Categories
ଆଜିର ଖବର ଜାତୀୟ ଖବର

କ୍ରିକେଟ ଖେଳ ପାଇଁ ଗୁଳିମାଡ : ଏଆଇଏମଆଇଏମ ଜିଲ୍ଲା ସଭାପତି ଗିରଫ

ହାଇଦ୍ରାବାଦ : ସାମାନ୍ୟ କ୍ରିକେଟ ଖେଳକୁ ନେଇ ଗୁଳିମାଡ କାରଣରୁ ଜଣେ ଏଆଇଏମଆଇଏମ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । କ୍ରିକେଟ ଖେଳକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ଏଆଇଏମଆଇଏମ ଆଦିଲାବାଦ ଜିଲ୍ଲା ସଭାପତି ଏମଡି ଫାରୁକ ଅହମଦଙ୍କୁ ପୋଲିସ ଗିରଫ କରିଛି । ଫାରୁକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଦୁଇ ଜଣଙ୍କୁ ଆହତ କରିବା ସହିତ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ ।

ଆଦିଲାବାଦର ତାତିଗୁଡାରେ ଏହି ଘଟଣା ଘଟିଥିଲା । ଶୁକ୍ରବାର ଅପରାହ୍ନ 5ଟାରେ କ୍ରିକେଟ ଖେଳ ସମୟରେ ଏହି ଅଘଟଣ ଘଟିଥିଲା । ଦୁଇ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଫାରୁକ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୈଦ ଜମୀରଙ୍କ ଶରୀରରେ ଦୁଇଟି ଗୁଳି ବାଜିଥିବା ବେଳେ ସୈଦ ମୌତେସିନଙ୍କ ଶରୀରରେ ଗୋଟିଏ ଗୁଳି ବାଜିଥିଲା । ଅନ୍ୟ ଜଣେ ଆହତ ସୈଦ ମନ୍ନନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

ଆହତ ମାନଙ୍କୁ ପ୍ରଥମେ ଆଦିଲାବାଦ ସ୍ଥିତ ରିମସରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିବା ନେଇ ଏସପି ବିଷ୍ଣୁ ୱାରିୟର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ସମସ୍ତ ରାଜନୈତିକ ଦଳ ଶାନ୍ତି ବଜାୟ ରଖିବା ପାଇଁ ୱାରିୟର ପରାମର୍ଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଧାରା 307, 324 ଏବଂ 506 ଆଧାରରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କଲେ 22ବର୍ଷୀୟ ଯୁବକ

ନୋଏଡା: ପୁଣି ଥରେ ସେଲ୍‌ଫି କାଳ ହୋଇଛି । ସେଲ୍‌ଫି ନେବା ପାଇଁ ଆଜିକାଲିର ଯୁବପିଢି ମାନେ ବିପଦକୁ ବରଣ କରୁଛନ୍ତି। ପ୍ରାୟ ସବୁଦିନେ ସେଲ୍‌ଫି ନେଇ ଜୀବନ ଯାଉଥିବାର ଖବର ଶୁଣିବାକୁ ମିଳିଛି । ନୋଏଡାର ଜଣେ 22 ବର୍ଷୀୟ ଯୁବକ ଗୁଳି ଭର୍ତ୍ତି ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କରିଛନ୍ତି । ସେଲ୍‌ଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜି ଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଯୁବକ ଜଣକ ବଞ୍ଚିନଥିଲେ । ତେବେ ଯୁବକ ଜଣ ସେଲ୍‌ଫି ନେବାବେଳେ ତାଙ୍କ ସାଙ୍ଗରେ ତାଙ୍କର ଜଣେ ବନ୍ଧୁ ରହିଥିଲେ । ପୋଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରୁଛି । ଉକ୍ତ ପିସ୍ତଲର ମଧ୍ୟ ଫରେନସିକ୍‌ ଯାଞ୍ଚ ହେଉଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଗ୍ରେଟର ନୋଏଡା ବାଦଲପୁରର 22 ବର୍ଷୀୟ ସୌରଭ । ସେ ତାଙ୍କ ବନ୍ଧୁ ନକୁଲଙ୍କ ସହ ଅନ୍ୟ ଜଣେ ବନ୍ଧୁଙ୍କ ସାକ୍ଷାତ କରିବାକୁ ଯାଉଥିଲେ । ଦୁହେଁ କାର୍‌ରେ ଯାଉଥିବାବେଳେ ସୌରଭ ପିସ୍ତଲ ବାହାର କରି ମୋବାଇଲ୍‌ରେ ସେଲ୍‌ଫି ନେଉଥିଲେ । ପିସ୍ତଲ୍‌ରେ ଗୁଳି ଭର୍ତ୍ତି ଥିବାବେଳେ ସେ ଏହା ଜାଣିନଥିଲେ । ପିସ୍ତଲ୍‌ର ଟ୍ରିଗର୍‌ ଚାପି ସେଲ୍‌ଫି ନେବା ସମୟରେ ଗୁଳିଟି ତାଙ୍କ ଦେହରେ ବାଜି ଯାଇଥିଲା । ସୌରଭଙ୍କ ବନ୍ଧୁ ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲ ନେଇଥିଲେ।  ତେବେ ଡାକ୍ତରଖାନାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପ୍ରେମ ପାଇଁ ଭଉଣୀକୁ ଗୁଳି କରି ମାରିଲା ଭାଇ

ମେରଟ୍‌ : ନିଜ ଭଉଣୀର ପ୍ରେମ ସମ୍ପର୍କକୁ ନେଇ କ୍ଷୁବ୍ଧ ହୋଇ ଜଣେ ଭାଇ ନରହନ୍ତା ପାଲଟିଛି।  ଉତ୍ତରପ୍ରଦେଶର ମେରଟ୍‌ଠାରେ ପୁଣି ଥରେ ଏକ ମିଥ୍ୟା ପ୍ରତିପତ୍ତି ପାଇଁ ନିଜର ଝିଅକୁ ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଘଟିଛି। ମେରଟ୍‌ ଥାନା ଅନ୍ତର୍ଗତ ସାରଧନା କ୍ଷେତ୍ରର ଗଢୀ ଗ୍ରାମରେ ଏପରି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀର ପ୍ରେମ ସମ୍ପର୍କକୁ ନେଇ ତାଙ୍କ ଭାଇ ତାଙ୍କୁ ହତ୍ୟା କରିଛନ୍ତି। ଛାତ୍ରୀର ଭାଇ ଜଣକ ପ୍ରେମ ମାମଲାକୁ ନେଇ ରାଗରେ ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି। ରାଗରେ ଛାତ୍ରୀଙ୍କ ପ୍ରାଇଭେଟ୍‌ ପାର୍ଟକୁ ଗୁଳି କରି ହତ୍ୟା କରିଛନ୍ତି  ଛାତ୍ରୀଙ୍କ ଭାଇ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଭାଇଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଅଟକ ରଖିବା ସହିତ ଭାଇକୁ ଗିରଫ କରିଛି। ଭଉଣୀର ପ୍ରେମ ସମ୍ପର୍କ ଜାଣିବା ପରେ ଭାଇ ଜଣକ ଉତ୍‌କ୍ଷିପ୍ତ ହୋଇ ଏପରି ନାରକୀୟ କାଣ୍ଡ ଘଟାଇଛନ୍ତି ବୋଲି ସୂଚନା ରହିଛି।