Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ମାତିଲେ ଗଞ୍ଜେଇ ଚାଷୀ: ୭୪୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

କନ୍ଦର୍ପ ବେହରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ରେ ଗଞ୍ଜେଇ ଚାଷ ହେଉନ ଥିବା ବନବିଭାଗ, ଅବକାରୀ, ପୋଲିସ୍‌ ବିଭାଗ କହୁଥିବା ବେଳେ  ପୁଣି ଗଞ୍ଜେଇ ଚାଷ ହୋଇଥିବା ଏବଂ ବହୁ ବିଳମ୍ବରେ ତାକୁ ଚଢାଉ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଅବକାରୀ ବିଭାଗ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେବାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ନାକଟିଦେଉଳ ବ୍ଲକ୍ ଜାମୁଜୋରୀ ପଂଚାୟତର ରାଇଲ ସଂରକ୍ଷିତ ଜଙ୍ଗଲର ତଳନାଳି ଗ୍ରାମରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ୍ ବିଭାଗ ମିଳିତ ଚଢଉ କରି ୭୪୦ ଗଛ ଉପାଡିବା ସହ ତାକୁ ପୋଡିଦେଇଥିବା ଜଣାପଡିଛି। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ମାଜିଷ୍ଟେଟ୍ ଦାୟିତ୍ୱରେ ଥାଇ ଗଛ ସବୁକୁ ପୋଡି ଦେଇଥିଲା ପ୍ରଶାସନ। ଅମଳ ହେବା ପରେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି ଜଣାପଡିଛି। ଗଞ୍ଜେଇ ଚାଷ କିଏ କିଏ କରିଛନ୍ତି ତାହା ପ୍ରଶାସନ ଠାରେ କୌଣସି ସୂଚନା ନାହିଁ। ଗଞ୍ଜେଇ ଚାଷୀ ବହୁତ ଦିନ ଆଗରୁ ଗଞ୍ଜେଇ ଗଛ ରୋପଣ କରିଥିବା ବେଳେ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ବଡ ପ୍ରଶ୍ନ ବାଚୀ। ଏପରିକି ଏହି ଚାଷରେ ସଂପୃକ୍ତ ଥିବା କାହାରିକୁ ମଧ୍ୟ ପୋଲିସ୍ ଗିରଫ କରିବାରେ ସଫଳ ନ ହେବା ତାହା  ସନ୍ଦେହ ସୃଷ୍ଟି କରିଛି।

ଏହି ଚଢଉରେ ବନବିଭାଗ, ଅବକାରୀ, ପୋଲିସ୍ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ତଥା କର୍ମଚାରୀ ସାମିଲ୍ ହୋଇଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୪୫୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମ ସଂଲଗ୍ନ ସରକାରୀ ପ୍ଲଟ୍ ରୁ ଗଞ୍ଜେଇ ଗଛ ନଷ୍ଟ କରିଛି ପ୍ରଶାସନ।

