ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୮ ଜଣ କରୋନା ଆକ୍ରାନ୍ତ

Published: Dec 30, 2020, 9:01 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨, ସମ୍ବଲପୁରରୁ ୩୨, ଅନୁଗୁଳରୁ ୨୩, କଟକରୁ ୨୨, କେନ୍ଦୁଝରରୁ ୨୧, ବଲାଙ୍ଗୀରିରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮, ବାଲେଶ୍ବରରୁ ୧୫, ନୂଆପଡ଼ାରୁ ୧୪, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ମୟୂରଭଞ୍ଜରୁ ୧୦, ବରଗଡରୁ ୯, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୫, ଭଦ୍ରକରୁ ୪, ଝାରସୁଗୁଡାରୁ ୪, ମାଲକାନାଗିରିରୁ ୪, ରାୟଗଡ଼ାରୁ ୪, ଗଞ୍ଜାମରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ଦେବଗଡ଼ରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୩୦୬ କୁ ବୃଦ୍ଧି ହୋଇଛି। ତେବେ ୨୨୮୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳ ୧୮୬୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts