ବିଦ୍ୟୁତ୍ ତାର ବୋଝେଇ ଟ୍ରକ୍ ଓଲଟି ଡ୍ରାଇଭର ଆହତ

Published: Dec 10, 2020, 7:16 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଥାନା ଜାମୁଜୋରି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବିଦ୍ୟୁତ ତାର ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ଡ୍ରାଇଭର ଆହତ ହୋଇ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଜୋରି ନିକଟସ୍ଥ ଖଳବଳା ନାଳ ନିକଟରେ ରାତି ୧୧ ଟା ରେ ବିଦ୍ୟୁତ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯା ଫଳରେ ଡ୍ରାଇଭର ଆହତ ହୋଇ ଅଳ୍ପକେ ବଂଚିଯାଇଥିଲେ। ତାକୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଘଟଣା ସ୍ଥଳରେ ନାକଟିଦେଉଳ ଥାନାଧିକାରୀ ପହଂଚି ଏକ କେସ୍ ରୁଜୁ କରିଥିବା ଜଣା ପଡିଛି। ଡ୍ରାଇଭର ଧର୍ମା ମହାପାତ୍ରର ଘର ବାଟଗାଁ ପଂଚାୟତର କୁଞାମୁରା ଗ୍ରାମର ବୋଲି ଜଣାପଡିଛି।

Related posts