
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ପକ୍ଷରୁ ଯୁଗ୍ମ ଅବକାରୀ ଚଢ଼ାଉ ହୋଇଥିଲା। ଡ଼େପୁଟି ସୁପରିଟେଣ୍ଡେଣ୍ଟ ଗଂଜାମ, ତହସିଲ୍ଦାର ସୋରଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ଏବଂ ସାଇପୁର ଅଂଚଳରେ ଅବକାରୀ ଚଢ଼ାଉ ହୋଇ ୧୩ଟି ମାମଲା ରୁଜୁ ହୋଇଛି। ଚଢ଼ାଉରେ ୯୪୫ ଲିଟର ବେଆଇନ ମଦ, ୮୦୦୦ ଲିଟର ପୋଚ ଏବଂ ୩୦ କେଜି ଭଙ୍ଗ, ଗୋଟିଏ ଏକ୍ସଲ ବାଇକ୍ ଜବତ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଆସିକା ଅବକାରୀ ବିଭାଗ, ଛତ୍ରପୁର ଷ୍ଟାଇକିଂ ଫୋର୍ସ, ବଡ଼ଗଡ଼ ଥାନା ଏସ୍ଆଇ, ସୋରଡ଼ା ଅବକାରୀ ବିଭାଗ, ବ୍ରହ୍ମପୁର ଷ୍ଟାଇକିଂ ଫୋର୍ସ ଏବଂ ଇଆଇଇବି ୟୁନିଟ ଯୋଗ ଦେଇଥିବା ଗଂଜାମ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।