Categories
ଆଜିର ଖବର ଜାତୀୟ ଖବର

କରୋନାର ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଭାରତରେ ହଲ୍‌ଚଲ୍‌ : କେନ୍ଦ୍ର ନିକଟରେ ଏହି ଦାବି ରଖିଲେ କେଜରୀଓ୍ବାଲ ଓ ଗେହଲେଟ୍‌

ଲଣ୍ଡନ: ପୁଣି କରୋନା ଭାଇରସ୍‌ ଆତଙ୍କ ଖେଳାଇଛି । ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । କରୋନାର ଏହି ନୂତନ ଷ୍ଟ୍ରେନ୍‌ ଯୋଗୁଁ ୟୁରୋପ ବ୍ରିଟେନ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏବେ ଭାରତରେ ମଧ୍ୟ ଏହି ଦାବି ଉଠିଛି । ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏହି ପ୍ରସଙ୍ଗକୁ ନେଇ ଟୁଇଟ୍‌ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓବାଲ କହିଛନ୍ତି ଯେ, ୟୁକେରେ କରୋନାର ନୂଆ ଷ୍ଟ୍ରେନ୍‌ ଯୋଗୁଁ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହା ସୁପରସ୍ପ୍ରେଡର ପରି କାମ କରୁଛି । ଏପରି ସମୟରେ ଭାରତ ସରକାର ୟୁକେକୁ ସମସ୍ତ ଉଡାଣ ବ୍ୟାନ୍‌ କରିବା ଉଚିତ୍‌ ।

ସେହିପରି ଅଶୋକ ଗେହେଲଟ୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି ଯେ, ୟୁକେରେ ଦେଖାଦେଇଥିବା କରୋନର ନୂତନ ଷ୍ଟ୍ରେନ୍‌ ଅତ୍ୟନ୍ତ ଚିନ୍ତାଜନକ । ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌ । ୟୁକେ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକରୁ ଆସୁଥିବା ବିମାନକୁ ବ୍ୟାନ୍‌ କରିବା ଆବଶ୍ୟକ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ VUI-202012/01 ମିଳିଛି । ଏହାକୁ ନେଇ ବିଜ୍ଞାନ ଜଗତ ହଲଚଲ୍‌ ହୋଇଯାଇଛି । ଏହି ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍ ମଧ୍ୟ ଲକ୍ ଡାଉନ୍ ଲାଗୁ କରିଦେଇଛି । ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ ସମେତ ୟୁରୋପର ବହି ଦେଶଗୁଡିକ ୟୁକର ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନକୁ ଚିରିଲେ କେଜରୀଓ୍ବାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରି କୃଷି ଆଇନ କପିକୁ ଚିରିଦେଇଛନ୍ତି କେଜରୀଓ୍ବାଲା ।  ଏହା ସହିତ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି କେଜରିଓ୍ବାଲ । ତିନୋଟି ଯାକ କୃଷି ବିଲ୍‌ ଆଇନକୁ ଫେରାଇନେବାକୁ କେନ୍ଦ୍ରକୁ ଅପିଲ୍‌ କଲେ କେଜରୀଓ୍ବାଲ । ସରକାର ଇଂରେଜ ସରକାରଙ୍କଠୁ ଅଧିକ କ୍ରୁର ନହୁଅନ୍ତୁ ବୋଲି କହିଛନ୍ତି କେଜରୀଓ୍ବାଲ । ଆଉ କେତେଜଣଙ୍କ ଜୀବନ ନେବେ ବୋଲି ପ୍ରଶ୍ନ କରିଛନ୍ତି କେଜରୀଓ୍ବାଲ । ତେବେ କୃଷି ଆଇନକୁ ଦିଲ୍ଲୀ ବିଧାନସଭାରେ ବିରୋଧ କରି ପ୍ରସ୍ତାବକୁ ପାରିତ କରାଯାଇଛି। ଦିଲ୍ଳୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ଆପ୍‌ ସମର୍ଥନ କରୁଛି ବୋଲି କହିଛନ୍ତି କେଜରୀଓ୍ବାଲ ।

