ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

Published: Dec 18, 2020, 8:19 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ପ୍ରଶାସନ, ପୁଲିସ୍ ଓ ଅବକାରୀ ବିଭାଗ ବାରମ୍ବାର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ନାକଟିଦେଉଳ ବ୍ଲକ୍ ଅଂଚଳରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ଅବକାରୀ ବିଭାଗ ନଷ୍ଟ କରିବା ଘଟଣା ଲୋକଲୋଚନକୁ ଆସିଛି। ଗଞ୍ଜେଇ ଚାଷୀ ଓ ଚୋରା ବେପାରୀ ମାନଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ଜାମୁଜୋରି ପଂଚାୟତ ରାଇଲ ଜଙ୍ଗଲର କୁଡାନାଳି ଗ୍ରାମରେ ଅବକାରୀ, ପୋଲିସ୍ ଓ ଫରେଷ୍ଟ ବିଭାଗର ମିଳିତ ଚଢଉ କରି ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ପୋଲିସ୍ ଓ ଅବକାରୀ ବିଭାଗ ପ୍ରତି ବ୍ଲକ୍‌ର ପଂଚାୟତ ଓ ବ୍ଲକ୍ ପରିସରରେ ଗଞ୍ଜେଇ ଚାଷ ନ କରିବା ପାଇଁ ବାରମ୍ବାର ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ପୁଣି ଗଞ୍ଜେଇ ବେପାରୀମାନେ ଚାଷ କରିବାରେ ସଫଳ ହୋଇଛନ୍ତି। ବହୁ ବିଳମ୍ବରେ ଅବକାରୀ ବିଭାଗ କିପରି ଜାଣିପାରିଲା ତାହା ସନ୍ଦେହ ସୃଷ୍ଟି କରିଛି। ଚାଷ କରୁଥିବା ଗଞେଇ ଚାଷୀମାନଙ୍କର କୌଣସି ଟେର୍ ପାଇପାରିଲା ନାହିଁ ତାହା ଆଜି ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଅବକାରୀ, ପୋଲିସ୍, ଫରେଷ୍ଟ ବିଭାଗ କୁଡାନାଳିର ସେଇ ଜଙ୍ଗଲରେ ଚାଷ ହେଉ ଥିବା ଖବର ପାଇଥିବା ବେଳେ କିଏ କିଏ ଏ ଚାଷରେ ସଂପୃକ୍ତ ଅଛନ୍ତି ତାହା କିପରି ଜାଣି ପାରିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।

ଏଠାରେ ଯାହା ଅନୁମାନ କରାଯାଉଛି ଏହି ବିଭାଗକୁ ଖବର ଦେଉଥିବା ବ୍ୟକ୍ତି ହେଉ ବା ବିଭାଗର ଯେ କେହି କର୍ମଚାରି ଖବର ଦେଉଛି ସେ ଗଞ୍ଜେଇ ଚାଷୀ ମାନଙ୍କ ସଂପର୍କରେ ଅବଗତ ନିଶ୍ଚୟ ଥିବେ ନ ହେଲେ ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଚାଷ ହେବା କଥା ଜାଣିଲେ କିପରି ? ଚାଷୀମାନେ ଚାଷ କରୁଥିବା ସ୍ଥାନକୁ ପ୍ରତିଦିନ ପାଣି, ସାର, ଔଷଧ ଦେବାକୁ ଯାଇଥାନ୍ତି। ସେମାନେ ମଧ୍ୟ ଜଙ୍ଗଲ ମଧ୍ୟରେ ବିଭିନ୍ନ ମାରଣାସ୍ତ୍ର ଧରିଥାନ୍ତି। ଏପରିକି ରାତିରେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚାଷ କରିଥିବା ଅଂଚଳରେ ରାତି ତମାମ୍ ଶୋଇ ଥାନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ, ଗଞେଇ ଚାଷ କରୁଥିବା ବ୍ୟକ୍ତିଙ୍କୁ କାହିଁକି ଧରିବାରେ ବିଫଳ ହେଉଛି ପୋଲିସ୍, ଅବକାରୀ ଓ ଫରେଷ୍ଟ ବିଭାଗ।

Related posts