ମୋଦି ମୌନ ରହିବା ପ୍ରଧାନମନ୍ତ୍ରୀ ନୁହନ୍ତି : ଶାହା

Published: Mar 30, 2019, 5:06 pm IST

ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ। ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା  ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଉତ୍ସବରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହା। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଶ୍ରେୟ ଦଇ ଶାହା କହିଥିଲେ ମୋଦି ମନମୋହନଙ୍କ ପରି ମୌନ ରହୁଥିବା ଲୋକ ନୁହନ୍ତି। ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ ପାଇଁକ ପ୍ରସ୍ତୁତ ନଥିବା ବେଳେ ମୋଦିଙ୍କ ପାଇଁ ଏହା ସମ୍ଭବ ହେଲା। ଦେଶର ୪୦ ବୀର ଯବାନ ପ୍ରାଣ ହରାଇବା ପରେ ପାକିସ୍ତାନ ଏହାର ସମସ୍ତ ସାମରିକ ବାହିନୀକୁ ସୀମାରେ ଛିଡା କରାଇଥିଲା। ତେଣୁ ଏୟାର ଷ୍ଟ୍ରାଇକ୍‌ କରିବା ଜରୁରୀ ଥିଲା। ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁ୍ଥିବା ରାହୁଲ ଗାନ୍ଧୀଙ୍କୁ ନିର୍ବୋଧ ବୋଲି କହିଛନ୍ତି ଶାହା। ପୂର୍ବରୁ କେବଳ ଆମେରିକା ଏବଂ ଇସ୍ରାଏଲ୍‌ ଏପରି ଆକ୍ରମଣ କରିଛନ୍ତି। ଯଦି କେହି ଆମ ଉପରକୁ ଗୁଳି ଚଳାଏ ତେବେ ଆାମ ପକ୍ଷରୁ ବମ୍ ଫିଙ୍ଗାଯିବ। ସେହିପରି ଚଳିତ ନିର୍ମାଚନରେ ମହାମେଣ୍ଟ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବ ବୋଲି ପୂର୍ବାନୂମାନ ଲଗାଇଛନ୍ତି ଶାହା। ନିଜ ସମର୍ଥକ, କେନ୍ଦ୍ରମନ୍ତ୍ରୀ, ଦଳୀୟ ନେତୃବୃନ୍ଦଙ୍କ ସହ ଦୀର୍ଘ ୪ କିଲୋମିଟର ରୋଡ ସୋ’ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିକ ଗଡକାରୀ, ରାମବିଳାଶ ପାଶୱାନ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ। ଅହମ୍ମଦାବାଦରେ ଶାହାଙ୍କ ଜନସଭାରେ ଯୋଗ ଦେଇ ରାଜନାଥ ସିଂହ କହିଥିଲେ ଯେଉଁ କାମ ସାଢେ ୫ବର୍ଷରେ ମୁଁ କରିପାରିଲି ନାହିଁ ତାହା ଅମିତ ଶାହା ସାଢେ ୪ ବର୍ଷରେ କରିଦେଖାଇଲେ। ଅମିତ ଶାହା ଗାନ୍ଧିନଗରରୁ ନାମାଙ୍କନ ଭରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜନାଥ।

Related posts