Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ
ଆଜିର ଖବର

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

December 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ପ୍ରଶାସନ, ପୁଲିସ୍ ଓ ଅବକାରୀ ବିଭାଗ ବାରମ୍ବାର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ନାକଟିଦେଉଳ ବ୍ଲକ୍ ଅଂଚଳରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ଅବକାରୀ ବିଭାଗ ନଷ୍ଟ କରିବା ଘଟଣା ଲୋକଲୋଚନକୁ ଆସିଛି। ଗଞ୍ଜେଇ ଚାଷୀ ଓ ଚୋରା ବେପାରୀ ମାନଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ଜାମୁଜୋରି ପଂଚାୟତ ରାଇଲ ଜଙ୍ଗଲର କୁଡାନାଳି ଗ୍ରାମରେ ଅବକାରୀ, ପୋଲିସ୍ ଓ ଫରେଷ୍ଟ ବିଭାଗର ମିଳିତ ଚଢଉ କରି ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ପୋଲିସ୍ ଓ ଅବକାରୀ ବିଭାଗ ପ୍ରତି ବ୍ଲକ୍‌ର ପଂଚାୟତ ଓ ବ୍ଲକ୍ ପରିସରରେ ଗଞ୍ଜେଇ ଚାଷ ନ କରିବା ପାଇଁ ବାରମ୍ବାର ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ପୁଣି ଗଞ୍ଜେଇ ବେପାରୀମାନେ ଚାଷ କରିବାରେ ସଫଳ ହୋଇଛନ୍ତି। ବହୁ ବିଳମ୍ବରେ ଅବକାରୀ ବିଭାଗ କିପରି ଜାଣିପାରିଲା ତାହା ସନ୍ଦେହ ସୃଷ୍ଟି କରିଛି। ଚାଷ କରୁଥିବା ଗଞେଇ ଚାଷୀମାନଙ୍କର କୌଣସି ଟେର୍ ପାଇପାରିଲା ନାହିଁ ତାହା ଆଜି ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଅବକାରୀ, ପୋଲିସ୍, ଫରେଷ୍ଟ ବିଭାଗ କୁଡାନାଳିର ସେଇ ଜଙ୍ଗଲରେ ଚାଷ ହେଉ ଥିବା ଖବର ପାଇଥିବା ବେଳେ କିଏ କିଏ ଏ ଚାଷରେ ସଂପୃକ୍ତ ଅଛନ୍ତି ତାହା କିପରି ଜାଣି ପାରିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।

ଏଠାରେ ଯାହା ଅନୁମାନ କରାଯାଉଛି ଏହି ବିଭାଗକୁ ଖବର ଦେଉଥିବା ବ୍ୟକ୍ତି ହେଉ ବା ବିଭାଗର ଯେ କେହି କର୍ମଚାରି ଖବର ଦେଉଛି ସେ ଗଞ୍ଜେଇ ଚାଷୀ ମାନଙ୍କ ସଂପର୍କରେ ଅବଗତ ନିଶ୍ଚୟ ଥିବେ ନ ହେଲେ ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଚାଷ ହେବା କଥା ଜାଣିଲେ କିପରି ? ଚାଷୀମାନେ ଚାଷ କରୁଥିବା ସ୍ଥାନକୁ ପ୍ରତିଦିନ ପାଣି, ସାର, ଔଷଧ ଦେବାକୁ ଯାଇଥାନ୍ତି। ସେମାନେ ମଧ୍ୟ ଜଙ୍ଗଲ ମଧ୍ୟରେ ବିଭିନ୍ନ ମାରଣାସ୍ତ୍ର ଧରିଥାନ୍ତି। ଏପରିକି ରାତିରେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚାଷ କରିଥିବା ଅଂଚଳରେ ରାତି ତମାମ୍ ଶୋଇ ଥାନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ, ଗଞେଇ ଚାଷ କରୁଥିବା ବ୍ୟକ୍ତିଙ୍କୁ କାହିଁକି ଧରିବାରେ ବିଫଳ ହେଉଛି ପୋଲିସ୍, ଅବକାରୀ ଓ ଫରେଷ୍ଟ ବିଭାଗ।

ଅବକାରୀ ବିଭାଗ ଗଞ୍ଜେଇ ଗଛ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.