ରାଏବରେଲୀରୁ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

Published: Apr 11, 2019, 3:42 pm IST
SONIA FILES NOMINATION IN RAIBARELIEY

ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏବରେଲୀ ସାମ୍ବିଧାନିକ କ୍ଷେତ୍ରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସୋନିଆ ଏକ ରୋଡ ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲେ। ରୋଡ ଶୋ ପୂର୍ବରୁ ରାଏବରେଲୀରେ ରହିଥିବା କଂଗ୍ରେସର କେନ୍ଦ୍ରୀୟ ଅଫିସରେ ପୂଜାର୍ଚ୍ଚନା କରିଥିଲେ ସୋନିଆ। ନାମାଙ୍କନ ଦାଖଲ ପାଇଁ ସୋନିଆଙ୍କ ସହିତ ପୁତ୍ର ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରା ପ୍ରମୁଖ ରହିଥିଲେ। କଂଗ୍ରେସର ଗଡ ଭାବରେ ପରିଚିତ ଏହି ନିର୍ବାଚନୀ କ୍ଷେତ୍ରରେ ଆସନ୍ତା ମେ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଦୀନେଶ ପ୍ରତାପ ସିଂ ସୋନିଆଙ୍କ ବିପକ୍ଷରେ ନିର୍ବାଚନରେ ଅବତୀର୍ଣ୍ଣ ହେବେ। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏଠାରେ ନିଜର ପ୍ରାର୍ଥୀ ଦେଇନଥିବା ବେଳେ ଶ୍ରୀମତି ଗାନ୍ଧୀ ଏହି ଆସନରୁ ଲଗାତାର ଭାବେ ୪ ଥର ବିଜୟୀ ହୋଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Related posts