Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ
ବିଶେଷ ଖବର

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'Janjatiya Gaurav Divas' will be observed across the state from November 11 to 22.

ଭୁବନେଶ୍ବର: ଆଦିବାସୀ ସମାଜର ଇତିହାସ, ସଂଘର୍ଷ ଓ ବଳିଦାନର ଗାଥା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟରେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଜନଜାତିମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନେକ ବିକାଶକମୂଳକ ଯୋଜନା କରାଯାଇଛି। ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ପବିତ୍ର ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ଘୋଷଣା କରିଛନ୍ତି। ଏହା ପରଠାରୁ ଦେଶରେ ଆଦିବାସୀ ସମାଜକୁ ନୂତନ ପରିଚୟ ମିଳିପାରିଛି। ଏନେଇ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ଓ ସହିଦ୍ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ୧୧ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ ଅଭିଯାନ ପାଳନ କରାଯିବ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି କର୍ମଶାଳାରେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ମାନ୍ନାଲାଲ୍ ରାୱତ୍ ଯୋଗଦେଇ ଏହା ପ୍ରକାଶ କରିଛନ୍ତି। ଶ୍ରୀ ରାୱାତ୍ କହିଛନ୍ତି ଯେ, ଅଭିଯାନ ଅନୁଯାୟୀ ଜନଜାତିମାନଙ୍କ ଇତିହାସ ଓ ବଳିଦାନ ବିଷୟରେ ଚର୍ଚ୍ଚା କରିବା ପାଇଁ ଯୋଜନା କରାଯାଇଛି। ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କର ଏକ ବିରାଟ ଅବଦାନ ରହିଛି। ସ୍ୱତଃପ୍ରବୃତ ଭାବେ ଜନଜାତିମାନେ ସ୍ୱାଧୀନତା ସଂଗ୍ରାମରେ କାର୍ଯ୍ୟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମିକା ଚିରସ୍ମରଣୀୟ। ଇଂଗ୍ରେଜମାନଙ୍କ ଷଡ଼ଯନ୍ତ୍ର କାରଣରୁ ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଏହି ଅଭିଯାନ ଅନ୍ତର୍ଗତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ତାଙ୍କ ବଳିଦାନର ଗାଥା ଘରେ ଘରେ ପହଁଚାଯିବ। ଏଥିସହ ଓଡ଼ିଶାର ଗର୍ବ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ଏବଂ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇ ନଥିବା ସମସ୍ତ ଅଜ୍ଞାତ ଆଦିବାସୀ ନାୟକମାନଙ୍କ ବୀରତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରାଯିବ। ଜନଜାତୀୟ ଗୌରବ ଦିବସର ପୂର୍ବ ସନ୍ଧ୍ୟାରେ ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ସାରା ରାଜ୍ୟରେ ଥିବା ଜନଜାତୀୟ ନାୟକମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀଗୁଡ଼ିକର ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ଅଭିଯାନ ସହ ବିଶାଳ ଦୀପୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କର୍ମଶାଳାରେ ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିଜେପି ରାଜ୍ୟ ଉପସଭାନେତ୍ରୀ କୁସୁମ ଟେଟେ, ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ, ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି କାନ୍ଦ୍ରା ସୋରେନ୍ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

ଜନଜାତୀୟ ଗୌରବ ଦିବସ ରାଜ୍ୟବ୍ୟାପୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରଶାସନ କଠୋର: DRSC ବୈଠକରେ ବଡ଼ ନିଷ୍ପତ୍ତି

November 4, 2026

କଟକ ବାଲିଯାତ୍ରା ପ୍ଲଟ୍ ନିଲାମ ଆରମ୍ଭ: ସର୍ବାଧିକ ଦର ୧୩୦୦ ଟଙ୍କା

November 4, 2026
Latest News

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.