Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲ୍‌ ’ବିବାହ’ ପରି ରିଅଲ୍‌ରେ ବିବାହ କରି ଚର୍ଚ୍ଚାରେ ଯୁବକ
ଆଜିର ଖବର

ରିଲ୍‌ ’ବିବାହ’ ପରି ରିଅଲ୍‌ରେ ବିବାହ କରି ଚର୍ଚ୍ଚାରେ ଯୁବକ

December 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରୟାଗରାଜ : କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ, ଏଠାରେ ମିଳନ ହୋଇଥାଏ । ବିବାହ ସାତ ଜନ୍ମର ସମ୍ପର୍କ । 2006ରେ ସୂରଜ ବଡଜାତ୍ୟାଙ୍କ ଲୋକପ୍ରିୟ ଫିଲ୍ମ ’ବିବାହ’ ପରି ଅସଲ ବିବାହ ଅନୁଷ୍ଠିତ ହୋଇଛି । ଏହି ଫିଲ୍ମର କଥାବସ୍ତୁ ଅନୁଯାୟୀ ଅଭିନେତ୍ରୀ ଅମୃତା ରାଓ ବିବାହର କିଛି ଘଣ୍ଟା ପୂର୍ବରୁ ନିଜ ଭଉଣୀକୁ ରକ୍ଷା କରିବାକୁ ଯାଇ ଜଳି ଯାଇଛନ୍ତି । ମାତ୍ର ଶାହିଦ୍‌ କପୁର୍‌ ତାଙ୍କୁ ବିବାହ କରିଛନ୍ତି । ଠିକ୍‌ ଏହିପରି ଏକ ସମାନ କାହାଣୀ ଆଜି ବାସ୍ତବ ରୂପ ନେଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବାସ୍ତରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ସଙ୍ଗମ ନଗରୀ ପ୍ରୟାଗରାଜଠାରେ ଜଣେ ହାତରେ ମେହେନ୍ଦୀ ପିନ୍ଧି ନବବଧୂ ହସ୍ପିଟାଲ ବେଡ୍‌ରେ ପଡି ରହିଥିବାବେଳେ ତାଙ୍କ ପାଖରେ ତାଙ୍କ ସ୍ବାମୀ ବସି ତାଙ୍କର ଦେଖାରେଖା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରତାପଗଡର କୁଣ୍ଡା ଅଞ୍ଚଳର ରହୁଥିବା ଆରତୀ ନାମ୍ନୀ ଯୁବତୀଙ୍କର ବିବାହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିଲା । ଡିସେମ୍ବର 8 ତାରିଖ ସନ୍ଧ୍ୟାରେ ବରଯାତ୍ରୀ ଆସିବାର ଥିଲା । ମାତ୍ର ଦ୍ବିପ୍ରହର ସମୟରେ ଯୁବତୀ ଜଣକ ଛାତ ଉପରେ ଖେଳୁଥିବା ତିନି ବର୍ଷର ପୁତୁରାକୁ ବଞ୍ଚାଇବା ଚକ୍କରରେ ଯୁବତୀ ଜଣକ ଛାତରୁ ତଳେ ପଡିଯାଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ହାଡ ଭାଙ୍ଗିଯାଇଥିଲା ଏବଂ ତାଙ୍କ ଦୁଇଗୋଡ ନିଷ୍କ୍ରିୟ ହୋଇଯାଇଥିଲା । ଘର ଲୋକେ ତାଙ୍କୁ ତୁରନ୍ତ ପ୍ରୟାଗରାଜର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହି ଘଟଣା ବର ଅବଧେଶଙ୍କୁ ଜଣାଇଦିଆଗଲା । ଏହାପରେ ଆରତୀଙ୍କ ଘର ଲୋକେ ଅବଧେଶଙ୍କୁ ଆରତୀଙ୍କର ଛୋଟ ଭଉଣୀ ସହ ବିବାହ ପାଇଁ କହିଥିଲେ । କିନ୍ତୁ ଅବଧେଶ ଆରତୀଙ୍କୁ ଜୀବନସଙ୍ଗିନୀ ଭାବେ ବାଛି ନେଇଥିଲେ ।  ଯେମିତି ବି ହେଉ ଆରତୀ ହିଁ ତାଙ୍କର ଜୀବନସାଥୀ ହେବ ବୋଲି ସେ ସ୍ପଷ୍ଟ କରିଥିଲେ । ସେ ତାଙ୍କ ସହିତ ସାରା ଜୀବନ ସାଥ୍‌ ରହିବା ପାଇଁ କହିଥିଲେ ଅବଧେଶ । ଅବଧେଶଙ୍କର ଏପରି ଧେର୍ଯ୍ୟ ଓ ପ୍ରେମକୁ ଦେଖି ସମେସ୍ତ ବାହାବାଃ କରିଥିଲେ ।

ଅପରପକ୍ଷରେ ଆରତୀଙ୍କ ଘର ଲୋକେ ଡାକ୍ତରଙ୍କ ସହ କଥାବାର୍ତ୍ତା କରି ଆମ୍ବୁଲାନ୍ସ ଯୋଗେ ଆରତୀଙ୍କୁ ହସ୍ପିଟାଲରୁ ଗୋଟିଏ ଦିନ ପାଇଁ ଘରକୁ ଆଣିଥିଲେ ।  ବେଡ୍‌ରେ ଶୋଇ ରହିଥିବା ଅବସ୍ଥାରେ ଆରତୀ ଓ ଅବଧେଶଙ୍କର ବିବାହର ସମସ୍ତ ବିଧି ସମ୍ପନ୍ନ ହୋଇଥିଲା । ଏପରି ଦୁହେଁ ସାତ ଜନ୍ମ ପାଇଁ ସାତ ଫେରା ମଧ୍ୟ ନେଇଥିଲେ । ଏହାପରେ ଆରତୀଙ୍କ ଚିକିତ୍ସା ପାଇଁ ତାଙ୍କୁ ପୁନଃ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଅବଧେଶଙ୍କର ଏପରି କାର୍ଯ୍ୟ ତାଙ୍କୁ ଆଜି ବାସ୍ତବ ହିରୋ କରିଦେଇଛି । ତାଙ୍କର ଏହି କାର୍ଯ୍ୟ ପାଇଁ ସମେସ୍ତ ତାଙ୍କୁ ପ୍ରଶଂସ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.