
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୨ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୩୬ କୁ ବୃଦ୍ଧି ହୋଇଛି।
ତେବେ ଆଜି ଭୁବନେଶ୍ବରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
Tags: କରୋନା ଆକ୍ରାନ୍ତ, ଭୁବନେଶ୍ବର