Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିକେଟ ଖେଳ ପାଇଁ ଗୁଳିମାଡ : ଏଆଇଏମଆଇଏମ ଜିଲ୍ଲା ସଭାପତି ଗିରଫ
ଆଜିର ଖବର

କ୍ରିକେଟ ଖେଳ ପାଇଁ ଗୁଳିମାଡ : ଏଆଇଏମଆଇଏମ ଜିଲ୍ଲା ସଭାପତି ଗିରଫ

December 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
rti employee shot dead
rti employee shot dead

ହାଇଦ୍ରାବାଦ : ସାମାନ୍ୟ କ୍ରିକେଟ ଖେଳକୁ ନେଇ ଗୁଳିମାଡ କାରଣରୁ ଜଣେ ଏଆଇଏମଆଇଏମ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । କ୍ରିକେଟ ଖେଳକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ଏଆଇଏମଆଇଏମ ଆଦିଲାବାଦ ଜିଲ୍ଲା ସଭାପତି ଏମଡି ଫାରୁକ ଅହମଦଙ୍କୁ ପୋଲିସ ଗିରଫ କରିଛି । ଫାରୁକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଦୁଇ ଜଣଙ୍କୁ ଆହତ କରିବା ସହିତ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ ।

ଆଦିଲାବାଦର ତାତିଗୁଡାରେ ଏହି ଘଟଣା ଘଟିଥିଲା । ଶୁକ୍ରବାର ଅପରାହ୍ନ 5ଟାରେ କ୍ରିକେଟ ଖେଳ ସମୟରେ ଏହି ଅଘଟଣ ଘଟିଥିଲା । ଦୁଇ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଫାରୁକ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୈଦ ଜମୀରଙ୍କ ଶରୀରରେ ଦୁଇଟି ଗୁଳି ବାଜିଥିବା ବେଳେ ସୈଦ ମୌତେସିନଙ୍କ ଶରୀରରେ ଗୋଟିଏ ଗୁଳି ବାଜିଥିଲା । ଅନ୍ୟ ଜଣେ ଆହତ ସୈଦ ମନ୍ନନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

ଆହତ ମାନଙ୍କୁ ପ୍ରଥମେ ଆଦିଲାବାଦ ସ୍ଥିତ ରିମସରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିବା ନେଇ ଏସପି ବିଷ୍ଣୁ ୱାରିୟର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ସମସ୍ତ ରାଜନୈତିକ ଦଳ ଶାନ୍ତି ବଜାୟ ରଖିବା ପାଇଁ ୱାରିୟର ପରାମର୍ଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଧାରା 307, 324 ଏବଂ 506 ଆଧାରରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

cricket gunshot
Share. Facebook Twitter LinkedIn Email WhatsApp Copy Link

Related Posts

ବିଧବା ମହିଳାକୁ ପ୍ରତାରଣା: ଅଭିଯୁକ୍ତ ଗିରଫ

November 19, 2025

ବିହାର ନିର୍ବାଚନ ପରାଜୟ ପରେ କଂଗ୍ରେସ ଦଳରେ ଉତ୍ତେଜନା, ୪୩ ନେତାଙ୍କୁ ନୋଟିସ ଜାରି

November 19, 2025

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

November 19, 2025

ବିହାର: ଆସନ୍ତାକାଲି ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ

November 19, 2025
Latest News

ବିଧବା ମହିଳାକୁ ପ୍ରତାରଣା: ଅଭିଯୁକ୍ତ ଗିରଫ

November 19, 2025

ବିହାର ନିର୍ବାଚନ ପରାଜୟ ପରେ କଂଗ୍ରେସ ଦଳରେ ଉତ୍ତେଜନା, ୪୩ ନେତାଙ୍କୁ ନୋଟିସ ଜାରି

November 19, 2025

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

November 19, 2025

ବିହାର: ଆସନ୍ତାକାଲି ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ

November 19, 2025

“ଯିଏ ଭାରତ ପାଇଁ ଗର୍ବ କରେ ସେ ହିନ୍ଦୁ”: RSS ମୁଖ୍ୟ ମୋହନ ଭାଗବତଙ୍କ ବଡ ବକ୍ତବ୍ୟ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.