Categories
ଆଜିର ଖବର ଜାତୀୟ ଖବର

ଇ- ଟୋକନ୍‌ ଜରିଆରେ ମିଳିବ ମଦ, ଏନେଇ ଜାରି ହେଲା ଓ୍ବେବ୍‌ ଲିଙ୍କ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଏବେ ମଦ ବିକ୍ରି ପାଇଁ ଇ-ଟୋକନ୍‌ ସିଷ୍ଟମ୍‌ ଲାଗୁ କରିଛନ୍ତି। ମଦ ପାଇଁ ଦୋକାନଗୁଡିକରେ ପ୍ରବଳ ଭିଡକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇ-ଟୋକନ୍‌ ଦ୍ବାରା ଦୋକାନରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇପାରିବ ବୋଲି ଜଣାପଡିଛି।  ଇ-ଟୋକନ୍‌ ପାଇଁ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ନିଜ ତଥ୍ୟ ପ୍ରଦାନ କରି ମଦ କ୍ରୟ ପାଇଁ ସମୟ ନେଇପାରିବେ। ଏହା ପରେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍‌ ପଠାଯିବ । ଏହା ଜରିଆରେ ସେ ମଦ କ୍ରୟ କରିପାରିବେ।

ଲକଡାଉନ 3.0ରେ କେନ୍ଦ୍ର ସରକାର କିଛି କଟକଣାକୁ କୋହଳ କରିଛନ୍ତି। ଏହି ସହିତ ସର୍ତ୍ତ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ଗାଇଡଲାଇନ୍ସ ପାଳନ କରି ଦିଲ୍ଲୀ ସରକାର ରାଜଧାନୀରେ 200 ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହି ମଦଦୋକାନଗୁଡିକ ଖୋଲାଯିବା ପରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ହୋଇଥିବାର ଦେଖାଯାଇଥିଲା। ଦିଲ୍ଲୀ ସରକାର 200 ମଦ ଦୋକାନ ଖୋଲିବାକୁ ଆଦେଶ ଦେଇଥିବାବେଳେ ଭିଡ କାରଣରୁ 50ଟି ଦୋକାନ ଖୋଲାଯାଇଥିଲା।

