Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ପ୍ରଦେଶ କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ: ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ ଦାୟିତ୍ଵ ନେଲେ
ଆଜିର ଖବର

ଓଡିଶା ପ୍ରଦେଶ କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ: ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ ଦାୟିତ୍ଵ ନେଲେ

December 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ପ୍ରୟାସ ଆରମ୍ଭ କରିଛି। କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ। ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ।  ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ। ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ଆଧାରରେ ସମସ୍ତ ପର୍ଯ୍ୟବେକ୍ଷକ ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମୟ ଧାର୍ଯ୍ୟ କରିଛନ୍ତି।

ଜିଲ୍ଲା ପର୍ଯ୍ୟବେକ୍ଷକମାନେ ହେଲେ:

୧-ଅନୁଗୋଳ-  ପ୍ରକାଶ ଚନ୍ଦ୍ର ଦେବତା

୨-ବାଲେଶ୍ୱର- ବିଧାୟକ ତାରା ପ୍ରସାଦ ବାହିନୀପତି

୩-ବରଗଡ଼ – ରାଜକିଶୋର ଶଡ଼ଙ୍ଗୀ

୪-ଭଦ୍ରକ-  ଉମାବଲ୍ଲଭ ରଥ

୫-ଭୁବନେଶ୍ୱର- ଗଣେଶ୍ୱର ବେହେରା

୬-ବଲାଙ୍ଗୀର-  ସତ୍ୟଭୂଷଣ ସାହୁ

୭-ବୌଦ୍ଧ- ଡ. ହମିଦ ହୁସେନ

୮-କଟକ- ସଂଗ୍ରାମ କେଶରୀ ଜେନା

୯-କଟକ ନଗର- ଡ.ଦେବାଶିଷ ପଟ୍ଟନାୟକ

୧୦-ଦେଓଗଡ଼- ସସ୍ମିତା ବେହେରା

୧୧-ଢ଼େଙ୍କାନାଳ- ରଜତ ଚୌଧୁରୀ

୧୨-ଆସ୍କା ସଂସଦୀୟ କ୍ଷେତ୍ର -ସପ୍ତଗିରୀ ଉଲ୍ଲାକା

୧୩-ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର- ଅକ୍ଷୟ କୁମାର ଆଚାର୍ଯ୍ୟ

୧୪-ଗଜପତି- ଶୁଭେନ୍ଦୁ ମହାନ୍ତି

୧୫-ଜଗତସିଂହପୁର- ଭୁଜବଳ ମାଝୀ

୧୬-ଯାଜପୁର- ଜ୍ଞାନଦେବ ବେଉରା

୧୭-ଝାରସୁଗୁଡ଼ା- ଦୁଲାଲ ପ୍ରଧାନ

୧୮-କଳାହାଣ୍ଡି ସମରେନ୍ଦ୍ର ମିଶ୍ର

୧୯-କନ୍ଧମାଳ- ବିସ୍ମୟ ମହାପାତ୍ର

୨୦-କେନ୍ଦ୍ରାପଡ଼ା- ପଂଚାନନ କାନୁନଗୋ

୨୧-କେନ୍ଦୁଝର- ଡ. ପ୍ରଫୁଲ ମାଝୀ

୨୨-ଖୋର୍ଦ୍ଧା- ସୁରେଶ ମହାପାତ୍ର

୨୩-କୋରାପୁଟ- ଅଧିରାଜ ମୋହନ ପାଣିଗ୍ରାହୀ

୨୪-ମୟୁରଭଞ୍ଜ ଜିଲ୍ଲାର ସଦର ଓ ଉଦଳା ସବ୍‌-ଡିଭିଜନ- ସୁଦର୍ଶନ ଦାସ

୨୫-ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବ୍‌- ଡିଭିଜନ- ବିଷ୍ଣୁଚରଣ ବାରିକ

୨୬– ମାଲକାନଗିରି- ଚନ୍ଦ୍ରଶେଖର ମାଝୀ

୨୭-ନବରଙ୍ଗପୁର ପିତବାସ ପଣ୍ଡା

୨୮-ନୂଆପଡ଼ା- ଚିନ୍ମୟ ସୁନ୍ଦର ଦାସ

୨୯-ନୟାଗଡ଼- ନିଶିକାନ୍ତ ମିଶ୍ର

୩୦-ପୁରୀ- ବିଜୟଲକ୍ଷ୍ମୀ ସାହୁ

୩୧-ରାୟଗଡ଼ା- ବିଧାୟକ ସନ୍ତୋଷ ସିଂ ସାଲୁଜା

୩୨-ରାଉରକେଲା- ପଦ୍ମାକର ଗୁରୁ

୩୩-ସମ୍ବଲପୁର- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

୩୪-ସୁବର୍ଣ୍ଣପୁର- ମନୋରଞ୍ଜନ ଦାଶ

୩୫-ସୁନ୍ଦରଗଡ଼- ଯଜ୍ଞେଶ୍ୱର ବାବୁ ପ୍ରମୁଖଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି।

ଓଡିଶା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦେଶ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026
Latest News

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.