Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତାଳସରରେ ଗୁରୁ ଶିଷ୍ୟ ମିଳନ ଉତ୍ସବ ଅନୁଷ୍ଠିତ
ଆଞ୍ଚଳିକ

ତାଳସରରେ ଗୁରୁ ଶିଷ୍ୟ ମିଳନ ଉତ୍ସବ ଅନୁଷ୍ଠିତ

October 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ୍ ବ୍ୟାଚ୍ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଶିଷ୍ୟ ମିଳନ ଉତ୍ସବ କାର୍ଯ୍ୟକ୍ରମ ତାଳସର ସ୍ଥିତ ତାଳେଶ୍ଵର ଶୈବପୀଠ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳସର ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ରଘୁନାଥ ଦୋରା, ସୁରେନ୍ଦ୍ର ନାଥ ଭୋଳ, ବୈଦ୍ୟନାଥ ପାଇକରାୟ, କ୍ଲର୍କ ଲକ୍ଷ୍ମୀକାନ୍ତ ଗୌଡ଼, ସାଇନ୍ସ ଆଟେଣ୍ଡାଣ୍ଟ ମାନସୀ ସ୍ୱାଇଁ, ପିଅନ ବିଶ୍ଵନାଥ ବାରିକ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ଗୁରୁ ଶିଷ୍ୟ ଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ପୁରୁଣା ସ୍ମୃତି ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ବହୁ ଦିନ ପରେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। ଏନେଇ ସମସ୍ତେ ଖୁସି ବ୍ୟକ୍ତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନେ ଗୁରୁପୂଜନ କାର୍ଯ୍ୟକ୍ରମ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବିଷ୍ଣୁପ୍ରିୟା ମହାରଣା, ଝିଲ୍ଲୀ ପ୍ରଧାନ, ମନୋଜ କୁମାର ସ୍ୱାଇଁ, ରତ୍ନାକର ସ୍ୱାଇଁ, ସୁଶାନ୍ତ କୁମାର ପଲେଇ, ଗୌତମ ଜେନା ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହ ଉପସ୍ଥିତ ଥିଲେ।

ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ହୋଇଥିଲା।

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.