Categories
ଆଞ୍ଚଳିକ

ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁ୍ଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଶ୍ରୀ ତୁମ୍ବେଶ୍ୱର ଶୈବ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଏକ କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି। କାଳୀ ମନ୍ଦିର ନିକଟସ୍ଥ ପୋଖରି ରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସହ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ତାରିଖ ଦିନ ପୂର୍ଣ୍ଣାହୁତି ହେବ।

ଏହି ପରିପ୍ରେକ୍ଷୀରେ ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେବ। କର୍ମକାଣ୍ଡ ପଣ୍ଡିତ ଗୌରୀ କୁମାର ମିଶ୍ର ପୁରୋହିତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଷଣ୍ଢମୂଳ ଗ୍ରାମ ପଞ୍ଚାୟତ ବାସୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି ।ଆଜିର ଏହି କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ଲିଖିତ ‘ଦିବସ ୧୦୧’ ପୁସ୍ତକ ଛତିଶଗଡ ମହାମହିମ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଙ୍କ ଦ୍ଵାରା ଭୁବନେଶ୍ଵର ସ୍ଥିତ ବାସଭବନ ପରିସରରେ ଉନ୍ମୋଚନ ହୋଇଯାଇଛି। ଏଥିସହିତ ପୂର୍ବରୁ ମଧ୍ୟ ଓଡିଶାର ପ୍ରାକ୍ତନ ମହାମହିମ ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କ ଦ୍ଵାରା ଶ୍ରୀ ନାୟକଙ୍କ ଲିଖିତ ପୁସ୍ତକ ‘ଶରିର ଗାଥା’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଉକ୍ତ ପୁସ୍ତକରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ୧୦୧ ଟି ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡିକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଓ କାରଣ ସମ୍ପର୍କରେ ବିଶଦ ଭାବରେ କବିତା ମାଧ୍ୟମରେ ପ୍ରକାଶ କରାଯାଇଛି।

ଏକାଧାରରେ ଶ୍ରୀ ନାୟକ ଜଣେ ଉତ୍ତମ ଶିକ୍ଷକ ସହ ଜଣେ ସୁନାମଧନ୍ୟ ସାହିତ୍ୟିକ ଓ ଲେଖକ। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ ଗୋଟି ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

Categories
ଆଞ୍ଚଳିକ

ଜରାଜୀର୍ଣ୍ଣ ଅବସ୍ଥାରେ ନୂଆଁଗଡ଼ ଶ୍ମଶାନ ଗୃହ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ଗ୍ରାମ ଶ୍ମଶାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସତେ ଯେମିତି ଏହା ପ୍ରତି କାହାର ନିଘା ନାହିଁ। ମନୁଷ୍ୟ ଜୀବନର ଶେଷ ସ୍ଥାନ ହେଉଛି ଏହି ଶ୍ମଶାନ। ଏହା ଏ ଭଳି ସ୍ଥିତିରେ ଅଛି ଯିଏ ବି ଦେଖିବ ସେ ନିଶ୍ଚିତ ଭାବରେ ଦୁଃଖ ଅନୁଭବ କରିବ।

ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ହେଲାଣି ଏହି ଶ୍ମଶାନ ଗୃହଟି ନିର୍ମାଣ ହୋଇଥିଲା ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସିମେଣ୍ଟ ଛାଡିବା ସହ କଙ୍କ୍ରିଟ୍ ଭୁଶୁଡ଼ି ଛଡ ବାହାରକୁ ଦେଖା ଗଲାଣି। ସତେ ଯେମିତି ଏହା ପ୍ରତି କାହାର ନିଘା ନାହିଁ। ଜୀବନ ର ଶେଷ ସ୍ଥାନର ଅବସ୍ଥା ଯଦି ଏଭଳି ହେବ ନିଶ୍ଚିତ ଭାବେ ତାହା ଦୁଖଃ ଦାୟକ। ବର୍ଷା ହେଉଥିବା ସମୟରେ ଯଦି କୋଣସି ଲୋକଙ୍କ ପ୍ରାଣ ବାୟୁ ଉଡି ଯାଏ ତାହା ହେଲେ ଶବ ସତ୍କାର କରିବା ଏହି ଶ୍ମଶାନ ରେ କେତେ ଯେ କଷ୍ଟ ଦାୟକ ଜଣେ ଅନୁଭବି ହିଁ ସେ କଥା କହି ପାରିବ।

ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ନୂତନ ଶ୍ମଶାନ ଗୃହ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି। ସରକାର ଏ ଦିଗରେ ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସତେ ଯେମିତି ଏହି ଶ୍ମଶାନ ପାଇଁ କାହାର ନିଘା ନାହିଁ।

Categories
ଆଞ୍ଚଳିକ

ତାଳସରରେ ଗୁରୁ ଶିଷ୍ୟ ମିଳନ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ୍ ବ୍ୟାଚ୍ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଶିଷ୍ୟ ମିଳନ ଉତ୍ସବ କାର୍ଯ୍ୟକ୍ରମ ତାଳସର ସ୍ଥିତ ତାଳେଶ୍ଵର ଶୈବପୀଠ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳସର ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ରଘୁନାଥ ଦୋରା, ସୁରେନ୍ଦ୍ର ନାଥ ଭୋଳ, ବୈଦ୍ୟନାଥ ପାଇକରାୟ, କ୍ଲର୍କ ଲକ୍ଷ୍ମୀକାନ୍ତ ଗୌଡ଼, ସାଇନ୍ସ ଆଟେଣ୍ଡାଣ୍ଟ ମାନସୀ ସ୍ୱାଇଁ, ପିଅନ ବିଶ୍ଵନାଥ ବାରିକ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ଗୁରୁ ଶିଷ୍ୟ ଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ପୁରୁଣା ସ୍ମୃତି ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ବହୁ ଦିନ ପରେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। ଏନେଇ ସମସ୍ତେ ଖୁସି ବ୍ୟକ୍ତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନେ ଗୁରୁପୂଜନ କାର୍ଯ୍ୟକ୍ରମ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବିଷ୍ଣୁପ୍ରିୟା ମହାରଣା, ଝିଲ୍ଲୀ ପ୍ରଧାନ, ମନୋଜ କୁମାର ସ୍ୱାଇଁ, ରତ୍ନାକର ସ୍ୱାଇଁ, ସୁଶାନ୍ତ କୁମାର ପଲେଇ, ଗୌତମ ଜେନା ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହ ଉପସ୍ଥିତ ଥିଲେ।

ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ହୋଇଥିଲା।

Categories
ଆଞ୍ଚଳିକ

ନୂଆଁଗଡ଼ରେ ଦୁର୍ଗା ପୂଜା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମରେ ନୂଆଁଗଡ଼ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଙ୍କ ସହଯୋଗରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ମଣ୍ଡପରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଯାଇଛି। ଏଥିରେ ନୂଆଁଗଡ଼ ଗ୍ରାମ ର ଗ୍ରାମବାସୀ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

ଏଥିରେ ପୁରୋହିତ ଭାବେ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିଲେ। ନୀତିକାନ୍ତି ଅନୁଯାୟୀ କଳସ ଯାତ୍ରା ସହ ଆଜି ମା ଙ୍କ ପାଖରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏ ନେଇ ନୂଆଁଗଡ଼ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର କଳାକାର ମହାଧିବେଶନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କେ. ବରିଡ଼ା ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ କଳାକାରଙ୍କ ମହାଧିବେଶନ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନଙ୍କୁ ସମାଜସେବୀ ପ୍ରତାପ ନାୟକ ଉଦଘାଟନ କରିଥିଲେ।

ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇଥିବା ବେଳେ ପ୍ରଫେସର ଡକ୍ଟର ବିଦ୍ୟୁତପ୍ରଭା ସାହୁ ପୌରହିତ୍ୟ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସମ୍ମିଳନୀର ସଭାପତି ବିପ୍ଳବୀ କବି ପ୍ରଶାନ୍ତ ମିଶ୍ର, ଉପସଭାପତି ଡାକ୍ତର ଗୌରାଙ୍ଗ ରାଉତ, ଇ. ମାହେଶ୍ୱରୀ ଦୋରା ଉପସ୍ଥିତ ଥିଲେ।

