ କରିଛନ୍ତି। ଏ ନେଇ ମୋଦି ନିଜ ଟୁଇଟରରେ ମଧ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋର ଯୁବ ବନ୍ଧୁମାନଙ୍କ ସହିତ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କଲି। ସେମାନଙ୍କ ସହିତ ଆଲୋଚନା ମଧ୍ୟ କଲି। ସେମାନେ ଚନ୍ଦ୍ରାୟନ-3 ସଫଳତା ନେଇ ବେଶ ଖୁସି ଥିବାର ଜଣାପଡିଥିଲା। ସେହିପରି ଆଦିତ୍ୟ ସଫଳତା ନେଇ ମଧ୍ୟ ସେମାନେ ଆଶା ବାଦୀ ଅଛନ୍ତି। ଏଥସହିତ ସେମାନଙ୍କ ଗୀତ ମୋତେ ବେଶ ଖୁସି କରିଥିଲେ।
ଭୁବନେଶ୍ବର: ଆସନ୍ତାକାଲିଠାରୁ ଅର୍ଥାତ ୩୧ତାରିଖରୁ ଆୟୁଷ ଛାତ୍ରଛାତ୍ରୀମାନେ କଲେଜ ବନ୍ଦ ଡାକରା ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜ ରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ମିନିଷ୍ଟି ଅଫ ଆୟୁଷ ବିଭାଗ ଅନ୍ତର୍ଗତ “ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ” ରାଜ୍ୟରେ ବିଭିନ୍ନ ଆୟୁର୍ବେଦିକ କଲେଜରେ ଥିବା ବି. ଏ. ଏମ. ଏସ ବା ବ୍ୟାଚଳର ଅଫ ଇଣ୍ଡିଆନ ମେଡ଼ିସିନ ଆଣ୍ଡ ସର୍ଜରୀ ସ୍ନାତକ ଶିକ୍ଷା ସିଟ ହ୍ରାସ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଏକ ମାତ୍ର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ପୂର୍ବରୁ ଥିବା ୭୫ଟି ସ୍ନାତକ ଶିକ୍ଷା ସିଟ କମି ଏବର୍ଷ ୫୩ କୁ ଖସି ଆସିଛି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ୨୨ଟି ସିଟ କମାଇ ଦେଇଛନ୍ତି। ସେହିପରି ପୁରୀ ସ୍ଥିତ ପୁରାତନ ଗୋପବନ୍ଧୁ ଆୟୁର୍ବେଦ ରେ ଥିବା ୭୫ ଟି ସିଟ କମି ଚଳିତ…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଆଜି ସାରା ଓଡିଶା ବେଶ ଉତ୍ସବ ମୁଖର ହୋଇ ଉଠିଛି। ତେବେ କେତେବେଳେ ରାକ୍ଷୀ ବନ୍ଧାଯିବ ସେ ନେଇ ଦ୍ବନ୍ଦ ଥିବାରୁ କେଉଁଠି ଆଜି, କେଉଁଠି ଆସନ୍ତାକାଲି ଏହି ପର୍ବ ପାଳନ ହେବ। ତେବେ ଆଜି ପୂର୍ଣ୍ଣିମା ଥିବାରୁ ସମସ୍ତେ ରାକ୍ଷୀ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ‘ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭାତୃତ୍ଵ ଓ ସଦଭାବନାର ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରୁ।’
ଭୁବନେଶ୍ୱର: ରାଜ୍ୟ ପୋଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛିା ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ପଦକ ପ୍ରଦାନ କରିଛନ୍ତି। ଏଥିରେ ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ୧୦ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ୧୫ ଜଣଙ୍କୁ ‘ରାଜ୍ୟପାଳ ପୋଲିସ୍ ପଦକ’ ପ୍ରଦାନ କରା ଯାଇଛି। ଅନୁରୂପ ଭାବେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ୍ ପଦକ’ଏବଂ ଉଲ୍ଲେଖନୀୟ ସେବା…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ପୋଲିସ ଜଣେ କୁଖ୍ୟାତ ଅନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ନାରଣଦେଇପୁର ଗ୍ରାମର କଚେରା ଦାସଙ୍କ ପୁଅ ଦିଲ୍ଲୀପ ଦାସ ଓରଫ ବିଦେଶୀ। ଅଭିଯୁକ୍ତଙ୍କ ନାମରେ ଖଲିକୋଟ, କବିସୂର୍ଯ୍ୟନଗର, ଓଡ଼ଗାଁ ଓ ଖୋର୍ଦ୍ଧା ଥାନାରେ ସମୁଦାୟ ୭ ଗୋଟି ମାମଲା ଥିବା ଆଇଆଇସି ରମେଶ ଦେବତା କହିଛନ୍ତି। ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଡକାୟତିରେ ଅଭିଯୁକ୍ତ ଜଣକ ସାମିଲ ଥିବା ଜଣାପଡିଛି l ତେବେ ଅଭିଯୁକ୍ତ ବିଦେଶୀଙ୍କୁ ଆଜି ଘରୁ ଉଠାଇ ଆଣିଛି ବାଣପୁର ପୋଲିସ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଚନ୍ଦ୍ର ପୃଷ୍ଠ ରେ ଚନ୍ଦ୍ରଯାନ – 3 ର ସଫଳ ଅବତରଣ ପରେ ବିକ୍ରମ ଓ ପ୍ରଜ୍ଞାନ ମହାକାଶ ଯାନ ର ସଫଳତା ରେ ସମଗ୍ର ବିଶ୍ୱରେ ଇତିହାସ ରଚିଥିବା ଭାରତ ର ମହାକାଶ ବିଜ୍ଞାନରେ ଏହି ଐତିହାସିକ ସଫଳତା ର ସ୍ମାରକୀ ସ୍ଵରୂପ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଚିତ୍ରକଳା ବିଭାଗ ପକ୍ଷରୁ ଉଭୟ ଅନ୍ତରୀକ୍ଷ ଯାନ ପୃଥିବୀ ଓ ଚନ୍ଦ୍ର କୁ ନେଇ ଏକ ଆକର୍ଷଣୀୟ ମଡେଲ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ନାତକତ୍ତୋର ପରିଷଦ ର ମୂଖ୍ୟ ଡାଃ ଚକ୍ରଧର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ର କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ମଡେଲ କୁ ଲୋକାର୍ପିତ କରିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀ ଧର ରଣା, ବିତ୍ତ ଅଧିକାରୀ ଶ୍ରୀଯୁକ୍ତ ରାଜେଶ କୁମାର ମହାନ୍ତି। ଏହି ଅବସରରେ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁସ୍ଥ ଓଡିଶା, ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମେ ନୂଆ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ହସ୍ପିଟାଲ ଗୁଡିକର ଉନ୍ନତିକରଣ କରୁଛୁ। ଏବଂ ଶହ ଶହ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ବଡ ରୂପାନ୍ତର ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଯୋଜନାରେ ପ୍ରତି ମାସରେ ଲକ୍ଷ…
ଭୁବନେଶ୍ୱର: ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦକ୍ରମେ “ଏକାମ୍ର ରାଜା ଗଣେଶ ପୂଜା କମିଟି” ଆନୂକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି। ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା। ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା ପାଇଥିବାରୁ ଏକାମ୍ର ରାଜାଙ୍କ ନାମରେ ପରିଚିତ ଓ ଏହା ପୁରୁଣା ଭୁବନେଶ୍ୱରର ସର୍ବୋଚ୍ଚ ଗଣେଶ ବିଗ୍ରହ। ଶ୍ରୀଲିଙ୍ଗରାଜଙ୍କ ଅଙ୍ଗଲାଗି ସେବକ ‘ବଡ଼ୁ ସେବକ’ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରସାଦ ବଂଟନ କରାଯାଏ। ଚଳିତ ବର୍ଷ ଏକାମ୍ର ରାଜା ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଂଟୁ ଛୁରିଆ, ସତ୍ୟଜିତ୍ ପ୍ରଧାନ ସମେତ ବହୁ ନାମି କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ। ସେହିପରି ଚଳିତ ବର୍ଷ ଗଣେଶ…
