ଅଫୁଟା ବାଣ ଫୁଟି ୬ ବର୍ଷର ପିଲାର ଡାହାଣ ହାତ ନଷ୍ଟ: ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

Published: Dec 24, 2020, 9:10 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମରେ ଏକ ଅଫୁଟା ବାଣ ଫୁଟି ୬ ବର୍ଷର ପିଲାର ଡାହାଣ ହାତ ପାପୁଲି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ପିଲାର ଅବସ୍ଥା ଗୁରୁତର ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ସନ୍ତୋଷ ବାରିକ ଓ କୁନି ବାରିକଙ୍କ ପୁଅ ସିଦ୍ଧାର୍ଥ ବାରିକ (୬) ନିଜ ସାଙ୍ଗ ମାନଙ୍କ ସହିତ ନିଜ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ରାସ୍ତା କଡରେ ପଡ଼ିଥିବା ଏକ ଅଫୁଟା ବାଣକୁ ଆଣି ନିଆଁ ଲଗାଇବା ବେଳେ ହଠାତ ତାହା ଫୁଟି ଯାଇଥିଲା। ଫଳରେ ପିଲାଟିର ଡାହାଣ ହାତର ପାପୁଲି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ତାକୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ପାପୁଲିକୁ ସିଲେଇବା ପରେ ତାକୁ କଟକ କଟକ ସ୍ଥିତ ତ୍ରିସି ହସ୍ପିଟାଲ ଠାରେ ଚିକିତ୍ସିତ ହେଉଛି।

ଟଙ୍କା ଅଭାବ ଥିବା ଯୋଗୁଁ ସେ ଧାର ଉଦ୍ଧାର କରିବା ସହ ସୁନା ବନ୍ଧକ ରଖି ତାକୁ ହସ୍ପିଟାଲରେ ଚିକିତ୍ସା କରୁଥିବା ନେଇ କାନ୍ଦି କାନ୍ଦି କହିଛନ୍ତି ପରିବାର ଲୋକେ। ପିଲାର ବାପା ସନ୍ତୋଷ ସୁରଟରେ କାମ କରୁଥିବା ବେଳେ ମା କୁନି ତା ନିକଟରେ ରହି ଦେଖାଶୁଣା କରୁଛନ୍ତି। ତାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବାକୁ କୁନି ନିବେଦନ କରିଛନ୍ତି।

ଯେଉଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷମାନେ ସହଯୋଗର ହାତ ବଢେଇବା ପାଇଁ ଚାହୁଁଛନ୍ତି ମୋବାଇଲ ନମ୍ବର: ୮୬୫୮୭୦୯୨୮୩ ରେ ଯୋଗାଯୋଗ କରି ସହଯୋଗ କରିପାରିବେ।

Related posts