ମଦ ଯୋଗୁଁ ପ୍ରବଳ ଭିଡକୁ ଦେଖି ଦିଲ୍ଲୀ ସରକାର ଏହାର ଏକ ସାମାଧନ ବାହାର କରିଛନ୍ତି। ଇ-କୁପନ୍‌ ଜରିଆରେ ମଦ ବିକ୍ରିର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ https://www.qtoken.in ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ତଥ୍ୟ ପ୍ରଦାନ କରି ମଦ କିଣିବା ପାଇଁ ସମୟ ନେଇପାରିବେ। ଏହା ପରେ ଆପଣଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍ ଆସିବ। ଏହାକୁ ନେଇ ନିର୍ଦ୍ଧାରିତ ସମୟରେ ଦୋକାନ ଯାଇ ମଦ କ୍ରୟ କରିପାରିବେ। ମଦ ପାଇଁ ଆଉ ଲମ୍ବା ଧାଡିରେ ରହିବାର ଆବଶ୍ୟକତା ପଡିବ ନାହିଁ। ଏହା ସହିତ ଏହି ଲିଙ୍କ୍‌ରେ ନିଜ ନାମ ଓ ମୋବାଇଲ୍‌ ନମ୍ବର ଦେଲେ, ନିକଟସ୍ଥ ମଦ ଦୋକାନର ଠିକଣା ମଧ୍ୟ ମିଳିପାରିବ। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚହଜାର ଟପି ଥିବାବେଳେ 65ଜଣଙ୍କ ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସାମାଜିକ ଦୂରତ୍ବର ପାଳନ ନ ହେଲେ ଅଞ୍ଚଳକୁ ସିଲ୍‌ କରାଯିବ : ଅରବିନ୍ଦ କେଜରୀଓ୍ବାଲ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକ୍‌ଡାଉନ୍ 3.0ରେ ଦେଶରେ ବହୁ ଅଞ୍ଚଳରେ କଟକଣାକୁ କିଛିକାଂଶରେ କୋହଳ କରାଯାଇଛି। ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଳୀରେ ମଧ୍ୟ କିଛି କଟକଣା କୋହଳ କରାଯାଇଛି।  ଆଜି ଦିଲ୍ଲୀର ବହୁ ସ୍ଥାନରେ ଦୋକାନ ଗୁଡିକ ଖୋଲାଯାଇଥିବାବେଳେ ସେଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା । କରୋନା ଗାଇଡ ଲାଇନ୍‌କୁ ଉଲ୍ଲଂଘନ କରୁଥିବାର ଦେଖାଯାଇଥିଲା । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଯଦି କୌଣସି କ୍ଷେତ୍ରରେ ସାମାଜିକ ଦୂରତ୍ବକୁ ସଠିକ୍‌ ରୂପେ ପାଳନ କରାନଯାଏ ବା ଲକ୍‌ ଡାଉନର ନିୟମକୁ ଉଲ୍ଲଂଘନ କରାଯାଏ, ତେବେ ସେହି କ୍ଷେତ୍ରକୁ ସିଲ୍‌ କରାଯିବା ସହିତ ସେହି କ୍ଷେତ୍ରରୁ କୋହଳ କରାଯାଇଥିବା କଟକଣାକୁ ଫେରସ୍ତ ନିଆଯିବ । ମାସ୍କ ପିନ୍ଧି ବାହାରକୁ ବାହାରନ୍ତି, କରୋନା ଗାଇଡ ଲାଇନ ପାଳନ କରିବାକୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଦିଲ୍ଲୀର ଲୋକେ ଡେଙ୍ଗୁକୁ ହରାଇଛନ୍ତି । ଆମେ ଯଦି ସତର୍କ ରହି ଗାଇଡ୍‌ ଲାଇନ ପାଳନ କରିବା ତେବେ କରୋନା ଭାଇରସକୁ ମଧ୍ୟ ହରାଇ ପାରିବା ବୋଲି କହିଛନ୍ତି କେଜରୀଓ୍ବାଲ ।

ଆଜି ଦିଲ୍ଲୀ ସଡକରେ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ରେଡ୍‌ ଜୋନ୍‌ରେ ଖୋଲିଥିବା ମଦ ଦୋକାନଗୁଡିକରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇନଥିଲା ସେହି  ମଦ ଦୋକାନଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତ 4549 ରହିଥିବାବେଳେ ମୃତ୍ୟୁ ସଂଖ୍ୟା  64ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ କେଜରୀଓ୍ବାଲଙ୍କ ଫାଇଭ୍‌ ଟି ପ୍ଲାନ୍‌

