Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସ୍ତାରେ ଗୁଣ୍ଡାଗର୍ଦ୍ଦି ଦେଖାଇ ହାଜତରେ ରାତି କାଟିଲେ କେନ୍ଦ୍ରମନ୍ତ୍ରୀଙ୍କ ଜ୍ବୋଇଁ
ଆଜିର ଖବର

ରାସ୍ତାରେ ଗୁଣ୍ଡାଗର୍ଦ୍ଦି ଦେଖାଇ ହାଜତରେ ରାତି କାଟିଲେ କେନ୍ଦ୍ରମନ୍ତ୍ରୀଙ୍କ ଜ୍ବୋଇଁ

December 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁନେ : କେନ୍ଦ୍ର ମନ୍ତ୍ରୀ ରାଓସାହେବଙ୍କ ଜ୍ବାଇଁ ହର୍ଷବର୍ଦ୍ଧନ ଯାଦବଙ୍କୁ ପୁନେଠାରେ ଗିରଫ କରାଯାଇଛି । ଔରଙ୍ଗାବାଦ ଜିଲ୍ଲା କନ୍ନଡ ବିଧାନସଭା ନିର୍ବାଚନ କ୍ଷେତ୍ରର ବିଧାୟକ ରହିଥିବା ହର୍ଷବର୍ଦ୍ଧନଙ୍କୁ ଗୁଣ୍ଡାଗର୍ଦ୍ଦି ପାଇଁ ଗିରଫ କରଯାଇଛି । ରାସ୍ତାରେ ଯାଉଥିବା ବାଇକ ଚାଳକଙ୍କୁ ପିଟିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ରହିଛି । ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ଜ୍ବାଇଁଙ୍କୁ ରାତିସାରା ହାଜତ ଭିତରେ ରହିବାକୁ ପଡିଛି ।

ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ରାତ୍ରି 8ରୁ 9 ଘଟିକା ସମୟରେ ହର୍ଷବର୍ଦ୍ଧନ ଯାଧବ ପୁଣେରୁ କାର୍‌ ଯୋଗେ କୁଆଡେ ଯାଉଥିଲେ । ହର୍ଷବର୍ଦ୍ଧନ କାର୍‌ର ଡୋର୍‌ ଖୋଲିବା ସମୟରେ ଏକ ବାଇକ୍‌ ଆଜି କାର୍‌ର ଡୋର୍‌ରେ ବାଡେଇ ହୋଇଥିଲା । ଏହାପରେ ବାଇକ୍‌ ଚାଳକ ଓ ତାଙ୍କ ସହ ଥିବା ମହିଳା ରାସ୍ତାରେ ପଡିଯାଇଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ହର୍ଷବର୍ଦ୍ଧନ ବାଇକ୍‌ ଚାଳକଙ୍କ ଲାତ ଗୋଇଠା ମାରି ପିଟିଥିବାର ଅଭିଯୋଗ ହୋଇଛି ।

55 ବର୍ଷୀୟ ବାଇକ୍‌ ଚାଳକ ଜଣକ ଏଞ୍ଜିଆେପ୍ଲାଷ୍ଟୀ ଓ ଓପନ୍‌ ହାର୍ଟ ସର୍ଜରୀ କରିଥିବାର ସୂଚନା ଦେଇଛି ପୋଲିସ୍‌ । ହର୍ଷବର୍ଦ୍ଧନ ଲୋକଙ୍କୁ ନିର୍ଦ୍ଦୟତାର ସହ ପିଟିଥିବାର ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବାଇକ୍‌ ଚାଳକ । ଏହି ଘଟଣା ପରେ କିଛି ଦୂର ପରେ କିଛି ଅଜ୍ଞାତ ଲୋକେ ଡିଏଭି ସ୍କୁଲ୍‌ ନିକଟରେ ହର୍ଷବର୍ଦ୍ଧନ ଯାଧବଙ୍କୁ ମାଡ ମାରିଥିଲେ । ଏହାପରେ ପୋଲିସ୍‌ ଦୁଇ ପକ୍ଷଙ୍କର ଅଭିଯୋଗ ଶୁଣିବା ସହିତ ହର୍ଷବର୍ଦ୍ଧନଙ୍କୁ ପୋଲିସ୍‌ ଷ୍ଟେସନ ନେଇଥିଲେ ।

ଛୋଟ କଥାରୁ ଆରମ୍ଭ ହୋଇ ଶେଷରେ ହର୍ଷବର୍ଦ୍ଧନ ଗିରଫରେ କଥା ଶେଷ ହୋଇଥିଲା । ଦୁଇ ପକ୍ଷଙ୍କ ସହ ଝଗଡା ହେବା ପରେ ସହମତି ଭିତ୍ତିରେ ଏହାର ସମାଧାନ ପାଇଁ ରାଜି ହୋଇଥିଲେ । କିନ୍ତୁ ଅଭିଯୋଗକର୍ତ୍ତା ଅଚାନକ ନିଜର ନିଷ୍ପତ୍ତି ବଦଳାଇ  ଅଭିଯୋଗ ପ୍ରତ୍ୟାହାର କରିବାକୁ ମନା କଲେ । ଏହାପରେ ମନ୍ତ୍ରୀଙ୍କ ଜ୍ବାଇଁ ହର୍ଷବର୍ଦ୍ଧନଙ୍କୁ ଗିରଫ କରାଯାଇଥିଲା । ପୂର୍ବତନ ବିଧାୟକ ତଥା କେନ୍ଦ୍ର ମନ୍ତ୍ରୀଙ୍କ ଜ୍ବୋଇଙ୍କୁ ଡିସେମ୍ବର 15 ତାରିଖରେ ହାଜତରେ ରହିବାକୁ ପଡିଥିଲା । ତାଙ୍କ ଉପରେ ହତ୍ୟା ଉଦ୍ୟମର ଅଭିଯୋଗ ରହିଥିବାବେଳେ ଦ୍ବିତୀୟ ପକ୍ଷ ଉପରେ ମଧ୍ୟ କେସ୍‌ ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.