ଆଜି ରାଜ୍ୟରୁ ସୁସ୍ଥ ହେଲେ ପୁଣି ୩୭୬ ଜଣ କରୋନା ଆକ୍ରାନ୍ତ

Published: Dec 17, 2020, 7:02 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୦, ଅନୁଗୁଳରୁ ୪୮, ସୁନ୍ଦରଗଡରୁ ୪୩, ବାଲେଶ୍ବରରୁ ୨୩, କଟକରୁ ୨୩, ପୁରୀରୁ ୨୨, ବରଗଡରୁ ୧୯, ବଲାଙ୍ଗିରିରୁ ୧୯, କଳାହାଣ୍ଡିରୁ ୧୯, ମୟୂରଭଞ୍ଜରୁ ୧୮, ସମ୍ବଲପୁରରୁ ୧୪, ନୂଆପଡାରୁ ୧୧, ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଯାଜପୁରରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଳରୁ ୩, ବୌଦ୍ଧରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧, କୋରାପୁଟରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୧୪୭ କୁ ବୃଦ୍ଧି ହୋଇଛି। ତେବେ ୨୬୮୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୨୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts