ପୁରୀରେ ଶହେ ଟଙ୍କିଆ ଭକ୍ତ ନିବାସ !

Published: Dec 19, 2020, 2:14 pm IST

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ ଏଥିରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ। ଭକ୍ତ ନିବାସ ନିର୍ମାଣ ଲାଗି ପ୍ରାୟ 10 ଏକର ଜାଗା ଚିହ୍ନଟ ହୋଇଛି। 3ରୁ 4 ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ।

ସୂଚନାଯୋଗ୍ୟ, କରୋନା ପାଇଁ ପ୍ରାୟ 10 ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ତେବେ ଆସନ୍ତା 23 ତାରିଖଠାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ । ତେବେ ପ୍ରଥମେ ସେବାୟତ ଓ ପରେ ପୁରୀ ବାସୀଙ୍କ ପରେ ଆସନ୍ତା 3 ତାରିଖଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ହେବ ।

Related posts