ନୂଆଦିଲ୍ଳୀ : ଦେଶରେ ଦିନକୁ ଦିନ କରୋନା ଜନିତ ମାମଲା ବୃଦ୍ଧି ପାଉଛି ଏବଂ ଦିଲ୍ଲୀ ମଧ୍ୟ ପଛରେ ନାହିଁ। ଏପର୍ଯ୍ୟନ୍ତ ଦିଲ୍ଲୀରେ 525ଟି କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି ।  ସଂକ୍ରମିତଙ୍କ ମଧ୍ୟରେ 329 ଜଣ ହେଉଛନ୍ତି ନିଜାମୁଦ୍ଦିନ ଫେରନ୍ତା। ଦିଲ୍ଲୀରେ କରୋନାକୁ ସାମ୍ନା କରିବାକୁ ଦିଲ୍ଲୀ ସରକାର ଏକ ବଡ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ଫାଇଭ୍‌ଟି ନାମରେ ନାମିତ କରାଯାଇଛି। ଫାଇଭ୍‌ ଟିର ପ୍ରଥମ ଟିରେ ଟେଷ୍ଟିଂ ରହିଥିବାବେଳେ ଦ୍ବିତୀୟ ଟିରେ ଟ୍ରେସିଂ, ତୃତୀୟ ଟିରେ ଟ୍ରିଟିମେଣ୍ଟ, ଚତୁର୍ଥ ଟିରେ ଟିମ୍‌ ଓ୍ବାର୍କ ଓ ପଞ୍ଚମ ଟିରେ ରହିଛି ଟ୍ରାକିଂ ଓ ମନିଟିରଂ । ଏହି ମେଗା ଫାଇଭ୍‌ ଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କିଛି ଦିନ ମଧ୍ୟରେ ଦିଲ୍ଲୀ ସରକାର ଏକ ଲକ୍ଷରୁ ଅଧିକ କରୋନା ଭାଇରସ ପରୀକ୍ଷା କରିବେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 8500 ଲୋକଙ୍କର କରୋନା ଭାଇରସ ପରୀକ୍ଷା କରାଯାଇଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀ ସରକାର ଏକ ଲକ୍ଷ ଟେଷ୍ଟ କିଟ୍ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶୁକ୍ରବାର ସୁଦ୍ଧା ପରୀକ୍ଷା କିଟ୍ ଆସିବ। ଏହା ପରେ ବଡ଼ ଆକାରର ପରୀକ୍ଷା କରାଯିବ। ଏହି ମଡେଲ ଦକ୍ଷିଣ କୋରିଆର ଉପଲବ୍ଧ ହୋଇଥିଲା।  ଏପରି ଭାବେ ଦକ୍ଷିଣ କୋରିଆ ମଧ୍ୟ ଏକ ବଡ଼ ଧରଣର ପରୀକ୍ଷା କରି କରୋନାକୁ ନିୟନ୍ତ୍ରଣ କରିଥିଲା।

ଏହା ବ୍ୟତୀତ ଦିଲ୍ଲୀର ଯେକୌଣସି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଅଞ୍ଚଳଭାବେ ଘୋଷଣା କରାଯିବ ସେଠାରେ ଲୋକମାନଙ୍କର ନିୟମିତ ନମୁନା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି ଦିଲ୍ଲୀ ସରକାର। ଲୋକମାନେ ରହିବା ପାଇଁ ବହୁ ସଂଖ୍ୟକ କ୍ୱାରେଣ୍ଟାଇନ୍‌ ପ୍ରସ୍ତୁତ କରୁଛନ୍ତି ଦିଲ୍ଲୀ ସରକାର ।

ଫାଇଭ୍‌ ଟିକୁ ନେଇ ଦିଲ୍ଲୀ ସରକାର କରୋନା ସହ ଲଢେଇ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ, ଅଧିକ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟିମେଣ୍ଟ ଜରିଆରେ କରୋନାକୁ ବିଜୟୀ ହୋଇପାରିବେ ବୋଲି ଆଶା ରଖିଛନ୍ତି କେଜ୍‌ରୀଓ୍ବାଲ ।

ସୂଚନାଯାେଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରିହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା114ରେ ପହଞ୍ଚିଛି । (ଏଜେନ୍ସି)

Categories
ବିଶେଷ ଖବର

ଦିଲ୍ଲୀ ସରକାର ଯାହା କରିପାରିଲେ ଓଡିଶା ସରକାର ତାହା କରି ପାରିବେ କି?