ପ୍ରକାଶ ଯେ, ବାଟଗାଁ ପଂତାୟତ ହିତସରା ଗ୍ରାମର ବଡମୁଣ୍ଡା କଟା ସଂଲଗ୍ନ ବିଭିନ୍ନସ୍ଥାନରୁ ୧୧ ଡିସିମିଲ୍ ଜାଗାରୁ ୧୪୫୦ଟି ଗଞ୍ଜେଇ ଗଛକୁ କାଟି ପ୍ରଶାସନ ନଷ୍ଟ କରିଛି। ଗଞ୍ଜେଇ ଗଛ ପାକଳ ହୋଇ ବିକ୍ରି ହୋଇଥିଲେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେଇଥାନ୍ତା ବୋଲି ଜଣାପଡ଼ିଛି। ଏହି ତଢଉରେ ନାକଟିଦେଉଳ ଥାନାଧିକାରୀ ବିଧୁଭୂଷଣ ମିଶ୍ର, ତହସିଲଦାର୍ ସୁକାନ୍ତ ନାଏକ, ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଏକ୍ସସାଇଜ୍ ବିଭାଗ ଆଦି ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ପ୍ରଶାସନ, ପୁଲିସ୍ ଓ ଅବକାରୀ ବିଭାଗ ବାରମ୍ବାର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ନାକଟିଦେଉଳ ବ୍ଲକ୍ ଅଂଚଳରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ଅବକାରୀ ବିଭାଗ ନଷ୍ଟ କରିବା ଘଟଣା ଲୋକଲୋଚନକୁ ଆସିଛି। ଗଞ୍ଜେଇ ଚାଷୀ ଓ ଚୋରା ବେପାରୀ ମାନଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ଜାମୁଜୋରି ପଂଚାୟତ ରାଇଲ ଜଙ୍ଗଲର କୁଡାନାଳି ଗ୍ରାମରେ ଅବକାରୀ, ପୋଲିସ୍ ଓ ଫରେଷ୍ଟ ବିଭାଗର ମିଳିତ ଚଢଉ କରି ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ପୋଲିସ୍ ଓ ଅବକାରୀ ବିଭାଗ ପ୍ରତି ବ୍ଲକ୍‌ର ପଂଚାୟତ ଓ ବ୍ଲକ୍ ପରିସରରେ ଗଞ୍ଜେଇ ଚାଷ ନ କରିବା ପାଇଁ ବାରମ୍ବାର ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ପୁଣି ଗଞ୍ଜେଇ ବେପାରୀମାନେ ଚାଷ କରିବାରେ ସଫଳ ହୋଇଛନ୍ତି। ବହୁ ବିଳମ୍ବରେ ଅବକାରୀ ବିଭାଗ କିପରି ଜାଣିପାରିଲା ତାହା ସନ୍ଦେହ ସୃଷ୍ଟି କରିଛି। ଚାଷ କରୁଥିବା ଗଞେଇ ଚାଷୀମାନଙ୍କର କୌଣସି ଟେର୍ ପାଇପାରିଲା ନାହିଁ ତାହା ଆଜି ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଅବକାରୀ, ପୋଲିସ୍, ଫରେଷ୍ଟ ବିଭାଗ କୁଡାନାଳିର ସେଇ ଜଙ୍ଗଲରେ ଚାଷ ହେଉ ଥିବା ଖବର ପାଇଥିବା ବେଳେ କିଏ କିଏ ଏ ଚାଷରେ ସଂପୃକ୍ତ ଅଛନ୍ତି ତାହା କିପରି ଜାଣି ପାରିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।

ଏଠାରେ ଯାହା ଅନୁମାନ କରାଯାଉଛି ଏହି ବିଭାଗକୁ ଖବର ଦେଉଥିବା ବ୍ୟକ୍ତି ହେଉ ବା ବିଭାଗର ଯେ କେହି କର୍ମଚାରି ଖବର ଦେଉଛି ସେ ଗଞ୍ଜେଇ ଚାଷୀ ମାନଙ୍କ ସଂପର୍କରେ ଅବଗତ ନିଶ୍ଚୟ ଥିବେ ନ ହେଲେ ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଚାଷ ହେବା କଥା ଜାଣିଲେ କିପରି ? ଚାଷୀମାନେ ଚାଷ କରୁଥିବା ସ୍ଥାନକୁ ପ୍ରତିଦିନ ପାଣି, ସାର, ଔଷଧ ଦେବାକୁ ଯାଇଥାନ୍ତି। ସେମାନେ ମଧ୍ୟ ଜଙ୍ଗଲ ମଧ୍ୟରେ ବିଭିନ୍ନ ମାରଣାସ୍ତ୍ର ଧରିଥାନ୍ତି। ଏପରିକି ରାତିରେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚାଷ କରିଥିବା ଅଂଚଳରେ ରାତି ତମାମ୍ ଶୋଇ ଥାନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ, ଗଞେଇ ଚାଷ କରୁଥିବା ବ୍ୟକ୍ତିଙ୍କୁ କାହିଁକି ଧରିବାରେ ବିଫଳ ହେଉଛି ପୋଲିସ୍, ଅବକାରୀ ଓ ଫରେଷ୍ଟ ବିଭାଗ।