Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଆଜି ବାରାଣାସୀରୁ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ ଶୁଭ ସମୟ

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ବାରାଣାସୀରେ ଏହି ବିଷୟରେ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନରେ ୧୨ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଛନ୍ତି। ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶେଷ ଦିନ ଚୟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗଙ୍ଗା ସପ୍ତମୀ ଅବସରରେ ପୁଷ୍ୟ ନକ୍ଷତ୍ରରେ ନାମାଙ୍କନ ଦାଖଲ କରିବେ।

ନାମାଙ୍କନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନପତ୍ରକୁ ଏକ ମେଗା ଇଭେଣ୍ଟ ବୋଲି କହିବା ଭୁଲ ହେବ ନାହିଁ। ପ୍ରାୟ ୧୨ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନ ପତ୍ରରେ ଭାଗ ନେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୪ ଏପ୍ରିଲ ୨୦୧୪ରେ ବାରାଣାସୀରୁ ପ୍ରଥମ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ପରେ, ୨୬ ଏପ୍ରିଲ ୨୦୧୯ ରେ, କାଶୀ କୋତୱାଲ ନାମରେ ଜଣାଶୁଣା କାଲ ଭୈରବଙ୍କଠାରୁ ଆଶୀର୍ବାଦ ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କଲେକ୍ଟରେଟରେ ପହଞ୍ଚି ଅଭିଜିତ ମୂହୁର୍ତ୍ତରେ ସକାଳ ୧୧.୫୫ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ।

ଆଜି ଗଙ୍ଗା ସପ୍ତମୀ… ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗଙ୍ଗା ନଦୀରେ ସ୍ନାନ କରିବାକୁ ଆଶା କରାଯାଉଛି। ବିଶ୍ୱାସ କରାଯାଏ ଯେ, ଏହି ଦିନ କରାଯାଇଥିବା କୌଣସି କାର୍ଯ୍ୟ ଇଚ୍ଛା ପୂରଣ ହୋଇଥାଏ। ପୁଷ୍ୟ ନକ୍ଷତ୍ର ସମୟରେ ନାମାଙ୍କନପତ୍ର ଦିଆଯିବ… ବିଶ୍ୱାସ କରାଯାଏ ଯେ, ଏହି ନକ୍ଷତ୍ରରେ କରାଯାଇଥିବା କୌଣସି କାର୍ଯ୍ୟ ଶୁଭ ଅଟେ ଏବଂ ଏଥିରେ ସଫଳତା ହେବାର ସମ୍ଭାବନା ରହିଛି। ଏହି ଶୁଭ ସଂକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ୧୧.୪୦ ସମୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମାଙ୍କନ ପତ୍ରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପସ୍ଥିତ ରହିବେ ନାହିଁ। ନୀତୀଶ ସୋମବାର ବିହାର ବିଜେପି ନେତାମାନଙ୍କୁ କହିଥିଲେ ଯେ, ସେ ମଧ୍ୟ ମଙ୍ଗଳବାର ନିର୍ବାଚନ ପ୍ରଚାରରୁ ବିରତି ନେଉଛନ୍ତି। ତେବେ ବିହାରର ଅନ୍ୟ ଏନଡିଏ ନେତାମାନେ ଚିରାଗ ପାସୱାନ, ଜିତନ ରାମ ମାଞ୍ଝି ବାରାଣାସୀରେ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାରିଜଣ ପ୍ରସ୍ତାବକ ହେଉଛନ୍ତି ପଣ୍ଡିତ ଗଣେଶ ଶାସ୍ତ୍ରୀ, ବୈଜନାଥ ପଟେଲ, ଲାଲଚାନ୍ଦ କୁଶୱା ଏବଂ ସଞ୍ଜୟ ସୋନକର। ପଣ୍ଡିତ ଗଣେଶ ଶାସ୍ତ୍ରୀ ହିଁ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ସମୟ ସ୍ଥିର କରିଥିଲେ। ସେ ବ୍ରାହ୍ମଣ ସମ୍ପ୍ରଦାୟର। ବୈଜନାଥ ପଟେଲ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ସେ ସଂଗଠନର ଜଣେ ପୁରାତନ ତଥା ଉତ୍ସର୍ଗୀକୃତ କର୍ମୀ ଅଟନ୍ତି। ଲଲଚାନ୍ଦ କୁଶୱା ମଧ୍ୟ ଓବିସି ସମ୍ପ୍ରଦାୟର ହୋଇଥିବାବେଳେ ସଞ୍ଜୟ ସୋନକର ଦଳିତ ସମ୍ପ୍ରଦାୟର।

ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ଏବଂ ୨୦୧୯ ରେ ବାରାଣାସୀରୁ ମନୋନୀତ ହେବା ପୂର୍ବରୁ ବାବା କାଲ ଭୈରବଙ୍କୁ ଭେଟିଥିଲେ। ଏହି ମନ୍ଦିରର ମହନ୍ତ କହିଛନ୍ତି ଯେ, ବାବା କାଲ ଭୈରବଙ୍କ ଅନୁମତି ବିନା ବାରାଣାସୀରେ କେହି ରହିପାରିବେ ନାହିଁ। ଏଥର ବାବାଙ୍କ ଜନ୍ମ ଦିନ ମଙ୍ଗଳବାର ଦିନ ପଡୁଛି। ଏହି ଦିନ ଦର୍ଶନ କରିବା ବିଶେଷ ଫଳାଫଳ ଦେଇଥାଏ।

ଉତ୍ତର ପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ତୃତୀୟ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଗଙ୍ଗା ନଦୀ ପ୍ରତି ନିଜର ବିଶେଷ ଆଭିମୁଖ୍ୟ ପ୍ରକାଶ କରି କହିଛନ୍ତି ଯେ, ଆଜି ମାତା ଗଙ୍ଗା ମୋତେ କୋଳକୁ ନେଇଛନ୍ତି।

Categories
ଆଜିର ଖବର

ଗୁରୁଦାସପୁର ଲୋକସଭା ଆସନ ପାଇଁ ପ୍ରାଥିପତ୍ର ଦାଖଲ କଲେ ସନି

ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା ସନି ଦେଓଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ବବି ଦେଓଲ ଏବଂ ପଞ୍ଜାବ ବିଜେପି ପ୍ରଦେଶ ଅଧ୍ୟକ୍ଷ ଶ୍ୱେତା ମଲ୍ଲିକ ଉପସ୍ଥିତ ଅଛନ୍ତି। ସନି ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଅମୃତସରରେ ଶ୍ରୀ ହରମନ୍ଦିର ସାହିବ ଯାଇଥିଲେ। ରାଜନୈତିକ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କ ଆସନରୁ ବିଜେପି ସନିଙ୍କୁ ଟିକେଟ ଦେଇଛି। ତାଙ୍କ ସହ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ତଥା ଗୁରୁଦାସପୁରରୁ ସାଂସଦ ସୁନୀଲ ଜାଖଡଙ୍କ ସହ ତାଙ୍କର ଲଢେଇ ହେବ।

