Categories
Municipal Election ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଭୋଟ ଦେଲେ ଓଟିଡିସି ଅଧ୍ୟକ୍ଷା, ମେୟର ପ୍ରାର୍ଥୀ ଦୈଡରେ ଥିଲେ

ଭୁବନେଶ୍ବର: ଆଜି ପୌର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ସେ ନୟାପଲ୍ଲୀସ୍ଥିତ କସ୍ତୁରିବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିରରେ ହୋଇଥିବା ବୁଥରେ ଭୋଟ ଦେଇଛନ୍ତି। ସେ ଭୋଟ ଦେଇ ଆସିବା ପରେ ସମସ୍ତଙ୍କୁ ଏହି ମହାନ ପର୍ବରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ଶ୍ରୀମୟୀ ଭୁବନେଶ୍ବର ମେୟର ପ୍ରାର୍ଥୀ ଦୈଡରେ ଥିଲେ। ତାଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା।

Categories
Municipal Election ବିଶେଷ ଖବର ରାଜ୍ୟ ଖବର

ଧିରେ ଧିରେ ଭୁବନେଶ୍ବର ମହାନଗର ନିର୍ବାଚନ ପାଇଁ ବଢୁଛି ପ୍ରାର୍ଥୀ ପତ୍ର ଦାଖଲ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ  ଆଜି  ଆଉ ୯୦ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାଯ୍ୟାଳୟରେ ଦାଖଲ କରିଛନ୍ତି। ଗତକାଲି ସୁଦ୍ଧା ୪୦ ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୩୦ଜଣ ପ୍ରାର୍ଥୀ  କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ମେୟର ପଦବୀ ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ଏଣୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର  ଦାଖଲ ସଂଖ୍ୟା ଆଜି ସୁଦ୍ଧା ୫ରେ ପହଁଚିଛି । ଆଜି ମେୟର ପଦବୀ ପାଇଁ  ଆଉ ୭ଟି  ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ ୩୦ ଟି ଫର୍ମ ବିକ୍ରି ହୋଇଛି

ଗତକାଲି ସୁଦ୍ଧା  ବିଭିନ୍ନ ଓ୍ୱାର୍ଡର  କର୍ପୋରେଟର ପଦବୀ ପାଇଁ ୭୧୩ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ ୭୯ଟି ଫର୍ମ  ପ୍ରାର୍ଥୀମାନେ ନେଇଛନ୍ତି। ଆଜି ସୁଦ୍ଧା ମୋଟ ୭୯୨ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି। ମେୟର ତଥା କର୍ପୋରେଟର ପାଇଁ ଆସନ୍ତାକାଲି ୭ ତାରିଖ ଶେଷ ଦିନ ହୋଇଥିବା ବେଳେ ଆଜି ମନୋନୟନ ପତ୍ର ଦାଖଲ ୫ମ ଦିନରେ କେନ୍ଦ୍ରରେ ଗହଳି ପରିଲକ୍ଷିତ ହୋଇଥିଲା।

ତେବେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ  କୁମାର ସ୍ୱାଇଁ ପ୍ରତ୍ୟକ୍ଷ କାର୍ଯ୍ୟକୁ ତଦାରଖ କରିଥିଲେ। ଏଥିସହିତ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ ପାଇଁ ଫୋର୍ସ ମୁତୟନ କରାଯାଇଥିଲା।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଭୁବନେଶ୍ବରର ମେୟର ପ୍ରାର୍ଥୀ, କିଏ ସେହି ମହିଳା, ଶୁଣନ୍ତୁ କଣ କହୁଛନ୍ତି

ଭୁବନେଶ୍ବର: ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଅନ୍ୟ ଦୁଇଦଳ କୌଣସି ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କଂଗ୍ରେସ ପ୍ରଥମେ ଏହି ପଦକ୍ଷେପ ଗ୍ରହଣ କରିଛି।

ତେବେ ତାଙ୍କ ନାମ ଘୋଷଣା ହେବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ଯେ, କଂଗ୍ରେସ ଏହି ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି, ଓଡିଶା ପ୍ରଦେଶ ସଭାପତିଙ୍କୁ ଧନ୍ୟବାଦ। ମୋତେ ଏପରି ସୁଯୋଗ ଦେଇଥିବାରୁ ଏହାକୁ ସଫଳତାର ସହ କାର୍ଯ୍ୟ କରିବି ବୋଲି ମଧୁସ୍ମିତା କହିଛନ୍ତି।

ତେବେ ରାଜନୀତିରେ ନୂଆ ଥିବା ଏହି ମଧୁସ୍ମିତାଙ୍କୁ ନେଇ ବର୍ତ୍ତମାନ ଚାରିଆଡେ ଚାଲିଛି। କିଏ ଏହି ମହିଳା ଯିଏ କି ଏକ ଜାତୀୟ ଦଳର ମେୟର ପଦବୀ ହାତେଇବାରେ ସଫଳ ହୋଇଛନ୍ତି। ମଧୁସ୍ମିତା ହେଉଛିନ୍ତି ଧର୍ମଶାଳାରେ ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। ସେ ହେଉଛନ୍ତି ଜଣେ ଉଦ୍ୟୋଗପତି।

ମଧୁସ୍ମିତୀ କଲେଜ ଜୀବନରୁ ଛାତ୍ର ରାଜନୀତି ସହିତ ଜଡିତ ଅଛନ୍ତି। ସେ ଭୁବନେଶ୍ବରର କମଳା ନେହୁର କଲେଜର ସଭାପତି ଥିଲେ। ସେ ହେଉଛନ୍ତି ଜଣେ ଏନସିସି କ୍ୟାଡେଟ। ନୂଆଦିଲ୍ଲୀର ଆୟୋଜିତ ଗଣତନ୍ତ୍ର ଦିବସରେ ସେ ଶ୍ରେଷ୍ଠ କ୍ୟାଡେଟ ଭାବେ ପୁରସ୍କୃତ ହୋଇଛନ୍ତି।

ସେହିପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ବେଶ ନୂପୁଣା। ସେ ହେଉଛନ୍ତି ଜଣେ ଭଲ ବ୍ୟାଡମିଣ୍ଟନ ଖେଳାଳୀ। ଏପରିକି ସେ ବ୍ୟାଡମିଣ୍ଟନ ଆସୋସିଏସନରେ ସେ ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ସେ ରାଜ୍ୟ ରାଜନୀତିରେ ସେପରି ପରିଚିତ ବ୍ୟକ୍ତିତ୍ବ ନୁହଁନ୍ତି। ହେଲେ ତାଙ୍କୁ କିପରି ମେୟର ଟିକେଟ ମିଳିଲା ସେ ନେଇ ଚର୍ଚ୍ଚା ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାବଧାନ: ପୌର ନିର୍ବାଚନର ପ୍ରାର୍ଥୀମାନେ ପ୍ରଚାର ପାଇଁ ଏତିକି ଟଙ୍କା ଖର୍ଚ୍ଚ କରିପାରିବେ

ଭୁବନେଶ୍ବର: ପୌର ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ରାଜ୍ୟ ନିର୍ବାଚନ କମିଶନର ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ ନିର୍ଦ୍ଧାରଣ କରିଛନ୍ତି। ସେ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ସେ ଯେଉଁ ଖର୍ଚ୍ଚ ପରିମାଣ ଧାର୍ଯ୍ୟ କରିଛନ୍ତି ତାହା ହେଲା

1- ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା 50 ହଜାର ମଧ୍ୟରେ ଥିବ ସେଠାରେ ପ୍ରାର୍ଥୀମାନେ 50 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀମାନେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

2-ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା 50 ହଜାରରୁ ଏକ ଲକ୍ଷ ମଧ୍ୟରେ ଥିବ ସେଠାରେ ପ୍ରାର୍ଥୀମାନେ 75 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

3-ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା ଏକ ଲକ୍ଷରୁ ଅଧିକ ଥିବ ସେଠାରେ ପ୍ରାର୍ଥୀମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

4-ତେବେ ମହାନଗର ବା ମୁନ୍ୟିସପାଲ କର୍ପୋରେସନ ପାଇଁ ପ୍ରାର୍ଥୀମାନେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ମେୟର ପଦବୀ ପାଇଁ ପ୍ରାର୍ଥୀମାନେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ ଓଡିଶା ପୌର ନିର୍ବାଚନରେ କେବେ କଣ ହେବ

ଭୁବନେଶ୍ବର: ଆଜି ଓଡିଶା ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ନିର୍ବାଚନରେ କେବେ କଣ ହେବ ଜାଣନ୍ତୁ..

ପୌର, ମହାନଗର ନିର୍ବାଚନ

ବିଜ୍ଞପ୍ତି ପ୍ରକାଶ- ଫେବୃୟାରୀ ୨୮

ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨

ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨

୧୪ ମାର୍ଚ୍ଚ ପର୍ଯ୍ୟନ୍ତ  : ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨

ଗଣତି : ୨୬ ମାର୍ଚ୍ଚ ୨୦୨୨

ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨

ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ପୌରପାଳିକା ନିର୍ବାଚନ: କଂଗ୍ରେସ ୧୪ଟିରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟି, ୩୨ଟି ମ୍ୟୁନସିପାଲ ପରିଷଦ ଏବେ ବି ଅସ୍ପଷ୍ଟ

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ସହରାଞ୍ଚଳରେ ବିଫଳ ହୋଇଛି। ଦଳ କଂଗ୍ରେସ ଠାରୁ ପରାସ୍ତ ହୋଇଛି। ୧୨ଟି ଜିଲ୍ଲାର ୫୦ଟି ପୌରପାଳିକା ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। କଂଗ୍ରେସ ୧୪ଟି ପୌରପାଳିକାରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟିରେ ଜିତି ପାରିଛି। ବାକି ୩୨ଟି ମ୍ୟୁନସିପାଲ ପରିଷଦରେ କେଉଁ ଦଳ ବୋର୍ଡ ଗଠନ କରିବ ଚୁଡାନ୍ତ ହୋଇପାରିନି। ସେଥିପାଇଁ ସ୍ଵାଧିନ ପ୍ରାର୍ଥୀଙ୍କ ଉପରେ ଦୁଇ ଦଳର ନଜର ରହିଛି। କାରଣ ସେମାନଙ୍କ ବିନା ସମର୍ଥନରେ ବିଜେପି କିମ୍ବା କଂଗ୍ରେସ ବୋର୍ଡ ଗଠନ କରିପାରିବେ ନାହିଁ। କିନ୍ତୁ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ କଂଗ୍ରେସ ୪୧ଟି ପୌରପାଳିକାରେ ବୋର୍ଡ ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।

ତେବେ ୧୨ଟି ଜିଲ୍ଲାର ୧୭୭୫ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରୁ କଂଗ୍ରେସ ୬୧୯ଟି ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୫୯୫ ୱାର୍ଡରେ ବାଜିମାତ କରିଛନ୍ତି ଏବଂ ବିଜେପି ୫୪୯ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ସହରାଞ୍ଚଳ ନଗର ପାଳିକା ଓ ନଗର ପରିଷଦ ନିର୍ବାଚନରେ ଦୁଇ ପ୍ରମୁଖ ଦଳକୁ ଚକମା ଦେଇଛନ୍ତି। (ଏଜେନ୍ସି)