Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପାଳପୁର ପଞ୍ଚାୟତ: ଭୁଲ୍ ତଥ୍ୟଦେଇ ହୋଇଛନ୍ତି ୱାର୍ଡ଼ମେମ୍ବର, ଜିଲ୍ଲାପାଳଙ୍କୁ ଅଭିଯୋଗ
ଆଜିର ଖବର

ଗୋପାଳପୁର ପଞ୍ଚାୟତ: ଭୁଲ୍ ତଥ୍ୟଦେଇ ହୋଇଛନ୍ତି ୱାର୍ଡ଼ମେମ୍ବର, ଜିଲ୍ଲାପାଳଙ୍କୁ ଅଭିଯୋଗ

December 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ୩ ନଂ ୱାର୍ଡର ୱାର୍ଡ଼ ସଭ୍ୟ ଭୁଲ୍ ତଥ୍ୟ ଦେଇ ୱାର୍ଡ଼ ସଭ୍ୟ ହୋଇଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଓଡିଶା ଗ୍ରାମପଞ୍ଚାୟତ ଆଇନି ୧୯୬୪ ଧାରା ୨୫ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ୨ଟିରୁ ଅଧିକ ସନ୍ତାନ ଥାନ୍ତି ତେବେ ସେ ସଭ୍ଯ ପଦରେ ରହିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ପଞ୍ଚାୟତ ୩ନଂ ୱାର୍ଡରୁ ନିର୍ବାଚିତ ହୋଇଥିବା ୱାର୍ଡସଭ୍ୟ ମଧୁସୂଦନ ପୃଷ୍ଟିଙ୍କର ୩ଟି ସନ୍ତାନ ରହିଥିବା ଜଣାପଡ଼ିଛି।

ଶ୍ରୀ ପୃଷ୍ଟିଙ୍କର ୩ୟ ସନ୍ତାନର ଜନ୍ମ ତାରିଖ ୧୭.୦୬.୨୦୧୦ ଏବଂ ତାଙ୍କ ଜନ୍ମ ପଞ୍ଜିକରଣ ନଂ ୧୮୦୦/୨୦୧୦ ବୋଲି ଜଗତସିଂହପୁର ପୌର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏଥିସହିତ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ସର୍ଭେ (ଏସ୍. ଇ.ସି.ସି) ୨୦୧୧ ଲିଷ୍ଟରେ ମଧ୍ୟ ସମସ୍ତ ସନ୍ତାନଙ୍କ ତଥ୍ୟ ରହିଥିବା ବେଳେ ଶ୍ରୀମତୀ ପୃଷ୍ଟିଙ୍କ ନାମରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଓଡିଶା ସରକାରଙ୍କ ରାସନକାର୍ଡ ନଂ ୧୨୦୮୦୮୧୦୬୮୯ରେ ମଧ୍ୟ ୩ଟି ସନ୍ତାନଙ୍କର ସବିଶେଷ ତଥ୍ୟ ଆଧାର ନଂ ସହିତ ରହିଛି। ଶ୍ରୀ ପୃଷ୍ଟିଙ୍କ ନାମରେ ଉପରୋକ୍ତ ତଥ୍ୟ ସହିତ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ସହ ଶ୍ରୀ ପୃଷ୍ଟିଙ୍କର ସଭ୍ୟ ପଦ ରଦ୍ଦ କରିବା ପାଇଁ ଉକ୍ତ ପଞ୍ଚାୟତର ରଶ୍ମିରଞ୍ଜନ ଦାଶ ଦାବି କରିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ସବୁଠାରୁ ବଡ଼ ଆଇପିଓ ପୂର୍ବରୁ ଜିଓ ରଖିଲା ଆଗାମୀ ରୋଡମ୍ୟାପ୍

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026
Latest News

ଭାରତର ସବୁଠାରୁ ବଡ଼ ଆଇପିଓ ପୂର୍ବରୁ ଜିଓ ରଖିଲା ଆଗାମୀ ରୋଡମ୍ୟାପ୍

October 16, 2026

ପୂର୍ବତନ ଆମେରିକୀୟ ଜିମ୍ନାଷ୍ଟିକ୍ସ କୋଚ୍‌ ସିନ୍ ଗାର୍ଡନରଙ୍କୁ ୯୦ ବର୍ଷ ଜେଲ୍‌

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.