ଖୋଲିବ ଶ୍ରୀମନ୍ଦିର : ସକାଳ ସାଢେ ସାତରୁ ଦର୍ଶନ

Published: Dec 21, 2020, 2:03 pm IST

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ 10 ମାସ ହେବ ବନ୍ଦ ରହିଥିବା ଶ୍ରୀମନ୍ଦିର ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିବ । ଆସନ୍ତା 23 ତାରିଖରୁ ଖୋଲିବ ପୁରୀ ଶ୍ରୀ ମନ୍ଦିର । ପ୍ରଥମ ତିନି ଦିନ ଅର୍ଥାତ୍‌ 23ରୁ 25 ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଦର୍ଶନ କରିବେ। ଏହାପରେ  26ରୁ 31 ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ସହରବାସୀଙ୍କୁ ଦର୍ଶନ ପାଇଁ ୱାର୍ଡୱାରୀ ବ୍ୟବସ୍ଥା କରାଯିବ । ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ୱାର୍ଡ ନିର୍ଦ୍ଧାରଣ ହେବ । ଯେଉଁ ୱାର୍ଡ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ଟୋକନ ମିଳିବ । ଦୈନିକ ଚାରି ଘଣ୍ଟା ଦର୍ଶନ ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ । ଆଧାର କାର୍ଡ ଏବଂ ଟୋକନ ଦେଖାଇଲା ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତିନି ତାରିଖ ଠାରୁ ସାଧାରଣ ଦର୍ଶାନାର୍ଥୀଙ୍କୁ ଅନୁମତି ମିଳିବ । ସକାଳ ସାଢେ 7ଟାରୁ ରାତି ପହୁଡ ଯାଏ ଦର୍ଶନ ସୁଯୋଗ ମିଳିବ । ସେହିପରି ଦର୍ଶନାର୍ଥୀ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି ।

Related posts