Categories
ଆଜିର ଖବର

ମୋଦିଙ୍କ ବିପକ୍ଷର ନାମାଙ୍କନ ପତ୍ର ଦାଖଲ କଲେ ୫୦ ଜଣ ଚାଷୀ

ତେଲେଙ୍ଗାନାର ନିଜାମବାଦର ୫୦ଜଣ ହଳଦୀ ଚାଷୀ ସମୂହ ରୂପେ ଶନିବାର ଦିନ ବାରାଣାସୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତେ ସ୍ବାଧୀନ ପ୍ରାର୍ଥୀ ଭାବେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ପ୍ରାର୍ଥୀପତ୍ର ଦାଖଲ ସମୟରେ କହିଛନ୍ତି ଯେ, ସେମାନେ ଏପରି କରି କାହାର ବିରୋଧ କରୁନାହାନ୍ତି, ବରଂ ସେମାନେ ଏହା ଜରିଆରେ ସମସ୍ୟା ପ୍ରତି ସମସ୍ତଙ୍କର ଧ୍ୟାନ କେନ୍ଦ୍ରୀଭୂତ କରିବା ସହିତ ସମାଧାନ କରିବାକୁ ଚାହିଁଛନ୍ତି। ଏହି ଚାଷୀଗୋଷ୍ଠୀଙ୍କର ପ୍ରବକ୍ତା କହିଛନ୍ତି ଯେ, ସେମାନେ ଏକ ଅନନ୍ୟ ଉପାୟରେ ତାଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରଚେଷ୍ଟା କରୁଛନ୍ତି। ହଳଦୀ ଚାଷ ନିମନ୍ତେ ଏକ ବୋର୍ଡ ଗଠନ କରିବାକୁ ସେମାନଙ୍କର ଦାବି ରହିଥିବାବେଳେ ହଳଦୀର ନ୍ୟୁନତମ ସହାୟକ  ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ୍‌ ପ୍ରତି ୧୫୦୦୦ କରିବାକୁ ଦାବି ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସମସ୍ୟା ବର୍ତ୍ତମାନ ସରକାରରେ ଥିବା ବିଜେପି ସମାଧାନ କରିପାରିଛନ୍ତି ନା ପୂର୍ବର ୟୁପିଏ ସରକାର। କେହି ବି ସେମାନଙ୍କ ସମସ୍ୟାକୁ ଶୁଣିନାହାନ୍ତି। ଚଳିତ ଥର ମୋଦି ବାରାଣାସୀରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ କଂଗ୍ରେସ ତରଫରୁ ରହିଛନ୍ତି ଅଜୟ ରାୟ ଓ ସପା ତରଫରୁ ଶାଳିନୀ ଯାଦବ।  ଏଠାରେ ମେ ୧୯ ତାରିଖ ମତଦାନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ବାରଣାସୀରୁ ମୋଦିଙ୍କ ନାମାଙ୍କନ ଦାଖଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଅନ୍ୟ ଦଳୀୟ ଏବଂ ସହଯୋଗୀ ରାଜନେତାଙ୍କ ସହ ଉତ୍ତର ପ୍ରଦେଶର ବାରଣାସୀରୁ ମୋଦି ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ଏକ ସହଯୋଗୀ ରାଜନେତାଙ୍କ ସହିତ ମୋଦି ଏକ ବିରାଟ ରୋଡ ଶୋ ଜରିଆରେ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ। ମୋଦିଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଏନ୍‌ଡିଏର ବିଭିନ୍ନ ସହଯୋଗୀ ଦଳର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିରୋମଣୀ ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ଏବଂ ଏଲ୍‌ଜେପି ମୁଖ୍ୟ ରାମ ବିଳାଶ ପାଶ୍ବାନ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତିତ ଅପ୍‌ନା ଦଳ, ନର୍ଥ ଇଷ୍ଟ ଡେମୋକ୍ରିଟିକ୍‌ ପାର୍ଟି ଏବଂ ଏଆଇଡିଏମ୍‌କେର ସଦସ୍ୟ ମାନେ ମଧ୍ୟ ମୋଦିଙ୍କ ନାମାଙ୍କନ ସମୟରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ବାରଣାସୀ ଲୋକସଭା ଆସନରୁ ମୋଦିଙ୍କ ବିପକ୍ଷରେ କଂଗ୍ରେସର ଅଜୟ ରାୟ ଏବଂ ସମାଜବାଦୀ ପାର୍ଟିର ଶାଳିନୀ ଯାଦବ ପ୍ରତିଦ୍ବନ୍ଦିତା କରୁଛନ୍ତି। ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟରେ ମେ ୧୯ ତାରିଖରେ ବାରଣାସୀରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ରାହୁଲଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ : ନାଗରିକତ୍ବକୁ ନେଇ ପ୍ରଶ୍ନ

ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ। ସେ  ତାଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି କରିଛନ୍ତି। ଧ୍ରୁବ ଲାଲ କୌଶଲଙ୍କ ଓକିଲ ଅଫଜଲ ୱାରିସ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଅଭିଯୋଗ ଉପରେ ଜିଲା ନିର୍ବାଚନ କାର୍ଯ୍ୟଳୟରେ ଶନିବାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ରିଟର୍ଣ୍ଣିଂ ଅଫିସର ଶୁଣାଣିକୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆମେଠି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଥିବା ତଥ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍। ସେ ଅଭିଯୋଗ କରିଛନ୍ତି, ବ୍ରିଟେନରେ ପଞ୍ଜିକୃତ କମ୍ପାନୀର ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧି ୟୁକେର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତେଣୁ ଜଣେ ଅନ୍ୟ ଦେଶର ନାଗରିକ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି। ଏଥିସହ ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଛନ୍ତି ସେଥିରେ ତାଙ୍କର ଲାଭ କ୍ଷତି ଇତ୍ୟାଦି ଉଲ୍ଲେଖ କରି ନାହାନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟରେ ଅନେକ ତ୍ରୁଟି ଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ କହିଛନ୍ତି। ଏହାପୂର୍ବରୁ ବିଜେପି ମଧ୍ୟ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।