ଭୁବନେଶ୍ବର: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ବ୍ଲକ ଶିକ୍ଷା ଅଧିକାରୀଙ୍କ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ତଥା ସହାୟକ କର୍ମଚାରୀ ଅଜୟ ଖୁଣ୍ଟିଆ। ସେ ଜଣେ ଶିକ୍ଷକଙ୍କୁ ଜାତୀୟ ପେନସନ ଯୋଜନା କାର୍ଯ୍ୟ କରାଇଦେବା ପାଇଁ 18 ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଅଭିଯୋଗ ପରେ ଛକି ବସିଥିବା ଭିଜିଲାନସ ଅଧିକାରୀ ଲାଞ୍ଚ ଟଙ୍କା ଗ୍ରହଣ କରିବା ପରେ ତାଙ୍କୁ ଧରିଥିଲେ। ବଲାଙ୍ଗିର ଜିଲ୍ଲା ସଇଁତାଳ ବ୍ଲକରେ କାମ କରୁଥିବା ଖୁଣ୍ଟିଆଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିଲା। ସେହି ଅନୁସାରେ ଭିଜିଲାନସ ଏହି ଜାଲ ବିଛାଇଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରିବା ସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ଏଥିସହିତ ଅଧିକ ଖୋଳତାଡ ଜାରୀ ରହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ 15 ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଗତକାଲି ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ଆବି ଅହମ୍ମଦ ଅଲିଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ବିକାଶରେ ସହଭାଗୀତା ଏବଂ ଦକ୍ଷତା ବିକାଶ, ବାଣିଜ୍ୟ ଓ ପୁଞ୍ଜି ନିବେଶ, ପ୍ରତିରକ୍ଷା ସହଯୋଗ, ଆଇସିଟି, କୃଷି, ଯୁବପିଢୀଙ୍କ ଦକ୍ଷତା ଏବଂ ଜନ- ଜନଙ୍କ ସମ୍ପର୍କ ସହିତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ ଫଳପ୍ରଦ ଆଲୋଚନା କରିଥିଲେ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ବ୍ରିକ୍ସରେ ଇଥିଓପିଆର ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ, ଆବି ଅହମ୍ମଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ। ବ୍ରିକ୍ସ ପରିବାରରେ ଯୋଗଦେବା ପାଇଁ ଇଥିଓପିଆକୁ ଭାରତର ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ…
ବେଗୁନିଆପଡା (ଟୁକୁନା ପ୍ରଧାନ)-: ପାଣ୍ଡିଆନ୍ ଙ୍କ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ସଂପାଦକଙ୍କୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରୁ ଉଠାଇ ଥାନାରେ ଅଟକ ରଖିଲା ପୋଲିସ। ଆଜି ୫ଟି ସଚିବଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ ରହିଛି। ଏଥି ପୂର୍ବରୁ ସକାଳୁ ସକାଳୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ ଙ୍କୁ ବେଗୁନିଆପଡ଼ା ପୋଲିସ ଉଠାଇ ଥାନାକୁ ଆଣିଥିବା ଜଣାପଡିଛି । ପାଣ୍ଡିଆନ୍ ଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିବାର ଯୋଜନା ଥିବା ବେଳେ ପୋଲିସ ଏଭଳି ଆଗୁଆ ପଦକ୍ଷେପ ନେଇଛି। ସୂଚନା ଅନୁସାରେ ରାଜ୍ଯ ସରକାରଙ୍କ ବ୍ଯବସ୍ଥା ଓ ପ୍ରଶାସନିକ ଅଧିକାରୀ ମାନଙ୍କ କାର୍ଯ୍ୟ କୁ ନେଇ ବାରମ୍ବାର ଟାର୍ଗେଟ କରୁଥିଲେ ଆଲୋକ। ଏହାକୁ ଦୃଷ୍ଟିରେ ରଖି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୋଲିସ ଏଭଳି କାର୍ଯ୍ୟ କରିଥିବା ବେଳେ ଏହା ବେଆଇନ୍ ବୋଲି କହିଛନ୍ତି ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ…

