Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ସତ୍ୟବ୍ରତଙ୍କ ଅଭିନବ ପ୍ରୟାସ: ଦୀର୍ଘ ୯୦୦୦ କିମି ପଦଯାତ୍ରା କରି ବାଣପୁର ବିଡିଓଙ୍କୁ ଦେଲେ ସ୍ମାରକପତ୍ର
ଆଜିର ଖବର

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ସତ୍ୟବ୍ରତଙ୍କ ଅଭିନବ ପ୍ରୟାସ: ଦୀର୍ଘ ୯୦୦୦ କିମି ପଦଯାତ୍ରା କରି ବାଣପୁର ବିଡିଓଙ୍କୁ ଦେଲେ ସ୍ମାରକପତ୍ର

December 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାଲାଗି ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟସାରା ପଦଯାତ୍ରା ଆରମ୍ଭ କରିଥିବାବେଳେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ପହଁଚି ଏବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯୁବ ସମାଜସେବୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳର ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନକରି ଏକ ଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି। ଏ ନେଇ ବାଣପୁର ସହରରେ ସତ୍ୟବ୍ରତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି।

ସତ୍ୟବ୍ରତ ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକଠାରୁ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିଲେ। ସେ ରାଜ୍ୟର ୩୧୪ ବ୍ଲକରେ ପହଞ୍ଚି  ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାର ଲକ୍ଷ ରଖିଛନ୍ତି। ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୫୨୫ ଦିନରେ ୨୯୪ଟି ବ୍ଲକରେ ପହଁଚି ୯୦୦୦ କିମି ରୁ ଉର୍ଦ୍ଧ୍ଵ ପଥ ଅତିକ୍ରାନ୍ତ କରିବା ସହ ଆଗାମୀ ୨୦୨୧ ମସିହା ଜାନୁଆରୀ ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏହି ଯାତ୍ରାର ସମାପନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅବସରରେ ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକ ପହଁଚି ଏବିଡ଼ିଓ ସୀମାଦ୍ରୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ଶେଖ ମୋଇନୁଲ ହକ ସତ୍ୟବ୍ରତଙ୍କୁ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିବା ସ୍ଥଳେ ସାମ୍ବାଦିକ ପ୍ରସନ୍ନ ମିଶ୍ର, ସୀତାରାମ ଅଗ୍ରୱାଲ, ସୁଧୀର ପାତ୍ର, ଚନ୍ଦନ ସୁନ୍ଦରାୟ ଏବଂ ନୀଲେଶ ବରାଳ ଆଦି ଉପସ୍ଥିତି ଥାଇ ଉତ୍ସାହିତ କରିଥିଲେ। ସୂଚନାଥାଉକି ଗତ ଦୁଇ ଦିନ ତଳେ ଅନୁରୂପ ଭାବେ ସତ୍ୟବ୍ରତ ଚିଲିକା ବିଡ଼ିଓଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏଭଳି ପ୍ରୟାସ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବିମାନେ ସତ୍ୟବ୍ରତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

ଓଡିଶା ଜଗତସିଂହପୁର ଜିଲ୍ଲା ପଦଯାତ୍ରା ସ୍ମାରକପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରଯୁକ୍ତିବିଦ୍ୟା ଚାଳିତ, ସମାବେଶୀ ଓ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ

September 27, 2026

ଏସ୍‌ଆଇଆର୍‌ ଅଭିଯୋଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

September 27, 2026

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026
Latest News

ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରଯୁକ୍ତିବିଦ୍ୟା ଚାଳିତ, ସମାବେଶୀ ଓ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ

September 27, 2026

ଏସ୍‌ଆଇଆର୍‌ ଅଭିଯୋଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

September 27, 2026

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.