Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନକଲି ଘରୋଇ ସ୍କୁଲ ମାଲିକଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ଦାବି କଲା ଓଡ଼ିଶା ଅଭିଭାବକ ମହାସଂଘ
ଆଜିର ଖବର

ନକଲି ଘରୋଇ ସ୍କୁଲ ମାଲିକଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ଦାବି କଲା ଓଡ଼ିଶା ଅଭିଭାବକ ମହାସଂଘ

December 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ କରିବା ସହ ଏହାକୁ ତୁରନ୍ତ ସ୍ଥଗିତ ରଖିବାକୁ ଆଜି ସାମ୍ବାଦିକ ସମ୍ବଳିତ ମାଧ୍ୟମରେ ଓଡ଼ିଶା ଅଭିଭାବକ ମହାସଂଘ ସରକାରଙ୍କୁ ଜଣାଇଛି। ଏହାସହ ରାଜ୍ୟରେ ଚାଲିଥିବା ବେଆଇନ ବେସରକାରୀ ସ୍କୁଲକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଥିଲେ ଯେ ନିକଟ ଅତିତରେ ଏକ ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ କମ୍ ଛାତ୍ରଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

ସରକାରୀ ଓ ଜିଲ୍ଲାସ୍ତରୀୟ ଶିକ୍ଷାଧିକାରୀମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏହାର ଏକ ରିପୋର୍ଟ ପ୍ରଦାନ କରନ୍ତୁ। ରାଜ୍ୟରେ ପ୍ରାୟ ୧୦ହଜାର ନକଲି ବା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୋଧରେ ଏଫ୍‌ଆଇଆର୍ ଦିଆଯାଇ ଗିରଫ କରାଗଲେ ଏଭଳି ବେଆଇନ ସ୍କୁଲ ଚାଲିବ ନାହିଁ। ଜିଲ୍ଲାସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି, ଜିଲ୍ଲାସ୍ତରୀୟ ସ୍କୁଲ କନ୍‌ସଲିଡ଼େସନ କମିଟିକୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଞ୍ଚାୟତରାଜ ଜନ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଗମାନଙ୍କୁ ଦିଆଯାଉ। ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଗଂଜାମ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏଥିରେ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ସ୍ଥଗିତ ରଖିବା, ବେସରାକରୀ ବେଆଇନ ନକଲି ସ୍କୁଲକୁ ବନ୍ଦ କରିବା, ଜିଲ୍ଲାସ୍ତରୀୟ ସ୍କୁଲ ମିଶ୍ରଣ କମିଟିକୁ ସାଂସଦ, ବିଧାୟକ ଓ ନିର୍ବାଚିତ ଲୋକପ୍ରତିନଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିକୁ ନେଇ ଆଲୋଚନା କରିବା ରହିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ ବିଷୋୟୀ, ସଂଗଠନ ସଂପାଦକ ସୂର୍ଯ୍ୟନାରାୟଣ ଜେନା, ଜିଲ୍ଲା ଆବାହକ ମଧୁସୂଦନ ସାହୁ, ସହ ଅଧ୍ୟକ୍ଷ ଜି. ରାଜେନ୍ଦ୍ର ପ୍ରସାଦ, ଅଶୋକ କୁମାର ସାହୁ, ପ୍ରଦୀପ ଆଚାର୍ଯ୍ୟ, ନରେଶ କୁମାର ବେହେରା, ଦେବୀପ୍ରସାଦ ପାଢ଼ୀ, ରାମକୃଷ୍ଣ ପଣ୍ଡା, ଗଜେନ୍ଦ୍ର ଚୌଧୁରୀ, ବିନୋଦ ବିହାରୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଅଭିଭାବକ ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.