Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାର ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଭାରତରେ ହଲ୍‌ଚଲ୍‌ : କେନ୍ଦ୍ର ନିକଟରେ ଏହି ଦାବି ରଖିଲେ କେଜରୀଓ୍ବାଲ ଓ ଗେହଲେଟ୍‌
ଆଜିର ଖବର

କରୋନାର ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଭାରତରେ ହଲ୍‌ଚଲ୍‌ : କେନ୍ଦ୍ର ନିକଟରେ ଏହି ଦାବି ରଖିଲେ କେଜରୀଓ୍ବାଲ ଓ ଗେହଲେଟ୍‌

December 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲଣ୍ଡନ: ପୁଣି କରୋନା ଭାଇରସ୍‌ ଆତଙ୍କ ଖେଳାଇଛି । ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । କରୋନାର ଏହି ନୂତନ ଷ୍ଟ୍ରେନ୍‌ ଯୋଗୁଁ ୟୁରୋପ ବ୍ରିଟେନ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏବେ ଭାରତରେ ମଧ୍ୟ ଏହି ଦାବି ଉଠିଛି । ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏହି ପ୍ରସଙ୍ଗକୁ ନେଇ ଟୁଇଟ୍‌ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓବାଲ କହିଛନ୍ତି ଯେ, ୟୁକେରେ କରୋନାର ନୂଆ ଷ୍ଟ୍ରେନ୍‌ ଯୋଗୁଁ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହା ସୁପରସ୍ପ୍ରେଡର ପରି କାମ କରୁଛି । ଏପରି ସମୟରେ ଭାରତ ସରକାର ୟୁକେକୁ ସମସ୍ତ ଉଡାଣ ବ୍ୟାନ୍‌ କରିବା ଉଚିତ୍‌ ।

ସେହିପରି ଅଶୋକ ଗେହେଲଟ୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି ଯେ, ୟୁକେରେ ଦେଖାଦେଇଥିବା କରୋନର ନୂତନ ଷ୍ଟ୍ରେନ୍‌ ଅତ୍ୟନ୍ତ ଚିନ୍ତାଜନକ । ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌ । ୟୁକେ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକରୁ ଆସୁଥିବା ବିମାନକୁ ବ୍ୟାନ୍‌ କରିବା ଆବଶ୍ୟକ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ VUI-202012/01 ମିଳିଛି । ଏହାକୁ ନେଇ ବିଜ୍ଞାନ ଜଗତ ହଲଚଲ୍‌ ହୋଇଯାଇଛି । ଏହି ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍ ମଧ୍ୟ ଲକ୍ ଡାଉନ୍ ଲାଗୁ କରିଦେଇଛି । ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ ସମେତ ୟୁରୋପର ବହି ଦେଶଗୁଡିକ ୟୁକର ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । (ଏଜେନ୍ସି)

arabindakejriwal corona
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026
Latest News

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.