ଏହି ଅବସରରେ କିଛି ଆଞ୍ଚଳିକ ସ୍ୱନାମଧନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଇନ୍ଦ୍ରମଣି ସାସମଲ, ନାରାୟଣ ଲେଙ୍କା, ଲକ୍ଷ୍ମଣ ଗୌଡ଼, ପାଣ୍ତବ ନାହାକ, ଶ୍ରୀକର ମିଶ୍ର, ବାସୁଦେବ ଶତପଥି, ପ୍ରଫୁଲ୍ଲ ବେହେରା, ପ୍ରଭାକର ମହାରଣା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ରାଉତ, ଆଲୋକ କୁମାର ଶତପଥି, ଦଣ୍ଡପାଣି ପାତ୍ର, ଦେବେନ୍ଦ୍ରନାଥ ଦାସ, ଚିନ୍ତାମଣି ପ୍ରଧାନ, ସନ୍ତୋଷ କୁମାର ପଣ୍ଡା, ନାରାୟଣ ପଢ଼ିଆରି, ସନ୍ତୋଷ କୁମାର ରାଉତ, ଅମର ସାହୁ, ସୁଶାନ୍ତ କୁମାର ପଟ୍ଟନାୟକ, କୁଷ୍ଣଚନ୍ଦ୍ର ପୋଲାଇ, ସୁଧାଂଶୁ ଗୌଡ଼, ନୀଳକଣ୍ଠ ଦାସ, ପ୍ରକାଶ ସ୍ୱାଇଁ, କାଶୀନାଥ ବେହେରା, ପ୍ରକାଶ ବେହେରାଙ୍କ ସମେତ ବିଭିନ୍ନ ବର୍ଗର ଶହ ଶହ କଳାକାର ଓ କଳପ୍ରେମୀ ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଞ୍ଚଳିକ

ନୂଆଗଡ଼ରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଇ କେୟାର ହସ୍ପିଟାଲ ବ୍ରହ୍ମପୁର, ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଆଇ କେୟାର ହସ୍ପିଟାଲ ବ୍ରହ୍ମପୁରର ଡଃ ହରିଶ୍ ସାହୁ, ଅଜିତ କୁମାର ବାଡ଼ତ୍ୟା ପ୍ରମୂଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିବା ସହ ଅସ୍ତ୍ରୋପଚାର କରିବା ପାଇଁ ବ୍ରହ୍ମପୁର କୁ ନେଇଥିଲେ। ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଟୁକୁନା ପ୍ରଧାନ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଆରତ ବେହେରା, କୃଷ୍ଣଚନ୍ଦ୍ର ଭୂୟାଁ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବେଗୁନିଆପଡା ଅଞ୍ଚଳରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ବିଦ୍ୟୁତ୍ ସବ୍ ଷ୍ଟେସନ୍, ନୂଆଁଗଡ଼, ନୂଆଗାଁ, କୋଦଳା, ବେଗୁନିଆପଡା ସମେତ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ଯ ଦେବଶିଳ୍ପୀ ବିଶ୍ୱ ନିର୍ମାତା ତଥା ସକଳ ଶିଳ୍ପକାରିଗର ଙ୍କ ଜନକ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ବିଭିନ୍ନ ପୂଜାମଣ୍ଡପ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ କିଏ ହେବ ବିଜେପିର ବିଧାୟକ ପ୍ରାର୍ଥୀ?, ବଢୁଛି ଆଶାୟୀଙ୍କ ସଂଖ୍ୟା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ୨୩ ଗୋଟି ପଞ୍ଚାୟତ ଏବଂ କୋଦଳା ଏନ୍ ଏ ସି , କବିସୂର୍ଯ୍ୟନଗର ଏନ୍ ଏ ସି ଏବଂ କବିସୂର୍ଯ୍ୟନଗର ବ୍ଲକ୍ ର ୯ ଗୋଟି ଏବଂ ପୁରୁଷୋତ୍ତମପୁର ବ୍ଲକ୍ ର ୧୧ ଗୋଟି ପଞ୍ଚାୟତକୁ ନେଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଗଠିତ। ଆସନ୍ତା ୨୦୨୪ ବିଧାନସଭା କ୍ଷେତ୍ର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ମାନଙ୍କୁ ଯୋଗାଡ଼ କରି ସଂଗଠନରେ ଲାଗିପଡିଥିବାର ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ୪ ଜଣଙ୍କ ନା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଗହଳିର ଚା ଖଟି ଠାରୁ ଆରମ୍ଭ କରି ବ୍ଲକ୍ ହେଡ୍ କ୍ୱାଟର ପର୍ଯ୍ୟନ୍ତ ଜନସାଧାରଣ ମାନେ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି! ଗୋଟିଏ ପଟେ ପ୍ରତାପ ନାୟକ ବେଶ୍ ସକ୍ରିୟ ରହି ନିର୍ବାଚନ ମଣ୍ଡଳୀ ଭିତରେ ନିଜର ଦବ୍ ଦବା ଜାହିର୍ କରି ଦଳୀୟ ସଂଗଠନକୁ ସୁଦୃଢ଼ କରୁଥିବା ବେଳେ ଅନ୍ୟପଟେ ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ରଞ୍ଜନ ପୋଲାଇ ମଧ୍ୟ ନିଜର ସମର୍ଥକ ଏବଂ କର୍ମୀ ମାନଙ୍କୁ ନେଇ ନିଜ ସପକ୍ଷରେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି।