Categories
ଆଜିର ଖବର

ଲକ୍ଷ୍ନୌ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପୁନମ୍ ସିହ୍ନା

ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍‍ପି)ରେ ଯୋଗଦେଇଥିଲେ। ଏହି ଆସନରେ ପୁନମ  ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୃଷ୍ଣମଙ୍କ ସହ ଟକ୍କର ଦେବେ। ବୁଧବାର ଦିନ ଏକ ରୋଡ଼ ଶୋରେ ଯାଇ ପୁନମ ନାମାଙ୍କନ ଦାଖଲ କରିଥିଲେ। ଏହି ରୋଡ଼ ଶୋରେ ପୁନମଙ୍କ ସହ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ହୋଇଥିଲେ। ପୁନମଙ୍କ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଲକ୍ଷ୍ନୌ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଦାଖଲ କରିଥିଲେ। ଚଳିତ ଥର ଶତ୍ରୁଘ୍ନ କଂଗ୍ରେସ ତରଫରୁ ପାଟନା ସାହିବରୁ ନିର୍ବାଚନ ଲଢୁଛନ୍ତି।

Categories
ଆଜିର ଖବର

 ଆଜମଗଡ଼ରେ ନାମାଙ୍କନ ପତ୍ର ଦାଖଲ କଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆଜମଗଡ଼ ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଅଖିଳେଶ ଯାଦବ କଲେକ୍ଟ୍ରେଟରେ ପହଂଚି ଡିଏମ କୋର୍ଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତମ ପଟେଲ ଏବଂ ମହାରାଷ୍ଟ୍ରର ଅଧ୍ୟକ୍ଷ ଅବୁ ଆସିମ ଆଜମୀ ଉପସ୍ଥିତ ଥିଲେ। ସପା-ବିଏସ୍‌ପିର ମହାମେଣ୍ଟରେ ହୋଇଥିବା କାମ ଆଧାରରେ ଦଳ ଜିତିବ ବୋଲି ଅଖିଳେଶ କହିଛନ୍ତି। ବିଜେପିକୁ ୫ ବର୍ଷ ନୁହେଁ ୭ ବର୍ଷର ହିସାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅଖିଳେଶ। ପୂର୍ବରୁ ଏହି ଆସନରୁ ସପାର ସଂସ୍ଥାପକ ମୁଲାୟମ ସିଂ ଯାଦବ ପ୍ରତିନିଧିତ୍ବ କରୁଥିଲେ। ଚଳିତ ଥର ମୁଲାୟମଙ୍କୁ  ମେନେପୁରୀ ଆସନରୁ ପ୍ରାର୍ଥୀ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ସପା-ବିଏସ୍‌ପି ଓ ଆର୍‌ଏଲ୍‌ଡି ମଧ୍ୟରେ ମହାମେଣ୍ଟ କରାଯାଇଛି। ଉତ୍ତରପ୍ରଦେଶରେ ସପା ୩୭ଟି ଆସନରୁ ବିଏସ୍‌ପି ୩୮ଟି ଆସନରୁ ଓ ଆରଏଲ୍‌ଡି ୩ଟି ଆସନରୁ ଚଳିତ ନିର୍ବାଚନ ଲଢୁଛନ୍ତି।

Categories
ଆଜିର ଖବର

ନାମାଙ୍କନ ପତ୍ର ଦାଖଲ କଲେ ରାଜନାଥ ସିଂହ

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ଲକ୍ଷ୍ନୌରୁ ବିଜେପି ପ୍ରାର୍ଥୀ ରାଜନାଥ ସିଂହ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ସୋ କରିଥିଲେ। ଏହି ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍‌ ହେବେ ବୋଲି ସୂଚନା ରହିଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ରାଲିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସହିତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି। ରାଜନାଥ ସିଂହ କୋସଳ କିଶୋର ଦଳ କାର୍ଯ୍ୟାଳୟରୁ ରୋଡ ସୋ ଆରମ୍ଭ କରି କଲେକ୍ଟ୍ରେଟରେ ପହଂଚିଥିଲେ। ୨୦୧୪ରେ ରାଜନାଥ ଏହିଠାରୁ ବହୁ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ଲକ୍ଷ୍ନୌରେ ୫ମ ଚରଣ ମତଦାନ ହେବାକୁ ରହିଛି। ଅପ୍ରେଲ ୧୮ ତାରିଖ ହେଉଛି  ନାମାଙ୍କନ ଭରିବାର ଅନ୍ତିମ ଦିନ।

