କରୋନାର ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଭାରତରେ ହଲ୍‌ଚଲ୍‌ : କେନ୍ଦ୍ର ନିକଟରେ ଏହି ଦାବି ରଖିଲେ କେଜରୀଓ୍ବାଲ ଓ ଗେହଲେଟ୍‌

Published: Dec 21, 2020, 1:23 pm IST

ଲଣ୍ଡନ: ପୁଣି କରୋନା ଭାଇରସ୍‌ ଆତଙ୍କ ଖେଳାଇଛି । ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । କରୋନାର ଏହି ନୂତନ ଷ୍ଟ୍ରେନ୍‌ ଯୋଗୁଁ ୟୁରୋପ ବ୍ରିଟେନ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏବେ ଭାରତରେ ମଧ୍ୟ ଏହି ଦାବି ଉଠିଛି । ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏହି ପ୍ରସଙ୍ଗକୁ ନେଇ ଟୁଇଟ୍‌ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓବାଲ କହିଛନ୍ତି ଯେ, ୟୁକେରେ କରୋନାର ନୂଆ ଷ୍ଟ୍ରେନ୍‌ ଯୋଗୁଁ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହା ସୁପରସ୍ପ୍ରେଡର ପରି କାମ କରୁଛି । ଏପରି ସମୟରେ ଭାରତ ସରକାର ୟୁକେକୁ ସମସ୍ତ ଉଡାଣ ବ୍ୟାନ୍‌ କରିବା ଉଚିତ୍‌ ।

ସେହିପରି ଅଶୋକ ଗେହେଲଟ୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି ଯେ, ୟୁକେରେ ଦେଖାଦେଇଥିବା କରୋନର ନୂତନ ଷ୍ଟ୍ରେନ୍‌ ଅତ୍ୟନ୍ତ ଚିନ୍ତାଜନକ । ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌ । ୟୁକେ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକରୁ ଆସୁଥିବା ବିମାନକୁ ବ୍ୟାନ୍‌ କରିବା ଆବଶ୍ୟକ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ VUI-202012/01 ମିଳିଛି । ଏହାକୁ ନେଇ ବିଜ୍ଞାନ ଜଗତ ହଲଚଲ୍‌ ହୋଇଯାଇଛି । ଏହି ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍ ମଧ୍ୟ ଲକ୍ ଡାଉନ୍ ଲାଗୁ କରିଦେଇଛି । ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ ସମେତ ୟୁରୋପର ବହି ଦେଶଗୁଡିକ ୟୁକର ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । (ଏଜେନ୍ସି)

Related posts