ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

Published: Mar 30, 2019, 11:55 am IST
tahasildar killed in road accident

ଏକ ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁରେଶ ନନ୍ଦ ବୋଲି ଜଣାପଡିଛି। ସେ ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ମୁତାବକ, କୋମନା ତହସିଲଦାର ସୁରେଶ ନନ୍ଦ ଆଜି ନିର୍ବାଚନ କାମରେ ନୂଆପଡାରୁ ଭୁବନେଶ୍ୱର ଆସୁଥିଲେ। ତେବେ ନୟାଗଡର ନୂଆଗାଁ-ଦଶପଲ୍ଲାର ରାସ୍ତାରେ ଥିବା ସୋରଡା ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିର ଡ୍ରାଇଭର ସନତ ପଟେଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Related posts