ଆମେଠିରେ ସ୍ମୃତି ଇରାନୀଙ୍କ ନାମାଙ୍କନ ପତ୍ର ଦାଖଲ

Published: Apr 11, 2019, 5:40 pm IST
smruti irani filled her nomination from amethi

ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିଜର ନାମାଙ୍କନ ଦାଖଲ କରିଥିବା ଶ୍ରୀମତି ଇରାନୀ ନାମାଙ୍କନ ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ। ସ୍ମୃତିଙ୍କ ସହିତ ନାମାଙ୍କନ ଦାଖଲ ସମୟରେ ତାଙ୍କ ପତି ଜୁବିନ୍‌ ଇରାନୀ ଉପସ୍ଥିତ ଥିଲେ। ଚଳିତ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ଆସନରୁ ତିନିଥର ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ସମାନ ଆସନରୁ ରାହୁଲ ସ୍ମୃତିଙ୍କୁ ୧ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଉତ୍ତର ପ୍ରଦେଶରେ ନିର୍ବାଚନ ମେ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିବା ବେଳେ ୨୩ରୁ ଭୋଟ ଗଣତି ହେବ।

Related posts