ଏଥିସହିତ ବିଜେପିର ଉପର ମୁଣ୍ଡରେ ରଞ୍ଜନଙ୍କ ବେଶ୍ ସୁସମ୍ପର୍କ ଥିବା ମଧ୍ୟ ଶୁଣିବାକୁ ମିଳୁଛି। ନୂଆଁ ନୂଆଁ ରାଜନୀତିରେ ପାଦ ଦେଇ ବିଜେଡ଼ି ବିଧାୟିକା ଲତିକା ପ୍ରଧାନଙ୍କୁ ଚେକ୍ ଦେଇ କୋଦଳା ଏନ୍ ଏ ସି ଅଧ୍ୟକ୍ଷ ପଦବୀ ହାସଲ କରିଥିବା ସୂର୍ଯ୍ୟନାରାୟଣ ନାୟକ ମଧ୍ୟ ବିଧାୟକ ପ୍ରାର୍ଥୀ ପାଇଁ ଭୁବନେଶ୍ଵର ଦଳୀୟ କାର୍ଯ୍ୟାଳୟରେ ଲବି ଆରମ୍ଭ କରୁଥିବାର ତାଙ୍କର ସମର୍ଥକମାନେ କୁହାକୁହି ହେଉଛନ୍ତି।

ଅନ୍ୟପଟେ ଆଠଗଡ଼ ପାଟଣା ଅଞ୍ଚଳର ଝିଅ ଏବଂ ବେଗୁନିଆପଡ଼ା ଅଞ୍ଚଳର ବୋହୂ ସମାଜସେବୀ ତଥା ବିଜେପି ନେତ୍ରୀ ଭାବରେ ସୁପରିଚିତା ମୀରାବାଈ ଦେଓ ମଧ୍ୟ ପ୍ରାର୍ଥୀ ହେବା ପାଇଁ ସଜବାଜ ହେଉଥିବାର ତାଙ୍କ ନିକଟ ତମ ସୂତ୍ରରୁ ଜଣାପଡିଛି।

ଏହି ନିର୍ବାଚନମଣ୍ଡଳୀ ରେ ମହିଳା ସଂଗଠନର ବହୁ ଭୋଟ୍ ମୀରାଙ୍କ ସପକ୍ଷରେ ଥିବା ପ୍ରଚାର ଚାଲିଛି। ଦେଖାଯାଉ ଦଳ କାହା ଉପରେ ଭରସା କରି କାହାକୁ ଟିକଟ ଦେଉଛି ତାହା ଦେଖବାକୁ ବାକି ରହିଲା।

ଅପର ପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତା ତାଙ୍କୁ ଯଦି ବିଜେଡି ପକ୍ଷରୁ ଟିକଟ ନ ମିଳେ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର

ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରସନ୍ନ କୁମାର

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ଆଜି ପବିତ୍ର ଗୁରୁଦିବସ ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ଭୁବନେଶ୍ବର କାର୍ଯ୍ୟାଳୟ ଠାରେ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ନନ୍ଦିଘୋଷ ଟିଭିର ଏଡ଼ିଟର ଶିଶିର କୁମାର ଭଟ୍ଟମିଶ୍ର, ଦୈନିକ ଖବର କାଗଜ ସକାଳ ର ସିଇଓ ସୁବ୍ରତ ଦାଶ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅତିଥି ସମେତ ବହୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

ଶ୍ରୀ ନାୟକଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ, ଅର୍ଥରାଶି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ମଧ୍ଯ ଶିକ୍ଷକ ଶ୍ରୀ ନାୟକ ବହୁ ପୁରସ୍କାର ପାଇଛନ୍ତି। ଏନେଇ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Categories
ଆଞ୍ଚଳିକ

କାଳଞ୍ଜି ସମାଜ ସିଦ୍ଧେଶ୍ଵର ଅଞ୍ଚଳ ପରିଷଦ ସଭାପତିଙ୍କ ବିୟୋଗ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମାରୀପାରି ଗ୍ରାମର ଦେବରାଜ ଭୂୟାଁଙ୍କ ୮୦ ବର୍ଷ ବୟସରେ ଆଜି ସକାଳେ କ଼ୁମାରୀପାରି ସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି। ସେ ଏକା ଧାରରେ ଜଣେ ରାଜନେତା, ସୁସଂଗଠକ, ସମାଜସେବୀ ଭାବରେ ଅଞ୍ଚଳରେ ବେଶ୍ ପରିଚିତ।

ସ୍ଵର୍ଗତ ଭୂୟାଁ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସିଦ୍ଧେଶ୍ଵର ଅଞ୍ଚଳ ପରିଷଦ ସଭାପତି ଭାବେ ଦାୟିତ୍ବ ରେ ଥିଲେ। ତାଙ୍କ ମୃତ୍ୟୁ ସଜ୍ଜା ନିକଟରେ ପୁଅ ବୋହୂ ଏବଂ ଆତ୍ମୀୟ ସ୍ଵଜନ ମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ଶେଷ ଦର୍ଶନ ନିମନ୍ତେ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ। ନିଜ ଗ୍ରାମ କୁମାରୀପାରି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଳି ମାଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମୃତ

ବେଗୁନିଆପଡା: ଗୁଳି ମାଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ଗୁଳି ମାଡରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି ୯ ଟା ସମୟରେ ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଦେବେନ୍ଦ୍ର ସାହୁ ଚା ପିଉଥିଲେ। ହଠାତ ୨ଟି ବାଇକରେ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ବେଗୁନିଆପଡାରେ ଠିକାଦାର ସଙ୍ଘ ଗଠିତ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକର ଠିକାଦାର ମାନଙ୍କ ଦ୍ୱାରା ଏକ ନୂତନ ସଂଘ ଗଠିତ ହୋଇଯାଇଛି। ଅମରେଶ୍ୱର ଠିକାଦାର ସଙ୍ଘ ନାମରେ ଏହି ସଙ୍ଘ ଗଠିତ ହୋଇଯାଇଛି। ବ୍ଲକର ସମସ୍ତ ଠିକାଦାର ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ନାରାୟଣୀ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା। ବିଭିନ୍ନ ସମୟରେ ଠିକାଦାର ମାନେ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ଏହି ସଂଘ ଜରିଆରେ ସମସ୍ୟାକୁ ସମାଧାନ କରାଯିବ ବୋଲି ଠିକାଦାର ମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି।

ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଚରଣ ନାୟକ, ଉପସଭାପତି ଜିତେନ୍ଦ୍ର କୁମାର ବେହେରା, ସଂପାଦକ ଗୌରାଙ୍ଗ ଚରଣ ରଥ, ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା, ସହ କୋଷାଧ୍ୟକ୍ଷ ଜଗନ୍ନାଥ ଗୌଡ଼ ନିର୍ବାଚିତ ହୋଇଥିଲେ। ଟେଣ୍ଡର ପକାଇବା ଠାରୁ ଆରମ୍ଭ କରି କାମ କରୁଥିବା ସମୟରେ କୌଣସି ଅସୁବିଧା ହେଲେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅଫୁଟା ବାଣ ଫୁଟି ୬ ବର୍ଷର ପିଲାର ଡାହାଣ ହାତ ନଷ୍ଟ: ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମରେ ଏକ ଅଫୁଟା ବାଣ ଫୁଟି ୬ ବର୍ଷର ପିଲାର ଡାହାଣ ହାତ ପାପୁଲି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ପିଲାର ଅବସ୍ଥା ଗୁରୁତର ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ସନ୍ତୋଷ ବାରିକ ଓ କୁନି ବାରିକଙ୍କ ପୁଅ ସିଦ୍ଧାର୍ଥ ବାରିକ (୬) ନିଜ ସାଙ୍ଗ ମାନଙ୍କ ସହିତ ନିଜ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ରାସ୍ତା କଡରେ ପଡ଼ିଥିବା ଏକ ଅଫୁଟା ବାଣକୁ ଆଣି ନିଆଁ ଲଗାଇବା ବେଳେ ହଠାତ ତାହା ଫୁଟି ଯାଇଥିଲା। ଫଳରେ ପିଲାଟିର ଡାହାଣ ହାତର ପାପୁଲି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ତାକୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ପାପୁଲିକୁ ସିଲେଇବା ପରେ ତାକୁ କଟକ କଟକ ସ୍ଥିତ ତ୍ରିସି ହସ୍ପିଟାଲ ଠାରେ ଚିକିତ୍ସିତ ହେଉଛି।

ଟଙ୍କା ଅଭାବ ଥିବା ଯୋଗୁଁ ସେ ଧାର ଉଦ୍ଧାର କରିବା ସହ ସୁନା ବନ୍ଧକ ରଖି ତାକୁ ହସ୍ପିଟାଲରେ ଚିକିତ୍ସା କରୁଥିବା ନେଇ କାନ୍ଦି କାନ୍ଦି କହିଛନ୍ତି ପରିବାର ଲୋକେ। ପିଲାର ବାପା ସନ୍ତୋଷ ସୁରଟରେ କାମ କରୁଥିବା ବେଳେ ମା କୁନି ତା ନିକଟରେ ରହି ଦେଖାଶୁଣା କରୁଛନ୍ତି। ତାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବାକୁ କୁନି ନିବେଦନ କରିଛନ୍ତି।

ଯେଉଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷମାନେ ସହଯୋଗର ହାତ ବଢେଇବା ପାଇଁ ଚାହୁଁଛନ୍ତି ମୋବାଇଲ ନମ୍ବର: ୮୬୫୮୭୦୯୨୮୩ ରେ ଯୋଗାଯୋଗ କରି ସହଯୋଗ କରିପାରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଖୁ ଜମିରେ ଅଗ୍ନିକାଣ୍ଡ: ୬ ଏକରରୁ ଅଧିକ ଜମିରୁ ଫସଲ ନଷ୍ଟ

ପିଣ୍ଟୁ ବିଶୋୟି

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମରେ ନିଆଁ ଲାଗି ବ୍ୟାପକ ଆଖୁ ଫସଲ ନଷ୍ଟ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କୌଣସି କାରଣ ବଶତଃ କୁମ୍ଭାରଗାଁ ଗ୍ରାମରେ ଏକ ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ସେହି ନିଆଁ ନିକଟରେ ଥିବା ଆଖୁ ଜମିକୁ ସ୍ପର୍ଶ କରିବାରୁ ଜିତୁ ସ୍ଵାଇଁଙ୍କ ତିନି ଏକର, କିଶୋର ପାଢୀଙ୍କ ଦୁଇ ଏକର ଓ ଦେବରାଜ ଜେନାଙ୍କ ଏକ ଏକରର ଆଖୁ ବିଲକୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗ ଆସିବା ବେଳକୁ ଲୋକେ ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ ମଧ୍ୟ ବହୁ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି। କ୍ଷତିଗ୍ରସ୍ତ ଏହି ତିନି ଆଖୁ ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ଜିଲ୍ଲପାଳ। ଜିଲ୍ଲାପାଳ ବ୍ଲକରେ ପଂହଁଚି କରୋନା ମହାମାରୀର ସଚେତନତା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ବର୍ତ୍ତମାନ ଶୀତଦିନ ଆସୁଥିବାରୁ କରୋନା ବିପତ୍ତି ଟଳିନାହିଁ ତେଣୁ ବ୍ଲକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ।