କେଦାର ମିଶ୍ର

ଏବେ ଦିଲ୍ଲୀର ରାଜ୍ୟ ସରକାର ନିଜ ଶାସନର ମଡେଲକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଓ ଲୋକେ ତାଙ୍କୁ ତାଙ୍କ କାମ ଆଧାରରେ  ଆଉ ପାଞ୍ଚ ବର୍ଷ ଶାସନ କରିବାର ସୁଯୋଗ ଦେଲେ। ଦିଲ୍ଲୀ ସରକାରଙ୍କର ଦୁଇଟି କଥାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ପ୍ରଥମଟି ହେଲା ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଓ ଲୋକଙ୍କୁ ବିଜୁଳି,ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ମାଗଣାରେ ବା ଶସ୍ତାରେ ଦେଇ ପାରିବାର ସଫଳତା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କାମକୁ ପ୍ରଶଂସା କରିବାକୁ ତାଙ୍କର ଶତ୍ରୁ ମଧ୍ୟ ବାଧ୍ୟ ହେବେ। ତେବେ ମାଗଣା ବା ଶସ୍ତା ବିଜୁଳି-ପାଣିକୁ “ମାଗଣାଖିଆ କାରବାର” (ଇଂରାଜୀରେ ଫ୍ରିବି) ବୋଲି କେହି କେହି କହୁଛନ୍ତି। ତେବେ ସରକାର ଏଠି କାହା ବୋପାର ସମ୍ପତ୍ତି ନୁହଁ ଯେ ସେ ମାଗଣାରେ କିଛି ବାଣ୍ଟୁଛନ୍ତି। ଗୋଟେ ଜନକଲ୍ୟାଣକାରୀ ରାଷ୍ଟ୍ରର ଦାୟିତ୍ଵ ହେଉଛି, ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା। ଶିକ୍ଷା କୁ ଆମେ ସମ୍ବିଧାନର ମୌଳିକ ଅଧିକାର ଭାବେ ଗ୍ରହଣ କରିଥିଲେ ମଧ୍ୟ, ଆଜି ମଧ୍ୟ ସବୁ ନାଗରିକଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବାରେ ଆମେ ଅସମର୍ଥ ହୋଇଛୁ। ତେଣୁ ଗୋଟେ ରାଜ୍ୟ ସରକାର ଯେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ସର୍ବାଧିକ ସମ୍ବଳ ବିନିଯୋଗ କରୁଛନ୍ତି, ତାକୁ ସମାଲୋଚନା କରିବାର କୌଣସି ଅର୍ଥ ନାହିଁ।

ଅନେକ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥକମାନେ ଗୋଟେ ପ୍ରଶ୍ନ କରୁଛନ୍ତି- ଦିଲ୍ଲୀ ସରକାର ଯାହା କରୁଛନ୍ତି, ଅନ୍ୟ ରାଜ୍ୟ ସରକାର ଗୁଡିକ ତାହା କରୁନାହାନ୍ତି କାହିଁକି। ଏହାର ସରଳ ଉତ୍ତର ହେଉଛି, ଲୋକ କଲ୍ୟାଣକାରୀ ଯୋଜନା ପାଇଁ ଦିଲ୍ଲୀ ସରକାରଙ୍କ ପାଖରେ ଯେଉଁ ବଳକା ରାଜସ୍ଵ ରହିଛି, ତାହା ଅନ୍ୟ କୌଣସି ରାଜ୍ୟଙ୍କ ପାଖରେ ନାହିଁ। ଭାରତର ଯେଉଁ ଦୁଇଟି ରାଜ୍ୟ ପାଖରେ ବଳକା ରାଜସ୍ୱ ରହିଛି, ସେମାନେ ହେଲେ ଦିଲ୍ଲୀ ଓ ମହାରାଷ୍ଟ୍ର। ରିଜର୍ଭ ବ୍ୟାଙ୍କର କହିବା ଅନୁସାରେ ଚଳିତ ବର୍ଷ ଦିଲ୍ଲୀ ସରକାର ୨୦,୧୪୨କୋଟି ଟଙ୍କାର ଲୋକ କଲ୍ୟାଣ ଯୋଜନା କରି ପାରିବେ। ଏତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସରକାରୀ ବଜେଟରେ ଚାପ ପଡିବାର ସମ୍ଭାବନା ନାହିଁ।

