ଆଖୁ ଜମିରେ ଅଗ୍ନିକାଣ୍ଡ: ୬ ଏକରରୁ ଅଧିକ ଜମିରୁ ଫସଲ ନଷ୍ଟ

Published: Dec 23, 2020, 6:10 pm IST

ପିଣ୍ଟୁ ବିଶୋୟି

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମରେ ନିଆଁ ଲାଗି ବ୍ୟାପକ ଆଖୁ ଫସଲ ନଷ୍ଟ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କୌଣସି କାରଣ ବଶତଃ କୁମ୍ଭାରଗାଁ ଗ୍ରାମରେ ଏକ ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ସେହି ନିଆଁ ନିକଟରେ ଥିବା ଆଖୁ ଜମିକୁ ସ୍ପର୍ଶ କରିବାରୁ ଜିତୁ ସ୍ଵାଇଁଙ୍କ ତିନି ଏକର, କିଶୋର ପାଢୀଙ୍କ ଦୁଇ ଏକର ଓ ଦେବରାଜ ଜେନାଙ୍କ ଏକ ଏକରର ଆଖୁ ବିଲକୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗ ଆସିବା ବେଳକୁ ଲୋକେ ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ ମଧ୍ୟ ବହୁ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି। କ୍ଷତିଗ୍ରସ୍ତ ଏହି ତିନି ଆଖୁ ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Related posts