 

Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୩୯୮ ପ୍ରାର୍ଥୀ

ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଆସନ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୫୨ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁଥିବା ବେଳେ ବିଧାନସଭା ରଣାଙ୍ଗନରେ ୩୪୬ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେବ। ପ୍ରାର୍ଥୀଙ୍କ ମଧ୍ୟରୁ ୩୧୧ ଜଣ ପୁରୁଷ ଥିବା ବେଳେ ୩୪ ଜଣ ମହିଳା ଓ ୩ ଜଣ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ୧୦ ହଜାର ୭୯୨ଟି ବୁଥ କରାଯାଇଥିବା ବେଳେ ମୋଟ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ଭୋଟ ଦେବେ। ଭୋଟରଙ୍କ ମଧ୍ୟରେ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ ରହିଥିବା ବେଳେ ୪୬ ଲକ୍ଷ ୫ ହଜାର ୬୯୪ ଜଣମହିଳା ପ୍ରାର୍ଥୀ ରହିଛନ୍ତି। ଭୋଟର ତାଲିକାରେ ୬୧୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

Categories
ଆଜିର ଖବର

ଆମେଠିରେ ସ୍ମୃତି ଇରାନୀଙ୍କ ନାମାଙ୍କନ ପତ୍ର ଦାଖଲ

ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିଜର ନାମାଙ୍କନ ଦାଖଲ କରିଥିବା ଶ୍ରୀମତି ଇରାନୀ ନାମାଙ୍କନ ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ। ସ୍ମୃତିଙ୍କ ସହିତ ନାମାଙ୍କନ ଦାଖଲ ସମୟରେ ତାଙ୍କ ପତି ଜୁବିନ୍‌ ଇରାନୀ ଉପସ୍ଥିତ ଥିଲେ। ଚଳିତ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ଆସନରୁ ତିନିଥର ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ସମାନ ଆସନରୁ ରାହୁଲ ସ୍ମୃତିଙ୍କୁ ୧ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଉତ୍ତର ପ୍ରଦେଶରେ ନିର୍ବାଚନ ମେ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିବା ବେଳେ ୨୩ରୁ ଭୋଟ ଗଣତି ହେବ।

Categories
ଆଜିର ଖବର

ରାଏବରେଲୀରୁ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏବରେଲୀ ସାମ୍ବିଧାନିକ କ୍ଷେତ୍ରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସୋନିଆ ଏକ ରୋଡ ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲେ। ରୋଡ ଶୋ ପୂର୍ବରୁ ରାଏବରେଲୀରେ ରହିଥିବା କଂଗ୍ରେସର କେନ୍ଦ୍ରୀୟ ଅଫିସରେ ପୂଜାର୍ଚ୍ଚନା କରିଥିଲେ ସୋନିଆ। ନାମାଙ୍କନ ଦାଖଲ ପାଇଁ ସୋନିଆଙ୍କ ସହିତ ପୁତ୍ର ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରା ପ୍ରମୁଖ ରହିଥିଲେ। କଂଗ୍ରେସର ଗଡ ଭାବରେ ପରିଚିତ ଏହି ନିର୍ବାଚନୀ କ୍ଷେତ୍ରରେ ଆସନ୍ତା ମେ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଦୀନେଶ ପ୍ରତାପ ସିଂ ସୋନିଆଙ୍କ ବିପକ୍ଷରେ ନିର୍ବାଚନରେ ଅବତୀର୍ଣ୍ଣ ହେବେ। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏଠାରେ ନିଜର ପ୍ରାର୍ଥୀ ଦେଇନଥିବା ବେଳେ ଶ୍ରୀମତି ଗାନ୍ଧୀ ଏହି ଆସନରୁ ଲଗାତାର ଭାବେ ୪ ଥର ବିଜୟୀ ହୋଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସିପ୍ରା ମଲ୍ଲିକ

