ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରସନ୍ନ କୁମାର

Published: Sep 5, 2023, 5:40 pm IST

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ଆଜି ପବିତ୍ର ଗୁରୁଦିବସ ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ଭୁବନେଶ୍ବର କାର୍ଯ୍ୟାଳୟ ଠାରେ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ନନ୍ଦିଘୋଷ ଟିଭିର ଏଡ଼ିଟର ଶିଶିର କୁମାର ଭଟ୍ଟମିଶ୍ର, ଦୈନିକ ଖବର କାଗଜ ସକାଳ ର ସିଇଓ ସୁବ୍ରତ ଦାଶ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅତିଥି ସମେତ ବହୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

ଶ୍ରୀ ନାୟକଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ, ଅର୍ଥରାଶି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ମଧ୍ଯ ଶିକ୍ଷକ ଶ୍ରୀ ନାୟକ ବହୁ ପୁରସ୍କାର ପାଇଛନ୍ତି। ଏନେଇ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Related posts