ଦିଲ୍ଲୀ ର ବଳକା ବଜେଟ ପାଇଁ କିଛିଟା ଶ୍ରେୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପାଖକୁ ମଧ୍ୟ ଯିବ। ୨୦୧୦-୧୧ ବେଳକୁ ରାଜ୍ୟ ଜିଡିପିର ୪.୨% ଅର୍ଥ ରାଜସ୍ଵ ବଳକା ଭାବରେ ରାଜକୋଷରେ ରହିଥିଲା। ବଜେଟ ବଢିବା ସହିତ ଏହା ୪.୨% ରୁ କମି ୦.୭% ପହଞ୍ଚିଛି। ଦିଲ୍ଲୀ ଭଳି ଛୋଟିଆ ରାଜ୍ୟ ପାଇଁ ଏହା ବହୁତ ବଡ ଆର୍ଥିକ ବିଳାସ ବୋଲି କୁହାଯାଇପାରେ। ତେଣୁ କେଜ୍ରିୱାଲଙ୍କ ପାଖରେ ରାଜସ୍ଵର ଏକ ବଡ ସ୍ରୋତ ରହିଛି। ଏହା ଅନ୍ୟ ରାଜ୍ୟମାନଙ୍କ ପାଖରେ ନାହିଁ।

ଓଡିଶା ଦିଲ୍ଲୀ ଭଳି କାହିଁକି କରି ପାରୁନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠୁଛି। ଏହାର ଅତି ସହଜ ଉତ୍ତର ହେବ- ଓଡିଶା ଦିଲ୍ଲୀ ନୁହେଁ। ଓଡିଶା ବା ଅନ୍ୟାନ୍ୟ ରାଜ୍ୟ ସରକାର ଗୁଡିକ କୃଷି, ଆଇନ ଶ୍ରୁଙ୍ଖଳା, ଆଦିବାସୀ କଲ୍ୟାଣ ଇତ୍ୟାଦି କ୍ଷେତ୍ରରେ ଯାହା ଖର୍ଚ୍ଚ କରନ୍ତି, ତାହା ଦିଲ୍ଲୀରେ ହେବାର ସମ୍ଭାବନା କମ। ଏକ କସ୍ମୋପଲିଟାନ ରାଜ୍ୟ ଭାବରେ କୃଷି ଲାଗି ଦିଲ୍ଲୀର ଖର୍ଚ୍ଚ ସେତେ ବେଶୀ ନୁହଁ।ଭୂ ରାଜସ୍ଵ ଏବଂ ଆଇନ ଶ୍ରୁଙ୍ଖଳା ଦିଲ୍ଲୀର ଦାୟିତ୍ବରେ ନାହିଁ। ତେଣୁ ଏ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କର ଖର୍ଚ୍ଚ ଯଥେଷ୍ଟ କମ। ଓଡିଶାରେ ଭୂ ରାଜସ୍ୱ ତଥା ଆଇନ ଶୃଙ୍ଖଳା ବାବଦକୁ ବଜେଟର ଏକ ବଡ ଅଂଶ ଖର୍ଚ୍ଚ ହୋଇଥାଏ। ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ଯୋଜନା ବାବଡକୁ ଖର୍ଚ୍ଚ କରିବାରେ ଓଡିଶା ସରକାରଙ୍କୁ ଅର୍ଥର ଅଭାବ ପଡିଥାଏ।

ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ କେନ୍ଦ୍ରୀୟ ଅନୁଦାନ ଏବଂ ଟିକସର ରାଜ୍ୟଭାଗ କମାଇ ଦେବା ସତ୍ତ୍ୱେ ଦିଲ୍ଲୀ ସରକାର ଲୋକଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସୁବିଧା ଯୋଗାଇ ପାରୁଛନ୍ତି। ଏହା ଅନ୍ୟ ରାଜ୍ୟଙ୍କ ପାଖରେ ସମ୍ଭବ ନୁହେଁ। କେଜ୍ରିୱାଲ ନିଜର “ନୀତି ଓ ନିୟତ” କଥା କହିବା ଅବଶ୍ୟ ଠିକ, ହେଲେ ନୀତି ଓ ଉଦ୍ଦେଶ୍ୟ ଠିକ ଥିଲେ ମଧ୍ୟ ଅନ୍ୟାନ୍ୟ ରାଜ୍ୟ ଗୁଡିକ ଦିଲ୍ଲୀ ଭଳି ଆର୍ଥିକ ସୁଯୋଗ ରୁ ବଞ୍ଚିତ। ରାଜଧାନୀ ସହର ଭାବରେ ବ୍ୟବସାୟର ଏକ ସ୍ଵାଭାବିକ ପରିବେଶ ଦିଲ୍ଲୀରେ ରହିଛି। ଏହା ଅନ୍ୟ ରାଜ୍ୟଙ୍କ ପାଖରେ ନାହିଁ। ମହାରାଷ୍ଟ୍ର ସରକାରଙ୍କ ପାଖରେ ବଳକା ରାଜସ୍ୱ ଥିଲେ ମଧ୍ୟ, ମହାରାଷ୍ଟ୍ରର ଭୌଗୋଳିକ ବିସ୍ତୃତି ଏବଂ ଆଇନ ଶ୍ରୁଙ୍ଖଳାର ଜଟିଳତା ଯୋଗୁଁ, ସେଠାରେ ମଧ୍ୟ ଦିଲ୍ଲୀ ଭଳି ସୁଯୋଗ ନାହିଁ। ରାଜସ୍ୱ ଦୃଷ୍ଟିରୁ ଦିଲ୍ଲୀ ସରକାରଙ୍କ ହାତରେ ପୁଲିସ ବିଭାଗ ନ ରହିବା, ତାଙ୍କ ପାଇଁ ଏକ ପ୍ରକାର ବରଦାନ ପାଲଟିଛି। ଓଡିଶା ବା ଅନ୍ୟ ରାଜ୍ୟଙ୍କ ପାଖରେ ସେ ସୁଯୋଗ ବିଲକୁଲ ନାହିଁ।

ତେବେ ନେତାଙ୍କ “ନୀତି ଓ ନିୟତ” ଠିକ ରହିଲେ, ଲୋକଙ୍କ ଲାଗି ଅନେକ କିଛି ଅବଶ୍ୟ କରିହେବ।

Categories
ଆଜିର ଖବର ଜାତୀୟ ଖବର

କେଜରୀଓ୍ବାଲଙ୍କୁ ପ୍ରଶଂସା କରି ଅଡୁଆରେ ପଡ଼ିଲେ ମିଲିନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିଥିବାବେଳେ ଏବେ କେଜରୀଓ୍ବାଲଙ୍କୁ ନେଇ କଂଗ୍ରେସ ଦୁଇ ବଡ ନେତାଙ୍କ ମଧ୍ୟରେ ଟଣାଓଟରା ହୋଇଯାଇଛି। ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ଜଣେ ଟାଣୁଆ ନେତାକୁ ମହଙ୍ଗା ପଡିଛି। ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା କଂଗ୍ରେସ ନେତା ମିଲିନ୍ଦ ଦେଓ୍ବରା ଦିଲ୍ଲୀରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ରାଜସ୍ବ ଦୁଇଗୁଣା ହେବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସାକୁ ନେଇ ଅଜୟ ମାକେନ୍‌ଙ୍କ ସମେତ ଦିଲ୍ଲୀ କଂଗ୍ରେସର କିଛି ନେତୃବୃନ୍ଦ ମିଲିନ୍ଦଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏପରିକି ଅଜୟ ମାକେନ୍‌ ଦେଓ୍ବରାଙ୍କୁ କହିଛନ୍ତି ଯେ, ଯଦି ଆପଣ କଂଗ୍ରେସ ଛାଡିବେ, ତେବେ ଛାଡି ପାରନ୍ତି। ସୂଚନାଯୋଗ୍ୟ, ମିଲିନ୍ଦ ଦେଓ୍ବରା ଟୁଇଟ୍‌ରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ଭାଷଣକୁ ସେୟାର କରି ପାଞ୍ଚ ବର୍ଷରେ ରାଜ୍ୟର ରାଜସ୍ବ ଦୁଇଗୁଣା ହୋଇଥିବାର ଟୁଇଟ୍‌ କରିଥିଲେ। (ଏଜେନ୍ସି)