କେନ୍ଦ୍ରାପଡ଼ାରୁ ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ଥିବା ସିପ୍ରା ମଲ୍ଲିକ ରୋଷ ରଖି କେନ୍ଦ୍ରାପଡ଼ାରୁ ବିଧାୟକ ଭାବେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇ ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିଥିଲେ। କିନ୍ତୁ ଆଜି ଦଳ ସହିତ ପୁଣି ଥିରେ ସାମିଲ୍‌ ହୋଇ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆଜି ନବୀନ ନିବାସରେ ଶଶିଭୂଷଣ ବେହେରା, କିଶୋର ତରାଇ, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖଙ୍କ ସହ ସିପ୍ରା ମଲ୍ଲିକ କିଛି ସମୟ ଧରି ଆଲୋଚନା କରିଥିଲେ। ନବୀନ ନିବାସରୁ ବାହାରି ସିପ୍ରା ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ମାନି ନିଃସର୍ତ୍ତରେ ନିର୍ବାଚନରୁ ଓହରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଆଗକୁ ସେ କେନ୍ଦ୍ରାପଡ଼ାର ବିଧାୟକ ପ୍ରାର୍ଥୀ ଶଶି ଭୂଷଣଙ୍କ ସହିତ ରହିବେ। ବିଧାୟକ ନ ହେଲେ ବି ବିଧାୟକ ଭଳି ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି।  ସିପ୍ରାଙ୍କ ଏଭଳି ଆଭିମୁଖ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀ ବଦଳାଇଲା କଂଗ୍ରେସ : ବଡ଼ଚଣାରୁ ଅଜୟ ଦାସ ଓ ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ

ପ୍ରଥମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟ କଂଗ୍ରେସର ଟିକେଟ ବିବାଦ ତୁଟୁନି। ନାମାଙ୍କନର ଶେଷଦିନରେ ବି ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍‌ ଦେଇଛି। ବଡ଼ଚଣାରୁ ଅଜୟ ଦାସ ଓ ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦିଆଯାଇଛି। ପୂର୍ବରୁ ବଡ଼ଚଣାରୁ ସୀତାକାନ୍ତ ମହାପାତ୍ରଙ୍କୁ ଟିକେଟ ଦିଆଯାଇଥିଲା। କିନ୍ତୁ ନିର୍ବାଚନ ଲଢିବାକୁ ମନା କରିବାରୁ ସୀତକାନ୍ତଙ୍କ ବଦଳରେ ଅଜୟ ଦାସଙ୍କୁ ଦଳ ବଡ଼ଚଣାରୁ ପ୍ରାର୍ଥୀ କରିଛି। ସେହିପରି ନିମାପଡ଼ାରୁ ପୁରୀଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ରଙ୍କୁ ଟିକେଟ ଦିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଟିକେଟ ଦିଆଯିବାକୁ ନେଇ ଅସନ୍ତୁଷ୍ଟ ଥିବା ସତ୍ୟବ୍ରତ ଟିକେଟ ଫେରାଇଦେଇଥିବାବେଳେ ତାଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ଦଳ ଠିଆ କରାଇଛି। ପୂର୍ବରୁ, ବିଭୂପ୍ରସାଦ ତରାଇଙ୍କୁ ଦଳ ତର୍ତ୍ତୋଲ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ସିଏ ଏହାକୁ ପ୍ରତ୍ୟାଖ୍ୟାନ କରି ବିଜେପିରେ ମିଶି ବିଜେପି ତରଫରୁ ତିର୍ତ୍ତୋଲ୍‌ ପାଇଁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ସ୍ଥାନରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଧର୍ମଶାଳାରେ ସ୍ମୃତିରେଖା ପହିଙ୍କ ସ୍ଥାନରେ କିଷାନ ପଣ୍ଡାଙ୍କୁ ଛିଡ଼ା କରାଇଛି।

Categories
ଆଜିର ଖବର

୧୦ରେ ରାହୁଲ ଏବଂ ୧୧ରେ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ଏପ୍ରିଲ୍‌ ୧୦ ତାରିଖରେ ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ୧୧ ତାରିଖରେ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏ ବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଉଭୟଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ୍‌ ୧୦ରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ରାହୁଲ ଗାନ୍ଧୀ ସେହିଦିନ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏପ୍ରିଲ୍‌ ୧୧ ତାରିଖରେ ରାଏବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ କଂଗ୍ରେସ ନେତା ଦୀନେଶ ପ୍ରତାପ ସିଂଙ୍କୁ ଟିକଟ ଦିଆଯାଇଛି। ଆମେଥିରୁ ରାହୁଲ ୨୦୧୪ ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ୧ ଲକ୍ଷ ଭୋଟରେ ପରାସ୍ତ କରିଥିବା ବେଳେ ରାଏବରେଲୀରୁ ସୋନିଆ ଅଜୟ ଅଗ୍ରଓ୍ବାଲଙ୍କୁ ୪ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

