ରାଜସ୍ଥାନ ପୌରପାଳିକା ନିର୍ବାଚନ: କଂଗ୍ରେସ ୧୪ଟିରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟି, ୩୨ଟି ମ୍ୟୁନସିପାଲ ପରିଷଦ ଏବେ ବି ଅସ୍ପଷ୍ଟ

Published: Dec 14, 2020, 5:16 pm IST

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ସହରାଞ୍ଚଳରେ ବିଫଳ ହୋଇଛି। ଦଳ କଂଗ୍ରେସ ଠାରୁ ପରାସ୍ତ ହୋଇଛି। ୧୨ଟି ଜିଲ୍ଲାର ୫୦ଟି ପୌରପାଳିକା ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। କଂଗ୍ରେସ ୧୪ଟି ପୌରପାଳିକାରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟିରେ ଜିତି ପାରିଛି। ବାକି ୩୨ଟି ମ୍ୟୁନସିପାଲ ପରିଷଦରେ କେଉଁ ଦଳ ବୋର୍ଡ ଗଠନ କରିବ ଚୁଡାନ୍ତ ହୋଇପାରିନି। ସେଥିପାଇଁ ସ୍ଵାଧିନ ପ୍ରାର୍ଥୀଙ୍କ ଉପରେ ଦୁଇ ଦଳର ନଜର ରହିଛି। କାରଣ ସେମାନଙ୍କ ବିନା ସମର୍ଥନରେ ବିଜେପି କିମ୍ବା କଂଗ୍ରେସ ବୋର୍ଡ ଗଠନ କରିପାରିବେ ନାହିଁ। କିନ୍ତୁ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ କଂଗ୍ରେସ ୪୧ଟି ପୌରପାଳିକାରେ ବୋର୍ଡ ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।

ତେବେ ୧୨ଟି ଜିଲ୍ଲାର ୧୭୭୫ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରୁ କଂଗ୍ରେସ ୬୧୯ଟି ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୫୯୫ ୱାର୍ଡରେ ବାଜିମାତ କରିଛନ୍ତି ଏବଂ ବିଜେପି ୫୪୯ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ସହରାଞ୍ଚଳ ନଗର ପାଳିକା ଓ ନଗର ପରିଷଦ ନିର୍ବାଚନରେ ଦୁଇ ପ୍ରମୁଖ ଦଳକୁ ଚକମା ଦେଇଛନ୍ତି। (ଏଜେନ୍ସି)

Related posts