Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପାଳପୁର ଏବଂ ସୋରଡ଼ା ବିଧାୟକଙ୍କ ଜମି କେଳେଙ୍କାରି ତଦନ୍ତ ପାଇଁ ଆଦିବାସୀଙ୍କ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରି
ଆଜିର ଖବର

ଗୋପାଳପୁର ଏବଂ ସୋରଡ଼ା ବିଧାୟକଙ୍କ ଜମି କେଳେଙ୍କାରି ତଦନ୍ତ ପାଇଁ ଆଦିବାସୀଙ୍କ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରି

December 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସୋରଡ଼ା ତହସିଲ୍ ଅଂଚଳର ଶତାଧିକ ଆଦିବାସୀ ଓ ଦଳିତ ଚାଷୀ ଏକତ୍ରିତ ହୋଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବେଆଇନ ଜମି କାରବାରର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସେମାନେ କହିବା କଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ଗତ କିଛିବର୍ଷ ମଧ୍ୟରେ ନାମୀ ବେନାମୀ ବିପୁଳ ସଂପତ୍ତିର ଅଧିକାରୀ ହୋଇପାରିଛନ୍ତି। ନିଜର ରାଜନେତିକ ପ୍ରଭାବକୁ ବ୍ୟବହାର କରି କଳାଟଙ୍କା ଜରିଆରେ ଏହି ଦୁଇ ବିଧାୟକ ସୋରଡ଼ା ତହସିଲ୍‌ରେ ଶହଶହ ଏକର ଜମିକୁ ହାତେଇବାକୁ ଷଡ଼ଯନ୍ତ୍ର କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ସୋରଡ଼ା ତହସିଲ୍‌ର ପାଲକାଟ ପଞ୍ଚାୟତର ବାଦୁଆପଲ୍ଲୀଠାରେ ବିଧାୟକ ନିଜ ପତ୍ନୀ ଓ ଅନ୍ୟ ସମର୍ଥକଙ୍କ ନାମରେ ସାତୋଟି ବିଶାଳକାୟ ପୋଖରୀ ନିର୍ମାଣ କରି ସେଥିରେ ମାଛଚାଷ କରୁଛନ୍ତି। ୫୦ ଏକରରୁ ଅଧିକ ଜାଗାରେ ନିଜ ପତ୍ନୀଙ୍କ ନାମରେ ସିମେଣ୍ଟ ଇଟା କାରଖାନା ନିର୍ମାଣ କରିଛନ୍ତି। ୫୦ ଏକର ସରକାରୀ ଜଂଗଲି ଜମିକୁ ସ୍ଥାନୀୟ କଳ ଉପରେ ପ୍ରଭାବ ପକାଇ କବ୍‌ଜା କରି ରଖିଛନ୍ତି। ସେଠାରେ ଚାଷ କରୁଥିବା ଆଦିବାସୀ ପରିବାରଙ୍କୁ ଗୁଣ୍ଡା ଏବଂ ପୋଲିସ୍ ଲଗାଇ ଧମକ ଦେଇ ଜବରଦଖଲ କରିଛନ୍ତି।

ଆସିକା ପଢ଼ାଳ ଗ୍ରାମର ଜମିଦାର ଆକୁଳ ଦାଶଙ୍କ ପରିବାରର ୧୦୦ ଏକର ଜମିରେ ପ୍ରାୟ ଶହେ ଜଣ ଆଦିବାସୀ ଓ ଦଳିତ ପରିବାର ଚାଷ କରି ପାରିବାର ନିର୍ବାହ କରୁଥିଲେ। କିନ୍ତୁ ବିଧାୟକ ଶ୍ରୀ ସ୍ୱାଇଁ ଏବଂ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗରେ ସମସ୍ତ ଜମିକୁ ହାତେଇ ନେବା ପାଇଁ ବ୍ୟାପକ ଅର୍ଥ କାରବାର କରି କିଣିଛନ୍ତି। ତେଣୁ ଧାନ ଫସଲ ଅମଳ ପରେ ଜମି ଖାଲି କରିବାକୁ ଧମକ ଚମକ ଦେଉଛନ୍ତି।

କେବଳ ସେତିକି ନୁହେଁ, ସୋରଡ଼ା ସହରରେ ଅନେକ ସରକାରୀ ଜମିକୁ ନିଜ କବ୍‌ଜାରେ ରଖୁôଥବାବେଳେ ଏକ ମୋଟରସାଇକେଲ୍ ସୋ ରୁମ୍ ମଧ୍ୟ କରିଛନ୍ତି। ତାଙ୍କର ଏସବୁ ବେଆଇନ ସଂପତ୍ତିର ଏକ ଲମ୍ବା ତାଲିକା ରହିଛି ଯାହା ପ୍ରଶାସନିକ କଳ ଓ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ହାସଲ କରିଛନ୍ତି। ଏକ ସାଧାରଣ ପରିବାରରୁ ଆସିଥିବା ବିଧାୟକ ଶ୍ରୀ ସ୍ୱାଇଁ ବିଧାୟକ ହେବା ପରେ କିଭଳି ଏତେ ବିପୁଳ ସଂପତ୍ତିର ମାଲିକ ହେଲେ ତାହା ପ୍ରଶ୍ନବାଚୀ ଅଟେ। ଅତଏବ ତାଙ୍କର ଉପରୋକ୍ତ ସମସ୍ତ ଆୟ ବର୍ହିଭୂତ ସଂପତ୍ତି ସେ କିଭଳି ହାସଲ କରିଛନ୍ତି ଏବଂ ସେଥିରେ ତାଙ୍କର ରାଜନୈତିକ ଗୁରୁ ପ୍ରଦୀପ ପାଣିଗ୍ରାହୀଙ୍କ କେତେ ଭାଗ ରହିଛି ତା’ର ତଦନ୍ତ କରିବାକୁ ଆଦିବାସୀ ଦଳିତ ଗ୍ରାମବାସୀ ଦାବି କରିଛନ୍ତି।

ଗୋପାଳପୁର ବିଧାୟକ ସୋରଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Latest News

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.