ଏହାପରେ ଏମଏନଜିଆରଏସ କାର୍ଯ୍ୟ ଉପରେ ସମୀକ୍ଷା କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ବ୍ଲକର ବିଭିନ୍ନ ସରପଞ୍ଚଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଗ୍ରଗତି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବିଭିନ୍ନ ପଞ୍ଚାୟତରେ ଏମଏନଜିଆରଏସ କାର୍ଯ୍ୟର ଧିମା ଅଗ୍ରଗତି ନେଇ ଜେଇ ମାନଙ୍କୁ ତାଗିତ କରିଛନ୍ତି ଜିଲ୍ଲାପାଳ। ଏହାପରେ ଦୋକାନ ଆଗରେ ଅଳିଆଆବର୍ଜନା ପଡ଼ିରହୁଥିବା କଥା ଜାଣିବାପରେ ଆବର୍ଜନା ପରିଷ୍କାର କରିବା ପାଇଁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି। ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା। ତହସିଲଦାର ଅବନୀ କୁମାର ସାହୁ। ବିଡ଼ିଓ ବେଦବର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ।

Categories
ଆଞ୍ଚଳିକ

ମୁଁ ଜିତିବି ସମଗ୍ର ମାନବ ଜାତି ଜିତିବ ନାରା ଦେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକ ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କରୋନା ସଚେତନତା ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଁ ଜିତିବି ସମଗ୍ର ମାନବ ଜାତି ଜିତିବ ନାରା ଦେଇ କରୋନା ମହାମାରୀରୁ ସୁରକ୍ଷା ପ୍ରଦାନ ନେଇ ବିଭିନ୍ନ ପ୍ରତିକାର ପାଳନ କରିବା ଉପରେ ଶପଥ ପାଠ କରାଯାଇଛି।

ଆଜିର ଏହି ଶପଥ ପାଠ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ଉତ୍ସାହିତ ଓ ସହଯୋଗ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ଶପଥ ପାଠରେ ସାମିଲ ଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ମୁଁ ଜିତିବି ମୋ ଗଞ୍ଜାମ ଜିତିବ ଏବଂ ସମଗ୍ର ମାନବ ଜାତି ଜିତିବ ବୋଲି ଦୃଢ ଶପଥ ନିଆ ଯାଇଥିଲା। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବେଗୁନିଆପଡା ବ୍ଲକର ହଂସତୁଳି ଗ୍ରାମ କଣ୍ଟେନମେଣ୍ଟ ସହ ବିଭିନ୍ନ ପଞ୍ଚାୟତକୁ ବଫର ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି।

Categories
ଆଞ୍ଚଳିକ

ବେଗୁନିଆପଡା ବ୍ଲକ ଗସ୍ତ କଲେ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

ବେଗୁନିଆପଡା: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଶନିବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ। ପଜିଟିଭି ଥିବା ଅଞ୍ଚଳକୁ ସତର୍କ ରହିବା ସହ ଉକ୍ତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖିବା ପାଇଁ କହିଥିଲେ। ଏଥି ସହିତ ଦୋକାନ ବଜାରରେ ଯେପରି ଜନ ଗହଳି ନ ହୁଏ ଏବଂ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର କରିବା ଆଦି ପ୍ରତି କଡା ନଜର ରଖିବା ପାଇଁ କହିଥିଲେ। ଏହି ସମୟରେ ବିଡ଼ିଓ ବେଦବର ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ସି ଡି ପି ଓ ସଂଧ୍ୟାରଣୀ ପାଣିଗ୍ରାହୀ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।