ତାଳସରରେ ଗୁରୁ ଶିଷ୍ୟ ମିଳନ ଉତ୍ସବ ଅନୁଷ୍ଠିତ

Published: Oct 23, 2023, 10:54 am IST

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ୍ ବ୍ୟାଚ୍ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଶିଷ୍ୟ ମିଳନ ଉତ୍ସବ କାର୍ଯ୍ୟକ୍ରମ ତାଳସର ସ୍ଥିତ ତାଳେଶ୍ଵର ଶୈବପୀଠ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳସର ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ରଘୁନାଥ ଦୋରା, ସୁରେନ୍ଦ୍ର ନାଥ ଭୋଳ, ବୈଦ୍ୟନାଥ ପାଇକରାୟ, କ୍ଲର୍କ ଲକ୍ଷ୍ମୀକାନ୍ତ ଗୌଡ଼, ସାଇନ୍ସ ଆଟେଣ୍ଡାଣ୍ଟ ମାନସୀ ସ୍ୱାଇଁ, ପିଅନ ବିଶ୍ଵନାଥ ବାରିକ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ଗୁରୁ ଶିଷ୍ୟ ଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ପୁରୁଣା ସ୍ମୃତି ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ବହୁ ଦିନ ପରେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। ଏନେଇ ସମସ୍ତେ ଖୁସି ବ୍ୟକ୍ତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନେ ଗୁରୁପୂଜନ କାର୍ଯ୍ୟକ୍ରମ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବିଷ୍ଣୁପ୍ରିୟା ମହାରଣା, ଝିଲ୍ଲୀ ପ୍ରଧାନ, ମନୋଜ କୁମାର ସ୍ୱାଇଁ, ରତ୍ନାକର ସ୍ୱାଇଁ, ସୁଶାନ୍ତ କୁମାର ପଲେଇ, ଗୌତମ ଜେନା ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହ ଉପସ୍ଥିତ ଥିଲେ।

ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ହୋଇଥିଲା।

Related posts