Categories
ଆଜିର ଖବର

ମୋଦି ମୌନ ରହିବା ପ୍ରଧାନମନ୍ତ୍ରୀ ନୁହନ୍ତି : ଶାହା

ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ। ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା  ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଉତ୍ସବରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହା। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଶ୍ରେୟ ଦଇ ଶାହା କହିଥିଲେ ମୋଦି ମନମୋହନଙ୍କ ପରି ମୌନ ରହୁଥିବା ଲୋକ ନୁହନ୍ତି। ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ ପାଇଁକ ପ୍ରସ୍ତୁତ ନଥିବା ବେଳେ ମୋଦିଙ୍କ ପାଇଁ ଏହା ସମ୍ଭବ ହେଲା। ଦେଶର ୪୦ ବୀର ଯବାନ ପ୍ରାଣ ହରାଇବା ପରେ ପାକିସ୍ତାନ ଏହାର ସମସ୍ତ ସାମରିକ ବାହିନୀକୁ ସୀମାରେ ଛିଡା କରାଇଥିଲା। ତେଣୁ ଏୟାର ଷ୍ଟ୍ରାଇକ୍‌ କରିବା ଜରୁରୀ ଥିଲା। ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁ୍ଥିବା ରାହୁଲ ଗାନ୍ଧୀଙ୍କୁ ନିର୍ବୋଧ ବୋଲି କହିଛନ୍ତି ଶାହା। ପୂର୍ବରୁ କେବଳ ଆମେରିକା ଏବଂ ଇସ୍ରାଏଲ୍‌ ଏପରି ଆକ୍ରମଣ କରିଛନ୍ତି। ଯଦି କେହି ଆମ ଉପରକୁ ଗୁଳି ଚଳାଏ ତେବେ ଆାମ ପକ୍ଷରୁ ବମ୍ ଫିଙ୍ଗାଯିବ। ସେହିପରି ଚଳିତ ନିର୍ମାଚନରେ ମହାମେଣ୍ଟ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବ ବୋଲି ପୂର୍ବାନୂମାନ ଲଗାଇଛନ୍ତି ଶାହା। ନିଜ ସମର୍ଥକ, କେନ୍ଦ୍ରମନ୍ତ୍ରୀ, ଦଳୀୟ ନେତୃବୃନ୍ଦଙ୍କ ସହ ଦୀର୍ଘ ୪ କିଲୋମିଟର ରୋଡ ସୋ’ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିକ ଗଡକାରୀ, ରାମବିଳାଶ ପାଶୱାନ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ। ଅହମ୍ମଦାବାଦରେ ଶାହାଙ୍କ ଜନସଭାରେ ଯୋଗ ଦେଇ ରାଜନାଥ ସିଂହ କହିଥିଲେ ଯେଉଁ କାମ ସାଢେ ୫ବର୍ଷରେ ମୁଁ କରିପାରିଲି ନାହିଁ ତାହା ଅମିତ ଶାହା ସାଢେ ୪ ବର୍ଷରେ କରିଦେଖାଇଲେ। ଅମିତ ଶାହା ଗାନ୍ଧିନଗରରୁ ନାମାଙ୍କନ ଭରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜନାଥ।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଦାଖଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ଗଞ୍ଜାମ ବିଜେଡିର ଅନେକ ବରିଷ୍ଠ ନେତା ନବୀନଙ୍କ ସହିତ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଶ୍ରୀ ପଟ୍ଟନାୟକ ଚଳିତ ନିର୍ବାଚନରେ  ଦୁଇଟି ବିଧାନସଭା ଆସନ ବିଜେପୁର ଏବଂ ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମେ ହିଞ୍ଜିଳିରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମଙ୍କ କେତୋଟି ଆସନ ଜିତିବେ ପ୍ରଶ୍ନର ଉତ୍ତରରେ ଆସନ୍ତା ନିର୍ବାଚନରେ ପ୍ରଚୁର ଆସନ ଜିତି ସରକାର ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।